ସାମ୍ବାଦିକଙ୍କୁ ମାରି ଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲରଙ୍କ ଅଡିଓ

ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ରହିଛି କଣ୍ଟାବାଞ୍ଜି ଉପକାରାଗାର । ବାହାରୁ ନିଶାଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀ ଜେଲ୍ ଭିତରକୁ କେମିତି ଯାଉଛି, ସେନେଇ ଖବର କରିଥିଲେ ସକାଳ ଖବରକାଗଜର କଣ୍ଟାବାଞ୍ଜି ପ୍ରତିନିଧି ରୋହନ ଅମାତ୍। ଖବରକାଗଜରେ ଖବର ପ୍ରକାଶନ ପରେ ଜେଲର ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଏହାକୁ ନେଇ ଅଗ୍ନିଶର୍ମା ହୋଇଥିଲେ ଜେଲର ବିକାଶଲତା ବାରୁ। ଆଉ ବଦଲା ନେବା ପାଇଁ କରିଥିଲେ ପ୍ଲାନ୍। ବାରୁ ମ୍ୟାଡାମଙ୍କ ଘନିଷ୍ଠ ୱେବ ପୋର୍ଟାଲ ସାମ୍ବାଦିକ ପ୍ରମୋଦ ବେହେରାଙ୍କୁ ସକାଳ ପ୍ରତିନିଧିଙ୍କୁ ହତ୍ୟା କରିବାକୁ କହିଛନ୍ତି । ଭାଇରାଲ୍ ଅଡିଓରେ ଜୀବିତ ନଚେତ ମୃତ ସାମ୍ବାଦିକର ମୁଣ୍ଡ ଦର୍କାର ବୋଲି କହୁଛନ୍ତି । ପୂର୍ବରୁ ମଧ୍ଯ ଜେଲର ବିକାଶଲତା ବାରୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଛି  । ମମିତା ମେହେରଙ୍କ ହତ୍ଯାକାରୀ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ଯୁକୁ ନେଇ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଭାଇାରାଲ୍ ଅଡିଓରେ ଜେଲର ଓ ୱାବପୋର୍ଟାଲ ସାମ୍ବାଦିକଙ୍କ ନିବିଡ଼ତା ବି ସ୍ପଷ୍ଟ ବାରି ହେଉଛନ୍ତି । ଭଲ କରି ଶୁଣନ୍ତୁ, ଭାଇରାଲ୍ ଅଡିଓରେ କେମିତି ସାମ୍ବାଦିକଙ୍କୁ ହତ୍ୟା ପାଇଁ କେମିତି ଷଡ଼ଯନ୍ତ୍ର କରୁଛନ୍ତି କଣ୍ଟାବାଞ୍ଜି ଉପକାରାଗାର ଜେଲର ବିକାଶଲତା ବାରୁ ।

ଜୀବିତ ହେଉ କି ମୃତ ମୁଣ୍ଡ ଦରକାର । ଇଏ ହେଉଛି ଜଣେ ଜେଲରଙ୍କ ମୁହଁର ଭାଷା। ଆଉ ଯାହା ପାଇଁ ବାରୁ ମ୍ୟାଡାମ୍ ଏକଥା କହୁଛନ୍ତି, ତାଙ୍କର ଏକ ମାତ୍ର ଭୁଲ୍, ସତ ଦେଖାଇବା । ତେବେ ପ୍ରଶ୍ନ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନାଲିଆଖି କାହିଁକି? ସମାଜ ଓ ଶାସନ ବ୍ୟବସ୍ଥାର ଜାଗ୍ରତ ପ୍ରହରୀ ଭାବେ ସତ ଦେଖାଇବା କଣ ଭୁଲ୍ ? ସତ ସାମନାକୁ ଆଣିବାକୁ କଣ ସାମ୍ବାଦିକଙ୍କୁ ଜୀବନ ଦେବାକୁ ପଡ଼ିବ? ଆଇନଶୃଙ୍ଖଳା ଜଗୁଥିବା ପୋଲିସ ଅଧିକାରୀ ଯଦି ଏଭଳି ସଂଗୀନ ଅପରାଧ ପାଇଁ ଷଡ଼ଯନ୍ତ୍ର କରିବେ, ତାହାଲେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବ କିଏ?