ଇଣ୍ଟରନେଟରେ ଭୁଲରେ କରନ୍ତୁନି ଏହି ୭ଟି କାମ, ବ୍ୟକ୍ତିଗତ ଡାଟା ରହିବ ସୁରକ୍ଷିତ

1 min read

ନନ୍ଦିଘୋଷ ବ୍ୟୁରୋ: ଆମ ଜୀବନରେ ଇଣ୍ଟରନେଟର ଭୁମିକା ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ  । ପ୍ରତ୍ୟେକଙ୍କୁ ଇଣ୍ଟରନେଟର ଆବଶ୍ୟକତା ରହିଛି  । ଏହା ଯେତିକି ଲାଭଦାୟକ ସେତିକି ବିପଦପୂର୍ଣ୍ଣ ବି  । ଯଦି କିଛି ଛୋଟ କଥାକୁ ନଜରଅନ୍ଦାଜ କରିବେ ତେବେ ଆପଣ ବଡ ବିପଦକୁ ଡାକି ଆଣିବେ  ।

ଆପଣଙ୍କୁ ବୁଝିବା ପଡିବ ଯେ ଯେତେବେଲେ କୌଣସି ୱେବସାଇଟ ଦେଖୁଛନ୍ତି ତାହା ସୁରକ୍ଷିତ ଓ ଭେରିଫାଏଡ ଅଛି ନା ନାହିଁ  । ଖାସ କରି ବ୍ୟାଙ୍କିଙ୍କ ପୋର୍ଟାଲରେ ବ୍ୟକ୍ତିଗତ ଡାଟା ସେୟାର କରିବା ପୂର୍ବରୁ ଥରେ ଯାଞ୍ଚ କରି ନିଅନ୍ତୁ  । ଏଥିପାଇଁ ସର୍ବଦା https:// ୱେବସାଇଟ ଦେଖନ୍ତୁ  । ଏହା ସବୁଠାରୁ ନିରାପଦ  ।

:- କୌଣସି ୱେବସାଇଟ ପାଇଁ ଆପଣଙ୍କୁ ପାସୱାର୍ଡ ଷ୍ଟ୍ରଙ୍ଗ ରଖିବାକୁ ପଡିବ  । ଏଭଳି ପାସୱାର୍ଡ ରଖନ୍ତୁ ଯାହା ସହଜରେ ହ୍ୟାକ୍‌ ହୋଇପାରିବ ନାହିଁ  ।

:- ଅନେକ ଥର ମୋବାଇଲ ବା କମ୍ପ୍ୟୁଟର ସ୍କ୍ରିନରେ ପପ୍‌ ଅପ୍‌ ଅପ୍ସନ ବାରମ୍ବାର ଶୋ କରିଥାଏ  । ଏଭଳି ପପ୍‌ ଅପ୍‌କୁ ଇଗ୍ନୋର କରିବା ଜରୁରୀ  । ଏହାକୁ ଭୁଲରେ କ୍ଲିକ କଲେ ଡିଭାଇସ ହ୍ୟାକ ହେବାର ସମ୍ଭାବନା ରହିଛି  ।

:- ବୁଝିବିଚାର କରି ଇଣ୍ଟରନେଟରେ ନିଜ ବ୍ୟକ୍ତିଗତ ଡାଟା ସେୟାର କରନ୍ତୁ  । ନଚେତ ଆପଣଙ୍କ ତଥ୍ୟ ହ୍ୟାକ୍‌ କରି ଅପବ୍ୟବହାର କରିପାରନ୍ତି ସାଇବର ଠକ  ।

:- ଯଦି ଇଣ୍ଟରନେଟରେ ସୁରକ୍ଷିତ ରହିବାକୁ ଚାହୁଁଛନ୍ତି ବ୍ରାଉଜରକୁ ସର୍ବଦା ଅପଡେଟ୍‌ ରଖନ୍ତୁ  । ନଚେତ ଡିଭାଇସରେ ଭାଇରସ ଆସିବାର ବିପଦ ସବୁବେଳେ ରହିଥାଏ  ।  ସେହିପରି ବିନା ଯାଞ୍ଚରେ କୌଣସି ଫାଇଲ ଡାଉନଲୋଡ କରନ୍ତୁ ନାହିଁ  । ଏହା ସହ କୌଣସି ୱେବସାଇଟର କୁକିଜ ପାଇଁ ଏଗ୍ରି ଅପସନ ଚୟନ କରନ୍ତୁ ନାହିଁ  ।

:- ଇଣ୍ଟରନେଟରେ ସବୁଠାରୁ ଖାସ କଥା ହେଉଛି ଯେ କେବେବି ପବ୍ଲିକ ୱାଇ ଫାଇର ବ୍ୟବହାର କରନ୍ତୁ ନାହିଁ  । ଏହା ସାହାଯ୍ୟରେ ଆପଣଙ୍କ ଉପରେ ନଜର ରଖିପାରନ୍ତି ସାଇବର ଠକ  ।