ପୁଞ୍ଜି ନିବେଶରେ ତୃତୀୟ ସ୍ଥାନରେ ଓଡ଼ିଶା, ବୈମାନିକ ସେବା କ୍ଷେତ୍ରରେ ସର୍ବାଧିକ ବିନିଯୋଗ

1 min read

ଭୁବନେଶ୍ବର: ପୁଞ୍ଜି ନିବେଶରେ ଓଡ଼ିଶାର ରେକର୍ଡ । ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ସ୍ଥାନ ପାଇଛି ଓଡ଼ିଶା । ଉତ୍ତରପ୍ରଦେଶ, ଗୁଜୁରାଟ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ବ୍ୟାଙ୍କ ଋଣ ସହାୟତାରେ ଉତ୍ତରପ୍ରଦେଶ, ଗୁଜୁରାଟ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟରେ ୫୭ ପ୍ରତିଶତରୁ ଅଧିକ ପୁଞ୍ଜି ନିବେଶ ହୋଇଛି । ଗତ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଏଭଳି ରିପୋର୍ଟ ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଓଡ଼ିଶାରେ ୧୧.୮ ପ୍ରତିଶତ ପୁଞ୍ଜି ନିବେଶ ଯୋଗୁ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ପୁଞ୍ଜି ନିବେଶରେ ସବୁଠୁ ପଛରେ ଅଛନ୍ତି ଗୋଆ ଏବଂ କେରଳ ।ରିପୋର୍ଟ ମୁତାବକ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ସହାୟତାରେ ୮୦ ପ୍ରତିଶତ ଅର୍ଥ ନୂଆ ପ୍ରକଳ୍ପରେ ବିନିଯୋଗ ହୋଇଛି । ଯାହାକି ବିଗତ ୮ ବର୍ଷରେ ସର୍ବ କାଳିନ ରେକର୍ଡ । ୯୮୨ଟି ପ୍ରକଳ୍ପ ପାଇଁ ମୋଟ୍ ୩ ଲକ୍ଷ୍ୟ ୫୨ ହଜାର ୬୨୪ କୋଟି ଟଙ୍କାର ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରିଛି ।

ସେଥିରୁ ୫୪୭ଟି ପ୍ରକଳ୍ପ ପାଇଁ ୨ ଲକ୍ଷ ୬୬ ହଜାର ୫୪୭ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରିଛି । ଯାହାକି ୨୦୨୧ -୨୨ ଆର୍ଥିକ ବର୍ଷ ତୁଳନାରେ ୮୭.୭ ପ୍ରତିଶତ ଅଧିକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉନ୍ନତଭିତ୍ତିଭୂମି ଓ ଶିଳ୍ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ଯୋଗୁ ପୁଞ୍ଜିର ଶୁଅ ଛୁଟିଛି । ବୈମାନିକ ସେବା କ୍ଷେତ୍ରରେ ରାଜ୍ୟରେ ହୋଇଛି ଅଧିକ ପୁଞ୍ଜି ବିନିଯୋଗ । ଓଡ଼ିଶା ସରକାରଙ୍କ ବିକାଶମୁଖୀ ଶିଳ୍ପ ନୀତିଯୋଗୁ ରାଜ୍ୟରେ ଶିଲ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀ ।

୨୦୨୨ ଏପ୍ରିଲରୁ ବ୍ୟାଙ୍କ ସହାୟତାରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ବିନିଯୋଗ ହୋଇଛି । ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ରିପୋର୍ଟ ଅନୁଯାଇ ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟରେ ଉନ୍ନତ୍ତ ଶିଳ୍ପ ଭତ୍ତିଭୂମି ଓ ସରକାରୀ ପ୍ରୋତ୍ସାହନ ଯୋଗୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ବଜାରରୁ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭବ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ମେକ ଇନ୍ ଓଡ଼ିଶା କନକ୍ଲେଭ ଓ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ମାଇଲଷ୍ଟୋନ ପରି କାମ ଦେଇଛି । ଯାହାକି କି ଅନ୍ୟ ରାଜ୍ୟ ପାଇଁ ସୃଷ୍ଟି କରିଛି ଉଦାହରଣ ।