ଏହି କାରଣରୁ ଏସିଆ କପ ଦଳରେ ସ୍ଥାନ ପାଇଲେନି ଚହଲ

ନୂଆଦିଲ୍ଲୀ: ଏସିଆ କପ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ସଞ୍ଜୁ ସାମସନ ବ୍ୟାକଅପ ଖେଳାଳିଭାବେ ରହିଛନ୍ତି । ଦୁଇ ସ୍ପିପର ଅଶ୍ବିନୀ ଏବଂ ଜାଡ଼େଜା ଦଳରେ ସ୍ଥାନ ପାଇନାହାନ୍ତି । ଯାହାକୁ ଅନେକ କ୍ରିକେଟପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି । ତେବେ ଚହଲ ଦଳରେ ସ୍ଥାନ ନପାଇବାର କାରଣ କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଦଳରେ ୮ ନମ୍ବର ଏବଂ ୯ ନମ୍ବରରେ ବ୍ୟାଟିଂ କରିବା ଭଳି ଜଣେ ଖେଳାଳିଙ୍କ ଆବଶ୍ୟକ ରହିଛି । ଯିଏକି ବୋଲିଂ ସାଙ୍ଗକୁ ବ୍ୟାଟିଂ ଭାର ମଧ୍ୟ ସମ୍ଭାଳିପାରିବେ । ଯାହାକି ଚହଲ ସମ୍ଭାଳିବା ଅସମ୍ଭବ । ଦିନକିଆରେ ଚହଲଙ୍କ ବ୍ୟାଟିଂ ଯଦି ଦେଖିବା ତାହେଲେ ଖରାପ ରହିଛି । କିନ୍ତୁ ତାଙ୍କ ଅପେକ୍ଷା କୁଲଦୀପ ଯାଦବଙ୍କ ବ୍ୟାଟିଂ ଭଲ ରହିଛି । ଅନ୍ୟପଟେ ଯଦି ଅକ୍ଷର ପଟେଲଙ୍କ କଥା କହିବା ତାହେଲେ ସେ ଜଣେ ଦକ୍ଷ ଅଲରାଉଣ୍ଡର । ଏମାନଙ୍କ ତୁଳନାରେ ଚହଲଙ୍କ ବ୍ୟାଟିଂ ରେକର୍ଡ ଖରାପ ରହିଛି ।