ଏସିଆନ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ : ଏସିଆନ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ତୀରନ୍ଦାଜରେ ଭାରତ ଜିତିଲା ସ୍ବର୍ଣ୍ଣ ପଦକ । ଜୋତି ଭେନମ୍ ଓ ଓଜାସ ଡିଓଟାଲେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବର୍ତ୍ତମାନ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସେହିପରି ୨୬ଟି ରୌପ୍ୟ ଓ ୨୯ ଟି ବ୍ରୋଞ୍ଜ ପଦକ ମିଳିସାରିଛି । ସେହିପରି ଆଜି ଜାଭେଲିନ ଥ୍ରୋରେ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା ।

ଅଗଷ୍ଟ ମାସରେ ଖେଳାଯାଇଥିବା ବିଶ୍ବ ଆଥଲେଟିକ୍ ଚାମ୍ପିଅନସିପରେ ନିଜର କ୍ୟାରିଅରର ବେଷ୍ଟ ୮୪.୭୭ ମିଟର ଜାଭେଲିନ୍ ଥ୍ରୋ କରି ପଞ୍ଚମ ସ୍ଥାନରେ ଥିଲେ କିଶୋର । ଆଜି ମ୍ୟାଚରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ ଲକ୍ଷ୍ୟରେ ଅଛନ୍ତି କିଶୋର ।