ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟି-୨୦ ମ୍ୟାଚ ଖେଳିବ ଭାରତ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୨-୨ରେ ରହିଛି । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଜିତିଥିବାବେଳେ ଆଜି ଅନ୍ତିମ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ପ୍ରଥମ ୨ଟି ମ୍ୟାଚରେ ପରାଜୟ ହୋଇଥିଲେ ସୁଦ୍ଧା ଦମଦାର କମବ୍ୟାକ କରିଛି । ଶନିବାର ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଶୁଭମନ ଗିଲ ଏବଂ ଜସସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଦଶତୀୟ ପାଳି ବଳରେ ଦଳ ପାଣ୍ଡ୍ୟା ବାହିନୀ ଏକ ସହଜ ବିଜୟ ହାସଲ କରିଛି । ଅନ୍ତିମ ମ୍ୟାଚରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ଦ୍ବିତୀୟ ଦିନରେ ଭଲ ରୋଜଗାର କଲା ’OMG ୨’
ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ’OMG 2’ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଭଲ ରୋଜଗାର କରୁଛି । ପ୍ରଥମ ଦିନରେ ୧୦.୨୬ କୋଟି ଟଙ୍କା ବିଜନେସ କରିଥିଲା । ସନ୍ନି ଦେଓଲଙ୍କ ’ଗଦର ୨’ ଅଧିକ ରୋଜଗାର କରୁଥିବାବେଳେ ’OMG ୨’ ମଧ୍ୟ ଭଲ ରୋଜଗାର କରୁଛି । ଗଦର-୨ କୁ ଟକ୍କର ଦେଉଛି ’OMG ୨’ । ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଦିନରେ ଭଲ ରୋଜଗାର କରିଛି । ଶନିବାର ଅକ୍ଷୟ କୁମାରଙ୍କ ଫିଲ୍ମ ’OMG ୨’ ୧୫ କୋଟି ଟଙ୍କା ଆୟ କରିଛି । ଭଗବାନ ଶୀବଙ୍କ ବେଶରେ ନଜର ଆସିଥିବା ଅକ୍ଷୟ କୁଚମାରଙ୍କ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି ।
ସ୍ବାଧୀନତା ଦିବସ ପାଇଁ ଜୋରଦାର ପ୍ରସ୍ତୁତି, ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ
ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଇଁ ସରିଲା ପରେଡ୍ ରିହର୍ସାଲ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ । ପରେଡ୍ ରିହର୍ସାଲରେ ୪ଟି କଣ୍ଟିଜେଣ୍ଟ ସହ ପୋଲିସ ବ୍ୟାଣ୍ଡ ସାମିଲ ହୋଇଥିଲେ । ପରେଡକୁ କମାଣ୍ଡ କରିବେ ଆଇପିଏସ ଅଙ୍କିତ କୁମାର ବର୍ମା । ସ୍ବାଧୀନତା ଦିବସରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଅଫିସର ମୁତୟନ ହେବେ । ଦର୍ଶକଙ୍କ ସହ ଅତିଥିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ଵତନ୍ତ୍ର ଭାବେ କରାଯାଇଛି ବ୍ୟବସ୍ଥା ।
ଜାଣନ୍ତୁ ଦ୍ବିତୀୟ ଦିନରେ କେତେ ଟଙ୍କା ରୋଜଗାର କଲା ’ଗଦର-୨’
ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ର ସଫଳତା ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଥମ ଦିନରେ ୪୦ କୋଟି ଉପରେ ରୋଜଗାର କରିଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ପ୍ରଥମ ଦିନ ଅପେକ୍ଷା ଦିତୀୟ ଦିନରେ ଭଲ ରୋଜଗାର କରିଛି ’ଗଦର-୨’ । ୪୩ରୁ ୪୪ କୋଟି ଟଙ୍କାର ଆଦାୟ ହୋଇଥିବା ସୂଚନା ମିଳିଛି । ଦୁଇଦିନରେ ୮୩ କୋଟିରୁ ଅଧିକ ଟଙ୍କା ଆୟ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ଚଳିତବର୍ଷ ରିଲିଜର ଦ୍ବିତୀୟ ବୃହତମ ଚଳଚ୍ଚିତ୍ର । ଫିଲ୍ମର ବଜେଟ୍ ୮୦ କୋଟି ହୋଇଥିବାବେଳେ ଦୁଇଦିନରେ ଏହାଠାରୁ ଅଧିକ ରୋଜଗାର ହୋଇସାରିଲାଣି । ୨ଦିନର ରୋଜଗାର ସହ ଏହା ସନ୍ନି ଦେଓଲଙ୍କ କ୍ୟାରିୟରର ବଡ଼ ସିନେମା ହୋଇପାରିଛି । ୨୦୦୧ ମସିହାରେ ଗଦର ଫିଲ୍ମ ରିଲିଜ୍ ହୋଇଥିବାବେଳେ ଦୀର୍ଘ ୨୨ ବର୍ଷ ପରେ ଦ୍ବିତୀୟ ଭାଗ ରିଲିଜ୍ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦର୍ଶକେ ଫିଲ୍ମର ରିଲିଜ ତାରିଖକୁ ଚାହିଁ ବସିଥିଲେ ।
ହାଓ୍ବାଇ ଦ୍ବୀପରେ ନିୟନ୍ତ୍ରଣକୁ ଆସୁନି ନିଆଁ, ଭୟଙ୍କର ଅଗ୍ନିକାଣ୍ଡରେ ଗଲାଣି ୮୯ରୁ ଅଧିକ ଲୋକଙ୍କ ଜୀବନ
ଓ୍ବାଶିଂଟନ: ଆମେରିକାରେ ଥମୁନି ଅଗ୍ନିକାଣ୍ଡ। ହାଓ୍ବାଇ ଦ୍ବୀପରେ ଲାଗିଥିବା ସର୍ବଗ୍ରାସକାରୀ ନିଆଁରେ ଅନେକ କ୍ଷୟକ୍ଷତି ହୋଇଛି । କିଛି ଦିନ ଧରି ଜାରି ରହିଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮୯ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ନିଖୋଜ ଅଛନ୍ତି । ଐତିହାସିକ ସହର ଲାହିନା ଜଳିପୋଡି ଛାରଖାର ହୋଇଗଲାଣି । ହଜାର ହଜାର ଲୋକ ବେଘର ହୋଇସାରିଲେଣି । ଅତ୍ୟନ୍ତ ଶୁଖିଲା ପରିବେଶ ସମେତ ପ୍ରବଳ ପବନ ଯୋଗୁ ହାଓ୍ବାଇରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ଆମେରିକା ବିଫଳ ହୋଇଛି । ହାଓ୍ବାଇ ଦ୍ବୀପରେ ମରୁଡି ପଡିଥିବାରୁ ଶୁଖିଲା ଜଙ୍ଗଲ ଏହି ଅଗ୍ନିକାଣ୍ଡ ଲାଗି ସହାୟକ ହୋଇଛି । ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସହରରେ ପ୍ରତିଦିନ କର୍ଫ୍ଯୁ ଜାରି କରାଯାଉଛି । ବାର୍ଷିକ 20 ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଲାହିନା ସହରର ଏବେ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଶେଷ ଖବର ସୁଦ୍ଧା ୧୭ଶହରୁ ଅଧିକ କୋଠା ପୋଡିଗଲାଣି ।
କମିଲା ପେଟ୍ରୋଲ ଦର! ଜାଣନ୍ତୁ କେଉଁଠି କେତେ ରହିଛି ଦର
ନୂଆଦିଲ୍ଲୀ: ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ । ଆଜି କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର କମ ରହିଛି । ଜୟପୁରରେ ୪୭ ପଇସା କମ ହୋଇଥିବାବେଳେ ଗୁରୁଗ୍ରାମରେ ୧୩ ପଇସା ହ୍ରାସ ହୋଇଛି । ଓଡ଼ିଶାର ପ୍ରାୟ ସ୍ଥାନରେ ୧୦୩ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୬୨ ପଇସା ରହିଛି ।
ମୁମ୍ବାଇ- ପେଟ୍ରୋଲ :୧୦୬ ଟଙ୍କା ୩୧ ପଇସା, ଡିଜେଲ: ୯୪ ଟଙ୍କା ୨୭ ପଇସା
କୋଲକାତା- ପେଟ୍ରୋଲ: ୧୦୬ ଟଙ୍କା ୦୩ ପଇସା, ଡିଜେଲ: ୯୨ ଟଙ୍କା ୭୬ ପଇସା
ଚେନ୍ନାଇ- ପେଟ୍ରାଲ: ୧୦୨ ଟଙ୍କା ୭୪ ପଇସା, ଡିଜେଲ: ୯୪ ଟଙ୍କା ୩୩ ପଇସା
ନୋଏଡା- ପେଟ୍ରାଲ: 9୬ ଟଙ୍କା ୬୫ ପଇସା, ଡିଜେଲ: ୮୯ ଟଙ୍କା ୮୨ ପଇସା
ଗାଜିଆବାଦ- ପେଟ୍ରାଲ: ୯୭ ଟଙ୍କା ୫୮ ପଇସା, ଡିଜେଲ: ୮୯ ଟଙ୍କା ୭୫ ପଇସା
ଲକ୍ଷ୍ନୌ- ପେଟ୍ରାଲ: ୯୬ ଟଙ୍କା ୬୨ପଇସା, ଡିଜେଲ: ୮୯ ଟଙ୍କା ୮୧ ପଇସା
ପାଟନା: ପେଟ୍ରାଲ: ୧୦୭ ଟଙ୍କା ୨୪ ପଇସା, ଡିଜେଲ: ୯୪ ଟଙ୍କା ୨୬ ପଇସା
ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବଜ୍ରପାତ ଜନିତ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଘଡଘଡି ବିଜୁଳି ସହ ବର୍ଷା ନେଇ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ମଧ୍ୟ ବଜ୍ରପାତ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୧୫ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ବିଶେଷ କରି ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି ।
ମଣିପୁରରେ ସହିଦ ହେଲେ ଓଡ଼ିଆ ଯବାନ
ବରଗଡ଼: ମଣିପୁରରେ ଓଡ଼ିଆ ଯବାନ ସହିଦ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସହିଦ ହୋଇଥିବା ଓଡ଼ିଆ ଯବାନ ହେଲେ ନୀଳାଞ୍ଚଳ ପଟେଲ । ତାଙ୍କ ଘର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବାଘପାଲ୍ଲୀ ଗାଁରେ । ସେ ୪୮ ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ । ୨୦୦୪ ମସିହାରେ ଆସାମ ରାଇଫଲରେ ଯୋଗ ଦେଇଥିବାବେଳେ ଦୁଇ ଝିଅ ଏବଂ ସ୍ତ୍ରୀଙ୍କ ସହ ମଣିପୁରେ ରହୁଥିଲେ । ଆାଜି ଗାଁକୁ ତାଙ୍କ ମରଶରୀର ଆସିବାକୁ ଥିବାବେଳେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ।

