ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ହରାଇଲା ଭାରତ

1 min read

ବିଶାଖାପାଟଣା: ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟିରେ ଭାରତର ରୋମାଞ୍ଚକର ବିଜୟ । ୨ ଓ୍ବିକେଟରେ ମ୍ୟାଚ୍ ଜିତିଲା ଭାରତ । ପ୍ରଥମ ମ୍ୟାଚ ବିଜୟ ସହ ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୦୯ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଭାରତ ତରଫରୁ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଓ ଇଷାନ କିଶାନ ଧୂଆଁଧାର ବ୍ୟାଟିଂ କରିଥିଲେ । ସୂର୍ଯ୍ୟକୁମାର ୪୨ ବଲରେ ୯ ଚୌକା ଓ ୪ ଛକା ସହାୟତାରେ ୮୦ରନ କରିଥିଲେ । ଇସାନ ୫ ଛକା ଓ ୨ଟି ଚୌକା ସହାୟତାରେ ୫୮ ରନ କରିଥିଲେ । ସେହିପରି ରିଙ୍କୁ ସିଂ ଅପରାଜିତ ୧୪ ବଲରେ ୨୨ରନ କରିଥିଲେ । ଜୟସ୍ବାଲ ୮ଟି ବଲରେ ୨୧ରନ କରି ପାଭିଲିଅନ ଫେରିଥିଲେ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ରନ ସଂଗ୍ର କରିଥିଲା । ଇଂଗଲିସ୍ ମାତ୍ର ୫୦ଟି ବଲରୁ ୧୧୦ ରନ ସଂଗ୍ରହ କରିଥିଲେ । ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ । ସ୍ମିଥ ୪୧ଟି ବଲ ଖେଳି ୫୨ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୮ ରନ କରିଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଜବାବରେ ଗୋଟିଏ ବଲ ବାକିଥାଇ ବିଜୟ ଲାଭ କରିଥିଲେ ଭାରତ ।