୫୦ତମ ଶତକ ପରେ ଷ୍ଟାଡିୟମରେ ସଚିନଙ୍କୁ ସଲାମ ଏବଂ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ୍ କିସ୍ କଲେ କୋହଲି

ମୁମ୍ବାଇ: ଦିନିକିଆରେ ଶତକ ହାସଲରେ ରେକର୍ଡ କଲେ ବିରାଟ କୋହଲି। ଦିନିକିଆରେ ୫୦ ଶତକ ହାସଲ କରିବା ସହ ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ସଚିନଙ୍କ ରେକର୍ଡର ସମକକ୍ଷ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ତେବେ ୫୦ଶତକ ହାସଲ କରିବା ପରେ ଷ୍ଟାଡିୟମରେ ଖେଳ ଦେଖୁଥିବା ଦୁଇଜଣଙ୍କୁ ଇସାରା କରିଥିଲେ ବିରାଟ । ସଚିନ ବେଶ ଖୁସିର ସହ ଉତ୍ସାହିତ କରିଥିବାବେଳେ ତାଙ୍କୁ ସଲାମ କରିଥିଲେ କୋହଲି । ଏହାସହ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପୂର୍ବ ଭଳି ଫ୍ଳାଇଙ୍ଗ୍ କିସ କରିଥିଲେ ବିରାଟ । ଅନୁଷ୍କା ମଧ୍ୟ ବିରାଟଙ୍କୁ ଫ୍ଲାଇଙ୍ଗ କିସ୍ କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସଚିନ ମଧ୍ୟ କରତାଳି ମାଧ୍ୟମରେ ବିରାଟଙ୍କ ଶତକୀୟ ରେକର୍ଡକୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ସୋସିଆଲ ମିଡିଆରେ ମଧ୍ୟ ନିଜର ସ୍ମୃତିକୁ ବଖାଣିବା ସହ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନା ଥାଉକି, ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ। ବିଶ୍ବକପର ସେମିଫାଇନାଲରେ କ୍ୟାରିଅରର ୫୦ ତମ ଦିନିକିଆ ଶତକ ହାସଲ କଲେ ବିରାଟ କୋହଲି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଏହି ଶତକ ହାସଲ ସହ ବିଶ୍ବର ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି ବିରାଟ କୋହଲି ।ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଅତିକ୍ରମ କଲେ ବିରାଟ କୋହଲି । କ୍ୟାରିଅରର ୨୯୧ତମ ମ୍ୟାଚ୍ ତଥା ୨୭୯ତମ ଇନିଂସରେ କଲେ ମ୍ୟାଚରେ ଏହି ବିଶ୍ଵ ରେକର୍ଡ କରିଛନ୍ତି । ୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିଲେ ପ୍ରଥମ ଶତକ । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ମୋଟ ଶତକ ସଂଖ୍ୟା ୮୦ ଛୁଇଁଲା । ବିରାଟଙ୍କ ନାମରେ ଟେଷ୍ଟରେ ୨୯ ଓ ଟି – ୨୦ରେ ଗୋଟିଏ ଶତକ ରହିଛି । ଦିନିକିଆରେ ପାକିସ୍ତାନ ବିରୁଦ୍ଧରେ ୨୦୧୨ରେ କରିଥିବା ୧୮୩ ହେଉଛି ତାଙ୍କର ସର୍ବାଧିକ ଦିନିକିଆ ସ୍କୋର ।
ଚଳିତ ବିଶ୍ଵକପରେ ଏହା ବିରାଟଙ୍କ ତୃତୀୟ ଶତକ । ଏହି ବିଶ୍ବକପ ରେକର୍ଡ ସହ ଗୋଟିଏ ବିଶ୍ବକପରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ଭାଂଗିଛନ୍ତି ବିରାଟ କୋହଲି। ପୂର୍ବରୁ ସଚିନ ଗୋଟିଏ ବିଶ୍ବକପରେ ସର୍ବାଧିକ ୬୭୩ ରନ କରିଥିଲେ । ସଚିନଙ୍କ ଏହି ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ବିରାଟ କୋହଲି ।