ଦନ୍ତା ଭୟରେ ଲୋକେ, ପେଟ୍ରୋଲ ପମ୍ପରେ ପଶି ଭାଙ୍ଗିଲା ହାତୀ

1 min read

ସମ୍ବଲପୁର: ସମ୍ବଲପୁରରେ ରାତି ହେଲେ ହାତୀ ଭୟ । ହାତୀ ଆକ୍ରମଣରେ ମହିଳା ଗୁରୁତର । ଝାଙ୍କରପାଲି ଗାଁରେ ଘରେ ଶୋଇଥିବା ବେଳେ ମହିଳା ଜଣଙ୍କୁ ଆକ୍ରମଣ କରିଛି ହାତୀ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହାତୀ ଗାଁରେ ପଶି ଏକାଧିକ ଘରଦ୍ବାର ଭାଙ୍ଗିବା ସହ ତୁରୀପଡାରେ ବି ଅନେକ ଘର ଭାଙ୍ଗିଛି ।

ରାତି ହେଲେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଅଞ୍ଚଳବାସୀ । ସେହିପରି ସମ୍ବଲପୁର ଭବାନୀପାଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଏହି ଦନ୍ତା ଭବାନୀପାଲି ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିବା ସହ କିଛି ଦୋକାନକୁ ଭାଙ୍ଗିଥିଲା l ଗତକାଲି ବିଳମ୍ୱିତ ରାତିରେ ଭବାନୀପାଲି ଗାଁରେ ଏହି ଦନ୍ତା ହାତୀ ପଶିଥିଲା l ରାତି ସାରା ଗାଁରେ ବୁଲିବା ସହ ଲୋକଙ୍କ ଘରଦ୍ବାର ଏବଂ ଗୋଟିଏ କାର ଭାଙ୍ଗି ଦେଇଥିଲା l ଲୋକେ ହାତୀ ଭୟରେ ରାତିସାରା ଭୟଭିତ ହୋଇ  ରହିଥିବା ଜଣାପଡିଛି l ଏ ଦିଗରେ ବନବିଭାଗକୁ ବାରମ୍ବାର ଖବର ଦେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ l