ଋଣ ପରିଶୋଧ କରିପାରିଲେନି ସନୀ ଦେଓଲ, ଏବେ ଘର ନିଲାମ କରିବ ବ୍ୟାଙ୍କ

1 min read

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନୀ ଦେଓଲଙ୍କ ବଙ୍ଗଳା ହେବ ନିଲାମ । ସନୀଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଛି ବ୍ୟାଙ୍କ । ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ । ସନୀ ଦେଓଲଙ୍କ ‘ସନୀ ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ । ବ୍ୟାଙ୍କ ପକ୍ଷରୁ ଏନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଛି । ଏହି ଘରର ବେସ୍ ପ୍ରାଇସ ୫୧.୪୩ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । ତେବେ ଗଦ୍ଦର-୨ର ସଫଳତା ପାଇଁ ଚର୍ଚ୍ଚାରେ ଥିବା ସନୀ ଦେଓଲଙ୍କ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଛି । ସନୀ ଦେଓଲ ୨୦୧୬ ମସିହାରେ ଏହି ଘର  ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଥିଲେ । ସନୀଙ୍କ ଉପରେ ଏବେ ବି ୫୬ କୋଟିର ବକେୟା ଅଛି । ଏପରି ସ୍ଥିତିରେ ବ୍ୟାଙ୍କ ନିଜେ ଇ-ଅକ୍ସନ ପାଇଁ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି ।