ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ

ଭୁବନେଶ୍ୱର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି । ଗତକାଲି ଦ୍ବିତୀୟାର୍ଦ୍ଧରେ ଗୃହ ସ୍ଵାଭାବିକ ଭାବେ ଚାଲିଥିବା ସତ୍ତ୍ୱେ ଆଜି ଗୃହରେ ସରଗରମ ଆଲୋଚନା ହୋଇପାରେ । ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ଦୁଇ ଦିନ ହେବ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ ।

ଗୃହ ସ୍ବାଭାବିକ ଚାଲିଲେ ଶୂନ୍ୟକାଳରେ ଅନେକ ପ୍ରସଙ୍ଗ ଉଠିପାରେ । ସେହିପରି ମୁଲତବୀ ଆଲୋଚନାରେ ଆଦିବାସୀ ଜମି କିଣାବିକାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ।