ଢେଙ୍କାନାଳରେ ମହାଆଡ଼ମ୍ବରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଭସାଣି

ଢ଼େଙ୍କାନାଳ: ଢେଙ୍କାନାଳରେ ଚାଲିଛି ମା ଗଜଲକ୍ଷ୍ମୀଙ୍କ ଭସାଣି । ମେଲାଣି ନେଉଛନ୍ତି ମା’। ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ୨୧ଟି ମେଢ଼ । ଚଳିତ ବର୍ଷ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିବା ବେଳେ, ଅତ୍ୟଧିକ ଶବ୍ଦକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପାରମ୍ପରିକ ବାଜା ଭସାଣିରେ ସାମିଲ ହୋଇଛନ୍ତି । ବିଶେଷ  ଏହାସହ ବହୁ ପାରମ୍ପରିକ ନୃତ୍ୟ ମଧ୍ୟ ଭସାଣି କାର୍ଯ୍ୟକ୍ରମରେ ପରିବେଷଣ ହେବ । ଏକ ନମ୍ବର ମୀନା ବଜାରରେ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପାରମ୍ପରିକ ବାଦ୍ୟ ଯନ୍ତ୍ର ସାଙ୍ଗକୁ ବିଭିନ୍ନ ପଟୁଆରରେ ଚାଲିଛି ଭସାଣ ଉତ୍ସବ । ମା’ଙ୍କୁ ମେଲାଣି ଦିଆଯାଉଥିବାବେଳେ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼ ।