ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯବାନ, ଭାଇରାଲ୍ ହେଉଛି ମୃତ୍ୟୁ ପୂର୍ବର ଶେଷ ରିଲ୍ସ

ଗଞ୍ଜାମ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯବାନ। ମୃତ ଯବାନ ହେଲେ ଗଞ୍ଜାମ ଜିଲ୍ଲା କୁଶରାବ ଗାଁର ଜିତେନ୍ଦ୍ର ପାଢ଼ୀ। ମୃତ୍ୟୁ ପୂର୍ବରୁ ଏଥିଲା ଜିତେନ୍ଦ୍ରଙ୍କ ରିଲ୍ସ ଭିଡିଓ । ହସ ଖୁସିରେ ଗାଡ଼ିରେ ମୋବାଇଲ ଧରି ରିଲ୍ସ କରିଥିଲେ। ହେଲେ କିଏ ଜାଣିଥିଲା ସେହି କିଛି ସମୟ ପରେ ତାଙ୍କ ପାଇଁ କାଳ ବାଟ ଜଗିକି ବସିଛି ।

ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ଠାରେ ଗତକାଲି ଅପରାହ୍ନରେ ଏକ ଯାତ୍ରୀବାହି ବସ ଧକ୍କାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ସେ ପଞ୍ଜାବରେ ଚାକିରି କରୁଥିବା ବେଳେ ଏକ ମାସ ପାଇଁ ଛୁଟିରେ ଆସିଥିଲେ । ଗତକାଲି ବାଇକରେ ଯିବା ବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା । ରିଲ୍ସ କରୁକରୁ ତାଙ୍କର ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆଜି ଜିତେନ୍ଦ୍ରଙ୍କ ଶବ ବ୍ୟବଛେଦ ପରେ ବିଏସଫ ଯବାନ ତାଙ୍କ ଘରେ ପହଞ୍ଚିଥିଲେ । ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।