spot_img
Home Blog Page 2728

ଗଣେଶ ପୂଜା ଭୋଗ ଖାଇ ୫୦ ରୁ ଊର୍ଦ୍ଧ୍ବ ଝାଡାବାନ୍ତିରେ ଗୁରୁତର, ସମସ୍ତେ ମହିଳା

ବୌଦ୍ଧ: ଗଣେଶ ପୂଜା ଭୋଗ ଖାଇ ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ଝାଡାବାନ୍ତିରେ ଗୁରୁତର । ଗତକାଲି ବୌଦ୍ଧ ଜିଲ୍ଲା ମୂଷାଡ ଗାଁରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ତେବେ ଗତକାଲି ଗଣେଶଙ୍କ ଠାରେ ଲାଗି ହୋଇଥିବା ଚୁଡା ଭୋଗ ଆଜି ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ ହୋଇଥିଲା । ବାସୀ ଭୋଗ ଖାଇ ଆଜି ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ଝାଡା ବାନ୍ତି ରେ ଗୁରୁତର ହୋଇପଡି ଥିଲେ ।

ସମସ୍ତ ଗୁରୁତରଙ୍କ ପୁରୁଣାକଟକ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ୧୨ ଜଣ ଶିଶୁ ଓ ୯ ଜଣ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଅସୁସ୍ଥ ମହିଳା ହୋଇଥିବା ସୂଚନା ।

ଋଣ କରିବାକୁ ବାଧ୍ୟ କରୁଥିଲେ ବରିଷ୍ଠ, ଚାକିରି ଛାଡିଦେଲେ ୩୩ ବର୍ଷର କର୍ମଚାରୀ

ଭୁବନେଶ୍ବର: ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ ଚନ୍ଦ୍ର ବ୍ରହ୍ମା ।  ଆଉ ଏଇ ଦୁଇ ତିନି ମାସ ତଳେ ସେ ଚାକିରି ଛାଡ଼ିଛନ୍ତି । ଚାକିରି ଛାଡିବା ପଛର କାରଣ ହେଉଛି, ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା । ଚତୁର୍ଥ ଥର ସେ ଋଣ କରିବାକୁ ସଫା ସଫା ମନା କରିବା ପରେ ଚାକିରି ଛାଡିଥିଲେ । ଖୋଦ ଭୈରବ ଚନ୍ଦ୍ର ବ୍ରହ୍ମା ଏକଥା ଇଓଡବ୍ଲୁକୁ କହିଛନ୍ତି ।

ସେ ସିଧା ସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଏହି ବ୍ୟାଙ୍କ ସ୍ମାମର ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ପତ୍ରକୁ ଟିକେ ଦେଖନ୍ତୁ । ଲୋନ ନମ୍ବର ୧ । ସେ ବ୍ରହ୍ମପୁରରେ ଥିବା ସମୟରେ ୨୦୦୧-୦୨ ମସିହାରେ ତାଙ୍କୁ ସିଓଓ କମଳାକାନ୍ତ ମହାପାତ୍ର, ଏଚଆର ମୁଖ୍ୟ ବୈଜୟନ୍ତୀ କର ଓ ପୂର୍ବତନ ଡିଜିଏମ ବିନୋଦ ପଣ୍ଡା ଫୋନ କରି ବ୍ୟାଙ୍କରେ ଏକ ଲୋନ ଆକାଉଣ୍ଟ ଖୋଲି ଋଣ କରିବାକୁ କହିଥିଲେ । ଏହି ଅର୍ଥ ସେ ସୌମ୍ୟ ବାବୁଙ୍କୁ ପ୍ରଦାନ କରିବାକୁ ଏହି ଅଧିକାରୀମାନେ ତାଙ୍କୁ କହିଥିଲେ ।

ସେମାନେ ତାଙ୍କୁ ଜୟଦେବ ବିହାର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ନେଇ ଯାଇଥିଲେ । ଚାକିରି ଚାଲିଯିବା ଭୟରେ ସେଠାରେ ସେ କିଛି ଲୋନ କାଗଜପତ୍ରରେ ଦସ୍ତଖତ କରିଥିଲେ । ସେହିଠାରେ ତାଙ୍କ ଠାରୁ ବ୍ଲାଙ୍କ ଚେକରେ ଦସ୍ତଖତ କରାଇ ନେଇଥିଲେ ସମ୍ବାଦର ଏହି ବରିଷ୍ଠ ଅଧିକାରୀମାନେ । ସେ ସମୟରେ ତାଙ୍କ ନାଁରେ ୩ ଲକ୍ଷ ଟଙ୍କାର ଋଣ ଉଠାଯାଇଥିବା ଭୈରବ ଇଓଡବ୍ଲୁରେ ଲିକ୍ଷିତ ଅଭିଯୋଗ କରିଛନ୍ତି ।

ଲୋନ ନମ୍ବର ୨ । ଦ୍ବିତୀୟ ଥର ପାଇଁ ତାଙ୍କ ନାଁରେ ୨୦୦୩-୦୪ ରେ ଋଣ କରାଯାଇଥିଲା । ପୁଣି ଥରେ କମଳାକାନ୍ତ ମହାପାତ୍ର, ବୈଜୟନ୍ତୀ କର ଓ ବିନୋଦ ପଣ୍ଡା ତାଙ୍କୁ ଫୋନ କରି ଆଉ ଥରେ ଋଣ କରି ସୌମ୍ୟ ପଟ୍ଟନାୟକଙ୍କୁ ଦେବାକୁ କହିଥିଲେ । ଦ୍ବିତୀୟ ଥର ତାଙ୍କୁ କଟକ ଅରୁଣୋଦୟ ମାର୍କେଟ ସ୍ଥିତ ଗ୍ରାମ୍ୟବ୍ୟାଙ୍କକୁ ନେଇଥିଲେ । ସମାନ ଢଙ୍ଗରେ ତାଙ୍କ ଠାରୁ ଦ୍ବିତୀୟ ଥର ପାଇଁ ଲୋନ କାଗଜପତ୍ରରେ ଦସ୍ତଖତ କରାଯାଇଥିଲା ଆଉ ବ୍ଲାଙ୍କ ଚେକରେ ସାଇନ କରାଇ ନେଇଥିଲେ ଏହି ବରିଷ୍ଠ ଅଧିକାରୀମାନେ । ସେ ସମୟରେ ତାଙ୍କ ନାଁରେ ୩ ଲକ୍ଷ ୮୦ ହଜାର ଟଙ୍କାର ଋଣ କରାଯାଇଥିଲା । କିନ୍ତୁ ସେଥିରୁ ସେ ଟଙ୍କାଟିଏ ବି ପାଇନଥିବା ଅଭିଯୋଗ କରିଛନ୍ତି ।

ଲୋନ ନମ୍ବର ୩ । ତୃତୀୟ ଥର ପାଇଁ ଭୈରବ ବ୍ରହ୍ମାଙ୍କ ନାଁରେ ୨୦୦୪-୦୫ରେ ୫ଲକ୍ଷ ଟଙ୍କାର ଋଣ କରାଯାଇଥିଲା । ପୂର୍ବଭଳି ଏହି ତିନି ଅଧିକାରୀ ଭୈରବଙ୍କୁ ଚାକିରି ଭୟ ଦେଖାଇ ସମ୍ବଲପୁର ଏସବିଆଇର ଆଗ୍ରିକଲଚର ଡେଭଲପମେଣ୍ଟ ବ୍ୟାଙ୍କକୁ ନେଇଥିଲେ । ସେଠାରେ ତାଙ୍କ ଠାରୁ ସମାନ ଢଙ୍ଗରେ ସବୁ କାଗଜପତ୍ର ଓ ବ୍ଲାଙ୍କ ଚେକରେ ଦସ୍ତଖତ କରାଇ ନେଇଥିଲେ । ଋଣ ପାଇଁ ତାଙ୍କୁ ସମ୍ବାଦରେ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ସେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି ।

ଚତୁର୍ଥ ଥର ଋଣ ପାଇଁ ଚାପ ପକାଯିବାରୁ ସେ ରୋକଠୋକ ମନା କରିଦେଇଥିଲେ । ଯାହାଦ୍ବାରା ଆକ୍ରୋଷମୂକଳ ଭାବେ ତାଙ୍କୁ ସମ୍ବାଦର ଏହି ତିନି ବରିଷ୍ଠ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଆଉ ଶେଷରେ ସେ ଚାକିରି ଛାଡିଥିଲେ । ଇଓଡବ୍ଲୁରେ ତାଙ୍କ ଉପରେ ଋଣ ପାଇଁ ହୋଇଥିବା ନିର୍ଯ୍ୟାତନାର ବିସ୍ତୃତ ଚିଠା ଦେବା ସହ ସୌମ୍ୟ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହେଉଥିବା ଏହି ସ୍କାମରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭୈରବ ।

