spot_img
Home Blog Page 3013

ଭାରତଠାରୁ ଗୋଟେ ଦିନ ପୂର୍ବେ କାହିଁକି ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ….

ନନ୍ଦିଘୋଷ ବ୍ୟୁରୋ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ପାଇଥିଲା । ହେଲେ ଭାରତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ପାକିସ୍ତାନ ଅଗଷ୍ଟ ୧୪ ତାରିଖରେ ପାଳନ କରୁଛି । ଚଳିତଥର ଉଭୟ ଦେଶ ବ୍ରିଟିଶ ଶାସନରୁ ସ୍ୱାଧୀନ ହେବା ୭୭ ବର୍ଷ ପୂରଣ କରୁଛନ୍ତି । ଅନେକ ତଥ୍ୟ ରହିଛି ଯେ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦିନ ହିଁ ସ୍ୱାଧୀନତା ମିଳିଥିଲା । କିନ୍ତୁ ଏମିତି କଣ ହେଲା ଯେ ପାକିସ୍ତାନ ଗୋଟେ ଦିନ ପୂର୍ବେ ଅର୍ଥାତ ୧୪ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରିଥାଏ । ଏହା ପଛରେ ଅନେକ ଥିଓରୀ ରହିଛି, କେହି କୁହନ୍ତି ଯେ ଏହା ପଛରେ ମହମ୍ମଦ ଅଲୀ ଜିନ୍ନା ଥିବାବେଳେ ତ ଆଉ କେହି କୁହନ୍ତି ଯେ ଏହା ପଛରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲୀଙ୍କ ବ୍ରେନ ଅଛି ବୋଲି ।

ଯେବେ ବ୍ରିଟିଶ ସରକାର ଭାରତ ଏବଂ ପାକିସ୍ତାନ ଦୁଇ ଦେଶର ବିଭାଜନ ଏବଂ ସ୍ୱାଧୀନତାର ଘୋଷଣା କରିଥିଲେ ସେତେବେଳେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲୀ ଜିନ୍ନା ନିଜ ଐତିହାସିକ ରେଡିଓ ସମ୍ବୋଧନରେ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ପାକିସ୍ତାନର ସ୍ୱତନ୍ତ୍ର ଏବଂ ସାର୍ବଭୌମତ୍ୱ ରାଷ୍ଟ୍ରର ଜନ୍ମଦିନ ଅଟେ । ଏହା ମୁସଲିମ ରାଷ୍ଟ୍ରର ଭାଗ୍ୟ ପୂରଣର ପ୍ରତୀକ ଅଟେ ଯାହା ଗତ କିଛି ବର୍ଷରେ ନିଜ ମାତୃଭୂମି ପାଇବା ପାଇଁ ମହାନ ବଳିଦାନ ଦେଇଛି । ଏଥିପାଇଁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦିନରେ ସ୍ୱାଧୀନତା ମିଳିଥିଲା । ତେବେ ପାକିସ୍ତାନ କଣ ପାଇଁ ନିଜ ସ୍ୱାଧୀନତା ଦିବସ ଗୋଟେ ଦିନ ପୂର୍ବେ ୧୪ ଅଗଷ୍ଟରେ ହିଁ ପାଳନ କରୁଛି? ଜାଣନ୍ତୁ ଏହା ପଛର କାରଣ…

ପାକିସ୍ତାନ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିବା ପଛରେ ଏକ କାରଣ ବ୍ରିଟିଶ ଭାରତର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟନଙ୍କୁ କୁହାଯାଇଥାଏ । ଏପରି କୁହାଯାଇଥାଏ ଯେ କ୍ଷମତା ହସ୍ତାନ୍ତରଣର ଯୋଜନା ପ୍ରଥମେ ଜୁନ ୧୯୪୮ ପୂର୍ବରୁ କରାଯାଇଥିଲା । ଏହାପରେ ମାଉଣ୍ଟବେଟନ ଉଭୟ ଦେଶଙ୍କୁ ଔପଚାରିକ ଭାବେ ସ୍ୱାଧୀନତା ଦେବା ପାଇଁ ୧୫ ଅଗଷ୍ଟ ୧୯୪୭ ଦିନ ନିର୍ଦ୍ଧାରିତ କରିଥିଲେ କିନ୍ତୁ କାର୍ଯ୍ୟସୂଚୀ ହେତୁ ସେ ୧୪ ଅଗଷ୍ଟ ୧୯୪୭ରେ ହିଁ ପାକିସ୍ତାନର ସ୍ୱାଧୀନତାର ଘୋଷଣା ପାଇଁ ମହମ୍ମଦ ଅଲୀ ଜିନ୍ନାଙ୍କୁ କ୍ଷମତା ହସ୍ତାନ୍ତରଣ ପାଇଁ କରାଚୀ ଯାଇଥିଲେ ।

ଦ୍ୱିତୀୟ ଥିଓରୀ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲୀ ଖାନ କ୍ୟାବିନେଟର ପ୍ରଥମ ନିଷ୍ପତ୍ତିକୁ ବିଚାର କରାଯାଇଥାଏ । ଜୁନ ୧୯୪୮ରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଖାନଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା ଯେ ଦେଶ ନିଜର ସ୍ୱାଧୀନତା ଦିବସ ଭାରତ ପୂର୍ବରୁ ପାଳନ କରାଯିବ । ପ୍ରସ୍ତାବକୁ ଜିନ୍ନା ମଞ୍ଜୁରୀ ଦେଇଥିଲେ ଏବଂ ତାରିଖ ୧୪ ଅଗଷ୍ଟ କରିଦିଆଯାଇଥିଲା । ଆଉ ଏକ କାରଣ ରମଜାନର ଧାର୍ମିକ ମାସକୁ ମଧ୍ୟ କୁହାଯାଏ । ୧୪ ଏବଂ ୧୫ ଅଗଷ୍ଟ ୧୯୪୭ର ମଧ୍ୟରାତ୍ରୀ, ରମଜାନର ୨୭ତମ ଦିନ ସହ ମେଳ ଖାଇଥାଏ । ଯାହାକୁ ପବିତ୍ର ମାସର ଶୁଭ ଦିନ ବୋଲି ବିବେଚନା କରାଯାଏ । ଏଥିପାଇଁ ୧୪ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବେ ଗ୍ରହଣ କରାଯାଇଥିଲା ।

 ଆଉ ଏକ କାରଣ ଉଭୟ ଦେଶରେ ସମୟର ପାର୍ଥକ୍ୟକୁ ବି କୁହାଯାଇଥାଏ ।  ପାକିସ୍ତାନ ଷ୍ଟାଣ୍ଡାର୍ଡ ଟାଇମ (ପିଏସଟି)ର ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ (ଆଇଏସଟି)ଠାରୁ ୩୦ ମିନିଟ ଆଗୁଆ ରହିବା ମଧ୍ୟ ଏକ କାରଣ କୁହାଯାଏ । ଯେହେତୁ ଭାରତ ୧୫ ଅଗଷ୍ଟ ରାତି ୧୨ଟାରେ ଏକ ସ୍ୱତନ୍ତ୍ର ଦେଶ ହୋଇଯାଇଥିଲା । ଏହି ସମୟରେ ପାକିସ୍ତାନରେ ସ୍ଥାନୀୟ ସମୟ ୧୪ ଅଗଷ୍ଟରେ ରାତି ୧୧ଟା ୩୦ ରହିଥିଲା । ଏଥିପାଇଁ ପାକିସ୍ତାନରେ ସ୍ୱାଧୀନତା ଗୋଟେଦିନ ପୂର୍ବେ ପାଳନ କରାଯାଏ ।

ବିଶ୍ୱକପ୍ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭବିଷ୍ୟବାଣୀ, ସେମିଫାଇନାଲ ଖେଳିବେ ଏହି ଚାରି ଦଳ

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲକୁ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍ କେଉଁ ଦଳ ଖେଳିବେ ସେନେଇ ଭବିଷ୍ୟବାଣୀ କରିଛନ୍ତି ସେହୱାଗ । ଆସନ୍ତା ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ର ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ବିଶ୍ୱକପର ଆୟୋଜନ ଭାରତରେ ହେଉଛି ଏହି କାରଣୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଉପରେ ରହିବ । ଭାରତର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ  ସହ ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେହୱାଗ ସେମିଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ସେ ୪ଟି ଦଳର ନାଁ କହିଛନ୍ତି ଯିଏକି ଫାଇନାଲ ଖେଳିବାର ସବୁଠୁ ଅଧିକ ଦାବିଦାର । ବିଶ୍ୱକପ୍ କୁ ନେଇ ସେହୱାଗ କହିଛନ୍ତି ତାଙ୍କ ମୁତାବକ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ସେମିଫାଇନାଲରେ ପହଞ୍ଚି ପାରନ୍ତି । କ୍ରିକେଟ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ସେହୱାଗ କହିଛନ୍ତି, ଯଦି ମୁଁ ସେମିଫାଇନାଲର ଚାରୋଟି ଦଳର ନାଁ ନିଏ ତେବେ ସେଥିରେ ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ରହିବେ । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ନିଶ୍ଚିତ ଭାବେ ସେମିଫାଇନାଲକୁ ଯିବେ । ଏହି ଦୁଇ ଦଳର ଖେଳିବାର ପ୍ରକ୍ରିୟା ପ୍ରଭାବଶାଳୀ ରହିଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ବହୁତ ଉତ୍ତମଧରଣର ଖେଳ ଖେଳୁଛନ୍ତି ।

ଏହି କାରଣରୁ ଏହି ଦୁଇ ଦଳ ସେମିଫାଇନାଲ୍ ଖେଳିବା ନିଶ୍ଚିତ ଏହା ଏହି ଦୁଇ ଦଳ ବ୍ୟତୀତ ଭାରତ ଓ ପାକିସ୍ତାନ ମଧ୍ୟ ସେମିଫାଇନାଲ୍ ଖେଳିବାର ଅଧିକ ଆଶଙ୍କା ରହିଛି । ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ଇଂଲଣ୍ଡକୁ କଡ଼ା ଟକ୍କର ମିଳିପାରେ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ବିଜୟ ସହଜ ହେବନାହିଁ । ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।

ସେହିପରି ଦ୍ୱିତୀୟ ସେମିଫାଇନାଲ୍ ୧୬ ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ୍ସରେ ଆୟୋଜିତ ହେବ । ଏହାପରେ ଫାଇନାଲ୍ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ଯେହେତୁ ଚଳିତ ବର୍ଷ ବିଶ୍ୱକପ୍ ଭାରତରେ ଆୟୋଜିତ ହେଉଛି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ନେଇ ଭାରତୀୟମାନେ ଆଶାପୋଷଣ କରିଛନ୍ତି । ଭାରତ ଶେଷ ଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା । ସେଥର ମଧ୍ୟ ବିଶ୍ୱକପ୍ ଭାରତରେ ଆୟୋଜିତ ହୋଇଥିଲା । ଦଳର ନେତୃତ୍ୱ ନେଇଥିଲେ ମହେନ୍ଦ୍ର ସିଂହ ଧୋନି ।

ଯାଦବପୁର ବିଶ୍ବବିଦ୍ୟାଳୟ ରାଗିଂ ମାମଲା, ଆଉ ୨ ଛାତ୍ର ଗିରଫ

କୋଲକାତା: ଯାଦବପୁର ବିଶ୍ବବିଦ୍ୟାଳୟ ରାଗିଂ ମାମଲା । ଆଉ ୨ ଜଣ ଛାତ୍ରଙ୍କୁ ଗିରଫ କଲା କୋଲକାତା ପୋଲିସ । ପ୍ରଥମ ବର୍ଷ ଛାତ୍ର ସ୍ବପ୍ନଦୀପ କୁଣ୍ଡଙ୍କୁ ରାଗିଂ ଘଟଣାରେ ଏହି ୨ ଛାତ୍ର ଉପସ୍ଥିତ ଥିଲେ ବୋଲି ପୋଲିସ କହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୌରଭ ଚୌଧୁରୀଙ୍କ ନିର୍ଦ୍ଦେଶରେ ଦୁଇ ଅଭିଯୁକ୍ତ ସ୍ବପ୍ନଦୀପଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୀପଶେଖର ଦତ୍ତ ଓ ମନୋତଶ ଘୋଷ । ସ୍ବପ୍ନଦୀପ ମେନ୍ ହଷ୍ଟେଲରେ ଏକ ରୁମ୍ ନପାଇବାରୁ ମନତୋଷ ନିକଟରେ ରହିଥିଲେ । ତେବେ ସେଠାରେ ସ୍ବପ୍ନଦୀପଙ୍କୁ ରାଗିଂ କରାଯାଇଥିଲା । ପରେ ହଷ୍ଟେଲର ଦ୍ବିତୀୟ ମହଲାରୁ ସ୍ବପ୍ନଦୀପ ଖସି ପ୍ରାଣହରାଇଥିଲେ । ତଳେ ପଡିଥିବା ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ ଏବଂ ମୃତ୍ୟୁ ପୂର୍ବରୁ ସେ ଜଣେ ସମଲିଙ୍ଗି ନୁହନ୍ତି ବୋଲି ବାରମ୍ବାର କହିଥିଲେ ବୋଲି ସୂଚନା ମିଳିଛି । ଗତ ଶୁକ୍ରବାର ପୋଲିସ ସୌରଭକୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ୧୨ ଛାତ୍ରଙ୍କୁ ସମନ ଜାରି କରିଛି ।

ଛୁଆକୁ ଧରି ନଦୀକୁ ଡେଇଁଲା ବାପା

କଟକ: ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ପାରିବାରିକ କଳହରୁ ୯ମାସର ଛୁଆକୁ ଧରି ବାପା ପାଣିକୁ ଡେଇଁଲାଥିବା କୁହାଯାଉଛି । ସ୍ଥାନୀୟଲେକେ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ବାପାର ମିଳୁନି ପତ୍ତା । ବାପା ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ସଇଁଦା ନିକଟ ସିଢୁଆ ନଦୀକୁ ଡେଇଁଲା ବାପା । ନିଖୋଜ ବ୍ୟକ୍ତି କନ୍ଦରପୁର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି । ତେବେ ଛୁଆ ସହ ମା ମେଡିକାଲ ଯାଇଥିବାବେଳେ ଏଯାବତ ବାପାର ଖବର ମିଳିନାହିଁ ।

୭୦ ଫୁଟ ଗଭୀର ବୋରଓ୍ବେଲରେ ଫସିଲେ ଶ୍ରମିକ

ଅମୃତସର: ବୋରଓ୍ବେଲ ଭିତରେ ଫସିଗଲେ ଜଣେ ଶ୍ରମିକ । ପ୍ରାୟ ୭୦ଫୁଟ ଗଭୀରରେ ଶ୍ରମିକ ଜଣଙ୍କ ଫସି ରହିଥିବା ସୂଚନା ମିଳିଛି । ପଞ୍ଜାବର ଜଳନ୍ଧର ଜିଲ୍ଲା ଅନ୍ତର୍ଗତ କର୍ତ୍ତାରପୁରରୁ ଆସିଛି ଏଭଳି ଖବର । ବୋରଓ୍ବେଲ ଭିତରେ ଥିବା କେତେକ ଯନ୍ତ୍ରାଂଶକୁ ବାହାର କରିବା ଲାଗି ସୁରେଶ ଓ ଅନ୍ୟ ଜଣେ ଶ୍ରମିକ ବୋରଓ୍ବେଲ ଭିତରକୁ ଯାଇଥିବାବେଳେ ବାଲି ଧସିଯାଇଥିଲା । ଜଣେ ଶ୍ରମିକ କୌଣସିମତେ ଉଦ୍ଧାର ହୋଇଥିବାବେଳେ ସୁରେଶ ଫସିଯାଇଥିଲେ । ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦିଲ୍ଲୀ-କାଟରା ଏକ୍ସପ୍ରେସ ପ୍ରକଳ୍ପ ଲାଗି ପିଲର ଖୋଳାଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି  

ଚାନ୍ଦବାଲି:  ମିଶନ ଶକ୍ତି ଦେଇଛି ନୂଆ ପରିଚୟ। ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକା ତିଆରିରେ ଲାଗିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଚାନ୍ଦବାଲି ବ୍ଳକ ନିଶ୍ଚିନ୍ତାର ଶ୍ରୀ ଲକ୍ଷ୍ମୀ ଆପାରେଲସ ଉତ୍ପାଦକ ଗୋଷ୍ଠୀ ଦିନ ରାତି ଏକ କରି ଜାତୀୟ ପତାକା ତିଆରି କରୁଛନ୍ତି। ପାଖାପାଖି ୨୦ହଜାର ପତାକା ପାଇଁ ବିଭିନ୍ନ ବ୍ୟବସାୟୀ ଅର୍ଡ଼ର ଦେଇଛନ୍ତି। ମହିଳା ମାନେ ଏବେ ଜାତୀୟ ପତାକା ତିଆରି କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଭଲ ଦି ପଇସା ରୋଜଗାର ଯୋଗାଇଛି ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହାୟତାରେ ରୋଜଗାରକ୍ଷମ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ତାଇଓ୍ବାନ ଉପରାଷ୍ଟ୍ରପତି ଓ୍ବିଲିୟମ ଲାଇଙ୍କ ଆମେରିକା ଗସ୍ତ, ଚୀନର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ତାଇଓ୍ବାନ ଉପରାଷ୍ଟ୍ରପତି ଓ୍ବିଲିୟମ ଲାଇ । ଓ୍ବିଲିୟମ ଲାଇଙ୍କ ଆମେରିକା ଗସ୍ତକୁ ସହଜରେ ଗ୍ରହଣ କରୁନି ଚୀନ । ଦୁଇ ସୁପରପାଓ୍ବାର ମଧ୍ୟରେ କଳି । ବେଜିଂ କହିଛି- ଓ୍ବିଲିୟମ ଲାଇ ଜଣେ ବିଚ୍ଛିନ୍ନତାବାଦୀ ଓ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତି । ନିଜର ସାର୍ବଭୌମତ୍ବର ସୁରକ୍ଷା ଲାଗି ଚୀନ କଠୋର ପଦକ୍ଷେପ ନେବ । ଆସନ୍ତା ଜାନୁଆରୀରେ ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଓ୍ବିଲିୟମ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଏଭଳି ସମୟରେ ତାଙ୍କର ଆମେରିକା ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ତାଇଓ୍ବାନକୁ ଚୀନ ନିଜର ଅଧୀନସ୍ଥ ଅଞ୍ଚଳ ବୋଲି ଦାବି କରୁଥିବାବେଳେ ଆମେରିକା ସହ ତାଇଓ୍ବାନର ସମ୍ପର୍କରେ ଚୀନ ସହଜରେ ଗ୍ରହଣ କରିପାରୁନାହିଁ । ତାଇଓ୍ବାନ ବିଚ୍ଛିନ୍ନତାବାଦୀଙ୍କ ଆମେରିକା ଗସ୍ତକୁ ଚୀନ ତୀବ୍ର ବିରୋଧ କରୁଛି ବୋଲି କହିଛି ଚୀନ ବୈଦେଶିକ ମନ୍ତ୍ରାଳୟ । ଦେଶର ଜାତୀୟ ସାର୍ବଭୋମତ୍ବ ଓ ସୀମାର ସୁରକ୍ଷା କରାଯିବ ବୋଲି କହିଛନ୍ତି ମନ୍ତ୍ରାଳୟ । ନ୍ୟୁୟର୍କରେ ପହଞ୍ଚିବା ପରେ ଓ୍ବିଲିୟମଙ୍କୁ ଭରପୂର ସ୍ବାଗତ କରାଯାଇଛି । ସେପଟେ ତାଇଓ୍ବାନ ନିକଟରେ ଚୀନ ମିଲିଟାରୀ ଡ୍ରିଲ କରିବ ବୋଲି ସୂଚନା ମିଳିଛି ।

