ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଦାବି କଲା ୟୁନେସ୍କୋ

ନୂଆଦିଲ୍ଲୀ: ୟୁନେସ୍କୋ ସ୍ମାର୍ଟଫୋନ୍ ବ୍ୟବହାରକୁ ନିଷିଦ୍ଧ ପାଇଁ ଦାବି କରୁଛି । ସମଗ୍ର ବିଶ୍ୱରେ ଏହାକୁ ଲାଗୁ ପାଇଁ ଦାବି କରୁଛି, ୟୁନେସ୍କୋ ବୁଧବାର ପ୍ରକାଶିତ 2023 ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରେଣୀ ଗୃହରେ ଟେକ୍ନୋଲୋଜି ବ୍ୟବହାର ଉପରେ ଅନେକ ଗବେଷଣା କରାଯାଇଥିଲା । ୟୁନେସ୍କୋର ରିପୋର୍ଟ ଅନୁଯାୟୀ  ସ୍ମାର୍ଟଫୋନ୍ ବ୍ୟବହାର ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଖରାପ ।

ସେହିପରି ସ୍ମାର୍ଟଫୋନ୍ ଛାତ୍ରଛାତ୍ରୀଙ୍କ ଧ୍ୟାନକୁ ନଷ୍ଟ କରିପାରେ । ପାଠ ପଢାରେ ଧ୍ୟାନ ଦେଉନାହାନ୍ତି ଛାତ୍ରଛାତ୍ରୀ । ବୁଧବାର ପ୍ରକାଶିତ 2023 ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ରିପୋର୍ଟରୁ ଜଣାପଡିଛି ଯେ ଚାରୋଟି ଦେଶ ମଧ୍ୟରୁ ଜଣେ ପୂର୍ଣ୍ଣ କିମ୍ବା ଆଂଶିକ ସ୍ମାର୍ଟଫୋନ୍ ଉପରେ ନିଷେଧାଦେଶ ପ୍ରଣୟନ କରିସାରିଛି । ବାଂଲାଦେଶ ଏବଂ ସିଙ୍ଗାପୁରରେ ସ୍ମାର୍ଟଫୋନ୍ ଶ୍ରେଣୀଗୃହରେ ନିଷେଧ କିନ୍ତୁ ସମ୍ପୂର୍ଣ୍ଣ ବିଦ୍ୟାଳୟରେ ନୁହେଁ ।

ଫ୍ରାନ୍ସରେ ସ୍ମାର୍ଟଫୋନ୍ ଗୁଡିକ ଶିକ୍ଷାଦାନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । କିମ୍ବା ଭିନ୍ନକ୍ଷମ ପିଲାମାନଙ୍କୁ ସହାୟତା କରିବା ପାଇଁ ବ୍ୟବହୃତ ହୁଏ ।ବିଦ୍ୟାଳୟରେ ଶିକ୍ଷାକୁ ସମର୍ଥନ କରିବାରେ କେବଳ ବୈଷୟିକ ଜ୍ଞାନର ସ୍ପଷ୍ଟ ଭୂମିକା ରହିଛି ବୋଲି ମିଳିତ ଜାତିସଂଘର ଶିକ୍ଷା ଏବଂ ବିଜ୍ଞାନ ଏଜେନ୍ସି କହିଛି । ବେଲଜିୟମ, ସ୍ପେନ୍ର ଟୁଡି ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରେଣୀଗୃହରୁ ଫୋନ୍ ହଟାଯିବାବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ଉନ୍ନତ ହୋଇଥିଲା, ବିଶେଷ କରି ଯେଉଁମାନେ ପୂର୍ବରୁ ସଂଘର୍ଷ କରୁଥିଲେ ।