ନୂଆଦିଲ୍ଲୀ: ଆଜି ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ କମାଲ କରିବେ ଓଡ଼ିଆ ପୁଅ । ହଙ୍ଗେରୀର ବୁଦାପେଷ୍ଟରେ ହେବ ଜାଭେଲିନ ଫାଇନାଲ ଟକ୍କର । ଫାଇନାଲରେ ଅଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ବିଶ୍ବ ଆଥେଲିଟିକସ୍ ଚାମ୍ପିୟନସିପରେ ସେ ଦମଦାର ପ୍ରଦର୍ଶନ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତରୁ ପ୍ରତିଯୋଗିତାରେ ୩ ଜଣ ଜାଭଲିନରେ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଫାଇନାଲକୁ ଯାଇଛନ୍ତି । ଏହି ତିନି ଜଣ ହେଲେ କିଶୋର ଜେନା, ନିରୋଜ ଚୋପ୍ରା ଓ ଡି.ପି ମନୁ । ୮୦.୫୫ ମିଟର ଜାଭଲିନ୍ ଥ୍ରୋ କରି ଫାଇନାଲ ଟିକେଟ ହାତେଇଛନ୍ତି କିଶୋର ଜେନା । ଡିପି ମନୁ ୮୧.୩୧ ମିଟର ଥ୍ରୋ କରିଥିବା ବେଳେ ନିରଜ ଚୋପ୍ରା ସର୍ବାଧିକ ୮୮.୭୭ ମିଟର ଜାଭଲିନ ଫିଙ୍ଗି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ଡିପି ମନୁ ୬ ନମ୍ବର ଓ କିଶୋର ଜେନା ୯ ନମ୍ବର ତାଲିକାରେ ଅଛନ୍ତି । ତେବେ ଓଡ଼ିଆ ପୁଅଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି 5T ସଚିବ
ନନ୍ଦିଘୋଷ ବ୍ୟୁରୋ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗଞ୍ଜାମ ଗସ୍ତ ସାରି ସିଧାସଳଖ ପୁରୀ ଯାଇଛନ୍ତି 5T ସଚିବ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ ସାରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସାଥିରେ ପୁରୀ ଉପଜିଲ୍ଲାପାଳଙ୍କ ସମେତ ଓବିସିସି ଓ ନିର୍ମାଣକାରୀ ସଂସ୍ଥାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଯୁବପିଢିଙ୍କୁ ବାୟା କରୁଛି ବ୍ରାଉନସୁଗର, ଧଳାଜହର ବେପାରରେ ଗ୍ରାଜୁଏଟ ଓ ଇଞ୍ଜିନିୟରିଂ
ଭୁବନେଶ୍ୱର: ବାୟା କରୁଛି ବ୍ରାଉନସୁଗର । ଗ୍ରାଜୁଏଟ ଓ ଇଞ୍ଜନିୟରିଂ ମୁଣ୍ଡରେ କାରବାର । କାମ କରୁଛି ପଢା ସମୟର ଫ୍ରେଣ୍ଡ ସର୍କଲ । ଇଜିମନି ଓ ଲକଜୁରୀ ଳାଇଫଷ୍ଟାଇଲ ବାଟ କଡାଉଛି । ମୋବାଇଲରେ ହେଉଛି ଡିଲ୍ ଓ ରେଟ୍ ଫିକ୍ସ । ୭ ଦିନରେ ବନ୍ଧା ହେଲେଣି ୩ । ସୁରକ୍ଷା ପାଇଁ ପାଖରେ ରଖୁଛନ୍ତି ଚୋରା ବନ୍ଧୁକ । ରାଜଧାନୀରେ ନିଶା କାରବାରକୁ ବ୍ରେକ ଲଗାଇବାକୁ ଏସଟିଏଫ, ସ୍ପେଶାଲ କ୍ରାଇମ ୟୁନିଟ ଓ ସ୍ପେଶାଲ ସ୍କ୍ବାଡର ସ୍କାନରରେ ଡ୍ରଗ୍ସ ମାଫିଆ । ଅଶ୍ରୁମୋଚନ ରାଉତ । ଶିକ୍ଷାଗତ ଯୋଗ୍ୟାତ ବି-ଟେକ୍ । ଅଭିଳାଶ ମିଶ୍ର, ମେକାନିକାଲ ଇଞ୍ଜିନିୟର ଡିପ୍ଳୋମା । ଏ ଦୁଇ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।
ସନ୍ଦୀପ ନାୟକ, କମର୍ସ ଗ୍ରାଜୁଏଟ୍ । ସନ୍ଦୀପ ସମେତ ୪ ଜଣ ବନ୍ଧା ହୋଇଥିଲେ । ଏମାନଙ୍କ ଠାରୁ ମିଳିଥିଲା କୋଟିଏ ଟଙ୍କାର ଧଳାଜହର । ଗିରଫ ହୋଇଥିବା ୩ ଜଣ ଥିଲେ ଉଚ୍ଚଶିକ୍ଷିତ । ପଶ୍ଚିମବଙ୍ଗରୁ ଧଳା ଜହର ଆଣି ବାଲେଶ୍ବରରରୁ ଭୁବନେଶ୍ବର ରୁଟରେ ଚଲାଇଥିଲେ ବେପାର । କିଏ ହାଇ ଫାଇ ଲାଇଫ ଷ୍ଟାଇଲ ତ ଆଉ କିଏ କମ ସମୟ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ । ଏମାନଙ୍କ ଗିରଫ ପରେ ପୂରା ନେଟୱାର୍କକୁ ଧରିବାକୁ ସ୍ପେଶାଲ ପ୍ଳାନ କରୁଛି ତଦନ୍ତକାରୀ ସଂସ୍ଥା । ଭୁବନେଶ୍ବରରେ ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ହ୍ବାଇଟ ସ୍ପାଇଡର ।
୨୦୨୨ରେ ୧୭୨ ଜଣ ନିଶା ମାଫିଆ ବନ୍ଧା ହୋଇଥିଲେ । ସେମାନଙ୍କ ଠାରୁ ୨ କେଜି ୬୦୦ ଗ୍ରାମ ବ୍ରାଉନ ସୁଗର ଓ ନଗଦ ୭ ଲକ୍ଷ ୬୩ ହଜାର ଟଙ୍କା ଜବତ ହୋଇଥିଲା । ୨୦୨୩ରେ ୭ ମାସରେ ୬୩ ଜଣ ଡ୍ରଗ୍ସ ମାଫିଆ ବନ୍ଧା ହୋଇଛନ୍ତି । ସେମାନଙ୍କ ଠାରୁ ୫୦୦ ଗ୍ରାମ ବ୍ରାଉନସୁଗାର ଓ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି । ସେହିଭଳି ଏସଟିଏଫର ତଥ୍ୟ ଅନୁସାରେ ୨୦୨୦ରୁ ଏବେ ସୁଦ୍ଧା ୭୧ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ ହେରୋଇନ ଓ ୧୧୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୧୭୬ ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି । ଓଡିଶାରେ ନିଶା କାରବାର ରୋକିବା ନେଇ ତଦନ୍ତକାରୀ ସଂସ୍ଥା ଅପରେସନ ଜାରି ରଖିଛି । ଡ୍ରଗ୍ସ ମାଫିଆ ଗିରଫ ଓ ଧଲାଜହର ଜବତ ହୋଉଛି । ହେଲେ ନିଶା କାରବାର ଉପରେ ରୋକ ଲାଗି ପାରୁନି ।

