spot_img
Home Blog Page 2926

ଆସନ୍ତା ୨୪ ଘଣ୍ଚାରେ ଲଘୁଚାପ, ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି

ଭୁବନେଶ୍ବର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଚାରେ ନେବ ଲଘୁଚାପର ରୂପ । ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ।

ଆସନ୍ତାକାଲି ୧୧ ଜିଲ୍ଲା, ୬ରେ ୧୩ଜିଲ୍ଲା ଏବଂ ୭ରେ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। । ବର୍ଷା ସମୟରେ ବଜ୍ରପାତ ବେଶୀ ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଘରୁ ନବାହରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତେବେ ତାର ତୀବ୍ରତା କେତେ ରହିବ ଏବଂ ବର୍ଷାର ପରିମାଣ କେତେ ହେବ ସେନେଇ ଆକଳନ ହୋଇନି ।

ମୌସୁମୀ ସିଜିନ୍ ଜୁନ ୧ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୫ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ତେବେ ସାମ୍ଭାବ୍ୟ ଲଘୁଚାପ ସାମାନ୍ୟ ନିଅଣ୍ଟିଆ ଭରଣା କରିପାରେ।

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ଅପରାହ୍ନ ୩ଟାରୁ ମନ୍ଦିର ବନ୍ଦ

ପୁରୀ: ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏହି ନୀତି ଆପାତତଃ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲୁ ରହିବ ।

ମହାପ୍ରଭୁଙ୍କର ଏହା ଗୁପ୍ତନୀତି ହୋଇଥିବାରୁ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା।

ପାଲେକେଲରେ ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ନେପାଳ ।

0

ପାଲେକେଲ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ନେପାଳ । ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତ ଶନିବାର ପାକିସ୍ତାନ ସହ ଭାରତର ପ୍ରଥମ ମୁକାବିଲା ରଦ୍ଦ ହୋଇଥିଲା । ବର୍ଷା କାରଣରୁ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବାକୁ ସକ୍ଷମ ହୋଇନଥିଲା । ଫଳରେ ମ୍ୟାଚ ରଦ୍ଦ ଦ୍ବାରା ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ ।

ଆଜି ନେପାଳ ବିପକ୍ଷରେ ମ୍ୟାଚ ଜିତି ସୁପର ଫୋରକୁ ଭାରତ ଯିବାକୁ ଲକ୍ଷ୍ୟ ରଖିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଓପନିଂ ପ୍ରଦର୍ଶନ ଦୁର୍ବଳ ରହିଥିଲା । ତ୍ରୁଟିକୁ ସୁଧାରି ଭାରତ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିଛି । ସେପଟେ ପ୍ରଥମ ମ୍ୟାଚରେ ପାକିସ୍ତାନ ଠୁ ହାରିବା ପରେ ଆଜି ଭାରତ ସହିତ ମୁକାବିଲା କରିବ ନେପାଳ । ଭଳ ପ୍ରଦର୍ଶନ ସହିତ ବିଜୟ ପାଇଁ ଆଶା ରଖିଛି ନେପାଳ ।

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର: ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ସୁଯୋଗ । ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁ ନାମ ଲେଖାଇପାରିନଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିବା ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ । କେବଳ ନୂଆ ଆବେଦନ କରୁଥିବା ଛାତ୍ରଛାତ୍ରୀ ଆବଶ୍ୟକ ଫି ଦାଖଲ କରିବେ । ଆସନ୍ତା ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ସିଟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ଫି ଦାଖଲ କରି ୨୩ରୁ ୨୬ ତାରିଖ ମଧ୍ୟରେ କଲେଜରେ ରିପୋଟିଂ କରିବେ । ଅକ୍ଟୋବର ୩ ତାରିଖରେ ଓ୍ବେଟିଂ ତାଲିକା ପ୍ରକାଶ ପାଇ ୬ ତାରିଖରେ ନାମ ଲେଖାଯିବ ।

ଭବାନୀପାଟଣା ସହରର ରାମନଗର ପଡ଼ାରେ ସେକ୍ସ ରାକେଟ୍ ଠାବ

କଳାହାଣ୍ଡି: ଭବାନୀପାଟଣା ସହରର ରାମନଗର ପଡ଼ାରୁ ସେକ୍ସ ରେକେଟ୍ ଠାବ।  ୨ ଜଣ ଦେହଜୀବୀଙ୍କ ସହ ଦଲାଲଙ୍କୁ ଉଠାଇ ଆଣିଲା ପୋଲିସ୍ । ଦୀର୍ଘବର୍ଷ ଧରି ଏଠାରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇଥିଲା ପୋଲିସ । ସଦର ଏସଡିପିଓଙ୍କ ନିର୍ଦ୍ଦେଶରେ ଚଢାଉ କରିଥିଲା ପୋଲିସ୍ ଟିମ୍ । ରାମନଗର ପଡ଼ାରୁ ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦଲାଲକୁ ଗିରଫ କରିଛି ପୋଲିସ୍ ।

’ପ୍ରଥା’ର ଅଡିଓ ରିଲିଜ୍

ଭୁବନେଶ୍ବର: ରାଜଧାନୀର ଡି.ଏନ୍. ରେଗାଲିଆ ମଲରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ପ୍ରଥାର ଅଡିଓ ରିଲିଜ୍ ହୋଇଯାଇଛି । କାର୍ଯ୍ୟକ୍ରମରେ ଫିଲ୍ମର ନିର୍ଦ୍ଦେଶକ କେ. ମୁରଲୀକ୍ରିଷ୍ଣା, ସହ-ପ୍ରଯୋଜକ ସଞ୍ଜୟ କୁମାର ପଟେଲ, ନାୟକ ସ୍ବରାଜ, ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବଲିଉଡ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ନାଭ୍ୟା, ଅଭିନେତା ଡିସ୍କୋ ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ l ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟର ଆକ୍ସନ ଫିଲ୍ମର ଟ୍ରେଲରକୁ ଅନେକ ଦର୍ଶକ ପସନ୍ଦ କରିଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ଇପସିତାଙ୍କ ଟାର୍ଗେଟ

ଭୁବନେଶ୍ବର: ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ଟାର୍ଗେଟ କରିଛନ୍ତି  ବିଜେଡି ମୁଖପାତ୍ର ଇପସିତା ସାହୁ । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ରୋଜଗାର କରିଛନ୍ତି, ସେ ବିଷୟରେ ଆପଣ କହିଲେ କି ବୋଲି ପ୍ରଶ୍ନ କରିଛନ୍ତି । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ଚାକିରି ଦେବା ନାଁରେ ଯେଉଁ ଠକାମୀ କରିଛନ୍ତି ସେଥିପାଇଁ ଉଦବେଗ ପ୍ରକାଶ କରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି  ।

ଚାକିରି ନାଁରେ ଠକେଇ କରି ଫେରାର୍ ଥିବା ଲୋକ ସହ ଆପଣଙ୍କ ସମ୍ପର୍କ କଣ ? ଏଥିରେ ହୋଇଥିବା ଦୁର୍ନୀତି ବାବଦ ଟଙ୍କା କାହା ପାଖକୁ ଯାଇଛି ? ଏନଟିପିସିରୁ ପାଉଁଶ ପରିବହନ ବାବଦକୁ ହୋଇଥିବା ଟେଣ୍ଡର ଫିକ୍ସିଂରେ କିଏ ସଂପୃକ୍ତ ଅଛି ? ୫୦୦ କୋଟି ଟଙ୍କା ଆପଣଙ୍କ ପାଇଁ କମ୍ ଲାଗିପାରେ ବୋଲି କହିଛନ୍ତି ଇପସିତା । ସମସ୍ତେ ଜାଣିଛନ୍ତି କୁସୁମ ଟେଟେ କେତେ କୋଟି ଟଙ୍କାର ମାଲିକ। ତାଙ୍କ ଭଳି ଜଣେ ଦୁର୍ନୀତିଗ୍ରସ୍ତ ଏବଂ ଜନବିରୋଧୀ ନେତାଙ୍କ ଅସଲ ଚେହେରା ଆସନ୍ତା ବିଧାନସଭା ଅଧିବେଶନରେ ଖୋଲିଯିବ, ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ବାସ୍ତବ କଥା ଆସିବ । ଏଥିପାଇଁ ପ୍ରସ୍ତୁତ ହୋଇଥାଆନ୍ତୁ ବୋଲି ଇପସିତା କୁସୁମ ଟେଟେଙ୍କୁ କହିଛନ୍ତି ।

