ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଖଲିଙ୍ଗୀ ପଂଚାୟତ ବାସୁଦେବପୁର ଗାଁରେ ଅଭାବନୀୟ ଘଟଣା ।

ଗତକାଲି ରାତିରେ ଜମି ଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇଙ୍କ ସହ ହୋଇଥିଲା ଝଗଡା । ତେବେ ବଡ଼ ବାପା ପୁଅ ଭାଇର ଶାବଳ ମାଡ଼ ପଡିଥିଲା ଦାଦା କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନଙ୍କ ମୁଣ୍ଡ ପଛପଟେ । ଘଟଣାସ୍ଥଳରେ ଟଳି ପଡିଥିବା ବେଳେ ସଂଗେ ସଂଗେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପାଟପୁର ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।