ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ

ମୁମ୍ବାଇ: ବିଶ୍ବକପ ସେମିରେ ଭାରତର ଦମଦାର ପ୍ରଦର୍ଶନ। ୫୦ ଓଭରରେ ୪ ଓ୍ବିକେଟ ବିନିମୟରେ ୩୯୭ ରନ କଲା ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ । ଭାରତ ପକ୍ଷରୁ ବିରାଟ ଏବଂ ଶ୍ରେୟସ ଶତକୀୟ ପାଳି ଖେଳିଛନ୍ତି । ସେପଟେ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ରୋହିତ ପ୍ରାରମ୍ଭିକ ଆକ୍ରମଣାତ୍ମକ ଖେଳ ଦଳକୁ ଏକ ବିଶାଳ ସ୍କୋର କରିବାରେ ସକ୍ଷମ କରାଇଛି । ୱାଙ୍ଖଡେରେ ଚାଲିଲା ଭାରତୀୟ ଖେଳାଳିଙ୍କ ବଲ୍ଲା । ଧୂଆଁଧାର ବ୍ୟାଟିଂରେ ଧରାଶାୟୀ କିୱି ଖେଳାଳି। ଛକ୍କା ଚୌକାର ଲଗାତର ବର୍ଷା। ଆଜି ମୁମ୍ବାଇରେ ଚାଲିଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଆଗରେ ବିଶାଳ ୩୯୮।  ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ବିରାଟ ଏବଂ ଶ୍ରେୟସ ଆୟରଙ୍କ ଜବରଦସ୍ତ ଶତକୀୟ ଇନିଂସ ବଳରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ବିଶାଳ ସ୍କୋର ଛିଡା କରିଛି। ବିରାଟ କୋହଲି ସର୍ବାଧିକ ୧୧୭ ରନ କରିଥିଲେ  । ୧୧୩ଟି ବଲରେ ୨ଟି ଛକ୍କା ଓ ୭ଟି ଚୌକା ବଳରେ ୧୧୭ ହାସଲ କରିଥିଲେ ବିରାଟ . ଶ୍ରେୟାସ ଆୟର ଦ୍ବିତୀୟ ସର୍ବାଧିକ ୭୦ଟି ବଲରୁ ବିସ୍ଫୋରକ ବ୍ୟାଟିଂ କରି ୧୦୫ ହାସଲ କରିଥିଲେ ।.