spot_img
Home Blog Page 2831

ଦନ୍ତା ଭୟରେ ଲୋକେ, ପେଟ୍ରୋଲ ପମ୍ପରେ ପଶି ଭାଙ୍ଗିଲା ହାତୀ

ସମ୍ବଲପୁର: ସମ୍ବଲପୁରରେ ରାତି ହେଲେ ହାତୀ ଭୟ । ହାତୀ ଆକ୍ରମଣରେ ମହିଳା ଗୁରୁତର । ଝାଙ୍କରପାଲି ଗାଁରେ ଘରେ ଶୋଇଥିବା ବେଳେ ମହିଳା ଜଣଙ୍କୁ ଆକ୍ରମଣ କରିଛି ହାତୀ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହାତୀ ଗାଁରେ ପଶି ଏକାଧିକ ଘରଦ୍ବାର ଭାଙ୍ଗିବା ସହ ତୁରୀପଡାରେ ବି ଅନେକ ଘର ଭାଙ୍ଗିଛି ।

ରାତି ହେଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଅଞ୍ଚଳବାସୀ । ସେହିପରି ସମ୍ବଲପୁର ଭବାନୀପାଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏହି ଦନ୍ତା ଭବାନୀପାଲି ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କିଛି ଦୋକାନକୁ ଭାଙ୍ଗିଥିଲା l ଗତକାଲି ବିଳମ୍ୱିତ ରାତିରେ ଭବାନୀପାଲି ଗାଁରେ ଏହି ଦନ୍ତା ହାତୀ ପଶିଥିଲା l ରାତି ସାରା ଗାଁରେ ବୁଲିବା ସହ ଲୋକଙ୍କ ଘରଦ୍ବାର ଏବଂ ଗୋଟିଏ କାର ଭାଙ୍ଗି ଦେଇଥିଲା l ଲୋକେ ହାତୀ ଭୟରେ ରାତିସାରା ଭୟଭିତ ହୋଇ  ରହିଥିବା ଜଣାପଡିଛି l ଏ ଦିଗରେ ବନବିଭାଗକୁ ବାରମ୍ବାର ଖବର ଦେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l

ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ

ଭଦ୍ରକ: ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ଏଥିପାଇଁ ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ ପ୍ରସ୍ତୁତି କରାଯାଇଛି । ଭଦ୍ରକରେ ସମୁଦାୟ ୪୧ ଟି କାଫିଲା ବାହାରିବ ଓ ୭ ଟି କାଫିଲା ସହର ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ । ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିବେ । ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଛି । ଡ୍ରୋନ କ୍ୟାମେରା ସହ, ସିସିଟିଭି ଜରିଆରେ ନଜର ରଖିବ ପୋଲିସ୍ । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସପି ।

ଆଜି ବି ଭିଜିବ ଓଡ଼ିଶା, ଏହି ସବୁ ସ୍ଥାନରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଆଜି ବି ତୁହାକୁ ତୁହା ଭିଜିବ ଓଡ଼ିଶା । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧିରେ ଧିରେ ସାଧାରଣ ଅବସ୍ଥାନକୁ ଫେରୁଛି । ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବର୍ଷା ହେବ । କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।

ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଖଲିଙ୍ଗୀ ପଂଚାୟତ ବାସୁଦେବପୁର ଗାଁରେ ଅଭାବନୀୟ ଘଟଣା ।

ଗତକାଲି ରାତିରେ ଜମି ଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇଙ୍କ ସହ ହୋଇଥିଲା ଝଗଡା । ତେବେ ବଡ଼ ବାପା ପୁଅ ଭାଇର ଶାବଳ ମାଡ଼ ପଡିଥିଲା ଦାଦା କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନଙ୍କ ମୁଣ୍ଡ ପଛପଟେ । ଘଟଣାସ୍ଥଳରେ ଟଳି ପଡିଥିବା ବେଳେ ସଂଗେ ସଂଗେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପାଟପୁର ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ନଉଠାଇଲେ ତଣ୍ଡ ଗଣିବେ ବସ ମାଲିକ

ଭୁବନେଶ୍ୱର: ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସରେ ନଉଠାଇଲେ ତଣ୍ଡ ଗଣିବେ ବସ ମାଲିକ। ଏନେଇ ସମସ୍ତ ଆରଟିଓମାନଙ୍କୁ ଚିଠି ଲେଖିଛନ୍ତି STA ସଚିବ । ମହିଳାଙ୍କୁ ବାରଣ କଲେ ବସ ମାଲିକଙ୍କ ନାଁରେ ଇ-ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଟିଏ ସଚିବ। କେଉଁଠି ଓ କେଉଁ ବସ ମହିଳାଙ୍କୁ ପ୍ରଥମେ ଉଠାଉନାହାନ୍ତି । ସେନେଇ ନିୟମିତ ଯାଞ୍ଚ କରିବାକୁ ସବୁ RTOଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ବସ ଯାତ୍ରା ଆରମ୍ଭ କରିବା ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବା ସହ ଦୁର୍ଘଟଣା ହେବ ବୋଲି ଗାଡ଼ି ମାଲିକ ଓ ଡ୍ରାଇଭର ଅନ୍ଧବିଶ୍ବାସରେ କବଳିତ। ମହିଳାଙ୍କୁ ଅପମାନିତ କରିବା ଘଟଣାକୁ ରାଜ୍ୟ ମହିଳା କମିଶନଙ୍କ ସାମ୍ନାକୁ ଆଣିଥିଲେ ସାମାଜିକ କର୍ମୀ ଘାସିରାମ ପଣ୍ଡା । ଏଭଳି କୁତ୍ସିତ ଘଟଣା ଘଟୁଥିବା ନେଇ ପ୍ରମାଣ ପାଇବା ପରେ ପରିବହନ କମିଶନରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମହିଳା କମିଶନ।

ଚାଲିଛି ଇନଭେଷ୍ଟର୍ସମିଟ; ବିଶ୍ୱରେ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାକୁ ଛୁଟୁଛି ବଡ଼ ନିବେଶ। ଓଡିଶା, ବିଶ୍ବରେ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି। ଆମେରିକାର ସିଲିକନ ଭ୍ୟାଲିରେ ଏକାଧିକ ଏମଏନସିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଟିମ୍ । ୭ ବର୍ଷରେ ୪ ହଜାର ୩୬୦ କୋଟି ଟଙ୍କା ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏଚଡିଆଇ-ପିସିବିର ପ୍ରମୋଟର ପି.ଆର ପଟେଲ। ଏହା ଦ୍ବାରା ୩ ହଜାର ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏଥିସହ ଓଡ଼ିଶାରେ ନିବେଶ ପାଇଁ ବହୁ ଆନ୍ତର୍ଜାତୀୟ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି।

ରାଜ୍ୟରେ ଏଚଡିଆଇ-ପିସିବି ତଥା ହାଇ-ଡେନସିଟି ଇଣ୍ଟରକନେକ୍ଟ ପ୍ରିଣ୍ଟେଡ ସରକିଟ ବୋର୍ଡର ପ୍ରମୋଟର ପିଆର ପଟେଲଙ୍କୁ ଭେଟି ରାଜ୍ୟରେ ନିବେଶ ନେଇ ଆଲୋଚନା କରିଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଯାଇଥିବା ଟିମ୍ । ରାଜ୍ୟ ସରକାର ନିବେଶ ପାଇଁ ଦେଉଥିବା ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସୁବିଧା ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ରାଜ୍ୟ ସରକାରଙ୍କ ଏହି ଟିମ୍| ଏହି ଆଲୋଚନା ପରେ ଏଚଡିଆଇ-ପିସିବି ନିବେଶ ପାଇଁ ପ୍ରସ୍ତୁତ ହେଉଛି। ଏଚଡିଆଇ-ପିସିବି ହେଉଛି ଏକ ପ୍ରକାର ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଯାହା ପାରମ୍ପରିକ ସର୍କିଟ୍ ବୋର୍ଡ ଠାରୁ ତୁଳନାତ୍ମକ ଭାବେ ଅଧିକ ଉପଯୋଗୀ ।

ନିବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ କମ୍ପାନୀର ପ୍ରମୋଟର ପି.ଆର ପଟେଲ ଖୁବଶୀଘ୍ର ଓଡିଶା ଗସ୍ତରେ ଆସିବେ । ରାଜ୍ୟରେ ଆଇଟି, ସେମିକଣ୍ଡକ୍ଟର, ଡିଜାଇନ୍, ଅଟୋମେସନ, ଭିସି, ବୃତ୍ତିଗତ ସେବା ଏବଂ 5G ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ହେବ । ନିବେଶ ପାଇଁ ହୋଇଥିବା ଆଲୋଚନାରେ ଲିଡର୍ସ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍, ଇଣ୍ଟିଗ୍ରେଓନ୍, ସେଲାନୋ, ଇଫାବଲେସ୍ କର୍ପୋରେସନ୍ ଏବଂ ଅନ୍ୟାନ୍ୟ MNC ଅଂଶଗ୍ରହଣ କରିଥିଲେ । ଏଥିସହ କଗ୍ନିଜାଣ୍ଟର ସିଇଓ ରବି କୁମାରଙ୍କ ସହ ଯୋଗାଯୋଗ କରି ରାଜ୍ୟରେ ନିବେଶ ପାଇଁ ଥିବା ବ୍ୟବସ୍ଥା, ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ ରାଜ୍ୟ ସରକାରଙ୍କ ଟିମ୍। ଫାଇଭ-ଜି ଲାନ୍ ବ୍ୟବସ୍ଥା ପାଇଁ ସେଲୋନା କମ୍ପାନୀ ସହ ଆଲୋଚନା କରିଥିଲେ । ଉଚ୍ଚକୋଟିର ନେଟଓ୍ବାର୍କ କନେକ୍ଟିଭିଟି ପାଇଁ ମଧ୍ୟ ତାଙ୍କ ସହ ଆଲୋଚନା ହୋଇଛି ।

ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲେ ଆଉ ଜଣେ ବାବା

ପୁରୀ: ପୁରୀ ବାସେଳି ସାହି ଥାନା ଗୁରୁକୃପା ମଠରେ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ବାବାଙ୍କ ଆକ୍ରମଣରେ ଅନ୍ୟ ଜଣେ ବାବାଙ୍କ ମୃତ୍ୟୁ। କାଠ ଫାଳିଆର ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା। ଆକ୍ରମଣରେ ଅନ୍ୟଜଣେ ବାବା ଆହତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳେ ବାସେଳି ସାହି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତକ ଅର୍ଜୁନ ଦାସ ଓ ତାଙ୍କ ଘର ପଶ୍ଚିମବଙ୍ଗରେ । ହତ୍ୟାକାରୀ ବାବା ହେଲେ ଭଞ୍ଜନଗର ଅଞ୍ଚଳର ରବୀନ୍ଦ୍ର ଜେନା । ପୋଲିସ ରବିନ୍ଦ୍ରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଆକ୍ରମଣରେ ଆହତ ବାବା ଦୟାନିଧିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଉଗ୍ର ରୂପ ନେଉଛି କଂଗ୍ରେସ କନ୍ଦଳ, ଅସନ୍ତୋଷ ଝାଡୁଛନ୍ତି ପୁରୁଖା ନେତା

ଭୁବନେଶ୍ୱର: ଉଗ୍ର ରୂପ ନେଉଛି କଂଗ୍ରେସ କନ୍ଦଳ। ଜୋର ଧରିଲା ସଭାପତି ହଟାଇବା ଦାବି। ଅସନ୍ତୋଷ ଝାଡୁଛନ୍ତି ପୁରୁଖା ନେତା। ମୋକିମ କହିଲେ, ପଦ ଛାଡ଼ନ୍ତୁ ଫେଲ୍ ନେତା। ନେତାଙ୍କ ଅସନ୍ତୋଷକୁ ହାଲକା ଭାବେ ନେଲେ ଶରତ।  କଂଗ୍ରେସ ନିଶାଣରେ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ବିରୋଧରେ ଉଗ୍ର ହେଲାଣି ଦଳର ଗୋଷ୍ଠୀ କନ୍ଦଳ। ପିସିସି ସଭାପତିଙ୍କ କାର୍ଯ୍ୟରେ ଅସନ୍ତୋଷ ଝାଡୁଛନ୍ତି ନିଲମ୍ବିତ ଓ ପୁରୁଖା ନେତା।

