ଜଳ ବାୟୂ ସହନଶୀନ କୃଷି ପ୍ରକଳ୍ପ ଏବଂ ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର: ଜଳ ବାୟୂ ସହନଶୀଳ ପ୍ରକଳ୍ପ ଏବଂ ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କଲେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଜଳ ବାୟୂ ସହନଶୀଳ କୃଷି ପାଇଁ ଓଡ଼ିଶା ଜଳ ସେଚନ ପ୍ରକଳ୍ପ ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଯାହାର ଉଦ୍ଦେଶ୍ୟ ହେଉଛି କୃଷି ବିବିଧିକରଣ ସହ କୃଷି ଉତ୍ପାଦନକୁ ତ୍ବରାନ୍ବିତ ଏବଂ ଜଳବାୟୂ ସ୍ଥିରତା ବୃଦ୍ଧି କରିବା । ସେହିଭଳି ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପ ଜରିଆରେ ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଢ଼ାଞ୍ଚାଗତ ଅନୁକୂଳ ପଦକ୍ଷେପ ଏବଂ କ୍ଷୁଦ୍ର ଜଳ ସେଚନ ପାଇଁ ସୋର ପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀ ପୋଖରୀରେ ଭୂତଳ ଜଳ ପୁନଃ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି ।

ତେବେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତି ରାଜ ଓ ପାନୀଜ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁନୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ପ୍ରକଳ୍ପ ସହ ଜଡିତ ଅନ୍ୟମାନେ ଉପସ୍ଥିତ ଥିଲେ ।