spot_img
Home Blog Page 2862

ବିଶ୍ବକପ୍ କ୍ରିକେଟ-୨୦୨୩ ପାଇଁ ଟିକେଟ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ମହାକୁମ୍ଭ ।  ନଭେମ୍ବର ୧୯ ତାରିଖରେ ଫାଇନାଲ ମୁକାବିଲା  । ନୂଆ କାର୍ଯ୍ୟସୂଚୀରେ ୯ଟି ମ୍ୟାଚର ତାରିଖ ଅଦଳବଦଳ ହୋଇଥିବା ବେଳେ ଟିକେଟ ପାଇଁ ମଧ୍ୟ ଘୋଷଣା ହୋଇଛି । ବିଶ୍ୱକପ ଟିକେଟ ପାଇଁ ସର୍ବପ୍ରଥମେ କ୍ରିକେଟପ୍ରେମୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ । ଆଉ ଏହାପରେ ହିଁ ଜଣେ ଦର୍ଶକ ଟିକେଟ କିଣିପାରିବ । ଟିକେଟ ପାଇଁ ଆଜି ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି, ପଞ୍ଜୀକରଣ ବେଳେ ନାମ, ଠିକଣା ଓ କେଉଁ ଦେଶର ନାଗରିକ ତାହାର ତଥ୍ୟ ଦେବାକୁ ପଡିବ । ରେଜିଷ୍ଟ୍ରେସନ ପରେ ଟିକେଟ ବୁକିଂ ପାଇଁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ୨୫ ଅଗଷ୍ଟରୁ ପର୍ଯ୍ୟାୟକ୍ରମେ ବିଶ୍ୱକପ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ହେବ । ଭାରତୀୟ ଟିମର ମ୍ୟାଚକୁ ଛାଡି ଅନ୍ୟ ମ୍ୟାଚର ଟିକେଟ ଓ ଅଭ୍ୟାସ ମ୍ୟାଚ୍ ପାଇଁ ଟିକେଟ ଅଗଷ୍ଟ ୨୫ରୁ ଉପଲବ୍ଧ ହେବ । ସେହିଭଳି ଟିମ୍ ଇଣ୍ଡିଆର ମ୍ୟାଚ୍ ଓ ଅଭ୍ୟାସ ମ୍ୟାଚର ଟିକେଟ ୩୦ ଅଗଷ୍ଟରୁ ୩ ସେପ୍ଟେମ୍ବର ମଧ୍ୟରେ ଉପଲବ୍ଧ ହେବ । ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସେପ୍ଟେମ୍ବର ୩ ତାରିଖରେ ମିଳିବ । ସେହିଭଳି ସେମିଫାଇନାଲ ଓ ଫାଇନାଲ ମୁକାବିଲାର ଟିକେଟ ୧୫ ସେପ୍ଟେମ୍ବରରେ କିଣିପାରିବେ ଦର୍ଶକ । ଟିକେଟ ବୁକ୍ କରିବା ପରେ କାଉଣ୍ଟରରୁ ଟିକେଟ ନେଲେ ହିଁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ।

ବିସିସିଆଇ ବୁକ୍ ମାଇଁ ସୋ’କୁ ନିଜର ଟିକେଟ ପାର୍ଟନର କରିଛି । ଭାରତର ମ୍ୟାଚ୍ ପାଇଁ ୫ଟି ପର୍ଯ୍ୟାୟରେ ଟିକେଟ ବିକ୍ରି ହେବ । ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ୩୧ ଅଗଷ୍ଟରେ ଟିକେଟ ଉପଲବ୍ଧ ହେବ । ସେହିଭଳି ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ୧ ସେପ୍ଟେମ୍ବରରେ ଟିକେଟ ମିଳିବ । ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ମ୍ୟାଚ୍ ପାଇଁ ୨ ସେପ୍ଟେମ୍ବରରେ ଟିକେଟ ଉପଲବ୍ଧ ହେବାକୁ ଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସେପ୍ଟେମ୍ବର ୩ରେ ଟିକେଟ ମିଳିବ ।

ହକିକୁ ନେଇ ନିର୍ମାଣ ଡକ୍ୟୁମେଣ୍ଟ୍ରି ଫିଲ୍ମ ଇଣ୍ଡିଆଜ ଗେମର ସ୍ବତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ବର:  ଭାରତୀୟ ହକିକୁ ନେଇ ନିର୍ମାଣ ହୋଇଥିବା ଡକ୍ୟୁମେଣ୍ଟ୍ରି ଫିଲ୍ମ  INDIA’S GAME ର ସ୍ବତନ୍ତ୍ର ସ୍କ୍ରିନିଂ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଦେଶକୁ ଏକାଠି କରିଥିବା ଏକ ଦଳର କାହାଣୀ ଏହି  ଡକ୍ୟୁମେଣ୍ଟ୍ରିରେ ସ୍ଥାନ ପାଇଛି । ଏହି  ଡକ୍ୟୁମେଣ୍ଟ୍ରି ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଲେଭେଲ ଫିଲ୍ମ ଦ୍ୱାରା ଡକ୍ୟୁମେଣ୍ଟ୍ରି ଫିଲ୍ମଟି ନିର୍ମାଣ ହୋଇଛି । ସ୍ଵତନ୍ତ୍ର ସ୍କ୍ରିନିଂ ଉତ୍ସବ ରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ସଚିବ, ହକି ଇଣ୍ଡିଆର କର୍ମକର୍ତ୍ତା, ଭାରତୀୟ ହକି ଦଳର ଓଡ଼ିଆ ଲିଜେଣ୍ଡ ଖେଳାଳି, ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ଥିଲେ । ୧୯୨୮ ମସିହା ଆମଷ୍ଟରଡ଼ାମ ଅଲିମ୍ପିକ ସ୍ବର୍ଣ୍ଣ ପଦକ ଠାରୁ ଆରମ୍ଭ କରି ୧୯୮୦ ମସ୍କୋ ଅଲିମ୍ପିକର ସ୍ବର୍ଣ୍ଣ ପଦକ  ଜିତିବାର କାହାଣୀ ସ୍ଥାନ ପାଇଛି । ୧୯୭୫ରେ ଉଭୟ ଭାରତୀୟ ହକି ଏବଂ କ୍ରିକେଟ ଦଳ ବିଶ୍ଵ ଚମ୍ପିୟାନ ହେବା ପରେ ପରେ କେମିତି ଭାରତୀୟ ହକି ରସାତଳଗାମୀ ହେଲା ଓ କ୍ରିକେଟର ଉତଥାନ ହେଲା ସେ ବିଷୟ ସ୍ଥାନ ପାଇଛି । ୧୯୮୦ ପରେ ପଦକ ଶୂନ୍ୟ ଭାରତୀୟ ହକି ଦଳକୁ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢାଇଲେ । ଏହା ପରେ ଟୋକିଓ ଅଲିମ୍ପିକରେ ବ୍ରୋଞ୍ଚ ପଦକ ଜିତିଲା ଭାରତ । ସେ ସମ୍ପର୍କରେ ଡକ୍ୟୁମେଣ୍ଟ୍ରି ଫିଲ୍ମରେ ସ୍ଥାନ ପାଇଛି । ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମଟି ସମସ୍ତ ପଦକ ବିଜେତା ହକି ଖେଳାଳି ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ସ୍ୱାଧୀନତା ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ପରିକଳ୍ପନାରେ ପ୍ରସ୍ତୁତ ହୋଇଛି l ଆଗକୁ ଏହି ଡକ୍ୟୁମେଣ୍ଟ୍ରି ଫିଲ୍ମ ଓଡ଼ିଆ ଭାଷାରେ ଆସିବ ।

ଆମେରିକାରେ ଓଡ଼ିଆମାନଙ୍କ ଦ୍ୱାରା ସ୍ୱାଧୀନତା ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ: ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତ ବାହାରେ ଆମେରିକାର ଆଟ୍‌ଲାଣ୍ଟା ସହରରେ ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ସ୍ୱାଧୀନତା ଦିବସ ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରାଯାଇଛି । ଏହି ଅବସରରେ ଓଡ଼ିଆ ଭାଇଭଉଣୀମାନେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବୀରପୁତ୍ର ପାଇକମାନଙ୍କର ତ୍ୟାଗ ଓ ବଳୀଦାନକୁ ପାଇକ ନୃତ୍ୟ ମାଧ୍ୟମରେ ଖୁବ୍ ନିଖୁଣତାର ସହିତ ପ୍ରଦର୍ଶନ କରିଛନ୍ତି । ଏହା ସହିତ ସମ୍ବଲପୁରୀ ଲୋକନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ସ୍ୱାଧୀନତା ଦିବସର ଏହି ଶୁଭ ଅବସରରେ ଭାରତୀୟ ହିନ୍ଦୀ ସିନେ କଳାକାର ନେହା ଧୁପିଆଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ପ୍ରଦର୍ଶିତ ଓଡ଼ିଆ ଲୋକନୃତ୍ୟ ବିଦେଶ ମାଟିରେ ବହୁତ ଆଦୃତ ହୋଇଛି ।

 

ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା l

ଉଦଘାଟନ ସମୟରେ ସଂସଦୀୟ  ବ୍ୟାପାର ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ, ସରକାରୀ ଦଳ ମୁଖ୍ୟ ସଚେତନ ପ୍ରଶାନ୍ତ କୁମାର ମୁଦୁଲି, 5-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାନସଭା ସଚିବ ଦାଶରଥି ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ  କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ I

ସୂଚନାଯୋଗ୍ୟ ଯେ, ଏହି ନବନିର୍ମିତ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭର ଉଚ୍ଚତା ହେଉଛି 32 ମିଟର ଓ ଜାତୀୟ ପତାକାର ଲମ୍ବ ହେଉଛି 20 ଫୂଟ ଏବଂ ଓସାର 30 ଫୂଟ l ଏହି ବିଶାଳକାୟ  ସ୍ତମ୍ଭ ଓ ବୃହତ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ l

ଓଡ଼ିଶାରେ ପ୍ରଭାବଶାଳୀ ହେଉନି ଲଘୁଚାପ

ଭୁବନେଶ୍ବର:  ଓଡ଼ିଶାରେ ପ୍ରଭାବଶାଳୀ ହେଉନି ଲଘୁଚାପ। ବାରମ୍ବାର ଦୁର୍ବଳ ହେଉଛି ମୌସୁମୀ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଘନୀଭୂତ ହେବାକୁ ବଳ ପାଉନି। ବଙ୍ଗୋପସାଗର ବ୍ରାଞ୍ଚ ଅପେକ୍ଷା ଆରବ ସାଗର ବ୍ରାଞ୍ଚରେ ସୃଷ୍ଟ ଲଘୁଚାପ ଅଧିକ ଶକ୍ତିଶାଳୀ ହେଉଛି। ଫଳରେ ରାଜ୍ୟରେ ଚଳିତ ମୌସୁମୀ ସିଜିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଜୁନ ୧ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମାତ୍ର ୪ଟି ଲଘୁଚାପ ସୃଷ୍ଟି ହୋଇଛି। କିନ୍ତୁ ମାତ୍ର ଦୁଇଟି ଲଘୁଚାପ ଶକ୍ତିଶାଳୀ ହୋଇ ପ୍ରଭାବ ପକାଇଛି। କିନ୍ତୁ ବାକି ଦୁଇଟି ସ୍ଥଳଭାଗରେ ସୃଷ୍ଟି ହୋଇ ଦୁର୍ବଳ ହୋଇଛି। ଫଳରେ ରାଜ୍ୟରେ ଯେଉଁ ସମୟରେ ଯେତିକି ବର୍ଷାର ଆବଶ୍ୟକତା ରହିଛି ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଦେଇ ଝାଡଖଣ୍ଡ ଅଭିମୁଖେ ଗତି କଲେ ଓଡ଼ିଶାରେ ପ୍ରବଳ ବର୍ଷା ହୁଏ। କିନ୍ତୁ ମାତ୍ର ଦୁଇଟି ଲଘୁଚାପର ଗତି ଏମିତି ଦେଖିବାକୁ ମିଳିଛି ।

