spot_img
Home Blog Page 2751

ଅସ୍ଥାୟୀ ପୋଲ ସାଜିଛି ଯାତାୟତର ମାଧ୍ୟମ, ହନ୍ତସନ୍ତ ଗ୍ରାମବାସୀ

ଦେବଗଡ଼: ପକ୍କା ପୋଲ ଭାଙ୍ଗିଯିବା ପରେ ହନ୍ତସନ୍ତ ଗ୍ରାମବାସୀ । ଅସ୍ଥାୟୀ କାଠ ପୋଲ ଦେଇ ଯିବା ଆସିବା କରୁଛନ୍ତି ପିଲାରୁ ବୟସ୍କ। ସେଇ ରାସ୍ତା ଦେଇ ଯିବାକୁ ହୁଏ  ସ୍କୁଲ ଏବଂ ବଜାର । କେତେବେଳେ ଏହି କାଠ ପୋଲ ଭାଙ୍ଗି ଅଘଟଣ ଘଟିବ ତାହା କହିବା ମୁସକିଲ୍ । ଦେବଗଡ଼ ତିଳେଇବଣି ବ୍ଲକ ଦେଓଶୁଙ୍କୁଳି ଗାଁରୁ ଆସିଛି ଏଭଳି ଖବର । ୪ ବର୍ଷ ହେବ ଏଠାରେ ପକ୍କା ପୋଲ ଭାଙ୍ଗିଯିବା ପରେ ଏଇ କାଠ ପୋଲ ସାଜିଛି ଲୋକଙ୍କ ଦୈନ୍ଦନ୍ଦିନ ଯିବା ଆସିବାର ବିପଦପୂର୍ଣ୍ଣ ମାଧ୍ୟମ ।

ଗାଁର ପକ୍କା ପୋଲ ଭାଙ୍ଗିଯିବାରୁ ଧସିବାରେ ଲାଗିଛି ମାଟି ଅତଡ଼ା । ଯାହାଫଳରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନି । ଜରୁରୀକାଳିନ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଉତ୍ପାଦିତ ଧାନ ଚାଉଳ ହେଉ କି ପନିପରିବା ବଜାରକୁ ବିକ୍ରି ପାଇଁ ନେବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ପରେ ବି ଏପର୍ଯ୍ୟନ୍ତ କୌଣସି ସୁବିଧା ହୋଇପାରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁରେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ବିଭାଗୀୟ ମଞ୍ଜୁରୀ ପାଇଁ ପଠା ଯାଇଥିଲେ ମଧ୍ୟ ଅର୍ଥ ଅଭାବ କାରଣରୁ ଏହା ନିର୍ମାଣ କରାଯାଇ ପାରିନଥିବା କହିଛନ୍ତି ତିଳେଇବଣି ବ୍ଲକ ସହକାରୀ ଯନ୍ତ୍ରୀ  ।

 

ଋଣ ପରିଶୋଧ କରିପାରିଲେନି ସନୀ ଦେଓଲ, ଏବେ ଘର ନିଲାମ କରିବ ବ୍ୟାଙ୍କ

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନୀ ଦେଓଲଙ୍କ ବଙ୍ଗଳା ହେବ ନିଲାମ । ସନୀଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଛି ବ୍ୟାଙ୍କ । ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ । ସନୀ ଦେଓଲଙ୍କ ‘ସନୀ ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ । ବ୍ୟାଙ୍କ ପକ୍ଷରୁ ଏନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଛି । ଏହି ଘରର ବେସ୍ ପ୍ରାଇସ ୫୧.୪୩ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । ତେବେ ଗଦ୍ଦର-୨ର ସଫଳତା ପାଇଁ ଚର୍ଚ୍ଚାରେ ଥିବା ସନୀ ଦେଓଲଙ୍କ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଛି । ସନୀ ଦେଓଲ ୨୦୧୬ ମସିହାରେ ଏହି ଘର  ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଥିଲେ । ସନୀଙ୍କ ଉପରେ ଏବେ ବି ୫୬ କୋଟିର ବକେୟା ଅଛି । ଏପରି ସ୍ଥିତିରେ ବ୍ୟାଙ୍କ ନିଜେ ଇ-ଅକ୍ସନ ପାଇଁ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି ।

5T ସଚିବଙ୍କ ଉଦାରତାକୁ ପ୍ରଶଂସା

ଜୟପୁର: 5T ସଚିବ ଙ୍କ ଉପରକୁ କାଳି ମାଡ ଘଟଣା କୁ ନେଇ ରାଜ୍ୟ ସାରା ନିନ୍ଦା କରୁଥିବା ବେଳେ 5T ସଚିବଙ୍କ ଉଦାରତାକୁ ନେଇ ଏବେ ସବୁଠି ପ୍ରସଂଶା । ଗତ କାଲି 5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ ହୋଇଥିବାରୁ ମହିଳାମାନେ ବିଶେଷକରି ବେଶି ଦୁଃଖ ପ୍ରକାଶ କରିଛନ୍ତି । 5T ସଚିବ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରି ବିକାଶକୁ ଦ୍ରୁତ ଗତିରେ ନେଇଛନ୍ତି । SHG ମହିଳା ମାନଙ୍କ ଉନ୍ନତି ସାଙ୍ଗକୁ ସାଧାରଣ ଲୋକଙ୍କ ସହିତ ସିଧା ସଳଖ ଭାବରେ ଆଲୋଚନା କରୁଛନ୍ତି । ଜଳ ସେଚନ ବ୍ୟବସ୍ଥା, ପର୍ଯ୍ୟଟନ ସ୍ଥଳୀର ବିକାଶ , ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରୁଛନ୍ତି । ସାଧାରଣ ଲୋକ 5T ସଚିବଙ୍କୁ ସମସ୍ତ ଜିଲ୍ଲାରେ ସ୍ୱାଗତ କରୁଛନ୍ତି । ଯାହାକୁ ନେଇ ବିରୋଧୀ ଦଳମାନେ ଇର୍ଷା ହେଉଛନ୍ତି । କିନ୍ତୁ 5T ସଚିବଙ୍କ ବିକାଶ ଧାରାକୁ ରୋକିବା ପାଇଁ ବିରୋଧୀ କାଳିମାଡ କରିବା ନେଇ ଉଦବେଗ ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲାର ମହିଳା ମାନେ । ଏହା ପରେ ବି 5T ସଚିବଙ୍କ ଉଦାରତାକୁ ବି ପ୍ରସଂଶା କରିଛନ୍ତି । ଯେଉଁ ବ୍ୟକ୍ତି ଏପରି ଘଟଣା ଘଟେଇଲା ତାକୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ କ୍ଷମା କରିଦେଇଛନ୍ତି । ଏପରି ଉଦାରତାକୁ କୋରାପୁଟ ଜିଲ୍ଲାର ମହିଳା ମାନେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପ୍ରସଂଶା କରିଛନ୍ତି ।

ସୋନପୁର ସହରର ବିଭନ୍ନ ହୋଟେଲରେ ଚଢ଼ାଉ

ସୋନପୁର: ସୋନପୁର ସହରର ବିଭିନ୍ନ ହୋଟେଲରେ ଚଢ଼ାଉ । ସୋନପୁର ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି । ଆଜି ଉପଜିଲ୍ଲାପାଳ ଇପ୍ସିତା ମିଶ୍ରଙ୍କ ନେତୃତ୍ଵରେ ସୋନପୁର ସହରରେ ଥିବା ବିଭିନ୍ନ ହୋଟେଲରେ ଚଢ଼ାଉ ହୋଇଥିଲା । ବେଆଇନ ଭାବେ ରଖାଯାଇଥିବା ୪ଟି ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି ।

5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ଭାସ୍କରଙ୍କ ପରିବାର

ପିପିଲି: 5T ସଚିବ  ଓ ପୋଲିସ କୁ ଧନ୍ୟବାଦ ଜଣାଇଲେ  ଭାସ୍କର ସାହୁଙ୍କ ପରିବାର । କାଳି ମାଡ଼ ସତ୍ତ୍ୱେ ୫ଟି ସଚିବ ମହାନତା ଦେଖାଇ ଭାସ୍କର ସାହୁଙ୍କୁ ଗତକାଲି ରାତିରେ ଛାଡ଼ି ଦେଇଥିବାରୁ ଭାସ୍କରଙ୍କ ପତ୍ନୀ ପ୍ରିୟଙ୍କା ମାନସିଂ ଧନ୍ୟବାଦ ଜଣାଇଛନ୍ତି ।  ଜନ ସାଧାରଣଙ୍କ  ସମସ୍ୟା ପାଇଁ ଭାସ୍କର ଲଢେ଼ଇ ଜାରି ରଖିଥିବା ବେଳେ ଲୋକଙ୍କ ସମସ୍ୟା ପାଇଁ ଏଭଳି ପଦକ୍ଷେପ ନେଇ ଥାଇ ପାରନ୍ତି ବୋଲି କହିଛନ୍ତି ଭାସ୍କରଙ୍କ ଭାଇ । ଅନ୍ୟପଟେ ଭାସ୍କର ଜଣେ ଭଦ୍ର ଓ ଉତ୍ତମ ଚରିତ୍ର ବ୍ୟକ୍ତି ଥିବା ବେଳେ ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ପାଇଁ  ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସ୍ଥାନୀୟ ବିଧାୟକ, ସରପଞ୍ଚ ଓ ବିଭିନ୍ନ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହେବା ପରେ ବିରକ୍ତି ହୋଇ ଏଭଳି ଘଟଣା ଘଟାଇବାକୁ ଭାସ୍କର ପଦକ୍ଷେପ ନେଇ ପାରନ୍ତି ବୋଲି ତାଙ୍କ ସାଙ୍ଗ କହିଛନ୍ତି, ଅନ୍ୟପଟେ ଅଞ୍ଚଳର ଥିବା ସମସ୍ୟା  ସମାଧାନ ପାଇଁ ସରକାର ପଦକ୍ଷେପ ନେବା ପାଇଁ   ଦାବି କରିଛନ୍ତି ।

ଲଖନପୁରରେ 5T ସଚିବଙ୍କ ବିକାଶ ସମୀକ୍ଷା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ 5T ସଚିବ  । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । 5T ସଚିବଙ୍କୁ ପାଖରେ ଦେଖି ଭାବବିହ୍ବଳ ହୋଇ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ । ତାଙ୍କ ନିକଟକୁ ଯାଇ କଥା ହୋଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ 5T ସଚିବ । 5T ସଚିବ କହିଛନ୍ତି, ଲଖନପୁର ବ୍ଲକର ୩୩ଟି  ପଞ୍ଚାୟତର ପ୍ରତିଘରେ ପହଞ୍ଚିବ ପିଇବା ପାଣି । ଏଥିପାଇଁ  ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୩ ମାସ ଭିତରେ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ସେହିପରି ବ୍ରଜରାଜନଗରର ପ୍ରତ୍ୟକ ଘରେ ପାଣି ପହଞ୍ଚିବା ପାଇଁ ୨୯୫ କୋଟି ଖର୍ଚ୍ଚ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ୧୧୩ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ । ୫୦ ହଜାର ଏକର ଜମିରେ ପାଣି ପହଞ୍ଚିବ 5T ସଚିବ ଭି.କେ ପାଣ୍ଡିଆନ କହିଛନ୍ତି ।

ମାଲାବାର ମିଲିଟାରୀ ଏକସରସାଇଜ ଉପରେ ଡ୍ରାଗନର ଆଖି

ନନ୍ଦିଘୋଷ ବ୍ୟୁରୋ: ମାଲାବାର ମିଲିଟାରୀ ଏକସରସାଇଜ ଉପରେ ଡ୍ରାଗନର ଆଖି । ଆମେରିକା, ଭାରତ ଓ ଜାପାନ ପକ୍ଷରୁ ଚାଲିଥିବା ଏହି ସମରାଭ୍ୟାସକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଉପରେ ଶତାଧିକ ସାଟେଲାଇଟ ଚୀନ ମୁତୟନ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ସମ୍ପନ୍ନ ହୋଇଥିବା ଏକ୍ସରସାଇଜ ତଲିସମାନ ସାବ୍ରେ ଉପରେ ବି ଚୀନ ଆଖି ରଖିଥିଲା ବୋଲି କୁହାଯାଇଛି । ଅଷ୍ଟ୍ରେଲିଆର ସିଡନି ଉପକୂଳରେ ହେଉଥିବା ଏହି ସମରାଭ୍ୟାସକୁ ରୟାଲ ଅଷ୍ଟ୍ରେଲିଆନ ନାଭି ହୋଷ୍ଟ କରୁଛି । ଏହି ସମରାଭ୍ୟାସରେ ଚାରିଟିଯାକ ଦେଶର ନୌବାହିନୀ ସାମିଲ ହୋଇଛନ୍ତି । ଗତ ୧୦ ତାରିଖରୁଏହି ସମରାଭ୍ୟାସ ଆରମ୍ଭ ହେବା ପରଠାରୁ ଶତାଧିକ କ୍ଷୁଦ୍ର ଲୋ-ଅରବିଟ ସାଟେଲାଇଚ ଅଷ୍ଟ୍ରେଲିଆ ଉପରେ ମୁତୟନ ଥିବା ସୂଚନା ମିଳିଛି । କୁହାଯାଉଛି ପ୍ରାୟ ୩ ଶହ ସାଟେଲାଇଟ ବିଭିନ୍ନ କାର୍ଯ୍ୟକଳାପ ଉପରେ ନଜର ରଖିଥିବାବେଳେ ଏହି ସମୟ ମଧ୍ୟରେ ସିଡନୀ ବନ୍ଦର ଚାରିପାଖେ ୩ ହଜାରରୁ ଅଧିକ ବିମାନ ଉଡିଛି । ମାଲାବାର ଏକ୍ସରସାଇଜ ଉପରେ ଚୀନ ନଜର ରଖିଥିବା ଜଣାଯାଇଛି । ୨୦୦୭ରେ ଭାରତ ମହାସାଗରକୁ ଚୀନ ଏକ ସ୍ପାଏ ସିପ୍ ପଠାଇଥିବାବେଳେ ୨୦୧୪ରେ ବଙ୍ଗୋପସାଗରକୁ ମଧ୍ୟ ଏକ ସ୍ପାଏ ସିପ୍ ଛାଡିଥିଲା ଡ୍ରାଗନ ।

ସାମ୍ବାଦିକଙ୍କୁ ମାରି ଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲରଙ୍କ ଅଡିଓ

ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ରହିଛି କଣ୍ଟାବାଞ୍ଜି ଉପକାରାଗାର । ବାହାରୁ ନିଶାଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀ ଜେଲ୍ ଭିତରକୁ କେମିତି ଯାଉଛି, ସେନେଇ ଖବର କରିଥିଲେ ସକାଳ ଖବରକାଗଜର କଣ୍ଟାବାଞ୍ଜି ପ୍ରତିନିଧି ରୋହନ ଅମାତ୍। ଖବରକାଗଜରେ ଖବର ପ୍ରକାଶନ ପରେ ଜେଲର ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଏହାକୁ ନେଇ ଅଗ୍ନିଶର୍ମା ହୋଇଥିଲେ ଜେଲର ବିକାଶଲତା ବାରୁ। ଆଉ ବଦଲା ନେବା ପାଇଁ କରିଥିଲେ ପ୍ଲାନ୍। ବାରୁ ମ୍ୟାଡାମଙ୍କ ଘନିଷ୍ଠ ୱେବ ପୋର୍ଟାଲ ସାମ୍ବାଦିକ ପ୍ରମୋଦ ବେହେରାଙ୍କୁ ସକାଳ ପ୍ରତିନିଧିଙ୍କୁ ହତ୍ୟା କରିବାକୁ କହିଛନ୍ତି । ଭାଇରାଲ୍ ଅଡିଓରେ ଜୀବିତ ନଚେତ ମୃତ ସାମ୍ବାଦିକର ମୁଣ୍ଡ ଦର୍କାର ବୋଲି କହୁଛନ୍ତି । ପୂର୍ବରୁ ମଧ୍ଯ ଜେଲର ବିକାଶଲତା ବାରୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଛି  । ମମିତା ମେହେରଙ୍କ ହତ୍ଯାକାରୀ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ଯୁକୁ ନେଇ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଭାଇାରାଲ୍ ଅଡିଓରେ ଜେଲର ଓ ୱାବପୋର୍ଟାଲ ସାମ୍ବାଦିକଙ୍କ ନିବିଡ଼ତା ବି ସ୍ପଷ୍ଟ ବାରି ହେଉଛନ୍ତି । ଭଲ କରି ଶୁଣନ୍ତୁ, ଭାଇରାଲ୍ ଅଡିଓରେ କେମିତି ସାମ୍ବାଦିକଙ୍କୁ ହତ୍ୟା ପାଇଁ କେମିତି ଷଡ଼ଯନ୍ତ୍ର କରୁଛନ୍ତି କଣ୍ଟାବାଞ୍ଜି ଉପକାରାଗାର ଜେଲର ବିକାଶଲତା ବାରୁ ।

ଜୀବିତ ହେଉ କି ମୃତ ମୁଣ୍ଡ ଦରକାର । ଇଏ ହେଉଛି ଜଣେ ଜେଲରଙ୍କ ମୁହଁର ଭାଷା। ଆଉ ଯାହା ପାଇଁ ବାରୁ ମ୍ୟାଡାମ୍ ଏକଥା କହୁଛନ୍ତି, ତାଙ୍କର ଏକ ମାତ୍ର ଭୁଲ୍, ସତ ଦେଖାଇବା । ତେବେ ପ୍ରଶ୍ନ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନାଲିଆଖି କାହିଁକି? ସମାଜ ଓ ଶାସନ ବ୍ୟବସ୍ଥାର ଜାଗ୍ରତ ପ୍ରହରୀ ଭାବେ ସତ ଦେଖାଇବା କଣ ଭୁଲ୍ ? ସତ ସାମନାକୁ ଆଣିବାକୁ କଣ ସାମ୍ବାଦିକଙ୍କୁ ଜୀବନ ଦେବାକୁ ପଡ଼ିବ? ଆଇନଶୃଙ୍ଖଳା ଜଗୁଥିବା ପୋଲିସ ଅଧିକାରୀ ଯଦି ଏଭଳି ସଂଗୀନ ଅପରାଧ ପାଇଁ ଷଡ଼ଯନ୍ତ୍ର କରିବେ, ତାହାଲେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବ କିଏ?

ଡିଆରଡିଓର ଡ୍ରୋନ୍ କ୍ରାସ୍

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ଚିତ୍ରଦୁର୍ଗରେ ଡିଆରଡିଓର ଏକ ଡ୍ରୋନ କ୍ରାସ୍ । ମାନବ ବିହୀନ ଯାନ ବା ୟୁଏଭି ତାପସ କ୍ରାସ କରିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଏହି ଡ୍ରୋନର ପରୀକ୍ଷମୂଳକ ଉଡାଣ ବେଳେ ଏହି ଦୁର୍ଘଟଣା ଘଟିଛି । ଉଡାଣର କିଛି ସମୟରେ ପରେ ଏହା ଚାଷଜମି ଉପରେ ଖସିପଡିଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ବାହିନୀ ସହ ଆଲୋଚନା କରିଛନ୍ତି ଡିଆରଡିଓ କର୍ତ୍ତୃପକ୍ଷ । ଘଟଣାର ତଦନ୍ତ ଜାରି ରହିଛି । ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖିପାରୁଥିବା ତାପସ ବିଏଚ-୨୦୧ ଦୂରଗାମୀ ଡ୍ରୋନ ।

ବିଜେପି କର୍ପୋରେଟରଙ୍କ ଦାଦାଗିରି

ଭୁବନେଶ୍ବର: ବିଜେପି କର୍ପୋରେଟରଙ୍କ ଦାଦାଗିରି। ବିଏମସି ଅଧିକାରୀଙ୍କୁ ଦୁର୍ବ୍ୟବହାର, ଗାଳିଗୁଲଜ। ୨୯ ନମ୍ବର ଓ୍ବାର୍ଡରେ ଜନୈକ ବ୍ୟକ୍ତି ବିଏମସି ଜାଗାରେ ଟ୍ରକ ଟ୍ରକ ବାଲି, ଗୋଡି, ଇଟା, ଚିପ୍ସ ଗଦା କରି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ୨୯ ନମ୍ବର ଓ୍ବାର୍ଡ ଏସଆଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସିଜ୍ କରିବା ସହ ଫାଇନ୍ ପକାଇଥିଲେ। ଏହାକୁ ନେଇ ତମ୍ବିତୋଫାନ୍ କରିଥିଲେ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ। ସେଠାରେ ପହଞ୍ଚି ବିଏମସି ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏପରିକି ପୂର୍ବରୁ ଫୋନ୍ ନକରି ଓ୍ବାର୍ଡରେ ପଶିଲେ ଗୋଡ଼େଇ ଗୋଡ଼େଇ ବାଡ଼େଇବେ ବୋଲି ଖୋଲା ଧମକ ବି ଦେଇଥିଲେ। ଭଲ କରି ଦେଖନ୍ତୁ ଏ ଭିଡିଓ । ଜଣେ ସରକାରୀ ଅଧିକାରୀଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ବିଜେପି କର୍ପୋରେଟର୍। ଏପରିକି ଅପରୂପ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ବିଏମସି ଜାଗାରେ ସାମଗ୍ରୀ ଗଦାଇବା ପାଇଁ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଛି। ତେବେ ପ୍ରଶ୍ନ, ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବାକୁ କେଉଁଠୁ ସାହସ ପାଇଲେ ଅପରୂପ। ଆଗରୁ ଅପରୂପଙ୍କ ନାଁରେ କଣ୍ଟ୍ରାକ୍ଟରଙ୍କୁ କାମ କରେଇ ନଦେବା, ବିଭିନ୍ନ ଜାଗାରୁ ବଟି ମାଗିବା, ମଦ ପିଇ ମାଡ଼ ମରି ଥାନାରେ ଭୁଲମାଗିବା ଭଳି ବିଭିନ୍ନ ଅଭିଯୋଗ ରହିଛି। ଆଜିର ଘଟଣା ନେଇ ସହିଦନଗର ଥାନାରେ ବିଏମସି ପକ୍ଷରୁ ମାମଲା ରୁଜୁ କରାଯାଇଛି ।