ଓଡ଼ିଶା ଓ ଭିଏତନାମର ଭିନ୍ ଲଙ୍ଗ୍ ରାଜ୍ୟ ମଧ୍ୟରେ ବୁଝାବଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତନାମ ଭିନ ଲଙ୍ଗ୍ ରାଜ୍ୟ ମଧ୍ୟରେ ବ୍ୟବସାୟ ଭିତ୍ତିକ ବୁଝାମଣାପତ୍ର ସ୍ବାକ୍ଷରିତ । ଇଡକୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମଏସଏମଇ ବିଭାଗର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଅଧ୍ୟକ୍ଷତାରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି । ଓଡ଼ିଶା ସାରାର ଦେଶରେ ଦ୍ବିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇଛି । ସୁଦୃଢ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ବାରା ଓଡ଼ିଶା ଏହି ମାନ୍ୟତା ପାଇଛି । କୃଷି, ପର୍ଯ୍ୟଟ, ଶିଳ୍ପ, ଏମଏସଏମଇ, ଧାତୁ ଓ ଧାତମ ଆଦି ୬ଟି ସେକ୍ଟର ଉପରେ ଗୁରୁତ୍ବ ଦିଆଯାଇଛି । ଏବେ ଏମଏସଏମଇ ଅଧୀନରେ କେମିକାଲ, ଫାର୍ମାସିଟିକାଲ, ପ୍ଲାଷ୍ଟିକ, ସିଫୁଡ ଅଦି ବିଭାଗକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇଡକୋ, ଇପିକଲ ଏବଂ ବାଣିଜ୍ୟ ଓ ରପ୍ତାନୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ଏମଏସଏମଇ ବିଭାଗ ନିଜର ରପ୍ତାନୀ ନୀତି, ଉତ୍ପାଦ ଓ ସମ୍ପୂର୍ଣ୍ଣ ବିଭାଗ ଉପରେ ଏକ ଭିଡ଼ିଓ ଉପସ୍ଥାପନ କରିଥିଲେ ।