କ୍ରିକେଟର ତିନୋଟି ଯାକ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିଲେ ବାବର

ଇସଲାମବାଦ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍ । ସେ କ୍ରିକେଟର ତିନେଟି ଯାକ ଫର୍ମାଟରେ ଅଧିନାୟକ ରହିଥିବାବେଳେ ଇସ୍ତଫା ଦେଇଛନ୍ତି । ସୋସିଆଲ ମିଡିଆରେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ବାବର ଲେଖିଛନ୍ତି କି, ୨୦୧୯ରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ମୋତେ କଲ ଆସିଥିଲା ମୁଁ ଅଧିନାୟକ ଭାବେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ପଦ ସମ୍ଭଳିଥିଲି । ଏହାରି ଭିତରେ ଦଳର ବହୁ ଉତଥାନ ପତନକୁ ଦେଖିଛି । ମୁଁ ମୋର ପ୍ରଦର୍ଶନ ମାଧ୍ୟମରେ ପାକିସ୍ତାନର ସମ୍ମାନ ରଖିବା ପାଇଁ ଚେଷ୍ଟା କରିଛି । ପାକିସ୍ତାନୀ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି କି, ଅଧିନାୟକ ଛାଡ଼ିବା ଏକ କଷ୍ଟସାଧ୍ୟ କାମ । ମାତ୍ର ଏହା ହେଉଛି ଉଚିତ୍ ସମୟ । ଏଭଳି ନିଜର ଭାବନାକୁ ପୋଷ୍ଟ କରିବା ସହ ଅଧିନାୟକ ପଦ ଛାଡ଼ିଥିବା ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ପାକିସ୍ତାନ ୯ଟି ମ୍ୟାଚରୁ ୫ଟି ହାରି ୪ ମ୍ୟାଚ ଜିତିଥିଲା । ପଞ୍ଚମ ସ୍ଥାନରେ ରହି ବିଶ୍ବକପର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି । ଦଳ ଚଳିତ ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ସମାଲୋଚନାର ଶିକାର ହୋଇଛି । ଆଫଗାନିସ୍ତାନଠାରୁ ଏକ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପାକିସ୍ତାନ । ଏହାସହ ପରବର୍ତ୍ତୀ ମ୍ୟାଚରେ ବିଜୟ ହୋଇଥିଲେ ସୁଦ୍ଧା ସେମି ରେସରୁ ବାଦ ପଡ଼ିଥିଲା ପାକିସ୍ତାନ ।