spot_img
Home Blog Page 2770

ଦଳରେ ରହି ଦଳ ବିରୋଧି କାର୍ଯ୍ୟ କରୁଛନ୍ତି ସୌମ୍ୟ ପଟ୍ଟନାୟକ : ଅତନୁ ସବ୍ୟସାଚୀ

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ ପଟ୍ଟନାୟକ । ପୂର୍ବରୁ ଅନେକ ଥର ଏମିତି କରିଛନ୍ତି ଏହା ତାଙ୍କ ପୁରୁଣା ଅଭ୍ୟାସ । ସୌମ୍ୟ ବାବୁଙ୍କ ଲେଖା ର ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି । ସୌମ୍ୟ ବାବୁ କଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି । ବିଗତ ଦିନ ରେ ମଧ୍ୟ ସେ ବ୍ଲାକମେଲ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ, ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା ? ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ତାକୁ ଆମେ ବିରୋଧ କରୁଛୁ । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ।BJD MLA Soumya Ranjan Patnaik Takes A Swipe At Bureaucrats, Says Elected  Reps Are Superior - odishabytes

ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ତାହା ଠିକ ନୁହେଁ । ସୌମ୍ୟ ବାବୁ ଜାଣିବା ଅାବଶ୍ୟକ ଦଳରେ ରହି ଦଲ ବିରୋଧରେ କାର୍ଯ୍ୟ କଲେ ଆଗକୁ ବଢିପାରିବେ କି ? ସୌମ୍ୟ ବାବୁ ଯେଉଁ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତ ଉତ୍ତର ଦେଇପାରିବ ନାହିଁ । ଗୋଟେ ପଥରକୁ ଢେଲା ମାରିଲେ ସେହି ପଥର ପ୍ରତିଫଳିତ ହୋଇ ନିଜ ଆଡକୁ ଆସିବ । ଦଳରେ ରହିକି ଦଳ ବିରୋଧି ମନ୍ତବ୍ୟ ଦେବା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଲେଖିବା ଏହା ଗ୍ରହଣୀୟ ନୁହେଁ । ଏହା ଦଳ ବିରୋଧୀ କାର୍ଯ୍ୟ କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନା ନାହିଁ ତାହା ଦଳ ର ସଭାପତି ନିଷ୍ପତି ନେବେ ।

କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ବର : କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି ଗଣମାଧ୍ୟମରେ ଦେଇଥିଲେ ବିବୃତି । କାରଣଦର୍ଶାଅ ନୋଟିସ ଜାରି କରିଥିଲା ଦଳ । ଜବାବ ନଦେବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ସେପଟେ ଘଟଣାକୁ ନେଇ ମନ୍ମଥ କହିଛନ୍ତି ମୁଁ ପ୍ରଥମେ ଗୋଟେ ଦଳର ବ୍ୟକ୍ତି ହୋଇପାରିବି ନାହିଁ । ଭଲକି ନବୁଝିକି ମୋ ନାଁ ଦେଇଦେଇଥିଲେ କି କଣ, ତ ସେଇଟା ଭୁଲ । ସେମାନେ ଭାବିବାର ଥିଲା ଯେ ମୁଁ ସରକାରୀ ଚାକିରିରେ ଅଛି ପ୍ରାର୍ଥି ହୋଇପାରିବ ନାହିଁ । ଦଳ ପ୍ରଥମେ ଭୁଲ କରିଛି ମୋ ନାଁକୁ ସ୍ଥାନଦେଇକି ଲିଷ୍ଟରେ । ତା ଉପରେ ଆଉ ଏକ ଭୁଲ ମୋତେ ସସପେଣ୍ଟ କରିକି । ଅନ୍ୟପଟେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ । ସେ କହିଛନ୍ତି ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ସମ୍ମାନ ଜଣାଏ କିନ୍ତୁ କିଛି ନ ବୁଝି ନ ଭାବି ମୋତେ ୨୪ ଘଣ୍ଟାର ସମୟ ଦେବା । କାରଣ ମୁଁ ଦଳରେ ନଥିଲି ମୁଁ କି ଉତ୍ତର ଦେବି ।

ମୁଁ ତ କହିଛି ଯେବେ ମୋର ଚାକିରି କାଳ ଶେଷ ହେବ ମୁଁ ନିଶ୍ଚିତ ଯେ କୌଣସି ଦଳରେ ସାମିଲ ହେବି । କିଛି ଦିନ ପୂର୍ବରୁ ମନ୍ମଥ କହିଥିଲେ କଂଗ୍ରେସରୁ ଲଢିବେନି । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢିବେ ବୋଲି କହିଥିଲେ । ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢିବି ବୋଲି ମନ୍ମଥ କହିଥିଲେ । ସେ କହିଛନ୍ତି, ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢିବା ପାଇଁ  । ବାପା ଯାହା କହିଛନ୍ତି ତାହା ତାଙ୍କ ନିଜସ୍ବ ମତ । ଜଟଣୀ ଛଡ଼ା ଆଉ କେଉଁ ଆସନରୁ ଲଢିବି ନାହିଁ  । କେଉଁ ଦଳରୁ ଲଢିବି ସେନେଇ ଆସନ୍ତା ଅକ୍ଟୋବର ମାସରେ ଜଣାଇବି ।

ନର୍ଥକୋରିଆର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବ ଚୀନ

ନନ୍ଦିଘୋଷ ବ୍ୟୁରୋ : ବଢି଼ଲା ଚୀନର ନର୍ଥକୋରିଆ ପ୍ରୀତି । ନର୍ଥକୋରିଆର ପ୍ରତିଷ୍ଠା ଦିବସରେ ଯୋଗଦେବା ଲାଗି ଚୀନର ଉପପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପ୍ୟାଙ୍ଗୟୋଙ୍ଗ ଗସ୍ତ କରିବ ଟିମ୍ । ଆସନ୍ତା ୯ ତାରିଖ ନର୍ଥକୋରିଆର ୭୫ତମ ପ୍ରତିଷ୍ଠା ଦିବସ ହୋଇଥିବାବେଳେ ଦେଶରେ ଏହି ଦିବସକୁ ଭରପୂର ଉତ୍ସାହରେ ପାଳନ କରାଯିବ । ଉପପ୍ରଧାନମନ୍ତ୍ରୀ ଲିଉ ଗୋଉଝୋଙ୍ଗଙ୍କ ନେତୃତ୍ବରେ ଯାଉଥିବା ଏହି ଟିମରେ ସାମିଲ ହେବ ସରକାରଙ୍କ ବହୁ ପଦସ୍ଥ ଅଧିକାରୀ । ପୂର୍ବରୁ ନର୍ଥକୋରିଆର ୭୦ତମ ପ୍ରତିଷ୍ଠା ଦିବସରେ ବି ସାମିଲ ହୋଇଥିଲେ ଗୋଉଝୋଙ୍ଗ । ସେପଟେ ନର୍ଥକୋରିଆକୁ କୌଣସି ପ୍ରକାର ସାମରିକ ସହାୟତା ବନ୍ଦ କରିବା ଲାଗି ଦାବି କରିଛନ୍ତି ସାଉଥ କୋରିଆ ରାଷ୍ଟ୍ରପତି ୟୁନ ସୁକ ଇଓଲ । ଇଣ୍ଡୋନେସିଆ ଜାକର୍ତ୍ତାରେ ଆୟୋଜିତ ଆସିଆନ ସମ୍ମିଳନୀରେ ଏନେଇ ଆହ୍ବାନ ଜଣାଇଛନ୍ତି ୟୁନ । ନର୍ଥକୋରିଆ ଶାସକ କିମ ଜଙ୍ଗ ଉନ୍ ଋଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ଥିବାବେଳେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ସହଭାଗିତା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛି ସାଉଥକୋରିଆ ।

ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ

ଦିଲ୍ଲୀ  : ଦେଶରେ କାହା ସପକ୍ଷରେ ରହିଛି ଜନମତ  । ଏନଡିଏ ନା ଇଣ୍ଡିଆ ମେଣ୍ଟ  । କାହାକୁ ଭରସା କରୁଛନ୍ତି ଦେଶବାସୀ  । ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ । ଗତ ମଙ୍ଗଳବାର ଉପନିର୍ବାଚନ ହୋଇଥିବାବେଳେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ  । ଝାଡଖଣ୍ଡର ଡୁମରି ଓ ବକ୍ସରନଗର, ତ୍ରିପୁରାର ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଶି, ଉତ୍ତରାଖଣ୍ଡର ବାଗେଶ୍ବର ଓ କେରଳର ପୁଥୁପଲ୍ଲୀ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । 5 ଆସନରେ ବିଧାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଜ ଆସନରୁ ଇସ୍ତଫା ଦେଇଛନ୍ତି ।  ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ହେଉଛି ପ୍ରଥମ ନିର୍ବାଚନ ଲଢେଇ ।Bypoll Results 2022: BJP bags 4 out of 7 seats in 6 states, TRS, RJD, Shiv  Sena (Uddhav) win one each - Details! | Zee Business

୪ଟି ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଧୁପଗୁଡି ଓ ପୁଥୁପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଛି । ସେପଟେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ହୋଇଛି । ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ହେବ । କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହୋଇଛନ୍ତି । ଉତ୍ତରପ୍ରଦେଶର ଘୋଶି ଆସନରୁ ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟି, ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହୋଇଛି  । ଉପନିର୍ବାଚନର ଫଳାଫଳ କହିବ ଦେଶବାସୀ ଏନଡିଏ ଓ ଇଣ୍ଡିଆ ମେଣ୍ଟକୁ ଗ୍ରହଣ କରୁଛନ୍ତି  ।

ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ନେତାଜୀ ବସ୍ ଟର୍ମିନାଲ

କଟକ: ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ କଟକ ନେତାଜୀ ବସ୍ ଟର୍ମିନାଲ । ୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନ୍ତର୍ଜାତୀୟ ସ୍ତରର ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ସହ ମୋଟ ୧୫ ଟି ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏ ନେଇ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିଏ ଅଧ୍ୟକ୍ଷ, ସିଏମସି କମିଶନର, ମେୟର, ଜିଲ୍ଲାପାଳଙ୍କ ସହ ପରିବହନ ବିଭାଗ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ, ଛତ୍ର ବଜାର ଅର୍ବାନ ହାଟ, ତାଳଦଣ୍ଡା କେନାଲ ଉପରେ ପାଞ୍ଚଟି ବ୍ରିଜବି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ ହୋଇଛି । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବରଗଡ଼ ଜିଲ୍ଲା ପଦମପୁର ତାଲ ଗାଁରେ ମହେନ୍ଦ୍ରଙ୍କ ଘର ।

ଜନସେବା ପାଇଁ ଚାକିରି ଛାଡ଼ି ଗତ ୨୦୨୨ ନଭେମ୍ବର ୨୫ତାରିଖରେ ସେ ବିଜେଡିରେ ସାମିଲ ହୋଇଥିଲେ । ORS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା । ପଦମପୁର ଉପନିର୍ବାଚନ ସମୟରେ ମହେନ୍ଦ୍ର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗିଥିଲେ । ପରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିଲେ ।

କାଲି ଦିଲ୍ଲୀରେ ପହଞ୍ଚିବେ ବିଶ୍ବର ଟପ୍‌ ନେତା, ଜାଣନ୍ତୁ କିଏ କେତେବେଳେ ଆସିବେ

ନୂଆଦିଲ୍ଲୀ: ଗ୍ରୁପ ୨୦ ସମ୍ମିଳନୀରେ ଯୋଗଦେବା ଲାଗି ନିର୍ଦ୍ଧାରିତ ହୋଇଛି ସମୟ । ଆସନ୍ତାକାଲି ସନ୍ଧ୍ୟା ୬.୫୫ରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅପରାହ୍ଣ ୧.୪୦ରେ ପହଞ୍ଚିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପହଞ୍ଚିବେ ଦିନ ୧୨.୩୦ରେ । ଅପରାହ୍ଣ ୨ଟା ୧୫ରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ।

ରାତି ୭ଟା ୪୫ରେ ଦିଲ୍ଲୀ ଆସିବେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ । ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ । ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପହଞ୍ଚିବ ଶୁକ୍ରବାର ଭୋର ୬ଟା ୨୦ରେ । ୯ ତାରିଖ ସକାଳ ୮ଟାରେ ଆସିବେ ଜର୍ମାନ ଚାନସେଲର ଓଲାଫ ସ୍କଜ । ସେହିପରି ୯ ତାରିଖ ଅପରାହ୍ଣ ୧୨ଟା ୩୫ରେ ପହଞ୍ଚିବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ।

