spot_img
Home Blog Page 2936

ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି, ଏଣିକି ନିର୍ବାଚନ ଲଢ଼ିପାରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି । ମୋଦି ସାଙ୍ଗିଆ ମାମଲାରେ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଦୁଇ ବର୍ଷ ଜେଲଦଣ୍ଡକୁ କାଏମ ରଖିଥିଲେ ହାଇକୋର୍ଟ । ନିମ୍ନ ଅଦାଲତ ଶୁଣାଇଥିଲେ ଦୁଇ ବର୍ଷ ସଜ୍ଜା । ସୁପ୍ରିମକୋଟଙ୍କ ଏହି ରାୟ ପରେ ନିର୍ବାଚନ ଲଢ଼ିପାରିବେ ରାହୁଲ ଗାନ୍ଧୀ । କାହିଁକି ଅଧିକତମ ଦଣ୍ଡ ଦିଆଯାଇଛି ପ୍ରଶ୍ନ କରିଥିଲେ କୋର୍ଟ ।‘ଅଧିକତମ ଦଣ୍ଡ ସଂସଦୀୟ କ୍ଷେତ୍ରକୁ ପ୍ରଭାବିତ କରିବ’ । ଅଧିକତମ ସଜାର କାରଣ ଟ୍ରାଏଲ କୋର୍ଟ ଦର୍ଶାଇ ନାହାନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ ମଧ୍ୟ କୋର୍ଟ ନୋଟିସ କରିଥିଲେ । ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନକୁ ନେଇ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ ।

ରାତି ୧୨ଟାରେ ହୀରାକୁଦରେ ପିକରେ ପହଞ୍ଚିବ ବନ୍ୟାଜଳ ପ୍ରବେଶ

ସମ୍ବଲପୁର: ରାତି ୧୨ଟାରେ ପିକରେ ପହଞ୍ଚିବ ବନ୍ୟାଜଳ ପ୍ରବେଶ । ରାତି ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମକୁ ପ୍ରବେଶ କରିବ ୫ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ । ରାତି ୧୦ଟାରୁ ଦ୍ରୁତ ଗତିରେ ବଢ଼ିବ ବନ୍ୟାଜଳ ପ୍ରବେଶର ମାତ୍ରା । ସରାଡିହିରେ ଏବେଠାରୁ ବନ୍ୟାଜଳ ବଢିଲାଣି ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଏବେ ୬୧୬.୩୭ ଫୁଟରେ ପହଞ୍ଚିଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବନ୍ୟାଜଳ ପ୍ରବେଶର ମାତ୍ରା ଦ୍ରୁତ ଗତିରେ ବଢିଚାଲିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ ବନ୍ୟାଜଳ । ଦୁଇଟି ଗେଟ ଦେଇ ୬୭ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡର ସମୋଦା ବ୍ୟାରେଜର ୮ଟି ଗେଟ୍ ଖୋଲାଯାଇଛି । ୮ଟି ଗେଟ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।

ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତେଜନା, ପୋଲିସ ଗାଡ଼ି ଓ ବାଇକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

କୋଲକାତା: ଟ୍ରକ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତେଜନା । ବସ୍, ପୋଲିସ ଗାଡ଼ି, ବାଇକ ଭଙ୍ଗାରୁଜା ସହ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ଘଟିଛି କୋଲକାତା ବେହଲା ଅଞ୍ଚଳରେ । ସ୍କୁଲ ସାମ୍ନାରେ ପୁଅକୁ ରାସ୍ତା ପାର କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ବର୍ଷର ପୁଅର ମୃତ୍ୟୁ ଘଟିଥିଲା । ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣାସ୍ଥଳରେ ପୋଲିସ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ବହୁ ଗାଡ଼ି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଏହାସହ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ପୋଲିସ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲାଠି ଚାଳନା କରିବା ସହ ଲୁହ ବୁହା ଗ୍ୟାସ ମାଡ଼ କରିଛି । ଏକାଧିକ ବିକ୍ଷୋଭକାରୀଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

୧୦ ଫୁଟ୍ ଦବିଲା ଦେବୀନଦୀ ବନ୍ଧ

ପୁରୀ: ୧୦ ଫୁଟ୍ ଦବିଲା ଦେବୀନଦୀ ବନ୍ଧ । ପୁରୀ ଜିଲ୍ଲା କାକଟପୁର ବାଉରିଆକଣଠାରେ ଦେବୀ ନଦୀରେ ବନ୍ୟା ଜଳ ବିପଦ ସଂକେତ ୪.୯୩ ଥିବା ବେଳେ ବନ୍ୟାଜଳ ଏବେ ୫.୨୦ ଉପରେ ପ୍ରବାହିତ ହେଉଛି । ନଦୀ ବନ୍ଧର ଖଣ୍ଡାସାହିଠାରେ ଏକ ଘଳିଆ ସୃଷ୍ଟି ହୋଇଛି । ଜଳସ୍ତର ବଢିବା ଯୋଗୁଁ ଭଉଁରିଆ ନଦୀର ଝାଡଲିଙ୍ଗ ନୂଆଗଡ଼ ନଦୀବନ୍ଧ ଠାରେ ୧୦ ଫୁଟ ଲମ୍ବର ନଦୀବନ୍ଧ ଦବି ଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା ଦିଆଯାଇଛି । ଜଳସ୍ତର ବଢ଼ିଲେ ନିକଟସ୍ଥ ୧୦ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଛତିଶଗଡ଼ରେ ଖୋଲିଲା ୮ଟି ଗେଟ୍, ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି

ସମ୍ବଲପୁର: ମହାନଦୀରେ ମାଡ଼ି ଆସୁଛି ବନ୍ୟାପାଣି । ଖୋଲିଲା ଛତିଶଗଡ଼ର ସମୋଦା ବ୍ୟାରେଜର ୮ଟି ଗେଟ୍, ୮ଟି ଗେଟ୍ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢ଼ିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୫୨ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୭ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି । ଆଗକୁ ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିନା କୋଚିଂରେ ଓଏଏସ୍ ହେଲେ ଜଗତସିଂହପୁରର ସମୀକ୍ଷା ନାୟକ

ଜଗତସିଂହପୁର: ବିନା କୋଚିଂରେ ଓଏଏସ୍ ହେଲେ ଜଗତସିଂହପୁରର ସମୀକ୍ଷା ନାୟକ । ସମୀକ୍ଷା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭ ତମ ରାଙ୍କ ହାସଲ କରିଛନ୍ତି । ବିନା କେଚିଂରେ ଏହି ସଫଳତା ହାସଲ କରିଛନ୍ତି ସେ । ଏହି ସଫଳତା ପାଇଁ ସମୀକ୍ଷା ତାଙ୍କ ସ୍ୱାମୀ ଡ.ସୁମନ ସୌରଭ ବରାଳ, ବାପା, ମା ଓ ପରିବାରବର୍ଗଙ୍କୁ ଶ୍ରେୟ ଦେଇଛନ୍ତି ।

ସମୀକ୍ଷା ସ୍କୁଲ ଓ କଲେଜ ସମୟରୁ ବେଶ୍ ଭଲ ଛାତ୍ରୀ ଥିଲେ । ସେ ବର୍ତ୍ତମାନ ଡେରାଡୁନ ସ୍ଥିତ ଏମପିଏସ୍ ଲିମିଟେଡରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ସମୀକ୍ଷାଙ୍କ ବାପା ଜଣେ ଓକିଲ ଓ ମା’ ଅବସରପ୍ରାପ୍ତ ପ୍ରାଣୀବିଜ୍ଞାନ ରିଡର୍ ହୋଇଥିବାବେଳେ ତାଙ୍କ ସ୍ୱାମୀ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ସମୀକ୍ଷାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 

ଆଜି ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼, ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼ । ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ ପଡ଼ିବ । ଚଳିତ ସପ୍ତାହର ପ୍ରଥମ ଭାଗରେ କରୋନାଲ ମାସ ଇଜେକସନ ବା ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ଼ ନେଇ ସତର୍କ କରାଇଛି ଆମେରିକାର ମହାକାଶ ଜଳବାୟୁ ସଂସ୍ଥା ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ପିହରିକ ଆଡମିନିଷ୍ଟ୍ରସନ୍ ବା ଏନଓଏଏ । ଏହି ଦୁଇ ଦିନ ମାଇନର ଜି-୧ କ୍ଲାସ ଜିଓମାଗ୍ନେଟିକ ଷ୍ଟର୍ମ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ ।

ବର୍ତ୍ତମାନ ପୃଥିବୀରେ ୯ଟି ଆକ୍ଟିଭ ସନସ୍ପଟ ରହିଛି । ସନସ୍ପଟର ଅର୍ଥ ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୨୫ ଶହ ଗୁଣ ଅଧିକ । ଏହି ସୌରଝଡ଼ ଯୋଗୁ ଓ୍ବାଇରଲେସ କମ୍ୟୁନିକେସନ ଓ ଜିପିଏସ ସର୍ଭିସ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଏହାସହ ଏୟାରଲାଇନସ, ମେରାଇନ କ୍ଷେତ୍ର, ହାମ୍ ରେଡିଓ କଣ୍ଟ୍ରୋଲର, ଡ୍ରୋନ କ୍ଷେତ୍ରରେ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି । ଗତ ୨୦୨୧ ଅକ୍ଟୋବର ୨୮ରେ ଏହି ସୌରଝଡ଼ ସୃଷ୍ଟି ହୋଇଥିଲା ।

ମହାନଦୀରେ କମୁଛି ଜଳପ୍ରବାହ, ବ୍ରାହ୍ମଣୀ ଓ ବୈତରଣୀରେ ନିୟନ୍ତ୍ରଣରେ ଅଛି ବନ୍ୟାସ୍ଥିତି

ଭୁବନେଶ୍ୱର: ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ମହାନଦୀ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ବ୍ରାହ୍ମଣୀ, ବୈତରଣୀ ନିୟନ୍ତ୍ରଣରେ ଅଛି । ରସୁଲପୁର ବ୍ଲକର ଏକ ସ୍ଥାନରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ତେରମାଣପୁର ଘରିରେ ୧୦ରୁ ୨୦ ଫୁଟ ଘାଇ । ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ବହୁଛି ବନ୍ୟାଜଳ । ୬ ଲକ୍ଷ ୯୭ ହଜାର କ୍ୟୁସେକ ଅଛି, ବିପଦ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ । ଲୁଣା, କରଣ୍ଡିଆରେ ପିକ୍ ପାସ୍ କରିଯିବ । ବର୍ଷା ନାହିଁ, ତେଣୁ ଆଉ ଅଧିକ ପାଣି ଆସିବାର ଆଶଙ୍କା ନାହିଁ । ହୀରାକୁଦ ଉପରମୁଣ୍ଡରେ ବହୁତ କମ୍ ବର୍ଷା ହେଉଛି । ପୂର୍ବରୁ ହୋଇଥିବା ବର୍ଷା ପାଣି ଆସୁଛି, ଦ୍ରୁତଗତିରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ଯୋଜନା ରହିଛି । ଅପରାହ୍ନରେ ଅଧିକ ଗେଟ୍ ଖୋଲପାରେ । ଖଇରମାଳରେ ହୀରାକୁଦ ଜଳ ପହଞ୍ଚିବାକୁ ୧୨ ଘଣ୍ଟା ଲାଗିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ମା’ ଭଟ୍ଟାରିକାଙ୍କ ମନ୍ଦିରରୁ ଛାଡ଼ିଲା ପାଣି, ମନ୍ଦିରରେ ଏବେବି ୧୪୪ ଧାରା ବଳବତ୍ତର

ବଡ଼ମ୍ବା: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରୁ ଛାଡ଼ିଲା ପାଣି । ଅସ୍ଥାୟୀ ମନ୍ଦିରରେ ମାଆଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ମନ୍ଦିରରେ ଏବେବି ୧୪୪ ଧାରା ବଳବତ୍ତର ରହିଛି। ମନ୍ଦିରର ଗର୍ଭଗୃହରେ ଗତ ଦୁଇ ଦିନ ଧରି ୫ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଥିଲା । ୨୪ ଘଣ୍ଟା ପରେ ଆଜି ସକାଳ ସୁଧା ମନ୍ଦିର ମଧ୍ୟରେ ଜଳସ୍ତର ସମ୍ପୂର୍ଣ୍ଣ କମିଯାଇଛି । ଆଜି ସକାଳ ୧୦ଟାରେ ଠାକୁରାଣୀଙ୍କ ନୀତି ପୂର୍ବରୁ ଗର୍ଭଗୃହକୁ ସୋଧ କରାଯାଇ ଠାକୁରାଣୀଙ୍କ ପ୍ରତିମାକୁ ବିଜେସ୍ଥଳୀକୁ ଆଣିବା ପାଇଁ ସୂଚନା ଦେଇଛି ଦେବୋତ୍ତର ବିଭାଗ । ବନ୍ୟାଜଳ ମନ୍ଦିରରେ ପ୍ରବେଶ କରିଥିବାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ମା’ଙ୍କ ମନ୍ଦିର ନିକଟରେ ଥିବା ରତ୍ନଗିରି ପାହାଡରେ ଅସ୍ଥାୟୀ ପୀଠକୁ ନିଆଯାଇଥିଲା ।

ଜ୍ଞାନବାପି ମସଜିଦର ସର୍ଭେ କାର୍ଯ୍ୟ ଆରମ୍ଭ କଲା ASI, ସର୍ଭେ ପାଇଁ ଗ୍ରୀନ ସିଗନାଲ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଆଜିଠାରୁ ଜ୍ଞାନବାପି ମସଜିଦରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା । ଏକ ମନ୍ଦିର ଉପରେ ମସଜିଦ ନିର୍ମିତ ହୋଇଛି କି ନାହିଁ ତାହା ଉପରେ ସର୍ଭେ କରିବ ଏଏସଆଇ । ଜ୍ଞାନବାପି ମସଜିଦରେ ସର୍ଭେ ଜାରି ରହିବ ବୋଲି ଗ୍ରୀନ ସିଗନାଲ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ମୁସଲିମ ପକ୍ଷ ପିଟିସନ ଖାରଜ କରିବା ସହ ଜିଲ୍ଲା କୋର୍ଟଙ୍କ ଫଇସଲାକୁ ହାଇକୋର୍ଟ କାଏମ ରଖିଥିଲେ । ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଥିଲେ । ସର୍ଭେ ବେଳେ ଜ୍ଞାନବାପି ମସଜିଦ ପରିସରରେ କୌଣସି କ୍ଷୟକ୍ଷତି ଯେପରି ନହୁଏ, ତା’ଉପରେ ଧାନ ରଖିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ଅବସ୍ଥିତ ଥିବାବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ମସଜିଦ ପରିସରରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ଦେବା ସକାଶେ ଏକ ନିମ୍ନକୋର୍ଟରେ କିଛି ମହିଳା ଆବେଦନ କରିବା ପରେ ଏହି ବିବାଦ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଗତବର୍ଷ ମସଜିଦ ପରିସରରେ ଏକ ଭିଡିଓ ସର୍ଭେ ଲାଗି କୋର୍ଟ ଆଦେଶ ଦେଇଥିଲେ । ସର୍ଭେ ବେଳେ ମସଜିଦ ପରିସରରେ ଏକ ଶିବଲିଙ୍ଗ ପରି ଏକ ଜିନିଷ ଥିବା କୁହାଯାଇଥିଲା । ଗତ ସେପ୍ଟେମ୍ବର ୨୦୨୨ରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ନଦେବାକୁ ମସଜିଦ କମିଟିର ଏକ ପିଟିସନକୁ ଖାରଜ କରିଥିଲେ ବାରାଣସୀ ଜିଲ୍ଲା କୋର୍ଟ ।