ଏପରିକି ପିସିସି ସଭାପତି ଦଳକୁ ସଠିକ ଦିଗରେ ନେଉନଥିବା ନେତା ଖୋଲାଖୋଲି କହିଛନ୍ତି। ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ ସିଧାସଳଖ ପିସିସି ସଭାପତି ପଦ ଛାଡ଼ିବାକୁ ଆହ୍ବାନ କରିଛନ୍ତି। କଂଗ୍ରେସ ଭୋଟ କଂଗ୍ରେସ ନରଖି ପାରିବା ଓ ନିର୍ବାଚନରେ ବାରମ୍ବାର ଦଳ ଫେଲ ମାରିବା ନେଇ ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ମୋକିମଙ୍କ ଯୁକ୍ତି ହେଉଛି ଫେଲ ମାରିଥିବା ନେତା ପଦ ଛାଡ଼ିବା ଦରକାର।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯେପରି ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ ଠିକ ସେହିପରି ବର୍ତ୍ତମାନର ସଭାପତି ଇସ୍ତଫା ଦେବା ଦରକାର ବୋଲି ମୋକିମ ଯୁକ୍ତି ବାଢିଛନ୍ତି। ଅନ୍ୟପଟେ କଂଗ୍ରେସ ସହ ବିଜେପିର ଡିଲ ହୋଇଥିବା ଅଭିଯୋଗ କରି ତେରଚ୍ଛା ବାଣ ମାରିଛନ୍ତି ମୋକିମ। ପିସିସିର ଅସନ୍ତୁଷ୍ଟ ନେତାମାନେ ସଭାପତିଙ୍କ ବିରୋଧରେ ବିଜେପି ସହ ଡିଲ ନେଇ ବର୍ଷିଛନ୍ତି । ଖୁବଶୀଘ୍ର ଏନେଇ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

ଉଦଘାଟିତ ହେଲା ସାଇ ଇଣ୍ଟରନ୍ୟାସନାଲ ମଡେଲ ମିଳିତ ଜାତିସଂଘ ସମ୍ମିଳନୀ ‘ସାଇମୁନ୍’-୨୦୨୩

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆରମ୍ଭ ହୋଇଛି ସାଇ ମଡେଲ ୟୁନାଇଟେଡ ନେସନ୍ ସାଇ ମୁନ-୨୦୨୩ । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ୬ଟି ଦେଶର ୮ଶହରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି ସାମିଲ ହୋଇଛନ୍ତି। ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ପ୍ରଥେମ ଶୁଭେଚ୍ଛା ଜଣାଇବା ସହ ଏଭଳି କାର୍ଯ୍ୟକ୍ରମ ଆମକୁ ବିଶ୍ବ ଶାନ୍ତି, ସମନ୍ବୟ ଏବଂ ଅଭିବୃଦ୍ଧି ପାଇଁ ଏକ ସାଧାରଣ ଆଭିମୁଖ୍ୟ ଖୋଜିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍କୁଲ ପରିସରରେ ବିଜୟ ଉନଡୋର ଷ୍ଟାଡିୟମ୍ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଶ୍ରୀଲଙ୍କା, ଉଗାଣ୍ଡା, ସାଉଦି ଆରବିଆ, ସିରିଆ, ଭୁଟାନ, କେନିୟା, ଇଶ୍ୱାଟିନି, ଇଥୋପିଆ, ମାଲି ଓ ଭାରତ ସହ ସାରା ବିଶ୍ବରୁ ରାଉଣ୍ଡ ସ୍କୋୟାର ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଭୁବନେଶ୍ୱର ଶ୍ରୀହର୍ଷ ମୁକ୍ ବଧିର ସ୍କୁଲ୍ ର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି।

ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର, ହାତ ଓ ଗୋଡ ନଥିବା ଅଭିଯୋଗ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ନାବାଳକର ହାତ ଗୋଡ ନାହିଁ। ତାଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି। ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଗାଡି ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକ।

ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତ ବିଶ୍ବାଳଙ୍କ ଦେହ ସବୁବେଳେ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ। ସେଠାରେ ଥିବା ମା ମଙ୍ଗଳା ପ୍ରତ୍ୟକ୍ଷ ଥିବା ବିଶ୍ବାସ କରୁଥିଲେ। ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିବା ସହ ରାତିରେ ସେଠାରେ ମା’ ପୁଅ ଅଧିଆ ପଡ଼ିଥିଲେ। ରାତିରେ ଉଭୟେ ଶୋଇଥିବା ବେଳେ ସକାଳୁ ଉଠି ପୁଅକୁ ଆଉ ପାଇ ନଥିଲେ ବାସନ୍ତୀ। ବହୁ ଖୋଜାଖୋଜି ପରେ ମଧ୍ୟ ପୁଅ ସଞ୍ଜିତ ନ ମିଳିବା ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଆଜି ବାରିଣୀ ଜଙ୍ଗଲରୁ ସଞ୍ଜିତଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି।