ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରୁ ନାବାଳକ ନିଖୋଜ । ଗତକାଲିଠାରୁ ନିଖୋଜ ଅଛନ୍ତି ୧୬ ବର୍ଷୀୟ ଯୋଗେଶ ବାଲାଜି । ଗତାକାଲି ସକାଳୁ ମୈତ୍ରୀବିହାର ଭଡ଼ାଘରୁ କେଉଁଆଡ଼େ ପଳାଇଯାଇଛି ନାବାଳକ । ଗତ ୪ ଦିନ ସେ ସ୍କୁଲ ନଯିବା କାରଣରୁ ଘରଲୋକ ଓ ଶିକ୍ଷକ ଗାଳି ଦେଉଥିଲେ । ଏଣୁ ରାଗରେ କେଉଁଆଡ଼େ ପଳାଇଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଗତକାଲି ସକାଳୁ ପୁଅର ପତ୍ତା ମିଳିନଥିବାନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ପୋଲିସ
ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା
ଦେବଗଡ଼ : ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା । ଦେବଗଡ଼ ଥାନା କୁରୋଡ଼ ଗାଁରେ ନିର୍ମମ ହତ୍ୟା । ଶୋଇଥିବାବେଳେ ବାପାର ଟାଙ୍ଗିଆ ଚୋଟରେ ଯାଇଛି ପୁଅର ଜୀବନ । ମୃତକ ହେଲେ ୨୩ ବର୍ଷୀୟ ଅଶୋକ ବରାଇ ।
ସୂଚନା ଅନୁଯାୟୀ ଗତକାଲି ମୃତ ଅଶୋକ ବାପା ରଖିଥିବା ହଜାରେ ଟଙ୍କା ନେଇଥିଯାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲା ଅଭିଯୁକ୍ତ ବାପା ନିରଞ୍ଜନ ବରାଇ । ପୁଅ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ।
ଚିତ୍କାର ଶୁଣି ପଡୋଶୀ ଅଶୋକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଗଡ଼ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରକୁ ସିଲ କରିବା ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ ।
୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି
ନନ୍ଦିଘୋଷ ବ୍ୟୁରୋ : ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ ତମ ଜନ୍ମଦିନ ।
କିଛି ଦିନ ତଳେ ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଂଗ୍ସ ପଞ୍ଚମ ଥର ପାଇଁ IPL ଚାମ୍ପିଅନ ହୋଇଥିଲା । ଧୋନିଙ୍କ ନେତୃତ୍ବରେ ୨୦୧୧ ବିଶ୍ବକପ ଜିତିଥିଲା ଭାରତ । ୨୮ ବର୍ଷ ପରେ ଭାରତକୁ ବିଶ୍ବକପ ଜିତାଇ ସଫଳ ଅଧିନାୟକଙ୍କ ତାଲିକାରେ ସେ ସାମିଲ ହୋଇଥିଲେ । ୨୦୧୧ ବିଶ୍ୱକପ ଭାରତରେ ହେଉଥିଲା । ତାଙ୍କ ଅଧିନାୟକତ୍ୱରେ ବିଶ୍ବର ପ୍ରଥମ ଦେଶ ଭାବେ ନିଜ ମାଟିରେ ବିଶ୍ବକପ ଜିତିବାର ରେକର୍ଡ କରିଥିଲା ଭାରତ ।
ଏହା ପୂର୍ବରୁ ୨୦୦୭ରେ ପ୍ରଥମ T-20 ବିଶ୍ବକପରେ ଭାରତର ନେତୃତ୍ବ ନେଇ ସେ ଦେଶକୁ ବିଶ୍ବବିଜୟୀ କରିଥିଲେ । ଓ୍ବିକେଟ କିପର ଭାବେ ଏକ ଦିବସୀୟରେ ସର୍ବାଧିକ ୧୮୩ ରନର ଅପରାଜିତ ପାଳି ଖେଳିବାର ରେକର୍ଡ ରହିଛି ଧୋନିଙ୍କ ନାଁରେ । ତାଙ୍କ ନେତୃତ୍ବରେ ଭାରତ ପ୍ରଥମଥର ପାଇଁ ଏକ ଦିବସୀୟ ଓ ଟେଷ୍ଟରେ ଏକ ନମ୍ବର ଟିମ ହୋଇଥିଲା । ୨୦୧୪ ଶେଷ ଆଡ଼କୁ ସେ ଟେଷ୍ଟ କ୍ରିକେଟକୁ ଅଲବିଦା କରିଥିଲେ । ସେହିପରି ୨୦୨୦ ଅଗଷ୍ଟ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିଲେ । ଏବେ ସେ କେବଳ IPL ଉପରେ ଫୋକସ କରିବା ସହ ପ୍ରତିଭାବାନ କ୍ରିକେଟରଙ୍କୁ ମାର୍ଗଦର୍ଶନ ଦେଉଛନ୍ତି ।
ଟ୍ବିଟରକୁ ଟକ୍କର ଦେବ ‘ଥ୍ରେଡସ୍’ ଆପ୍ : ୧୮ ଘଣ୍ଟାରେ ୩୦ ମିଲିୟନଙ୍କ ସାଇନ-ଅପ୍
ନୂଆଦିଲ୍ଲୀ : ଲଞ୍ଚ ହେଲା ନୂଆ ଆପ୍ ଥ୍ରେଡ୍ସ। ମାର୍କ ଜୁକର ବର୍ଗଙ୍କ ମେଟା ଟ୍ୱିଟରର କମ୍ପିଟେଟର ଥ୍ରେଡସ୍ ଆପକୁ ଲଞ୍ଚ କରିଛନ୍ତି। ମେଟାର୍ ନୂଆ ଆପ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଏହାକୁ ଡାଉନଲୋଡ କଲେଣି । ପ୍ରାୟ ୧୮ ଘଣ୍ଟାରେ ୩୦ ମିଲିୟନ ଲୋକ ସାଇନ-ଅପ୍ କରସାରିଲେଣି । ଏନେଇ ନିଜେ ମେଟା ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି ।
ଏହି ଆପରେ ଟ୍ୱିଟର ଭଳି ସବୁ ଫିଚର ରହିଛି। ଏଥିରେ ପୋଷ୍ଟ ଲିମିଟ୍ ୫୦୦ ୱାର୍ଡ ଦିଆଯାଇଛି, ଯାହା ଟ୍ୱିଟରର ୨୮୦ ୱାର୍ଡ ଲିମିଟ୍ ଠାରୁ ଅଧିକ । ଏଥିରେ ୫ ମିନିଟର ଲିଙ୍କ, ଫଟୋ ଓ ଭିଡିଓ ସେୟାର କରାଯାଇପାରିବ। ଏହି ଆପ୍ ୧୦୦ରୁ ଅଧିକ ଦେଶର ଗୁଗଲ ଏଣ୍ଡ୍ରଏଡ ଆପ୍ ଷ୍ଟୋରରେ ଉପଲବ୍ଧ ହେଉଛି।
ଏହି ଆପକୁ ଡାଉନ ଲୋଡ ପରେ ଇନଷ୍ଟା ଆଇଡି ସହ ଲିଙ୍କ କରି ଓପନ କରିପାରିବେ।ଥ୍ରେଡସ୍ ଇନଷ୍ଟାଗ୍ରାମ ଭଳି ଆପ୍ ଯାହାକି ଟ୍ୱିଟର ପରି କାମ କରିବ। ଏହାସହ ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଏକ ଅପସନ୍ ଦେବ, ଏଠାରେ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।ଏହି ଆପକୁ ୩୦ ମିଲିୟନରୁ ଅଧିକ ୟୁଜର୍ସ ବ୍ୟବହାର କରିସାରିଲେଣି । ଟ୍ଵିଟରକୁ ଟକ୍କର ଦେବାପାଇଁ ନୂଆ ଆପ୍ ଆଣିଛି ମେଟା । ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ନୂଆ ଆପର ବିକଳ୍ପ ସାଜିଛି ।
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର
କଟକ : ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । କୋର୍ଟ କହିଛନ୍ତି ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଏବଂ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏକା କଥା ନୁହେଁ ।
ଭୁବନେଶ୍ବରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନାରେ ଆଇପିସିର ଅନ୍ୟ ଧାରା ସହିତ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ । ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୩୭୬ ଲାଗିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

