ନନ୍ଦିଘୋଷ ବ୍ୟୁରୋ : ସରି ସରି ଆସୁଛି ରୋଭର ପ୍ରଜ୍ଞାନର ଆୟୁସ । ଆଉ ମାତ୍ର ୬ ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକ ଚିନ୍ତାରେ ରହିଥିବା ବେଳେ ପ୍ରତିଦିନ ରୋଭର ପ୍ରଜ୍ଞାନ କିନ୍ତୁ ଦେଇଚାଲିଛି ଖୁସି ଖବର । ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ଏହାର ରୋଟେସନର ଭିଜୁଆଲ କଏଦ କରିଛି ଲ୍ୟାଣ୍ଡର ଇମେଜ କ୍ୟାମେରା । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।
ଇସ୍ରୋ ସେୟାର କଲା ପ୍ରଜ୍ଞାନର ମଜାଳିଆ ଭିଡିଓ, ଯେମିତି କେହି ଜହ୍ନମାମୁଁ ଅଗଣାରେ ଖେଳୁଛି
ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ ୩ ମିଶନରେ ନିୟୋଜିତ ପ୍ରଜ୍ଞାନ ରୋଭରର ଏକ ନୂଆ ଭିଡିଓ ସାମନାକୁ ଆସିଛି । ଏହି ଭିଡିଓରେ ରୋଭରର ମଜାଳିଆ ଅନ୍ଦାଜ ଦେଖିବାକୁ ମିଳିଛି । ରୋଭର ଗୋଲ୍ ଗୋଲ୍ ଘୁରୁଥିବାର ଭିଡିଓ ଲ୍ୟାଣ୍ଡର ବିକ୍ରମ ଉତ୍ତୋଳନ କରିଥିବା ଚିତ୍ର ଏବେ ଭାଇରାଲ ହେଉଛି ।
ଇସ୍ରୋ ୨୪ ସେକେଣ୍ଡର ଏହି ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଲେଖିଛନ୍ତି ‘‘ସୁରକ୍ଷିତ ମାର୍ଗର ସନ୍ଧାନରେ ରୋଭରକୁ ବୁଲାଯାଇଛି । ଏହି ସମୟରେ ଏକ ସ୍ବତନ୍ତ୍ର ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରିଛି ଲ୍ୟାଣ୍ଡର ବିକ୍ରମ । ଏଭଳି ଅନୁଭବ ହେଉଛି ଯେ କେହି ଶିଶୁ ଜହ୍ନମାମୁଁ ଅଗଣାରେ ମସ୍ତି କରୁଛି ଆଉ ମା ତାକୁ ଦେଖୁଛି, ନୁହେଁ କି ’’?
ସେହିପରି ଇସ୍ରୋକୁ ଆଶା ଦେଲା ରୋଭର ପ୍ରଜ୍ଞାନ । ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।
ବଦଳିବ ମନ୍ଦିର ରୂପରେଖ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି, ଯାଜପୁରରେ 5T ସଚିବଙ୍କ ପ୍ରତିଶ୍ରୁତି
ଯାଜପୁର: ବିକାଶ ପଥରେ ଆଗଉଛି ଯାଜପୁର । ବଦଳିବ ମହାବିନାୟକ ଓ ଚଣ୍ଡୀ ମନ୍ଦିର ରୂପରେଖ । ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି । ଯାଜପୁର ଗସ୍ତରେ ଯାଇ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚି ଲୋକଙ୍କ ଠାରୁ ନେଇଛନ୍ତି ଅଭିଯୋଗପତ୍ର । ସବୁ କଲେଜକୁ 5Tରେ ରୂପାନ୍ତର କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ସହଯୋଗ କଲେ ୬ମାସ ମଧ୍ୟରେ ପିଲାଙ୍କୁ ମିଳିବ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ସୁବିଧା ।
ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମସ୍ୟାର ହେବ ସମାଧାନ । ସେହିପରି ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବେ ଜିଲ୍ଲାପାଳ । ଘରେ ଇଂଜିନିୟର ପହଞ୍ଚି ସମସ୍ତ ବ୍ୟବସ୍ଥା କରିବେ । ମହିଳାଙ୍କ ସହ ଚାଷୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ୧୮ଟି ପଞ୍ଚାୟତରେ ପହଞ୍ଚିବ ପିଇବା ପାଣି । ଘରେ ଘରେ ପିଇବା ପାଣି ପହଞ୍ଚିବା ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି ।
ମାଧେଇପୁର ଜଳସେଚନ ପାଇଁ ୫କୋଟି, ନାଲିଆପୁର ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ବଦଳିବ ମହାବିନାୟକ ଓ ଚଣ୍ଡୀ ମନ୍ଦିର ରୂପରେଖ । ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି 5T ସଚିବ ।
ବଡ଼ଚଣା ପରେ ଧର୍ମଶାଳାରେ ପହଞ୍ଚିଥିଲେ 5T ସଚିବ । ଶଙ୍ଖ ହୁଳହୁଳି ସହ ଫୁଲ ପକାଇ ଭବ୍ୟ ସ୍ବାଗତ କରିଥିଲେ ମହିଳା ଓ ଛାତ୍ରଛାତ୍ରୀ । ସରକାରଙ୍କ ବିଭିନ୍ନ ଯାଜନା ଓ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ୫Tରେ ସାମିଲ ହୋଇଛି ଧର୍ମଶାଳାର ଯୁକ୍ତ ଦୁଇ ଓ ଯୁକ୍ତ ୩ ମହାବିଦ୍ୟାଳୟ । ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇଛି ୩୪୨ କୋଟି ଟଙ୍କା । ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଅନୁଦାନ ମିଳିବ । ସେହିପରି ଜମିଜମା ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । 5T ସଚିବ ଗସ୍ତକୁ ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ସବୁ ଜାଗାରେ ପହଞ୍ଚି ନନଷ୍ଟପ ସମୀକ୍ଷା କରୁଛନ୍ତି 5T ସଚିବ । ବିଞ୍ଝାରପୁର ବରୁଣେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଖୁବଶୀଘ୍ର ମନ୍ଦିରର ରୂପରେଖ ବଦଳିବ ବୋଲି କହିଛନ୍ତି 5T ସଚିବ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ହାତରୁ ଦରଖାସ୍ତ ନେବା ସହ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ୍ । ସବୁ କାମକୁ ସ୍ବଚ୍ଛତାର ସହ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ଯାଜପୁର ଜିଲ୍ଲାରେ ମିଶନଶକ୍ତି ମହିଳା ଭଲ କାମ କରୁଛନ୍ତି । ସେହିପରି ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି 5T ସଚିବ ।
ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ
ଭୁବନେଶ୍ବର: ବୁଧବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପରିବହନ କମିଶନର ଅମିତାଭ ଠାକୁର, ଉନ୍ନୟନ କମିଶନର ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ, ଆାଇନ ବିଭାଗ ପ୍ରମୁଖ ଶାସନ ସଚିବ ଧନେଶ୍ବର ମଲ୍ଲିକ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପୋଲିସ ବିଭାଗ, ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଇଞ୍ଜିନିୟରିଂ ବିଭାଗ, ଶିକ୍ଷା ବିଭାଗ, ଟ୍ରକ-ବସ ମାଲିକ ସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଉପଯୁକ୍ତ ସମନ୍ବୟ ହିଁ ସଡ଼କ ସୁରକ୍ଷା ଦିଗରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ । ଏହାସହ କହିଥିଲେ କି, ସଡ଼କ ସୁରକ୍ଷା ସାରା ଦେଶର ଚିନ୍ତାର ବିଷୟ ମଧ୍ୟ ପାଲଟିଛି ।