କାଲିଠୁ ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖ ଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରଥମେ ‘ମୋ ସ୍କୁଲ’ର ପ୍ରତିନିଧି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ଥିବା ବିଭିନ୍ନ ପ୍ରକାର ପୁରସ୍କାର ଓ ଏହାର ମନୋନୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ୩୧ ତାରିଖରେ ସୁନ୍ଦରଗଡ, କନ୍ଧମାଳ , ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଥିଲା । ସେହିପରି ୧ ତାରିଖରେ କେନ୍ଦୁଝର, କଟକ, ଜଗତସିଂହପୁର ଓ ଅନୁଗୁଳ, ୨ରେ ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଦେବଗଡ଼, ନୟାଗଡ଼, ବରଗଡ଼, ସମ୍ବଲପୁର, ମାଲକାନଗିରି, ପୁରୀ, ବାଲେଶ୍ୱର ଓ ଯାଜପୁର, ୪ରେ ଭଦ୍ରକ, ନବରଙ୍ଗପୁର, ଝାରସୁଗୁଡା, ଗଜପତି ଓ କଳାହାଣ୍ଡି, ୫ରେ ବଲାଙ୍ଗୀର, ଗଞ୍ଜାମ, କୋରାପୁଟ ଏବଂ ୭ରେ ରାୟଗଡା, ନୂଆପଡା ଓ ଖୋର୍ଦ୍ଧା ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତାକାଲି (ଶୁକ୍ରବାର) ସାରା ରାଜ୍ୟରେ ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମପଞ୍ଚାୟତର ପ୍ରତିନିଧି ଯୋଗ ଦେବେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ । ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ । ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଛାତ୍ରଛାତ୍ରୀ ପୁରସ୍କାର ପାଇଁ ବର୍ତ୍ତମାନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି L ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରରେ ମେଧାବୀ ପୁରସ୍କାର ଦିଆଯିବ । ରାଜ୍ୟସ୍ତରରେ ୫୦ ହଜାର ଟଙ୍କା, ଜିଲ୍ଲାସ୍ତରରେ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଦଶମବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌) ରେସନକାର୍ଡ ହିତାଧିକାରୀ ପରିବାରର, ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପ୍ରଦାନ କରାଯିବ । ପ୍ରତ୍ୟେକ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ପାଇବେ ।

ଚମକିବ ପାର୍କ-ବ୍ୟାୟାମଶାଳା, ମୁକ୍ତା ଯୋଜନାରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

0

ଭୁବନେଶ୍ୱର: ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି ।

ଯୁଗ୍ମ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ 5T ମନ୍ତ୍ରରେ ରାଜ୍ୟର ୧୧୫ଟି ପୌରସଂସ୍ଥାରେ ଥିବା ୨୦୫୫ ଓ୍ବାର୍ଡରେ ମୁକ୍ତା ଯୋଜନାରେ ୫ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଛୋଟ ପାର୍କ, ସର୍ବସାଧାରଣ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ, ଖେଳପଡିଆ, ପାଦଚଲା ରାସ୍ତା, ବହୁମୁଖି କମ୍ୟୁନିଟି ହଲ୍‍ ସହିତ ୩୭ ହଜାରରୁ ଅଧିକ ବର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟ ରହିଛି । ପର୍ଯ୍ୟାୟକ୍ରମେ ଏହାର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ଯୋଜନା ପ୍ରସ୍ତୁତ ହୋଇଛି ।

ଏହି ରକ୍ଷଣା ବେକ୍ଷଣ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠି, ବସ୍ତି ବିକାଶ ସଂଗଠନକୁ ନିୟୋଜିତ ସହିତ ଗୋଷ୍ଠି ସହଭାଗିତାରେ ଏହା କରିବାକୁ  ପଣ୍ଡା ସମସ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ବିଭାଗ ସହିତ ସମନ୍ୱୟ ରକ୍ଷାକରାଯିବା ସହିତ ପୌରସଂସ୍ଥା, ଜନସ୍ୱାସ୍ଥ୍ୟ, ୱାଟ୍କୋଦ ଯନ୍ତ୍ରୀଙ୍କ ସମେତ ମୁକ୍ତା ଟିମ୍‍ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟର ତଦାରଖ କରିବେ । ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ ମିଶନଶକ୍ତି ଓ ଅନ୍ୟ ସଂସ୍ଥାଗୁଡିକୁ ଠିକଣା ସମୟରେ ସେମାନଙ୍କର ପାଉଣା ପ୍ରଦାନ କରାଯିବ । ପୌର ସଂସ୍ଥାଗୁଡିକୁ ପଞ୍ଚଦଶ ଅର୍ଥ କମିଶନରୁ ମିଳିଥିବା ଅନୁଦାନ ଏବଂ ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି ।

ପାକିସ୍ତାନରେ ପଶିଲା ଆତଙ୍କବାଦୀ ସଙ୍ଗଠନ, ଜୀବନ ବଞ୍ଚାଇ ଦୌଡିଲେ ଯବାନ

ଇସଲାମାବାଦ: ପାକିସ୍ତାନର ଚିନ୍ନାଲ ଜିଲ୍ଲାକୁ କବଜା କଲା ଆତଙ୍କବାଦୀ ସଙ୍ଗଠନ ତହରିକ ଏ ତାଲିବାନ ପାକିସ୍ତାନ (ଟିଟିପି) । ହଜାର ହଜାର ସଂଖ୍ୟାରେ ଆତଙ୍କବାଦୀ ଏଠାରେ ପାକିସ୍ତାନୀ ସେନା ଯବାନଙ୍କୁ ବନ୍ଦୀ ରଖିଛନ୍ତି  । ଖୈବର ପାନତୁନଖା ପ୍ରାନ୍ତ ଚିନ୍ନାଲ ଜିଲ୍ଲାରେ ଆକ୍ରମଣ କରି ଅଧିକାଂଶ ଗାଁକୁ ଆତଙ୍କବାଦୀ କବଜା କରିଛନ୍ତି  । ଅନେକ ପାକିସ୍ତାନ ଯବାନଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ଖବର ବି ସାମନାକୁ ଆସୁଛି  ।

ଟିଟିପି ଦାବି କରିଛି ଯେ ବୁଧବାର ଭୋର ୪ଟାରେ ଅପରେସନ ଆରମ୍ଭ କରି ଚିନ୍ନାଲ କବଜା କରିଛି  । ଏଠାରେ ଇଣ୍ଟରନେଟ ସେବା ଖରାପ ଥିବାରୁ ଖୁବଶୀଘ୍ର କବଜା କରିଥିବା ଅଞ୍ଚଳର ଫଟୋ ସେୟାର କରିବ ବୋଲି ଟିଟିପି କହିଛି  । ପାକିସ୍ତାନୀ ସେନାର ୭୫ ଯବାନଙ୍କୁ ସେମାନେ ବନ୍ଧକ ରଖିଛନ୍ତି  । ସେହିପରି ଗୁଳି ବିନିମୟରେ ସେନାର ୧୦ ଯବାନ ପ୍ରାଣ ହରାଇଛନ୍ତି  ।

ରିପୋର୍ଟ ମୁତାବକ ଏହି ଆକ୍ରମଣର ପ୍ରସାରଣ ନ କରିବା ପାଇଁ ପାକିସ୍ତାନୀ ମିଡିଆରେ ପ୍ରତିବନ୍ଧକ ଲଗାଯାଇଛି  । ପାକିସ୍ତାନୀ ସେନା ମିଛ ଖବର ପ୍ରଚାର କରି କହୁଛି ଯେ ଟିଟିପି ଆଫଗାନିସ୍ତାନ କ୍ଷେତ୍ରର ବ୍ୟବହାର କରୁଛି  । ଚିନ୍ନାଲର ସ୍ଥାନୀୟ ବାସିନ୍ଦା ଆମକୁ ଏହା ଜଣାଇବା ପରେ ଆକ୍ରମଣ ହୋଇଛି ବୋଲି ଆତଙ୍କବାଦୀ ସଙ୍ଗଠନ କହୁଛି  । ସେପଟେ ଚିନ୍ନାଲ ବାସିନ୍ଦା ଟିଟିପିକୁ ସମର୍ଥନ କରୁଥିବା ସଙ୍ଗଠନ ଦାବି କରିଛି  ।

 

ପାକିସ୍ତାନ ପିଏମଓ ଓ ସୂଚନା ମନ୍ତ୍ରାଳୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି  । ସେପଟେ ଖିପ୍ରୋ, ସଂଘାର ଓ ସିନ୍ଧରେ ସାମ୍ପ୍ରଦାୟିକ ହିଂସା ମୁଣ୍ଡ ଟେକିଛି । କାପୁରରେ କର୍ବଲାର ୪୦ ତମ ଶ୍ରାଦ୍ଧ ବାର୍ଷିକୀରେ ରାଲି ବାହାରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି  । ସେଠାକାର ବାସିନ୍ଦା ପରସ୍ପରକୁ ଲାଠି ଓ ଟେକା ପଥର ମାଡ କରି ଆକ୍ରମଣ କରୁଛନ୍ତି  ।