ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ୮ନମ୍ବର ଓ୍ବାର୍ଡ ସାଇମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା  । ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାବା ଲାଗି ପଦଯାତ୍ରା କରିଛନ୍ତି ଦଳର ନେତା ଓ କର୍ମୀ  ।

ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାଁ, ଭୁବନେଶ୍ବର ମେୟର ସୁଲୋଚନା ଦାଶ ,ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ପାତ୍ର, ବିଜେଡି ମୁଖପାତ୍ର ଇପ୍ସିତା ସାହୁ, କର୍ପୋରେଟର ମୋନାଲିସା ସାହୁ, ବିଜେଡି ନେତା ମନୋଜ କୁମାର ସାହୁ, କର୍ପୋରେଟର ଲାଲମୋହନ ଟୁଡୁ ପ୍ରମୁଖ ସାମିଲ ହୋଇଥିଲେ  । ଓ୍ବାର୍ଡ ପରିକ୍ରମା କରି ସଭିଏଁ ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ  ।