ରାଜଧାନୀରେ ଚାଞ୍ଚଲ୍ୟ, ଗର୍ଭବତୀ ମହିଳାଙ୍କୁ ମାଡ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଗର୍ଭବତୀ ମହିଳାଙ୍କୁ ମାଡ । ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ନଷ୍ଟ ଅଭିଯୋଗ । ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ବର ବସ୍ତିରେ ଅଭାବବନୀୟ ଘଟଣା । ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର । ଭାଇ ଭାଉଜ ଘର ଦେଲେନି କି ଟଙ୍କା ଦେଲେନି । ବାରମ୍ଵାର ସାହି କମିଟିରେ ଗୁହାରି କରିଥିଲେ ମଧ୍ୟ କମିଟି ମୂରବୀ ହନକ୍ ଏବଂ ରାଜେଶ୍ ସମାଧାନ କରିନଥିଲେ।

ଫଳରେ ଭାଉଜ ଏବଂ ତାଙ୍କ ପରିବାର ଲୋକେ ପୂଜାଙ୍କୁ ତଳେ ପକାଇ ଅତର୍କିତ ଆକ୍ରମଣ କରିଥିଲେ । ଛାତି ଏବଂ ପେଟରେ ଶକ୍ତ ଆଘାତ ହେବାରୁ ପୂଜାଙ୍କ ଗର୍ଭ ନଷ୍ଟ ହୋଇଥିଲା । ସେପଟେ ବସ୍ତି ମୁରବୀଙ୍କ ପ୍ରରୋଚନାରେ ଭାଉଜ ଓ ତାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ନିଜର ସର୍ବସ୍ବ ହରାଇଥିବା ପୂଜା ଓ ଚନ୍ଦନ ନ୍ୟାୟ ପାଇଁ ଅଡି ବସିଛନ୍ତି।