ତୁଟିବ କି ଭାରତ-ଚୀନ୍ ସୀମା ବିବାଦ

ନୂଆଦିଲ୍ଲୀ:  ତୁଟିବ କି ସୀମା ବିବାଦ । LACକୁ ଫେରିବ କି ସ୍ବାଭାବିକ ସ୍ଥିତି । ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବର୍ଡ଼ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ । ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ  ଉପସ୍ଥିତ ରହିବେ । ୪ ମାସ ପରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନକୁ ଭାରତ ପ୍ରସ୍ତାବ ଦେବ । ତେବେ ପୂର୍ବର ଏକାଧିକ ବୈଠକରେ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରିଆସୁଛି । ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ପ୍ରୟାସ କରାଯିବ । ସୀମା ସ୍ଥିତି ନେଇ ବି ଆଲୋଚନା ହେବ । ୪ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗିରହିଛି । ୨୦୨୦ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହା ପରଠୁ ଉଭୟ ଦେଶ ଭିତରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଲଦାଖରେ ଏବେ ବି ଉଭୟ ଦେଶ ୫୦ ହଜାରରୁ ଅଧିକ ସୈନ୍ୟ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ।

ପୁଣି ଅଡ଼ୁଆରେ ଟ୍ରମ୍ପ

ଓ୍ବାଶିଂଟନ: ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଅଭିଯୋଗ ମାମଲାରେ କାଠଗଡ଼ାରେ ଟ୍ରମ୍ପ । ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ବିଚାର ହେବ । ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଗତ ୫ ମାସରେ ଏହା ତାଙ୍କର ଚତୁର୍ଥ ଦୋଷୀ ସାବ୍ୟସ୍ତ ଘଟଣା ହେବ। ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ବାରମ୍ବାର ଦୋଷୀ ସାବ୍ୟସ୍ତ ହେବା ଘଟଣା ତାଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି । ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବେଆଇନ ଭାବେ ପ୍ରଭାବିତ କରିବା ଲାଗି ଉଦ୍ୟମ କରିଥିଲେ  । ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା ସପ୍ତାହରେ ଜର୍ଜିଆର ଜଣେ ବିଚାରପତି କରିବେ । ଜଣେ ନିର୍ବାଚନ ଅଧିକାରୀ ବ୍ରାଡ ରାଫେନସ୍ପର୍ଜରଙ୍କ ନିକଟକୁ ଟ୍ରମ୍ପ ଫୋନ କରି ତାଙ୍କ ସପକ୍ଷରେ ଅଧିକ ଭୋଟ କରାଇଦେବା ଲାଗି କହିଥିଲେ ବୋଲି ଟ୍ରମ୍ପଙ୍କ ବିରୋଧରେ ହୋଇଥିଲା ଅଭିଯୋଗ । ଶୁଣାଣିରେ ସାକ୍ଷ୍ୟ ଦେବାକୁ କେତେକ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ନିର୍ବାଚନ ଫଳାଫଳ ପ୍ରଭାବିତ କରିବା ଲାଗି ହୋଇଥିବା ଅଭିଯୋଗର ଶୁଣାଣି କରି କିଛି ଦିନ ତଳେ ଓ୍ବାଶିଂଟନ ଫେଡେରାଲ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁ୍କ୍ତ ଦର୍ଶାଇଥିଲେ । ଜଣେ ପର୍ଣ୍ଣଷ୍ଟାରଙ୍କୁ ଚୁପ୍ ରହିବା ଲାଗି ଅର୍ଥ ପ୍ରଦାନ କରିଥିବା ମାମଲାରେ ବି ଟ୍ରମ୍ପଙ୍କୁ କିଛି ମାସ ତଳେ ମାନହଟ୍ଟନ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ ।ଆସନ୍ତା ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ଏହି ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି । ଏସବୁ ଡେମୋକ୍ରାଟିକ ପାର୍ଟିର ଷଡ଼ଯନ୍ତ୍ର ବୋଲି ସେ ଦର୍ଶାଇଛନ୍ତି ।

ସ୍ନାନ ସମୟରେ ସମୁଦ୍ରରେ ବୁଡ଼ି ଯାଇଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସେକ୍ଟର-5 ଭେଳାଭୂମିରେ ସ୍ନାନ ସମୟରେ ବୁଡିଯାଉଥିଲେ ପର୍ଯ୍ୟଟକ । ବୁଡ଼ି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ଼ । ତେବେ ପର୍ଯ୍ୟଟକ ଜଣକ ବଞ୍ଚିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିନାହିଁ  । ସ୍ନାନ ସମୟରେ ବୁଡ଼ି ଯାଉଥିବା ଦେଖି ଉପସ୍ଥିତ ଲୋକେ ପାଟି କରିବା ପରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।