ଓ୍ବାନ ନେସନ ଓ୍ବାନ ଇଲେକସନକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶ ଓ ରାଜ୍ୟର ସାର୍ବଭୋମତ୍ବକୁ ନଷ୍ଟ କରିବ ଓ୍ବାନ ନେସନ ଓ୍ବାନ ଇଲେକସନ । ରାଜ୍ୟର ଅଧିକାରକୁ ଦବେଇବା ପାଇଁ ଏହା ଏକ ବିଦ୍ଧିବଦ୍ଧ ଯୋଜନା ବୋଲି ରାହୁଲ ଗାନ୍ଧୀ କହିଛନ୍ତି  । ସେପଟେ ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି ଗଠିତ କମିଟିକୁ ନେଇ ବିବାଦ ଦେଖାଦେଇଛି । କମିଟିର ସଦସ୍ୟ ହେବାକୁ ମନା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

ସେ କହିଛନ୍ତି- ଏହି କମିଟି ନାମକୁ ମାତ୍ର ଗଠିତ ହୋଇଛି । ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି । ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ ।

ଗତକାଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଲାଗି ଗଠିତ କମିଟିରେ ସ୍ଥାନ ପାଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଏନକେ ସିଂହ, ସୁଭାଷ କଶ୍ୟପ, ହରିଶ ସାଲଭେ, ସଞ୍ଜୟ କୋଠାରୀ । ପୂର୍ବରୁ କମିଟିର ଅଧ୍ୟକ୍ଷ ଲାଗି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଘୋଷିତ ହୋଇଥିଲା । ଆସନ୍ତା ୧୮ରୁ ୨୨ ତାରିଖ ଯାଏ ସଂସଦ ଅଧିବେଶନ ବସିବା ଲାଗି ଜରୁରୀ ଘୋଷଣା ପରେ ଏହି କମିଟି ଗଠିତ ହୋଇଥିଲା । ଏହି ଅଧିବେଶନରେ ଶୂନ୍ୟକାଳ, ପ୍ରଶ୍ନୋତ୍ତର, ପ୍ରାଇଭେଟ ମେମ୍ବର ବିଜନେସ କାଳ ରହିବ ନାହିଁ ।

ବିଜେଡି ଗଣମାଧ୍ୟମ ସଂଯୋଜକ ହେଲେ ପ୍ରିୟବ୍ରତ ମାଝୀ

ଭୁବନେଶ୍ବର: ପ୍ରିୟବ୍ରତ ମାଝୀ ହେଲେ ବିଜେଡି ଗଣମାଧ୍ୟମ ସଂଯୋଜକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ପ୍ରିୟବ୍ରତ ମାଝୀ ଦଳର ଜଣେ ଶୃଙ୍ଖଳିତ ନେତା । ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି  । ଜେଏନୟୁରେ ଅଧ୍ୟକ୍ଷନ କରିଛନ୍ତି  । ତାଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ବ ମିଳିଛି ।

ମାନସିକ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ଅଧାରୁ ଫେରାର ହୋଇଯାଇଛନ୍ତି ଜୟନାରାୟଣ: ଶ୍ରୀମୟୀ ମିଶ୍ର

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଜୟନାରାୟଣ ମାନସିକ ରୋଗର ଚିକିତ୍ସିତ ହେଉଥିବା ଶୁଣିବାକୁ ପାଇଥିଲୁ ବୋଲି କହିଛନ୍ତି । ବୋଧ ହୁଏ ସମ୍ପୂର୍ଣ୍ଣ ଚିକିତ୍ସା ନକରି ଅଧାରୁ ଫେରାର ହୋଇଯାଇଛନ୍ତି ଜୟନାରାୟଣ । ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀମୟୀ । ଜୟନାରାୟଣଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କଠାରୁ ନିରାପଦ ଦୂରତା ବଜାୟ ରଖିବାକୁ ଗଣମାଧ୍ୟମ ଓ ରାଜ୍ୟ ବିଜେପି ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି  ।