ସତ ମାନିଲା କନକ ନ୍ୟୁଜ୍, କହିଲା ଅସୀମଙ୍କ ନାଁରେ ସମ୍ବାଦ ଜାଲିଆତି କରି ଋଣ କରିଥିଲା

ଭୁବନେଶ୍ବର: କନକ ନ୍ୟୁଜ୍ ପରିବେଷଣ କରୁଛି ସାଂଘାତିକ ମିଛ ଖବର। କନକ ନ୍ୟୁଜର ସଦ୍ୟତମ ମିଛ ଖବରଟି ହେଲା, ୧୪ ବର୍ଷ ତଳେ ଅସୀମ ମହାପାତ୍ରଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲୋନ୍ କରିଥିଲା। ଏହା ସତ୍ୟ ନୁହେଁ, ଏହା ଅର୍ଦ୍ଧ ସତ୍ୟ ମାତ୍ର । ସତ କଥାଟି ହେଲା, ୨୦୧୫ ମସିହାରେ ଅସୀମଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ବା ସମ୍ବାଦ ଲୋନ୍ କରାଇଥିଲା।

୨୦୨୦ ପର୍ଯ୍ୟନ୍ତ ଅସୀମ ସମ୍ବାଦରେ କାର୍ଯ୍ୟରତ ଥିଲେ। ଅର୍ଥାତ ୮ବର୍ଷ ତଳେ ଲୋନ୍ କରାଯାଇଥିଲା। ଏହି ଲୋନକୁ ନେଇ ବିବାଦ ହେବାରୁ ଦୁଇ ବର୍ଷ ତଳେ ସମ୍ବାଦ ଛାଡ଼ିଥିଲେ ଅସୀମ। ଅବଶ୍ୟ ଏଭଳି ଭ୍ରମାତ୍ମକ ଖବର ପ୍ରସାରଣ କରିବା ଛଳରେ କନକ ନ୍ୟୁଜ୍ ସ୍ବୀକାର କରିଛି ଯେ, ଅସୀମଙ୍କ ନାଁରେ ସମ୍ବାଦ ଜାଲିଆତି କରି ଋଣ କରିଥିଲା।

ରାଜଧାନୀରେ ଚାଞ୍ଚଲ୍ୟ, ମୃତଦେହ କାରରେ ଆଣି ଆଖି ସାମନାରେ ଫିଙ୍ଗି ଚାଲିଗଲେ

ଭୁବନେଶ୍ବର: କ୍ୟାପିଟାଲ ଥାନା ଅନ୍ତର୍ଗତ କଂଗ୍ରେସ ଭବନ ନିକଟରୁ ମିଳିଥିବା ମୃତ ଯୁବକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ । ମୃତକଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ । ମୃତଦେହ ଜବତ କରି ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ । ସିସିଟିଭି ଯାଞ୍ଚ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ଜଣା ପଡ଼ିବ ।

ଯୁବକଙ୍କୁ କାରରେ ଆଣି ଫୋପାଡିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ତଦନ୍ତ କରାଯାଉଛି । ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ । ହେଲେ ପାଟିରୁ ରକ୍ତ ବାହାରୁଥିଲା । କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଆଲୋଚନା, ବିରୋଧୀ କହିଲେ ୧୩ ବର୍ଷ ଲାଗିଗଲା

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ ନେଇ ଆଲୋଚନା । ବିଲକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେ କହିଛନ୍ତି ଓବିସି ବର୍ଗର ମହିଳାଙ୍କୁ ବିଲରେ ସାମିଲ କରାଯାଉ । ଲୋକସଭାରେ ପ୍ରଥମେ ଆଲୋଚନାରେ ଭାଗ ନେଇ ସୋନିଆ କହିଛନ୍ତି- ତାଙ୍କ ଜୀବନ ସାଥୀ ରାଜୀବ ଗାନ୍ଧୀ ପ୍ରଥମେ ସମ୍ବିଧାନ ସଂଶୋଧନ କରିଥିଲେ । ବିଲ ଲାଗୁ କରିବାରେ ଡେରି କରିବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ୧୩ ବର୍ଷ ତଳୁ ମହିଳାମାନେ ଏହି ବିଲ ପାଇଁ ଅପେକ୍ଷା କରିଛନ୍ତି ।

ଏହା ସହ ଜାତିଗତ ଜଣଗଣନା କରିବାକୁ ଦାବି କରିଛନ୍ତି ସୋନିଆ ଗାନ୍ଧୀ। ଏହି ବିଲ ଦ୍ଵାରା ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ପୁରା ହେବ ବୋଲି ସେ କହିଛନ୍ତି । ଡିଏମକେ ନେତ୍ରୀ କାନିମୋଜି କହିଛନ୍ତି- ଏହି ବିଲ୍ ଲୋକସଭାରେ ଆଣିବା ଲାଗି ବିତିଗଲା ୧୩ ବର୍ଷ । ଏହି ବିଲ କାର୍ଯ୍ୟକାରୀ ହେଲେ ରାଜ୍ୟମାନନଙ୍କ ସବୁଜ ସଂକେତ ଆବଶ୍ୟକ ହେବ ନାହିଁ । ଧାରା ୩୬୮ ଅନୁସାରେ ଏହା ଲାଗୁ ହେବ । ଗତକାଲି ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ଉଦ୍ଦେଶ୍ୟରେ ଆଣିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ହୋଇଛି ଆଲୋଚନା ।

