ପରିବେଶ ମଞ୍ଜୁରୀ ବିଳମ୍ବ ଯୋଗୁଁ ଓଡ଼ିଶାରେ କେତେ ପ୍ରକଳ୍ପ ଅଟକି ରହିଛି; ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ୨୦୨୩ ଜୁନ ସୁଦ୍ଧା ଓଡ଼ିଶାରେ ୧୬ଟି ଭିତ୍ତିଭୂମୀ ବିକାଶ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ଆବେଦନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଓ ଏନଭିରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟିର ଅନୁମୋଦନ ଅପେକ୍ଷାରେ ରହିଛି । ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ନିରଂଜନ ବିଶିଙ୍କ ଏକ ଅଣତାରକା ପ୍ରଶ୍ନର ଲିକ୍ଷିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ।

ସେହିଭଳି ରେଳବାଇ ଆଇନ ଅନୁଯାୟୀ ରେଳ ପ୍ରକଳ୍ପ ପାଇଁ ଏନଭିରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟର ଆବଶ୍ୟକତା ନାହିଁ । ତେବେ ଜଙ୍ଗଲ ସଂରକ୍ଷଣ ଆଇନ ଅନୁଯାୟୀ ରେଳବାଇ ପ୍ରକଳ୍ପରେ ବି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଜରୁରୀ । ପରିବେଶ ମଞ୍ଜୁରୀରେ ବିଳମ୍ବ ଯୋଗୁ ରାଜ୍ୟରେ କେତେ ପ୍ରକଳ୍ପ ଅଟକି ରହିଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ । ଜଙ୍ଗଲ ଜମିରେ ପ୍ରକଳ୍ପ କାର୍ଯ୍ୟ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ପାଇଁ ସରକାରଙ୍କର କଣ ନିୟମ ରହିଛି?