ଚନ୍ଦ୍ରରୁ ଆସିଲା ବାର୍ତ୍ତା, ‘ମୁଁ ପହଞ୍ଚିଗଲି’

1 min read

ନୂଆଦିଲ୍ଲୀ: ସଫଳ ହେଲା ଇସ୍ରୋର ଚନ୍ଦ୍ର ମିଶନ । ଏହାସହ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାରେ ଭାରତ ବନିଯାଇଛି ଚତୁର୍ଥ ଦେଶ । କେବଳ ସେତିକି ନୁହେଁ, ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଅବତରଣ କରି ଭାରତ ଚରିଛି ଇତିହାସ । ଋଷ, ଆମେରିକା, ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଲ ହୋଇଛି ।

ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ ଇସ୍ରୋ ତରଫରୁ ଟ୍ବିଟ୍ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଚନ୍ଦ୍ରାୟାନ-୩ ପଠାଇଥିବା ବାର୍ତ୍ତା । ଏଥିରେ ଚନ୍ଦ୍ରାୟାନ-୩ କହିଛି ‘ଭାରତ, ମୁଁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲି ଓ ଆପଣ ବି । ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡ କରିସାରିଛି । ଭାରତକୁ ଶୁଭେଚ୍ଛା ।’

ଇସ୍ରୋ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି, ‘ଦୁଇରୁ ଚାରି ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ଲ୍ୟାଣ୍ଡିଂ ସ୍ଥଳରେ ଧୂଳି କେମିତି ଜମୁଛି ତା’ ଉପରେ ନିର୍ଭର କରୁଛି ପ୍ରଜ୍ଞାନର ବାହାରକୁ ଆସିବ । ଏହାପରେ ଇସ୍ରୋ ଚାର୍ଜେବୁଲ ବ୍ୟାଟେରୀ ଜରିଆରେ ରୋଭର ପ୍ରଜ୍ଞାନକୁ ଜୀବିତ ରଖିବାକୁ ଚେଷ୍ଟା କରିବ । ଏହା ସଫଳ ହେଲେ ପ୍ରଜ୍ଞାନ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଉପଯୋଗ ହୋଇପାରିବ ।’