spot_img
Home Blog Page 2835

ପରିବେଶ ମଞ୍ଜୁରୀ ବିଳମ୍ବ ଯୋଗୁଁ ଓଡ଼ିଶାରେ କେତେ ପ୍ରକଳ୍ପ ଅଟକି ରହିଛି; ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ୨୦୨୩ ଜୁନ ସୁଦ୍ଧା ଓଡ଼ିଶାରେ ୧୬ଟି ଭିତ୍ତିଭୂମୀ ବିକାଶ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ଆବେଦନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଓ ଏନଭିରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟିର ଅନୁମୋଦନ ଅପେକ୍ଷାରେ ରହିଛି । ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ନିରଂଜନ ବିଶିଙ୍କ ଏକ ଅଣତାରକା ପ୍ରଶ୍ନର ଲିକ୍ଷିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ।

ସେହିଭଳି ରେଳବାଇ ଆଇନ ଅନୁଯାୟୀ ରେଳ ପ୍ରକଳ୍ପ ପାଇଁ ଏନଭିରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟର ଆବଶ୍ୟକତା ନାହିଁ । ତେବେ ଜଙ୍ଗଲ ସଂରକ୍ଷଣ ଆଇନ ଅନୁଯାୟୀ ରେଳବାଇ ପ୍ରକଳ୍ପରେ ବି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଜରୁରୀ । ପରିବେଶ ମଞ୍ଜୁରୀରେ ବିଳମ୍ବ ଯୋଗୁ ରାଜ୍ୟରେ କେତେ ପ୍ରକଳ୍ପ ଅଟକି ରହିଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ । ଜଙ୍ଗଲ ଜମିରେ ପ୍ରକଳ୍ପ କାର୍ଯ୍ୟ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ପାଇଁ ସରକାରଙ୍କର କଣ ନିୟମ ରହିଛି?

ରାଜଧାନୀରେ ଚାଞ୍ଚଲ୍ୟ, ଗର୍ଭବତୀ ମହିଳାଙ୍କୁ ମାଡ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଗର୍ଭବତୀ ମହିଳାଙ୍କୁ ମାଡ । ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ନଷ୍ଟ ଅଭିଯୋଗ । ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ବର ବସ୍ତିରେ ଅଭାବବନୀୟ ଘଟଣା । ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର । ଭାଇ ଭାଉଜ ଘର ଦେଲେନି କି ଟଙ୍କା ଦେଲେନି । ବାରମ୍ଵାର ସାହି କମିଟିରେ ଗୁହାରି କରିଥିଲେ ମଧ୍ୟ କମିଟି ମୂରବୀ ହନକ୍ ଏବଂ ରାଜେଶ୍ ସମାଧାନ କରିନଥିଲେ।

ଫଳରେ ଭାଉଜ ଏବଂ ତାଙ୍କ ପରିବାର ଲୋକେ ପୂଜାଙ୍କୁ ତଳେ ପକାଇ ଅତର୍କିତ ଆକ୍ରମଣ କରିଥିଲେ । ଛାତି ଏବଂ ପେଟରେ ଶକ୍ତ ଆଘାତ ହେବାରୁ ପୂଜାଙ୍କ ଗର୍ଭ ନଷ୍ଟ ହୋଇଥିଲା । ସେପଟେ ବସ୍ତି ମୁରବୀଙ୍କ ପ୍ରରୋଚନାରେ ଭାଉଜ ଓ ତାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ନିଜର ସର୍ବସ୍ବ ହରାଇଥିବା ପୂଜା ଓ ଚନ୍ଦନ ନ୍ୟାୟ ପାଇଁ ଅଡି ବସିଛନ୍ତି।

ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଦାବି କଲା ୟୁନେସ୍କୋ

ନୂଆଦିଲ୍ଲୀ: ୟୁନେସ୍କୋ ସ୍ମାର୍ଟଫୋନ୍ ବ୍ୟବହାରକୁ ନିଷିଦ୍ଧ ପାଇଁ ଦାବି କରୁଛି । ସମଗ୍ର ବିଶ୍ୱରେ ଏହାକୁ ଲାଗୁ ପାଇଁ ଦାବି କରୁଛି, ୟୁନେସ୍କୋ ବୁଧବାର ପ୍ରକାଶିତ 2023 ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରେଣୀ ଗୃହରେ ଟେକ୍ନୋଲୋଜି ବ୍ୟବହାର ଉପରେ ଅନେକ ଗବେଷଣା କରାଯାଇଥିଲା । ୟୁନେସ୍କୋର ରିପୋର୍ଟ ଅନୁଯାୟୀ  ସ୍ମାର୍ଟଫୋନ୍ ବ୍ୟବହାର ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଖରାପ ।

ସେହିପରି ସ୍ମାର୍ଟଫୋନ୍ ଛାତ୍ରଛାତ୍ରୀଙ୍କ ଧ୍ୟାନକୁ ନଷ୍ଟ କରିପାରେ । ପାଠ ପଢାରେ ଧ୍ୟାନ ଦେଉନାହାନ୍ତି ଛାତ୍ରଛାତ୍ରୀ । ବୁଧବାର ପ୍ରକାଶିତ 2023 ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ରିପୋର୍ଟରୁ ଜଣାପଡିଛି ଯେ ଚାରୋଟି ଦେଶ ମଧ୍ୟରୁ ଜଣେ ପୂର୍ଣ୍ଣ କିମ୍ବା ଆଂଶିକ ସ୍ମାର୍ଟଫୋନ୍ ଉପରେ ନିଷେଧାଦେଶ ପ୍ରଣୟନ କରିସାରିଛି । ବାଂଲାଦେଶ ଏବଂ ସିଙ୍ଗାପୁରରେ ସ୍ମାର୍ଟଫୋନ୍ ଶ୍ରେଣୀଗୃହରେ ନିଷେଧ କିନ୍ତୁ ସମ୍ପୂର୍ଣ୍ଣ ବିଦ୍ୟାଳୟରେ ନୁହେଁ ।

ଫ୍ରାନ୍ସରେ ସ୍ମାର୍ଟଫୋନ୍ ଗୁଡିକ ଶିକ୍ଷାଦାନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । କିମ୍ବା ଭିନ୍ନକ୍ଷମ ପିଲାମାନଙ୍କୁ ସହାୟତା କରିବା ପାଇଁ ବ୍ୟବହୃତ ହୁଏ ।ବିଦ୍ୟାଳୟରେ ଶିକ୍ଷାକୁ ସମର୍ଥନ କରିବାରେ କେବଳ ବୈଷୟିକ ଜ୍ଞାନର ସ୍ପଷ୍ଟ ଭୂମିକା ରହିଛି ବୋଲି ମିଳିତ ଜାତିସଂଘର ଶିକ୍ଷା ଏବଂ ବିଜ୍ଞାନ ଏଜେନ୍ସି କହିଛି । ବେଲଜିୟମ, ସ୍ପେନ୍ର ଟୁଡି ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରେଣୀଗୃହରୁ ଫୋନ୍ ହଟାଯିବାବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ଉନ୍ନତ ହୋଇଥିଲା, ବିଶେଷ କରି ଯେଉଁମାନେ ପୂର୍ବରୁ ସଂଘର୍ଷ କରୁଥିଲେ ।

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯବାନ, ଭାଇରାଲ୍ ହେଉଛି ମୃତ୍ୟୁ ପୂର୍ବର ଶେଷ ରିଲ୍ସ

ଗଞ୍ଜାମ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯବାନ। ମୃତ ଯବାନ ହେଲେ ଗଞ୍ଜାମ ଜିଲ୍ଲା କୁଶରାବ ଗାଁର ଜିତେନ୍ଦ୍ର ପାଢ଼ୀ। ମୃତ୍ୟୁ ପୂର୍ବରୁ ଏଥିଲା ଜିତେନ୍ଦ୍ରଙ୍କ ରିଲ୍ସ ଭିଡିଓ । ହସ ଖୁସିରେ ଗାଡ଼ିରେ ମୋବାଇଲ ଧରି ରିଲ୍ସ କରିଥିଲେ। ହେଲେ କିଏ ଜାଣିଥିଲା ସେହି କିଛି ସମୟ ପରେ ତାଙ୍କ ପାଇଁ କାଳ ବାଟ ଜଗିକି ବସିଛି ।

ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ଠାରେ ଗତକାଲି ଅପରାହ୍ନରେ ଏକ ଯାତ୍ରୀବାହି ବସ ଧକ୍କାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ସେ ପଞ୍ଜାବରେ ଚାକିରି କରୁଥିବା ବେଳେ ଏକ ମାସ ପାଇଁ ଛୁଟିରେ ଆସିଥିଲେ । ଗତକାଲି ବାଇକରେ ଯିବା ବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା । ରିଲ୍ସ କରୁକରୁ ତାଙ୍କର ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆଜି ଜିତେନ୍ଦ୍ରଙ୍କ ଶବ ବ୍ୟବଛେଦ ପରେ ବିଏସଫ ଯବାନ ତାଙ୍କ ଘରେ ପହଞ୍ଚିଥିଲେ । ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି ଦୁର୍ଘଟଣା! ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ମହିଳା କମିଶନର

ଭୁବନେଶ୍ୱର: ବସରେ ପ୍ରଥମ ମହିଳା ଯାତ୍ରୀ ଚଢ଼ିଲେ ହେଉଛି ଦୁର୍ଘଟଣା! କାହିଁକି ଇଞ୍ଜିନ ଉପରେ ବସିବାକୁ ମହିଳାଙ୍କୁ ମନା ? ବସ୍ କର୍ମଚାରୀ ଓ ମାଲିକଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ଶୁଣନ୍ତୁ କ’ଣ କହୁଛନ୍ତି ସେମାନେ…

ବସ ଯାତ୍ରା ଆରମ୍ଭ କରିବା ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବ, ଦୁର୍ଘଟଣା ହେବ । ବସ କର୍ମଚାରୀ ଓ ମାଲିକ ଏଭଳି ଅନ୍ଧବିଶ୍ୱାସର କବଳିତ ହେବା ହୋଇ ମହିଳାଙ୍କୁ ଅପମାନିତ କରିବା ଘଟଣାକୁ ରାଜ୍ୟ ମହିଳା କମିଶନଙ୍କ ସାମ୍ନାକୁ ଆଣିଛନ୍ତି ସାମାଜିକ କର୍ମୀ ଘାସିରାମ ପଣ୍ଡା । ଏଭଳି କୁଶ୍ଚିତ ଘଟଣା ଘଟୁଥିବା ନେଇ ପ୍ରମାଣ ପାଇବା ପରେ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ । ତୁରନ୍ତ ଗାଡ଼ିରେ ସଚେତନତା ମୂଳକ ପୋଷ୍ଟର ଲଗାଇବା ସହ ସରପ୍ରାଇଜ ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଭଳି ନିଷ୍ପତ୍ତିକୁ ମାନିବାକୁ ନାରାଜ ବସ କର୍ମଚାରୀ । ତାଙ୍କର କହିବା କଥା ମୁତାବକ ଋତୁସ୍ରାବ ଯୋଗୁଁ ମହିଳା ପ୍ରଥମେ ଗାଡ଼ିରେ ଚଢ଼ିଲେ ବିଘ୍ନ ଘଟିବାର ଅନେକ ଉଦାହରଣ ରହିଛି । ତେଣୁ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଦରକାର। ସେପଟେ ମହିଳା ଯାତ୍ରୀଙ୍କର କହିବା କଥା ହେଉଛି ଅନେକ ସମୟରେ ସେମାନଙ୍କୁ ଅପମାନିତ କରାଯାଉଛି । ଯଦି ଟ୍ରେନରେ ଲୋକ ପାଇଲଟ ମହିଳା ରହି ପାରୁଛନ୍ତି, ଫ୍ଲାଇଟରେ ପାଇଲଟ ମହିଳା ରହୁଛନ୍ତି ତେବେ ବସରେ ପ୍ରଥମ ଯାତ୍ରୀ କାହିଁକି ଜଣେ ମହିଳା ହୋଇପାରିବେନି ?

ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆଜି ଓଡ଼ିଶା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି । ନିର୍ଦ୍ଧାରିତ ସମୟରେ ପହଞ୍ଚି ଏକ ଶାନ୍ତ ପରିବେଶରେ ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଜେଇ ମେନ ସିଭିଲ ପ୍ରଶ୍ନପତ୍ର ଡିଲ୍ ମାମଲା; ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର

ଭୁବନେଶ୍ୱର: ଜେଇ ମେନ ସିଭିଲ ପ୍ରଶ୍ନପତ୍ର ଡିଲ୍ ମାମଲା। ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର। କୋଲକାତାର ଏକ ପ୍ରେସ କର୍ମଚାରୀଙ୍କ ସହଯୋଗରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଯେକୌଣସି ପରୀକ୍ଷାର ପ୍ରଶ୍ନପତ୍ର ମିଳିଲେ ତାକୁ ଲିକ୍ କରୁଥିଲେ ଅଭିଯୁକ୍ତ। ମାଷ୍ଟରମାଇଣ୍ଡର ସଂପର୍କୀୟ ହେଉଛି ପ୍ରିଣ୍ଟିଂ ପ୍ରେସର ଅଭିଯୁକ୍ତ। ଏନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

ବିହାରରୁ ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ସମେତ ୮ଜଣଙ୍କୁ ବାନ୍ଧିଛି ପୋଲିସ। ଓଡ଼ିଶାରୁ କୌଣସି ଅଧିକାରୀଙ୍କ ରାକେଟରେ ସଂପୃକ୍ତି ନାହିଁ । ଓଡ଼ିଶାରୁ ଗିରଫ ହୋଇଥିବା ଲୋକ ମଧ୍ୟସ୍ଥି କାମ କରୁଥିଲେ। ପ୍ରଥମେ ବିହାର ଓ ମଧ୍ୟପ୍ରଦେଶରେ ପ୍ରଶ୍ନପତ୍ର ଲିକ୍ କରିଥିଲା ଅଭିଯୁକ୍ତ। ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।

ମଣିପୁରରେ ବିପ୍ଳବର ସ୍ବର, ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ନ୍ୟୁଜପେପର ଛାପୁଛନ୍ତି କୁକୀ ସମ୍ପ୍ରଦାୟ

ଇମ୍ଫାଲ: ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ । ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ନିଜସ୍ବ ଖବରକାଗଜ ଛାପୁଛନ୍ତି କୁକୀ ସମୁଦାୟ । କୁକୀ ଆଦିବାସୀ ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ଜଲେନ ଅଗିନ (ବିପ୍ଳବର ସ୍ବର) ନାମରେ ଏକ ପେପର ପ୍ରିଣ୍ଟ କରାଯାଉଛି । ସାମ୍ପ୍ରଦାୟିକ ହିଂସାରେ ଜଳୁଛି ମଣିପୁର । କୁକୀ-ମିତେଇ ସମୁଦାୟ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ହତ୍ୟା, ଦୁଷ୍କର୍ମ, ପୋଡ଼ାଜଳା ଆଦି ଅନେକ ବର୍ବର ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ ଘଟଣା ଲୋକଲୋଚନକୁ ଆସିପାରୁନି । ଏଭଳି ଅନେକ ଘଟଣା ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବାକୁ ନିଜସ୍ୱ ଖବରକାଗଜ ଛାପୁଛନ୍ତି କୁକୀ ସମୁଦାୟ । କିଛି ଗୁରୁତ୍ବପୂର୍ଣ୍ଣ ଖବର ସଂଗ୍ରହ କରି ଏକ ହଜାର ଲେଖାଏଁ କପି ଛପାଯାଉଛି । ଏହି କପି ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ ଲୋକମାନଙ୍କୁ ରାଜ୍ୟର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଉଛି ବୋଲି ଆସିଷ୍ଟାଣ୍ଟ ଏଡିଟର ହାଓପୁ କହିଛନ୍ତି । ରାଜ୍ୟର ସ୍ଥିତି ସହ ଦେଶ ବିଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଖବର ଛାପି ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଉଛନ୍ତି ସ୍ବେଚ୍ଛାସେବୀ ।

ସମୁଦ୍ର ମଝିରେ ହୁତୁ ହୁତୁ ଜଳିଲା ସିପ୍

ନୂଆଦିଲ୍ଲୀ: ସମୁଦ୍ର ମଝିରେ ହୁତୁ ହୁତୁ ଜଳିଲା ସିପ୍ । ପ୍ରାୟ ୩ ହଜାର କାର୍ ନେଇ ଯାଉଥିବା ଏକ କାରଗୋ ସିପ୍ ଜଳିଯାଇଛି । ଡଚ୍ କୋଷ୍ଟରେ ଜାହଜଟି ଜଳିଯାଇଥିବା ବେଳେ ସିପରେ ଥିବା ଜଣେ ଭାରତୀୟ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ସିପରେ ଥିବା ସମସ୍ତ ୨୩ କ୍ରୁମେମ୍ବର ଭାରତୀୟ ଥିବା ଜଣାପଡ଼ିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଜର୍ମାନୀରୁ ମିସ୍ର ଯାଉଥିଲା ଜାହାଜ । ସମୁଦ୍ର ମଝିରେ ନିଆଁ ଲାଗିଯିବା ପରେ କ୍ରୁ ମେମ୍ବର ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଧାରାତିରେ ଡଚ୍ କୋଷ୍ଟୟାର୍ଡକୁ ଡେଞ୍ଜର ଆଲର୍ଟ ପଠାଯିବା ପରେ ନିଆଁକୁ ଆୟତ୍ତ କରାଯାଇଛି ।

ଦିନିକିଆ ବିଶ୍ୱକପ: ଅକ୍ଟୋବର ୧୫ରେ ଖେଳାଯିବନି ଭାରତ-ପାକ୍ ମ୍ୟାଚ୍ !

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଦଳିବ ଭାରତ କ୍ରୀଡାସୂଚୀ । ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ସୂଚୀ । ସୁରକ୍ଷା ଦଷ୍ଟିରୁ ଏହି ହାଇଭୋଲଟେଜ ମ୍ୟାଚ୍ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ଦିନିକିଆ ବିଶ୍ୱକପରେ ଅକ୍ଟୋବର ୧୫ରେ ମୁହାଁମୁହିଁ ହୋଇଥାନ୍ତେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି ଏହି ମହାମୁକାବିଲା । ଏହି ହାଇଭୋଲଟେଜ ମ୍ୟାଚ ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବର ୧୫ରେ ଖେଳାଯିବନି ଭାରତ-ପାକ୍ ମ୍ୟାଚ୍ । ଏହି ନିର୍ଦ୍ଧାରିତ କ୍ରୀଡାସୂଚୀର ଦିନକ ପୂର୍ବରୁ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଅକ୍ଟୋବର ୧୫ରୁ ନବରାତ୍ରୀ ଆରମ୍ଭ ହେଉଛି । ନବରାତ୍ରୀରେ ଅହମ୍ମଦାବାଦରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏକା ସାଙ୍ଗରେ ଦୁଇଟି ବନ ବନ କାର୍ଯ୍ୟକ୍ରମକୁ ସୁରକ୍ଷା ପ୍ରଦାନ କରିବାକୁ ଅହମ୍ମଦାବାଦ ପୋଲିସ ପକ୍ଷେ କଷ୍ଟକର ହୋଇପଡ଼ିବ । ତେଣୁ ଭାରତ-ପାକିସ୍ତାନ ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଛି ଗୁଜରାଟ ପୋଲିସ । ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ ।

ଏହି ବିଷୟରେ ଆଇସିସିକୁ ଲିଖିତ ଭାବରେ ଜଣାଇ ଦେଇଛି ବିସିସିଆଇ । କିନ୍ତୁ ଆଇସିସି ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ନାହିଁ । ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିସିସିଆଇ ସମସ୍ତ କ୍ରିକେଟ୍ ବୋର୍ଡ ସହ ବୈଠକ କରିବ । ତେବେ ଅକ୍ଟୋବର ୧୪ରେ ପାକିସ୍ତାନ ମ୍ୟାଚ୍ ଖେଳିବାକୁ ରାଜି ହେବ କି ନାହିଁ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।