spot_img
Home Blog Page 2745

ପୁଞ୍ଜି ନିବେଶରେ ତୃତୀୟ ସ୍ଥାନରେ ଓଡ଼ିଶା, ବୈମାନିକ ସେବା କ୍ଷେତ୍ରରେ ସର୍ବାଧିକ ବିନିଯୋଗ

ଭୁବନେଶ୍ବର: ପୁଞ୍ଜି ନିବେଶରେ ଓଡ଼ିଶାର ରେକର୍ଡ । ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ସ୍ଥାନ ପାଇଛି ଓଡ଼ିଶା । ଉତ୍ତରପ୍ରଦେଶ, ଗୁଜୁରାଟ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ବ୍ୟାଙ୍କ ଋଣ ସହାୟତାରେ ଉତ୍ତରପ୍ରଦେଶ, ଗୁଜୁରାଟ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟରେ ୫୭ ପ୍ରତିଶତରୁ ଅଧିକ ପୁଞ୍ଜି ନିବେଶ ହୋଇଛି । ଗତ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଓଡ଼ିଶାରେ ୧୧.୮ ପ୍ରତିଶତ ପୁଞ୍ଜି ନିବେଶ ଯୋଗୁ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ପୁଞ୍ଜି ନିବେଶରେ ସବୁଠୁ ପଛରେ ଅଛନ୍ତି ଗୋଆ ଏବଂ କେରଳ ।ରିପୋର୍ଟ ମୁତାବକ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ସହାୟତାରେ ୮୦ ପ୍ରତିଶତ ଅର୍ଥ ନୂଆ ପ୍ରକଳ୍ପରେ ବିନିଯୋଗ ହୋଇଛି । ଯାହାକି ବିଗତ ୮ ବର୍ଷରେ ସର୍ବ କାଳିନ ରେକର୍ଡ । ୯୮୨ଟି ପ୍ରକଳ୍ପ ପାଇଁ ମୋଟ୍ ୩ ଲକ୍ଷ୍ୟ ୫୨ ହଜାର ୬୨୪ କୋଟି ଟଙ୍କାର ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରିଛି ।

ସେଥିରୁ ୫୪୭ଟି ପ୍ରକଳ୍ପ ପାଇଁ ୨ ଲକ୍ଷ ୬୬ ହଜାର ୫୪୭ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରିଛି । ଯାହାକି ୨୦୨୧ -୨୨ ଆର୍ଥିକ ବର୍ଷ ତୁଳନାରେ ୮୭.୭ ପ୍ରତିଶତ ଅଧିକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉନ୍ନତଭିତ୍ତିଭୂମି ଓ ଶିଳ୍ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ଯୋଗୁ ପୁଞ୍ଜିର ଶୁଅ ଛୁଟିଛି । ବୈମାନିକ ସେବା କ୍ଷେତ୍ରରେ ରାଜ୍ୟରେ ହୋଇଛି ଅଧିକ ପୁଞ୍ଜି ବିନିଯୋଗ । ଓଡ଼ିଶା ସରକାରଙ୍କ ବିକାଶମୁଖୀ ଶିଳ୍ପ ନୀତିଯୋଗୁ ରାଜ୍ୟରେ ଶିଲ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀ ।

୨୦୨୨ ଏପ୍ରିଲରୁ ବ୍ୟାଙ୍କ ସହାୟତାରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ବିନିଯୋଗ ହୋଇଛି । ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ରିପୋର୍ଟ ଅନୁଯାଇ ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟରେ ଉନ୍ନତ୍ତ ଶିଳ୍ପ ଭତ୍ତିଭୂମି ଓ ସରକାରୀ ପ୍ରୋତ୍ସାହନ ଯୋଗୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ବଜାରରୁ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭବ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ମେକ ଇନ୍ ଓଡ଼ିଶା କନକ୍ଲେଭ ଓ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ମାଇଲଷ୍ଟୋନ ପରି କାମ ଦେଇଛି । ଯାହାକି କି ଅନ୍ୟ ରାଜ୍ୟ ପାଇଁ ସୃଷ୍ଟି କରିଛି ଉଦାହରଣ ।

CVC ରିପୋର୍ଟରେ ବଡ ଖୁଲାସା, କେନ୍ଦ୍ର ସରକାରଙ୍କ ଏକ ଲକ୍ଷ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କେଉଁ ବିଭାଗରେ କେତେ ଦୁର୍ନୀତି ହୋଇଛି ସେ ନେଇ ରିପୋର୍ଟ ଦେଇଛି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ । କମିଶନ ଜାରି କରିଥିବା ବାର୍ଷିକ ରିପୋର୍ଟ ଅନୁସାରେ ଗତବର୍ଷ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ସର୍ବାଧିକ ଆସିଛି । ଏହାପଛକୁ ରେଳବାଇ ଓ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଛି ।

କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମୋଟ ଏକ ଲକ୍ଷ ୧୫ ହଜାର ୨୦୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେଥିମଧ୍ୟରୁ ୮୫ ହଜାର ୪୩୭ଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ୨୯ ହଜାର ୭୬୬ ଅଭିଯୋଗ ବିଚାରଧିନ ରହିଛି । ଗୃହ ମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ୪୬ ହଜାର ୬୪୩ ଅଭିଯୋଗ ଆସିଥିବା ବେଳେ ୧୦ ହଜାର ୫୮୦ଟି ଅଭିଯୋଗ ରେଳ ବିଭାଗରେ ରହିଛି । କୋଇଲା ମନ୍ତ୍ରାଳୟ, ଶ୍ରମ ମନ୍ତ୍ରାଳୟ, ପେଟ୍ରୋଲିୟମ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି ।

କାଉଡିଆଙ୍କୁ ଧକ୍କା ଦେଲା କାର, ଦୁଇ ମୃତ ୧୦ ଆହତ

ଆସିକା: କୋଟିନଡା ଥାନା ଭେଜିପୁଟ ନିକଟରେ କାର ଧକ୍କାରେ ଦୁଇ ଜଣ କାଉଡିଆଙ୍କ ମୃତ୍ୟୁ । ଏଥିସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ ଦୁଇ କାଉଡିଆ ହେଲେ ଅନିତା ସ୍ବାଇଁ ଓ ମୁକୁନା ବେହେରା । ସମସ୍ତ କାଉଡ଼ିଆ ବାଲିପଦର ଅରଖପୁର ଗାଁର ବୋଲି ଜଣାପଡିଛି ।

ଜିତିଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଆୟାରଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚରେ ଟିମ ଇଣ୍ଡିଆର ବଡ଼ ବିଜୟ । ୩୩ ରନରେ ଜିତିଲା ବୁମରା ବାହିନୀ । ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ରନ କରିପାରିଥିଲା । ଦଳ ପକ୍ଷରୁ ଆଣ୍ଡ୍ୟୁ ବାଲବାର୍ନି ସର୍ବାଧିକ ୭୨ ରନ କରିଥିଲେ । ମାର୍କ ଆଡାୟାର ୨୮ରନ କରିଥିଲେ । ଭାରତ ପକ୍ଷରୁ ଋତୁରାଜ ଗାଏକ୍ବାଡ ୫୮ ରନର ପାଳି ଖେଳିଥିଲେ । ସେପଟେ ରିଙ୍କୁ ସିଂ ଏବଂ ଶିଭମ ଦୁବେ ମଧ୍ୟ ଶେଷ ଓଭର ସମୟରେ ବଡ଼ ବଡ଼ ଓଟ୍ ମାରି କ୍ରିଡାପ୍ରେମୀଙ୍କ ମନ ଜିଣିଥିଲେ ।

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା

ପିପିଲି: ଭୟାବହ ଅଗ୍ନିକାଣ୍ଡ । ୮ ପରିବାରର ୨୫ ବଖରା ଘର ପୋଡି ପାଉଁଶ । ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନୂଆଗାଁରେ ଘଟିଛି ଅଗ୍ନିକାଣ୍ଡ  ।  ସୂଚନା ମୁତାବକ ପର୍ଶୁରାମ ଛାଟୋଇଙ୍କ ଘର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ପ୍ରଥମେ ପର୍ଶୁରାମଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପି ପଡୋଶୀ ଘର ଗୁଡିକ ପୋଡ଼ି ନଷ୍ଟ ହୋଇଯାଇଛି  । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇ ଥିବା ବେଳେ ଧାନ, ଚାଉଳ ,ଆସବାବପତ୍ର  ପୋଡ଼ି ନଷ୍ଟ ହୋଇଯାଇଛି । ଦମକଳ ବାହିନୀଙ୍କ ସହିତ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିଥିଲେ  ।

ଜଳ ବାୟୂ ସହନଶୀନ କୃଷି ପ୍ରକଳ୍ପ ଏବଂ ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର: ଜଳ ବାୟୂ ସହନଶୀଳ ପ୍ରକଳ୍ପ ଏବଂ ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କଲେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଜଳ ବାୟୂ ସହନଶୀଳ କୃଷି ପାଇଁ ଓଡ଼ିଶା ଜଳ ସେଚନ ପ୍ରକଳ୍ପ ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଯାହାର ଉଦ୍ଦେଶ୍ୟ ହେଉଛି କୃଷି ବିବିଧିକରଣ ସହ କୃଷି ଉତ୍ପାଦନକୁ ତ୍ବରାନ୍ବିତ ଏବଂ ଜଳବାୟୂ ସ୍ଥିରତା ବୃଦ୍ଧି କରିବା । ସେହିଭଳି ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପ ଜରିଆରେ ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଢ଼ାଞ୍ଚାଗତ ଅନୁକୂଳ ପଦକ୍ଷେପ ଏବଂ କ୍ଷୁଦ୍ର ଜଳ ସେଚନ ପାଇଁ ସୋର ପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀ ପୋଖରୀରେ ଭୂତଳ ଜଳ ପୁନଃ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି ।

ତେବେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତି ରାଜ ଓ ପାନୀଜ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁନୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ପ୍ରକଳ୍ପ ସହ ଜଡିତ ଅନ୍ୟମାନେ ଉପସ୍ଥିତ ଥିଲେ ।

 

କେନ୍ଦ୍ର ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତି

ରାଉରକେଲା: ରାଉରକେଲାକୁ ଅବହେଳା ପ୍ରତିବାଦରେ କେନ୍ଦ୍ର ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି । ସହରର ଭଞ୍ଜ ଭଵନ ଠାରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମହା ସମ୍ମିଳନୀରେ ସାମୁହିକ ନିଷ୍ପତ୍ତି ନିଆଯାଇଛି । ରାଉରକେଲାକୁ ରେଲଓ୍ବେ ଡିଭିଜନ କରିବା, ବିମାନବନ୍ଦର ପୁର୍ଣ୍ଣ କାର୍ଯ୍ୟକ୍ଷମ କରି ନିୟମିତ ବିମାନ ଚଳାଚଳ, ସୁନ୍ଦରଗଡ଼ ଜିଲ୍ଲା ହେଡ କ୍ବାଟରକୁ ରେଳପଥ ସଂଯୋଗ, ତାଳଚେର ଵିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ୧୧ ଦଫା ଦାବିରେ ଆନ୍ଦୋଳନ କରିବା ପାଇଁ  ନିଷ୍ପତ୍ତି ହୋଇଛି । ଏହାସହ ୪ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଏମ୍ସ ଦ୍ଵାରା ପରିଚାଳନା କରିବା ପାଇଁ ଦାବି ହେଉଛି । ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ବିଭିନ୍ନ ଶ୍ରମିକ ସଂଗଠନ, ମହିଳା ସଂଗଠନ, ସାମାଜିକ ଓ ସାଂସ୍କୃତିକ ସଂଗଠନ, ଵ୍ୟବସାୟୀ ସଂଗଠନ, ବୁଦ୍ଧିଜୀବୀ ଓ ସହରବାସୀ ଯୋଗ ଦେଇଥିଲେ।

ମେୟରଙ୍କ ଟିମକୁ ହରାଇଲା କମିଶନରଙ୍କ ଟିମ୍

ଭୁବନେଶ୍ବର: ମେୟରଙ୍କ ଟିମକୁ ହରାଇ ବାଜି ମାରିଲା କମିଶନରଙ୍କ ଟିମ୍ । ଆଜି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ କିଟ ପଡିଆରେ ଏକ 15 ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କମିଶନର ଏକାଦଶ  ବ୍ୟାଟିଂ କରି 155 ରନରେ ଅଲ ଆଉଟ ହୋଇଥିଲା । ତେବେ 156 ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ମେୟର ଏକାଦଶ ଆଗରେ 105 ରନରେ ଅଲଆଉଟ ହୋଇ ପରାଜିତ ହୋଇଥିଲା ।

ଜଙ୍ଗାଲିଙ୍ଗା ମନ୍ଦିର ପରିଦର୍ଶନ କଲେ 5T ସଚିଵ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଅଇତାପାଲି ଗ୍ରାମରେ ଥିବା ଜଙ୍ଗାଲିଙ୍ଗା ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିଵ ଭି.କେ. ପାଣ୍ଡିଆନ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକ, କର୍ମକର୍ତ୍ତା ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତି ପାଇଁ ଯାହା ଆବଶ୍ୟକତା ରହିଛି ତାହାକୁ ଖୁବଶୀଘ୍ର ପୂରଣ କରାଯିଵ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଦାବି ପୂରଣ କରାଯିଵ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କାର ସହ ବାଇକ୍ ଧକ୍କା, ଜଣେ ମୃତ

ବୌଦ୍ଧା: ବୌଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଖାରୁଫାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ସହ ବାଇକର ଧକ୍କା ହେବାରୁ ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ହାବିଲଦାର ପ୍ରମୋଦ ପାଣିଗ୍ରାହୀ । ତାଙ୍କ ଗୋଡ ଛିଣ୍ଡିଯାଇଥିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଉଥିଲା । ପୁରୁଣାକଟକ ଥାନା ଅନ୍ତର୍ଗତ ଅଡେଣିଗଡ଼ ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ଗୃହରକ୍ଷୀ ଟୁକୁନା ଏକ ବାଇକ ଯୋଗେ ଚାରିଛକରୁ ମାଧପୁରକୁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । କଖାରୁଫାଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟଙ୍କ ଗୋଡ଼ରେ ଗଭୀର ଲାଗିବା ସହ ହାବିଲଦାର ପ୍ରମୋଦ ପାଣିଗ୍ରାହୀଙ୍କ ଗୋଡ଼ ସମ୍ପୁର୍ଣ୍ଣ ଭାବେ ଛିଣ୍ଡି ଯାଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଅଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ପ୍ରମୋଦଙ୍କୁ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ହସପିଟାଲରେ ସ୍ଥାୟୀ ଆମ୍ବୁଲାନ୍ସ ନଥିବାରୁ ଉତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ବୌଦ୍ଧ ଏସପି ରାଜ୍ ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପରେ ହରଭଙ୍ଗା ତହସିଲଦାର ପହଞ୍ଚି ୧୫ ଦିନ ମଧ୍ୟରେ ଅଡେଣିଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ସ୍ଥାୟୀ ଆମ୍ବୁଲାନ୍ସ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟହୃତ ହୋଇଛି ।