ସେପଟେ ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା। ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ କାଲି ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୧୧୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। ୧୭ ଏବଂ ୧୮ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ପଡିବ। ୧୭ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ନରବଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ବଲାଙ୍ଗୀର ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଜୁନ୍ ୧ତାରିଖରୁ ଆଜି ମଧ୍ୟରେ ୭ରୁ ୮ଟି ଲଘୁଚାପ ସୃଷ୍ଟି ହେବା କଥା। ହେଲେ ମାତ୍ର ୪ଟି ସୃଷ୍ଟି ହୋଇଛି। ସେଥିରୁ ମାତ୍ର ଦୁଇଟିରେ ଅଧିକ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୮ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

 

ମହାନାୟକଙ୍କ ମୁହଁରେ ଜାତୀୟ ସଙ୍ଗୀତ

ନନ୍ଦିଘୋଷ ବ୍ୟୁରୋ: ମହାନାୟକଙ୍କ ମୁହଁରେ ଜାତୀୟ ସଙ୍ଗୀତ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଇତିହାସ ଟେକ୍ନୋଲୋଜୀର ଅଦ୍ଭୁତପୂର୍ବ ମିଳନ । ସ୍ବାଧୀନତା ଦିବସରେ ସ୍ବାଧୀନତା ସଂଗ୍ରାମୀ ମହାନ ନାୟକଙ୍କୁ ନେଇ AI  ଏକ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରିଛି । ଏଥିରେ ମହାତ୍ମା ଗାନ୍ଧୀ, ନେହେରୁ, ସୁଭାଷ ବୋଷ, ଆମ୍ବେଦକର, ସରୋଜିନୀ ନାଇଡୁ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ରବୀନ୍ଦ୍ର ନାଥ ଟାଗୋର ମଧ୍ୟ AI ସ୍ବତନ୍ତ୍ର ଏହି ଭିଡିଓରେ ଜନ ଗଣ ମନ ଗାନ କରୁଛନ୍ତି । ଦେଶ ପାଇଁ ଅନେକ ବଳିଦାନ ଦେଇଥିବା ରାଷ୍ଟ୍ରନାୟକଙ୍କ ମୁହଁରେ ଏହି ଜାତୀୟ ସଙ୍ଗୀତ ବେଶ ଜୀବନ୍ତ ଲାଗୁଛି ।

ସ୍ବାଧୀନତା ଦିବସ ଅବସରରେ ଆମେରିକାର ଟାଇମ୍ସ ସ୍କୋଏରରେ ଉନ୍ମୋଚନ ହେବ କୋଣାର୍କ ମନ୍ଦିର ଚକ୍ରର ପ୍ରତିକୃତି

ନନ୍ଦିଘୋଷ ବ୍ୟୁରୋ:  ଭାରତର ସ୍ବାଧୀନତା ଦିବସରେ ଆମେରିକାର ଟାଇମ୍ସ ସ୍କୋଏୟାରରେ ଉନ୍ମୋଚନ ହେବାକୁ ଯାଉଛି କୋଣାର୍କ ମନ୍ଦିରର ଚକ୍ରର ପ୍ରତିକୃତି। ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ଟାଇମ୍ସ ସ୍କୋଏୟାର ଲୋକାର୍ପଣ କରିବେ  । ଓଡ଼ିଶାର କଳା ସଂସ୍କୃତିକୁ ଖୁବ ଭଲ ପାଆନ୍ତି ବିକାଶ ଖାନ୍ନା  । ଜାପାନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୂର୍ବରୁ ପ୍ରସ୍ତୁତ କରିଥିଲେ କୋଣାର୍କ ଚକ୍ର । ସେଠାରେ ବିକାଶ ଖାନ୍ନ ଏହି ଚକ୍ର ଦେଖି ଆତ୍ମ ବିଭୋର ହୋଇପଡିଥିଲେ । ଟାଇମ୍ସ ସ୍କୋଏୟାର ଏହି ଚକ୍ରର ଲୋକାର୍ପଣ ନେଇ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ବିକାଶ ଖାନ୍ନା । ବିଶ୍ବ ଐତିହରେ କୋଣାର୍କ ଚକ୍ରର ସ୍ବତନ୍ତ୍ର ସ୍ଥାନ ରହିଛି  । ଭାରତ ସରକାର ଏବଂ ଇଣ୍ଡୋ ଆମେରିକାନ ଆର୍ଟ୍ସ କାଉନସିଲର ସହଯୋଗ ପାଇଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି କହିଛନ୍ତି ବିକାଶ ଖାନ୍ନା କହିଛନ୍ତି । ପରବର୍ତ୍ତୀ ସମୟରେ ଏହି ଚକ୍ର ନ୍ୟୁୟର୍କରେ ଥିବା ବିକାଶ ଖାନାଙ୍କ ହୋଟେଲରେ ସ୍ଥାନ ପାଇବ ।

 

ନବୀନଙ୍କ ଦାବିକୁ କେନ୍ଦ୍ରର ଅଣଦେଖା,୫ ବର୍ଷ ପୂରିବ ହେଲେ ଏଯାଏଁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଇଲାନି ଅହିଂସା

ଭୁବନେଶ୍ବର: ଯୁଗେ ଯୁଗେ ଅମର ଅହିଂସାର ପୂଜାରୀ ମହାତ୍ମା ଗନ୍ଧୀ। ୫ବର୍ଷ ପୂରିବାକୁ ଯାଉଛି । ହେଲେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଏହି ମହାମନ୍ତ୍ରକୁ ସମ୍ବିଧାନର ମୁଖବନ୍ଧରେ ମିଳିଲାନି ସ୍ଥାନ । ପୂରଣ ହେଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି । ଗାନ୍ଧୀଙ୍କ ସରଳ ଜୀବନ ଯାପନ ବିଶ୍ବକୁ ଚମକାଇ ଦେଇଛି । ସମାନ ଭାବେ ଦୀର୍ଘ ବର୍ଷ ଧରି କ୍ଷମତା ଓ ଶାସନରେ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଜୀବନଶୈଳୀ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କୋଟିଏ ଦସ୍ତଖତ ସମ୍ବଳିତ ଓଡ଼ିଶାର ଆବେଗକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି ।

ଆଣ୍ଠୁ ଉପରକୁ ଲୁଗା, ଫୁଙ୍ଗୁଳା ଦେହ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶା ଖୋଲିଥିଲା ମହାତ୍ମାଙ୍କ ଆଖି। ଓଡ଼ିଶାର ଦାରିଦ୍ର୍ୟତା ଦେଖି ବିଗଳିତ ହୋଇଥିଲା ମହାତ୍ମାଙ୍କ ହୃଦୟ। ପୂର୍ଣ୍ଣ କୁର୍ତ୍ତା ପାଇଜାମା ଛାଡ଼ି ଫୁଙ୍ଗୁଳା ଦେହରେ ମହାତ୍ମା ପିନ୍ଧିଥିଲେ ଆଣ୍ଠୁ ଲୁଚୁନଥିବା ଲୁଗା । ବାପୁଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୦ମସିହାରୁ ଶାସନ ଗାଦିରେ ରହି ବି ଆପଣାଇଛନ୍ତି ସରଳ ଜୀବନଯାପନ। ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ୨୦୧୮ରୁ ସମ୍ବିଧାନର ମୁଖବନ୍ଧରେ ମହାତ୍ମାଙ୍କ ଅହିଂସାକୁ ସ୍ଥାନିତ କରିବାକୁ ଦାବି ହେଉଛି। ଦାବିକୁ ପୂରିବ ୫ବର୍ଷ, ହେଲେ ପୂରଣ ହୋଇନି ମୁଖ୍ୟମନ୍ତ୍ରୀଙ୍କ ଦାବି। କୋଟିଏ ଦସ୍ତଖତ ସମ୍ବଳିତ ଓଡ଼ିଶାର ଦାବିପତ୍ରକୁ କୋଣଠେସା କରି ପକାଇ ଦେଇଛି କେନ୍ଦ୍ର।

ମହାତ୍ମାଙ୍କ ଅବର୍ତ୍ତମାନରେ ଗାନ୍ଧୀଙ୍କ ବିଚାରଧାରା ଆଜି ବି ପ୍ରାସଙ୍ଗିକତା ରଖୁଛି। କ୍ଷମତାର ଅଳିନ୍ଦ ଭିତରେ ରହି ବି ମୁଖ୍ୟମନ୍ତ୍ରୀ ପାଳନ କରୁଛନ୍ତି ଅହିଂସା, ଅସ୍ତେୟ ସମେତ ଗାନ୍ଧୀଜୀଙ୍କ ଏକାଦଶ ମହାମନ୍ତ୍ରକୁ। ଲୋକଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିଆସୁଛନ୍ତି ନବୀନ। । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଗଭୀର ଭାବେ ପ୍ରତିଫଳିତ ହୋଇଛି ମହାତ୍ମା ଗାନ୍ଧୀଙ୍କ ବିଚାରଧାରା। ସେଥିପାଇଁ ରାଜ୍ୟ ପ୍ରଶାସନର ଆଳୟ ଲୋକସେବା ଭବନର ମୁଖ୍ୟ ପ୍ରବେଶରେ ଗାନ୍ଧୀଙ୍କ ପରଶମଣିକୁ ସ୍ଥାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶ ଓ ରାଜ୍ୟ ଏବେ ପ୍ରଗତି ପଥରେ ଆଗେଇ ଚାଲିଛି। ସ୍ବାଧୀନତାର ୭୭ତମ ଦିବସ ଆଜି ଦେଶ ପାଳନ କରୁଛି। କିନ୍ତୁ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଚିନ୍ତା ଓ ଚେତନା ଯୁଗେ ଯୁଗେ ଅମର। ଏବେର କେନ୍ଦ୍ର ସରକାର ଗାନ୍ଧୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଆଗେଇ ନେଇଛନ୍ତି ସତ। ହେଲେ ମହାତ୍ମାଙ୍କ ଅମୂଲ୍ୟ ନିଧି ବୋଲାଉଥିବା ଅହିଂସାକୁ ସମ୍ବିଧାନରେ ସ୍ଥାନ ଦେବା ପାଇଁ କାହିଁକି ପଦକ୍ଷେପ ନେଉନାହନ୍ତି ବୋଲି ପ୍ରଶ୍ନ କରିଛନ୍ତି ବୈଜ୍ଞାନିକ ଓ ବୁଦ୍ଧିଜୀବୀ।

ତ୍ରିରଙ୍ଗାକୁ ସମ୍ମାନ ଦେଇ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି ତ୍ରିରଙ୍ଗାକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ଯିଏ ମୁଖ୍ୟ ବିନ୍ଧାଣି ଥିଲେ, ତାଙ୍କ ବିଚାରକୁ ସମ୍ବିଧାନରେ ସ୍ଥାନ ଦେବାରେ କାହିଁକି ଏତେ କାର୍ପଣ୍ୟ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

 

ବଢିଲା ମୋକିମଙ୍କ ଅଡୁଆ, କଟକ ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ଜେରା ଆରମ୍ଭ

କଟକ : କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦୀୟ ବୟାନ ପାଇଁ ଦଳ ତାଙ୍କୁ ଏକଘରକିଆ କରିଛି । ଦଳ ପାଇଁ ସେ ଅଲୋଡା ହୋଇପଡିଥିବା ବେଳେ ଏବେ କଟକ ବାରବାଟୀ ନିର୍ବାଚନ ଅନିୟମିତତା ମାମଲା ଘାଣ୍ଟିଲାଣି । ବେଆଇନ ଭାବେ ଜଳାଶୟ ଜମି ପୋତିବାଠାରୁ ଆରମ୍ଭ କରି ଓ.ଆର ଏଚ.ଡି.ସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଘଟଣାରେ ପାଣି ପିଇଲେଣି ବିଧାୟକ । ୨୦୧୯ ବିଧାନସଭା ନିର୍ବାଚନରେ କରିଥିବା ଅନିୟମିତତା ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଅଡୁଆ ଯେମିତି ବିଧାୟକ ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନାହିଁ ।

ସୋମବାରଠାରୁ ଆରମ୍ଭ ହୋଇଛି ନିର୍ବାଚନୀ ଅନିୟମିତତା ମାମଲାରେ ଜେରା ଆରମ୍ଭ ହୋଇଥିବାବେଳେ ବାରବାଟୀ ବିଧାୟକ ହାଇକୋର୍ଟରେ ହାଜର ହୋଇ ଜେରାର ଉତ୍ତର ରଖିଛନ୍ତି  । କୋର୍ଟଙ୍କୁ ଦେଇଥିବା ସତ୍ୟପାଠକୁ ନେଇ ପ୍ରତିପକ୍ଷ ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ତାଙ୍କୁ ପ୍ରଥମ ଦିନ ଜେରା କରିଛନ୍ତି  । ତେବେ ଜେରା ଅସମ୍ପୂର୍ଣ୍ଣ ରହିଛି  । ପରବର୍ତ୍ତୀ ଜେରା ପାଇଁ କୋର୍ଟ ସେପ୍ଟେମ୍ବର ୨୧କୁ ତାରିଖ ଧାର୍ଯ୍ୟ କରିବା ସହିତ ସେଦିନ କୋର୍ଟ ପୁରା ସମୟ ଜେରା ଶୁଣିବେ ବୋଲି ମୋକିମଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି  । ବିଭିନ୍ନ କାରଣରୁ ଏହି ମାମଲାଟିର ଶୁଣାଣି ବିଳମ୍ବିତ ହୋଇଥିବା କୋର୍ଟ ଅନୁଭବ କରିଛନ୍ତି  । ମୋକିମ ମଧ୍ୟ କଳେବଳେ କେସଟିକୁ ବିଳମ୍ବ କରିବା ପାଇଁ ଅପଚେଷ୍ଟା ଜାରି ରଖିଥିବା ଆବେଦନକରି ଦେବାଶିଷ ଅଭିଯୋଗ କରିଆସୁଛନ୍ତି  ।

ଆସନ୍ତୁ ଜାଣିବା ଏହି ନିର୍ବାଚନ ଅନିୟମିତତା କଣ ? 

ମୋକିମଙ୍କ ଗଳାର କଣ୍ଟା ପାଲଟିଛି ନିର୍ବାଚନ ଅନିୟମିତତା । ୨୦୧୯ରେ ବାରବାଟୀ ବିଧାନସଭା ଆସନ ପାଇଁ ଜାତୀୟ କଂଗ୍ରେସ ଦଳରୁ ଇଂଞ୍ଜିନିୟର ମହମ୍ମଦ ମୋକିମ ନୋମିନେସନ ଦଖଲ କରିଥିଲେ  । ଏହି ପକ୍ରିୟାରେ ମୋକିମ ବ୍ୟାପକ ଭାବରେ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଓ ୩୩ର ଉଲ୍ଲଂଘନ କରିଥିଲେ  । ମୋକିମଙ୍କ ପ୍ରଥମ ଭୁଲ ହେଲା ନୋମିନେସନ ପ୍ରେସକ୍ରାଇବ ଫର୍ମ ୨ବିର ବ୍ୟବହାର ପରିବର୍ତ୍ତେ ସ୍ୱପ୍ରସ୍ତୁତ ଫର୍ମରେ ଭରିଥିଲେ ନୋମିନେସନ  । ଯେଉଁଥିରେ ସେ ଫର୍ମର ପାର୍ଟ ଟୁ ସମ୍ପୂର୍ଣ୍ଣ ଓ ପାର୍ଟ ୩-୩ଏର ଆଂଶିକ ଉଚ୍ଛେଦ କରିଦେଇଥିଲେ । ଦ୍ୱିତୀୟ ଭୁଲଟି ହେଲା, ମୋକିମ ଦୁଇ ଏପ୍ରିଲରେ ନୋମିନେସନ ଦାଖଲ କରିଥିବା ବେଳେ ଦେଇଥିବା ସତ୍ୟପାଠରେ ଏହା ୩ ଏପ୍ରିଲ ଥିଲା  । ସେହିପରି ତୃତୀୟ ଭୁଲ ହେଲା,   ମୋକିମ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା ଅପରାଧୀକ ମାମଲା ଓ ସମ୍ପତ୍ତି ତାଲିକା ମିଥ୍ୟା । ନୋମିନେସନ ସତ୍ୟପାଠରେ ORHDC ସଂସ୍ଥାରୁ ଲୋନ ସମ୍ପର୍କରେ କୌଣସି ତଥ୍ୟ ନଥିବା ହେଉଛି ଚତୁର୍ଥ ଭୁଲ । ଏ ସବୁକୁ ଆଧାର କରି ଦେବାଶିଷ ସାମନ୍ତରାୟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନିବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ  । ଆଉ ଏବେ ମାମଲା ଅନ୍ତିମ ପର୍ଯ୍ୟୟରେ ପହଁଞ୍ଚିଛି  । କୋର୍ଟରେ ଅନିୟମିତତା ପ୍ରମାଣିତ ହେଲେ ମୋକିମ ତାଙ୍କ ପଦ ହରାଇବା ନିଶ୍ଚିତ ।

 

କଟକ ସଦର ଥାନା ଶ୍ୟାମସୁନ୍ଦରପୁରରେ ଗୁଳିକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ

କଟଟ: କମିଶନରେଟ୍ ପୁଲିସର ବଡ଼ ସଫଳତା । ଗତ ୮ ତାରିଖରେ କଟକ ସଦର ଥାନା ଶ୍ୟାମସୁନ୍ଦରପୁରରେ ଗୁଳିକାଣ୍ଡ ଘଟଣା ।  ମୁଖ୍ୟ ଅଭିଯୁକ୍ତ ସହିତ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ହେଲେ ଜଗନ ପ୍ରଧାନ, ରାକେଶ ପ୍ରଧାନ ଓ ଶମ୍ଭୁ ଭୋଇ । ମୁଖ୍ୟ ଅଭିଯୁକ୍ତ ଜଗନର ବଡ଼ ଭାଇ ହେଉଛି ରାକେଶ । ରାକେଶ ଓ ଶମ୍ଭୁ ନାଁରେ ପୂର୍ବରୁ ୨୫ଟି ମାମଲା ରହିଥିବାବେଳେ ଜଗନ ନାଁରେ ୧୨ଟି ମାମଲା ରହିଛି । ଅଭିଯୁକ୍ତଙ୍କୁ ଗତ ୧୩ ତାରିଖ ସକାଳେ ବାଙ୍ଗାଲୋରରୁ ଗିରଫ କରାଯାଇଛି  । ଗତ ୮ତାରିଖରେ ପୂର୍ବ ଶତ୍ରୁତାରୁ ଚିନ୍ତାଣିଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ହତ୍ୟାରେ ବ୍ୟବହୃତ ବାଇକ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି  ।