ସଫଳ ହେଲା ମିଶନ, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ?

1 min read

ନନ୍ଦିଘୋଷ ବ୍ୟୁରୋ: ସଫଳ ହେଲା ଭାରତର ମୁନ ମିଶନ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଜହ୍ନରେ ଭାରତ ଲେଖିଛି ନାଁ । ଐତିହାସିକ ମୂହୁର୍ତ୍ତକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ଖୁସି । ମୁନ ମିଶନ ସଫଳ ହେବା ପରେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଜୀବନ ଧନ୍ୟ ହୋଇଗଲା । ଏହି ସମୟ ବିଜୟର ପଥରେ ଚାଲିବାର ସମୟ । ଚନ୍ଦ୍ରଯାନ ସଫଳ ହେବା ପରେ ୧୪୦ କୋଟି ଲୋକ ଉତ୍ସବ ପାଳନ କରୁଛନ୍ତି । ମୁଁ ଚନ୍ଦ୍ରଯାନ-୩ର ଟିମକୁ ଓ ଦେଶର ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଉଛି ।