spot_img
Home Blog Page 2729

ଅକ୍ଷୟ କୁମାର ଏବଂ ରବିନାଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକଅପ୍?

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ପ୍ରେମ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଫିଲ୍ମ ମୋହରାରୁ ଆରମ୍ଭ ହୋଇଥିବା ଏହି ପ୍ରେମ ବିବାହର ରୂପ ନେବାକୁ ଯାଉଥିଲା । ତେବେ କେଉଁ କାରଣରୁ ସେମାନଙ୍କ ମଧ୍ୟରେ ବ୍ରେକଅପ ହେଲା ଏହାର ଏକ ଗୁମର ଲୁଚି ରହିଛି । ଏମାନଙ୍କ ବିଚ୍ଛେଦ ପଛରେ ଅନ୍ୟଜଣେ ନାୟିକାଙ୍କ ଭୂମିକା ରହିଛି । ଯିଏକି ଅକ୍ଷୟ କୁମାରଙ୍କଠାରୁ ବୟସ୍କ । ବଲିଉଡର ଜଣାଶୁଣା ଅଭିନେତ୍ରୀ ରେଖାଙ୍କ ପାଇଁ ରବିନା ଏବଂ ଅକ୍ଷୟଙ୍କ ଯୋଡ଼ି ଭାଙ୍ଗିଥିବା କୁହାଯାଏ । ଅନସ୍କ୍ରିନ ରୋମାନ୍ସରୁ ଆରମ୍ଭ ହୋଇଥିବା ପ୍ରେମ ବିଚ୍ଛେଦର ମୁଖ୍ୟ କାରଣ ରେଖା ବୋଲି ଏକ ଇଣ୍ଟରଭିୟୁରେ ନିଜେ କହିଛନ୍ତି ରବିନା । ସେ କହିଛନ୍ତି କି, ଆମର ବିବାହ ହେବାକୁ ଯାଉଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଖିଲାଡ଼ି ଓ୍ବୋକା ଖିଲାଡ଼ି ଫିଲ୍ମ ରିଲିଜ ହୋଇଥିଲା । ଏହାପରେ ଏକ ପାର୍ଟିର ଆେୟାଜନ କରିଥିଲା ପ୍ରଯୋଜନା ସଂସ୍ଥା । ଯେଉଁ ପାର୍ଟିରେ ରବିନା ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଅକ୍ଷୟ କୁମାର ଏହି ପାର୍ଟିରେ ରେଖାଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ପାର୍ଟି ଶେଷ ହେବା ପର୍ଯ୍ୟନ୍ତ ଉଭୟ ଏକାଠି ନଜର ଆସିଥିଲେ । ଯାହାକି ରବିନାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା । ଏମିତିକି ରେଖା ଏବଂ ଅକ୍ଷୟଙ୍କ ମଧ୍ୟରେ ରିଲେସନ ଥିବା ଯୁକ୍ତି ବାଢ଼ିଛନ୍ତି ରବିନା । ଶେଷରେ ରବିନା ଅକ୍ଷୟଙ୍କ ସହ ବ୍ରେକଅପ କରିବା ସହ ୨୦୦୪ ମସହାରେ ଅନୀଲ ଥଣ୍ଡାନିଙ୍କୁ ବିବାହ କରିଥିଲେ ।

ଜିନ୍ନା ହାଉସ ଉପରେ ଆକ୍ରମଣ ଅଭିଯୋଗ, ତଦନ୍ତ ସହ ଗିରଫ ଲାଗି ଲାହୋର ପୋଲିସକୁ ନିର୍ଦ୍ଦେଶ

ଇସଲାମାବାଦ: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ । ତୋଷଖାନା ମାମଲାରେ ଜେଲରେ ଥିବା ଇମ୍ରାନଙ୍କ ବିରୋଧରେ ଅନ୍ୟ ଏକ ଘଟଣାର ତଦନ୍ତ କରିବା ସହ ତାଙ୍କୁ ଗିରଫ କରିବା ଲାଗି ଲାହୋର ପୋଲିସକୁ ଅନୁମତି ଦେଇଛନ୍ତି ଆତଙ୍କବାଦୀ ବିରୋଧୀ କୋର୍ଟ । ଗତ ମେ ୯ ତାରିଖରେ ଘଟିଥିବା ହିଂସା ତଥା ଜିନ୍ନା ହାଉସ ଉପରେ ଆକ୍ରମଣ ଅଭିଯୋଗରେ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତୋଷଖାନା ମାମଲାରେ ବର୍ତ୍ତମାନ ଆତୋକ ଜେଲରେ ଅଛନ୍ତି ଇମ୍ରାନ ।

ସେପଟେ ଜିନ୍ନା ହାଉସ ଆକ୍ରମଣ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଇମ୍ରାନଙ୍କ ଲାଗି ଅଧିକ ସଙ୍କଟ ସୃଷ୍ଟି କରିଛି । ଅଲକାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ମେ ୯ ତାରିଖରେ ବିଭିନ୍ନ ସ୍ଥାନରେ ହୋଇଥିଲା ହିଂସା । ସେପଟେ ତୋଷଖାନା ମାମଲାରେ ଇମ୍ରାନଙ୍କୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉମର ଆଟା ବନ୍ଦିଆଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ ନେତା ନଓ୍ବାଜ ସରିଫ ।

ଅର୍ଥ ହେରଫେର ମାମଲା, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ରାଞ୍ଚି: ଅର୍ଥ ହେରଫେର ମାମଲା । ବଢ଼ିଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସମନ କରିଛି ଇଡି। ମନି ଲଣ୍ଡରିଂ ମାମଲାରେ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ସୋରେନ । ଗତ ୧୪ ତାରିଖରେ ସୋରେନଙ୍କୁ ସମନ ହୋଇଥିଲେ ବି ସେ ହାଜର ହେବାକୁ ଅଧିକ ସମୟ ମିଗିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସମନ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ଇଡି, ସିବିଆଇ ଭଳି ସଂସ୍ଥା କେନ୍ଦ୍ର ସରକାରଙ୍କ ଇଙ୍ଗୀତରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରାଯାଇ ରାଜନୈତିକ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନିଆଯାଇଛି ବୋଲି କଂଗ୍ରେସ ନେତା ରାକେଶ ସିହ୍ନା କହିଛନ୍ତି । ରାଜନୈତିକ ଫାଇଦା ପାଇଁ ତଦନ୍ତକାରୀ Eସଂସ୍ଥାଗୁଡ଼ିକର ଦୁରୂପଯୋଗ କରାଯାଉଛି ବୋଲି ସିହ୍ନା କହିଛନ୍ତି । ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଗତ ନଭେମ୍ବରରେ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା । ୧ ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଖଣି ଖନନ ହୋଇଥିବା ଇଡି ଅଭିଯୋଗ ହୋଇଛି ।

ହିମାଚଳ ଜଳ ପ୍ରଳୟର ୫ ଛାତିଥରା ଘଟଣା

ସିମଲା: ହିମାଚଳ ପ୍ରଦେଶରେ ଜଳ ପ୍ରଳୟ । ଲୋକେ ବିପଦ ସଙ୍କେତ ଅବସ୍ଥାରେ ରହିଥିବାବେଳେ ଅନେକଙ୍କ ଜୀବନ ଯାଇଛି । ଗୋଟିଏ ମାସ ମଧ୍ୟରେ ୩ଟି ଛାତିଥରା ଘଟଣା ସାମନାକୁ ଆସିଛି । ଭୂସ୍ଖଳନ ଧନ ଜୀବନ ବିପଦରେ ପକାଇଛି । ଆଖି ପିଛୁଳାକେ ଘର ଭୁଶୁଡ଼ିଛି ଏବଂ ଜଳ ପ୍ରଳୟ ବିପଦ ଆଣିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ନଜରକୁ ଆସିଛି । ତେବେ ଆସନ୍ତୁ ନଜର ପକାଇବା ହିମାଚଳର ୫ଟି ଘଟଣା ଉପରେ..

କୁଲ୍ଲୁରେ ଆଖି ପିଛୁଳାକେ ଭୁଶୁଡ଼ିଲା କୋଠା

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର କୋଠା ଭୁଶୁଡ଼ୁଥିବାର ଏକ ଛାତିଥରା ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକି ଆନି ବସଷ୍ଟାଣ୍ଡର । ୪ ମହଲା ବିଶିଷ୍ଟ ଏହି କୋଠା ଭୁଶୁଡ଼ିଥିବାବେଳେ କାହାରି ମୃତ୍ୟୁ ହୋଇନାହିଁ ।

ଆଇଜିଏମସିରେ ବର୍ଷାର ବିତ୍ପାତ

ହିମାଚଳର ରାଜଧାନୀ ସିମଲାରେ ଥିବା ବଡ଼ ହସ୍ପିଟାଲ ଆଇଜିଏମସି ମେଡ଼ିକାଲରେ ବର୍ଷା ଗଳିଛି । ବର୍ଷାର ପରିମାଣ ଏତେ ଅଧିକ ହୋଇଥିଲା କି, ସ୍ପେଶାଲ ଓ୍ବାର୍ଡରୁ ପାଣି ଗଳିବା ସହ ଜଳମୟ ହୋଇଯାଇଥିଲା ।

ଚଣ୍ଡିଗଡ଼-ମନାଲିର ଫ୍ଲୋରଲେନର ଟନେଲରେ ପାଣି

ଚଣ୍ଡିଗଡ଼-ମନାଲିର ଫ୍ଲୋରଲେନର ଟନେଲରେ ପାଣି । ପ୍ରବଳ ବର୍ଷାରେ ବ୍ରିଜ୍ ଉପରେ ଜଳ ପ୍ରବାହିତ ହୋଇଥିଲା ।

ମଣ୍ଡି ଠାରୁ ମନାଲି ପର୍ଯ୍ୟନ୍ତ ରାସ୍ତାରେ ଆବର୍ଜନା

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଅନେକ ଜିଲ୍ଲାର ଆବର୍ଜନା ଓ ପଥର ଦ୍ୱାରା ଅନେକ ରାସ୍ତା ଅବରୋଧ କରାଯାଇଛି। ବର୍ଷା ହେତୁ ରାଜ୍ୟର ଅନେକ NH ମଧ୍ୟ ବନ୍ଦ ରହିଛି। ବିଭାଗୀୟ ଦିଗରୁ ରୁଟ ଖୋଲିବାର ପ୍ରକ୍ରିୟା ଚାଲିଛି। ମଣ୍ଡି ଜିଲ୍ଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାସ୍ତାରେ ଜଳର ବନ୍ୟା ପରିସ୍ଥିତି ଦେଖାଯାଉଛି।

 

ସୁପ୍ରିୟାଙ୍କ ବଡ଼ ଖୁଲାସା, NCPରେ କୌଣସି ଫାଟ ନାହିଁ

ମହାରାଷ୍ଟ୍ର: ଘଡ଼ିକେ ଘୋଡ଼ା ଛୁଟୁଥିବା ମହାରାଷ୍ଟ୍ର ରାଜନୀତି ବୁଝିବା କାଠିକର ପାଠ । କିଏ କେତେବେଳେ କାହା ସହ ମେଣ୍ଟ କରୁଛି ତ ଆଉ କିଏ ଦଳ ଛାଡ଼ୁଛି । ତେବେ କିଛିଦିନ ତଳେ ଏନସିପି ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ଏକନାଥ ସିନ୍ଧେଙ୍କ ସରକାରରେ ଯୋଗ ଦେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଏନସିପିରେ ଫାଟ ହୋଇଛି ଏବଂ ଦାଦା ଶରଦ ପାଓ୍ବାରଙ୍କୁ ଧୋକା ଦେଇଥିବା ଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ । ପୁଣେରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ କହିଛନ୍ତି କି, ଏନସିପିରେ କୌଣସି ଫାଟ ନାହିଁ । ଅଜିତ ପାଓ୍ବାର ହେଉଛନ୍ତି ଆମ ଦଳର ଜଣେ ବରିଷ୍ଠ ନେତା । ଯିଏକି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଚନ୍ଦ୍ରଯାନ-୩ ଟାଇମଲାଇନ୍: କିଛି ଏମିତି ଥିଲା ଯାତ୍ରା

ନୂଆଦିଲ୍ଲୀ: ବିଶ୍ବ ଦେଖିଲା ଭାରତର ଦମ୍ । ଜହ୍ନରେ ଭାରତ ଲେଖିଲା ନାଁ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-୩ । ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ବି ଭାରତ ହୋଇଛି ବିଶ୍ବରେ ପ୍ରଥମ । ମିଶନ ମୁନର ସଫଳତା ପରେ ସାରା ଦେଶରୁ ଇସ୍ରୋ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ । ଏହି ସଫଳତା ପରେ ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏହି ବିରଳ ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଛୁଟିଛି ଶୁଭେଚ୍ଛା ସୁଅ । ତେବେ କିପରି ଥିଲା ଭାରତର ମୁନ୍ ମିଶନ ଆସନ୍ତୁ ଜାଣିବା…

ଜୁଲାଇ ୧୪: ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଅପରାହ୍ନ ୨ଟା ୩୫ରେ ଏଲଏମଭି-୩ ରକେଟ ଯୋଗେ ସଫଳତାର ସହ ମହାକାଶକୁ ପଠାଗଲା ।

ଜୁଲାଇ ୧୫: ଚନ୍ଦ୍ରଯାନର ପ୍ରଥମ କକ୍ଷପଥ ବଦଳା ଯାଇଥିଲା । ପୃଥିବୀଠାରୁ ସର୍ବନିମ୍ନ ୧୭୩ ଓ ସର୍ବାଧିକ ୪୧,୭୬୨ କି.ମି. ଦୂରରେ ଏହା ପୃଥିବୀକୁ ପ୍ରଦକ୍ଷିଣ କଲା ।

ଜୁଲାଇ ୧୭: ଚନ୍ଦ୍ରଯାନ-୩ର ଦ୍ବିତୀୟ ଥର ପାଇଁ କକ୍ଷପଥ ବଦଳାଗଲା । ଯାହାଫଳରେ ପୃଥିବୀ ଠାରୁ ଏହା ସର୍ବନିମ୍ନ ୨୨୬ ଓସର୍ବାଧିକ ୪୧,୬୦୩ କି.ମି. ଦୂରରେ ରହିଲା ।

ଜୁଲାଇ ୧୮: ଚନ୍ଦ୍ରଯାନ-୩ର କକ୍ଷପଥ ତୃତୀୟ ଥର ଲାଗି ପରିବର୍ତ୍ତନ କରାଗଲା। ଏହା ପୃଥିବୀଠାରୁ ସର୍ବନିମ୍ନ ୨୨୮ ଓ ସର୍ବାଧିକ ୫୧,୪୦୦ କି.ମି. ଦୂରରେ ପରିକ୍ରମା କଲା ।

ଜୁଲାଇ ୨୦: ଚତୁର୍ଥ ଥର ପାଇଁ ଚନ୍ଦ୍ରଯାନର କକ୍ଷ ପରିବର୍ତ୍ତନ କରାଯାଇ ଏହାକୁ ପୃଥିବୀ ଠାରୁ ସର୍ବନିମ୍ନ ୨୩୩ ଓ ସର୍ବାଧିକ ୭୧,୩୫୧ କି.ମି, ଦୂର କରାଗଲା ।

ଜୁଲାଇ ୨୫: ଚନ୍ଦ୍ରଯାନର ପଞ୍ଚମ କକ୍ଷପଥ ପରିବର୍ତ୍ତନ ସଫଳତାର ସହ ସମ୍ପନ୍ନ ହେଲା। ଏହା ପୃଥିବୀ ଠାରୁ ସର୍ବନିମ୍ନ ୨୩୬ ଓ ସର୍ବାଧିକ ୧,୨୭,୨୦୯ କି.ମି. ଦୂରରେ ପ୍ରଦକ୍ଷିଣ କରିବାକୁ ଲାଗିଲା।

ଅଗଷ୍ଟ ୧: ଚନ୍ଦ୍ରଯାନକୁ ପୃଥିବୀର କକ୍ଷପଥରୁ ବାହାର କରାଯାଇ ସ୍ନିଂସଟ ମାଧ୍ଯମରେ ଚନ୍ଦ୍ର ଆଡକୁ ଛଡାଗଲା ।

ଅଗଷ୍ଟ ୫: ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା । ସେହି ସମୟରେ ଏହା ଚନ୍ଦ୍ରଠାରୁ ସର୍ବନିମ୍ନ ୧୬୪ ଓ ସର୍ବାଧିକ ୧୮,୦୭୪ କି.ମି ଦୂରରେ ପ୍ରଦକ୍ଷିଣ କଲା ।

ଅଗଷ୍ଟ ୬: ଚନ୍ଦ୍ରଯାନର ଦ୍ବିତୀୟ କକ୍ଷପଥ ହ୍ରାସ ସଫଳତାର ସହ ସମ୍ପନ୍ନ ହେଲା । ଏହା ଚନ୍ଦ୍ରଠାରୁ ସର୍ବନିମ୍ନ ୧୭୦ ଓ ସର୍ବାଧିକ ୪,୩୧୩ କି.ମି ଦୂରରେ ପ୍ରଦକ୍ଷିଣ କଲା ।

ଅଗଷ୍ଟ ୯: ଚନ୍ଦ୍ରଯାନର ତୃତୀୟ କକ୍ଷପଥ ପରିବର୍ତ୍ତନ କରାଗଲା ।

ଅଗଷ୍ଟ ୧୪: ଚତୁର୍ଥ ଥର ଲାଗି ଚନ୍ଦ୍ରଯାନର କକ୍ଷପଥ ବଦଳାଗଲା । ଏହି ସମୟରେ ଚନ୍ଦ୍ରଠାରୁ ଚନ୍ଦ୍ରଯାନର ସର୍ବନିମ୍ନ ଦୂରତା ୧୫୧ ଓ ସର୍ବାଧିକ ୧୭୯ କି.ମି ରହିଲା ।

ଅଗଷ୍ଟ ୧୬: ଚନ୍ଦ୍ରଯାନର ପଞ୍ଚମ କକ୍ଷ ବଦଳାଗଲା। ଏହି ସମୟରେ ଚନ୍ଦ୍ରଠାରୁ ଏହାର ଦୂରଦା ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩ ରହିଲା ।

ଅଗଷ୍ଟ ୧୭: ପ୍ରପଲସନ ମଡ୍ୟୁଲରୁ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେଲା। ଲ୍ୟାଣ୍ଡର ମଡ୍ୟୁଲରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସାମିଲ ।

ଅଗଷ୍ଟ ୧୮: ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେଲା । ଏହି ସମୟରେ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭ କି.ମି. ଦୂରରେୟ ଚନ୍ଦ୍ରଯାନ ପରିଭ୍ରମଣ କଲା।

ଅଗଷ୍ଟ ୨୦: ଚନ୍ଦ୍ରଯାନର ଅନ୍ତିମ ଡିବୁଷ୍ଟିଂ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହେଲା । ଏହି ସମୟରେ ଚନ୍ଦ୍ରଠାରୁ ଲ୍ୟାଣ୍ଡରର ସର୍ବନିମ୍ନ ଦୂରତା ୨୫ ଓ ସର୍ବାଧିକ ଦୂରତା ୧୩୪ କି.ମି. ରହିଲା ।

ଅଗଷ୍ଟ ୨୩: ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲା । ପ୍ରଥମ ଦେଶ ଭାବେ ଏହା କରି ଇତିହାସ ରଚିଲା ଭାରତ ।

ଭାରତୀୟ କୁସ୍ତି ସଂଘର ସଦ୍ୟସତା ରଦ୍ଦ, ୟୁନାଇଟେଡ୍ ଓ୍ବାଲଡ ରେସଲିଂରୁ WFI ସସପେଣ୍ଡ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ସଦ୍ୟସତା ରଦ୍ଦ । ୟୁନାଇନେଟ ଓ୍ବାଲଡ ରେସଲିଂରୁ WFI ସସପେଣ୍ଡ । ୪୫ ଦିନ ମଧ୍ୟରେ ସଂଘ ନିର୍ବାଚନ ନହେବାରୁ ପଦକ୍ଷେପ ନେଇଛି ୟୁନାଇଟେଡ୍ ଓ୍ବାଲଡ ରେସଲିଂ । ବିଭନ୍ନ ବିବାଦରେ ଛନ୍ଦି ହୋଇଥିଲା WFI । ଫଳରେ ସଂଘ ନିର୍ବାଚନ ହୋଇ ନପାରିବାରୁ ୟୁନାଇଟେଡ ଓ୍ବାଲଡ ରେସଲିଂ ଭାରତୀୟ କୁସ୍ତି ସଂଘ ସଦସ୍ୟତା ରଦ୍ଦ କରିଛି । କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଫସିଛନ୍ତି ପୂର୍ବତନ ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂ । ୨୦୨୩ ଜୁନରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ ପାଇଁ ସ୍ଥିର କରାଯାଇଥିଲା । ମାତ୍ର କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧାରଙ୍କ ଧାରଣା ଯୋଗୁ ନିର୍ବାଚନ ହୋଇପାରିନଥିଲା । କୁସ୍ତି ସଂଘ ନିର୍ବାଚନ ବିଳମ୍ବ ହେଲେ ସଦସ୍ୟତା ରଦ୍ଦ କରିବା ନେଇ ୟୁନାଇନେଟ ଓ୍ବାଲଡ ରେସଲିଂ ପକ୍ଷରୁ ସତର୍କ କରାଯାଇଥିଲ ।

ଏହି କାରଣରୁ ଏସିଆ କପ ଦଳରେ ସ୍ଥାନ ପାଇଲେନି ଚହଲ

ନୂଆଦିଲ୍ଲୀ: ଏସିଆ କପ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ସଞ୍ଜୁ ସାମସନ ବ୍ୟାକଅପ ଖେଳାଳିଭାବେ ରହିଛନ୍ତି । ଦୁଇ ସ୍ପିପର ଅଶ୍ବିନୀ ଏବଂ ଜାଡ଼େଜା ଦଳରେ ସ୍ଥାନ ପାଇନାହାନ୍ତି । ଯାହାକୁ ଅନେକ କ୍ରିକେଟପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି । ତେବେ ଚହଲ ଦଳରେ ସ୍ଥାନ ନପାଇବାର କାରଣ କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଦଳରେ ୮ ନମ୍ବର ଏବଂ ୯ ନମ୍ବରରେ ବ୍ୟାଟିଂ କରିବା ଭଳି ଜଣେ ଖେଳାଳିଙ୍କ ଆବଶ୍ୟକ ରହିଛି । ଯିଏକି ବୋଲିଂ ସାଙ୍ଗକୁ ବ୍ୟାଟିଂ ଭାର ମଧ୍ୟ ସମ୍ଭାଳିପାରିବେ । ଯାହାକି ଚହଲ ସମ୍ଭାଳିବା ଅସମ୍ଭବ । ଦିନକିଆରେ ଚହଲଙ୍କ ବ୍ୟାଟିଂ ଯଦି ଦେଖିବା ତାହେଲେ ଖରାପ ରହିଛି । କିନ୍ତୁ ତାଙ୍କ ଅପେକ୍ଷା କୁଲଦୀପ ଯାଦବଙ୍କ ବ୍ୟାଟିଂ ଭଲ ରହିଛି । ଅନ୍ୟପଟେ ଯଦି ଅକ୍ଷର ପଟେଲଙ୍କ କଥା କହିବା ତାହେଲେ ସେ ଜଣେ ଦକ୍ଷ ଅଲରାଉଣ୍ଡର । ଏମାନଙ୍କ ତୁଳନାରେ ଚହଲଙ୍କ ବ୍ୟାଟିଂ ରେକର୍ଡ ଖରାପ ରହିଛି ।

ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର: ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମହିଳା ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜଗତସିଂହପୁର ଚାରିବାଟିଆରେ ଚାଞ୍ଚଲ୍ୟ, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ଅଭିଯୋଗ

ଜଗତସିଂହପୁର: ଜଗତସିଂହପୁର ଥାନା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ କଦମଗଛ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ହତ୍ୟାର ଶିକାର ହୋଇଛନ୍ତି ବୋଲେରୋ ଡ୍ରାଇଭର ସାଗର ନାୟକ । ସାଗର ପାନ ଖାଇବାକୁ ପାଖ ଦୋକାନକୁ ଯାଇଥିବା ବେଳେ ସେହି ଗାଁର ପ୍ରତାପ ବେହେରା ଓ ସାଥୀ ଦିଲୁ ସାମଲ ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ମୃତଦେହ ଜବତ କରି ଦିଲୁ ସାମଲକୁ ଗିରଫ କରିଥିବା ବେଳେ ପ୍ରତାପ ବେହେରା ଏବେ ବି ଫେରାର ଅଛି । ଦିଲୁର ଶଳା ଓ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।