ମାଲାବାର ମିଲିଟାରୀ ଏକସରସାଇଜ ଉପରେ ଡ୍ରାଗନର ଆଖି

1 min read

ନନ୍ଦିଘୋଷ ବ୍ୟୁରୋ: ମାଲାବାର ମିଲିଟାରୀ ଏକସରସାଇଜ ଉପରେ ଡ୍ରାଗନର ଆଖି । ଆମେରିକା, ଭାରତ ଓ ଜାପାନ ପକ୍ଷରୁ ଚାଲିଥିବା ଏହି ସମରାଭ୍ୟାସକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଉପରେ ଶତାଧିକ ସାଟେଲାଇଟ ଚୀନ ମୁତୟନ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ସମ୍ପନ୍ନ ହୋଇଥିବା ଏକ୍ସରସାଇଜ ତଲିସମାନ ସାବ୍ରେ ଉପରେ ବି ଚୀନ ଆଖି ରଖିଥିଲା ବୋଲି କୁହାଯାଇଛି । ଅଷ୍ଟ୍ରେଲିଆର ସିଡନି ଉପକୂଳରେ ହେଉଥିବା ଏହି ସମରାଭ୍ୟାସକୁ ରୟାଲ ଅଷ୍ଟ୍ରେଲିଆନ ନାଭି ହୋଷ୍ଟ କରୁଛି । ଏହି ସମରାଭ୍ୟାସରେ ଚାରିଟିଯାକ ଦେଶର ନୌବାହିନୀ ସାମିଲ ହୋଇଛନ୍ତି । ଗତ ୧୦ ତାରିଖରୁଏହି ସମରାଭ୍ୟାସ ଆରମ୍ଭ ହେବା ପରଠାରୁ ଶତାଧିକ କ୍ଷୁଦ୍ର ଲୋ-ଅରବିଟ ସାଟେଲାଇଚ ଅଷ୍ଟ୍ରେଲିଆ ଉପରେ ମୁତୟନ ଥିବା ସୂଚନା ମିଳିଛି । କୁହାଯାଉଛି ପ୍ରାୟ ୩ ଶହ ସାଟେଲାଇଟ ବିଭିନ୍ନ କାର୍ଯ୍ୟକଳାପ ଉପରେ ନଜର ରଖିଥିବାବେଳେ ଏହି ସମୟ ମଧ୍ୟରେ ସିଡନୀ ବନ୍ଦର ଚାରିପାଖେ ୩ ହଜାରରୁ ଅଧିକ ବିମାନ ଉଡିଛି । ମାଲାବାର ଏକ୍ସରସାଇଜ ଉପରେ ଚୀନ ନଜର ରଖିଥିବା ଜଣାଯାଇଛି । ୨୦୦୭ରେ ଭାରତ ମହାସାଗରକୁ ଚୀନ ଏକ ସ୍ପାଏ ସିପ୍ ପଠାଇଥିବାବେଳେ ୨୦୧୪ରେ ବଙ୍ଗୋପସାଗରକୁ ମଧ୍ୟ ଏକ ସ୍ପାଏ ସିପ୍ ଛାଡିଥିଲା ଡ୍ରାଗନ ।