ଗତ ୨୦୦୮ରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ସମୟରେ ରାଜ୍ୟସଭାରେ ଆଗତ ହୋଇଥିଲା ଏହି ବିଲ୍ । ପରେ ୨୦୧୦ରେ ଏହି ବିଲ୍ ଗୃହୀତ ହୋଇଥିଲା । ମାତ୍ର ଲୋକସଭାରେ ଏହା ପଡିରହିଥିଲା । ଆଇନ୍ କାର୍ଯ୍ୟକାରୀ ହେଲେ ଲୋକସଭାରେ ୧୮୧ ଜଣ ରହିବେ ମହିଳା ସାଂସଦ । ଜନଗଣନା ପରେ ସଂସଦୀୟ କ୍ଷେତ୍ର ପୁନଃନିର୍ଦ୍ଧାରିତ ହେବ । ତାପରେ ହିଁ ଏହି ଆଇନ୍ କାର୍ଯ୍ୟକାରୀ ହେବ । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା । ତେଣୁ ୨୦୨୬ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ୨୦୨୯ ଲୋକସଭା ନିର୍ବାଚନ ବେଳକୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବ ବୋଲି ଆଶା କରାଯାଉଛି ।

ଇଣ୍ଡିଗୋରେ ହାଇଡ୍ରାମା, ବିମାନର ଏମରଜେନ୍ସି ଡୋର୍ ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ବିମାନର ଉଡ଼ାଣ ପୂର୍ବରୁ ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବିମାନ ଯାତ୍ରୀ ମାନେ ଭୟଭୀତ ହୋଇପଡିଥିଲେ। ତେବେ ମଙ୍ଗଳବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ 6E 6341 ବିମାନରେ ଏହି ଘଟଣା ଘଟିଛି। ଏୟାରଲାଇନ୍ସ ଏହି ଘଟଣାକୁ ସ୍ୱୀକାର କରିବା ସହ ଏକ ବିବୃତ୍ତିରେ କହିଛନ୍ତି ଯେ ଯାତ୍ରୀମାନଙ୍କ ସୁରକ୍ଷାରେ କୌଣସି ଅସୁବିଧା ହୋଇନାହିଁ ।

ଷ୍ଟାଣ୍ଡାର୍ଡ ଅପରେଟିଂ ନିୟମ ଅନୁଯାୟୀ, ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏହି ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଛି । ଇଣ୍ଡିଗୋ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଯାତ୍ରୀଙ୍କ ସୁରକ୍ଷାକୁ ନେଇ କୌଣସି ପ୍ରକାରର ସାଲିସ କରାଯିବ ନାହିଁ। ତେବେ ଅନ୍ୟ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ଯୋଗୁଁ ଆମେ ଦୁଃଖିତ।

ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ମାସରେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନର ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ମଦ୍ୟପ ଯାତ୍ରୀଙ୍କୁ ବାନ୍ଧିଥିଲେ ସୁରକ୍ଷାକର୍ମୀ ।

ସାଇଲେଣ୍ଟ କିଲର ଠୁ କମ୍ ନୁହେଁ ଉଚ୍ଚ ରକ୍ତଚାପ, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ସାଜିଛି ଘାତକ। କେବଳ ଭାରତ ନୁହେଁ ସାରା ବିଶ୍ବରେ ସାଇଲେଣ୍ଟ କିଲର ଖେଳାଇଛି ମୃତ୍ୟୁର ଆତଙ୍କ। ଆଜିକାର ସମୟରେ ପ୍ରାୟ ସମସ୍ତଙ୍କ ଶରୀରରେ ରକ୍ତଚାପ ସମସ୍ୟା ଦେଖାଦେଉଛି। କିନ୍ତୁ ଅନେକ ସମୟରେ ଦେଖାଯାଏ ବହୁ ଲୋକ ଏସମ୍ପର୍କରେ ଜାଣିପାରିନଥାନ୍ତି। ଖାସ୍ କରି ଯୁବପିଢି ମାନେ ରକ୍ତଚାପରେ ଆକ୍ରାନ୍ତ ଥିବାନେଇ ଜାଣିପାରିନଥାନ୍ତି। ସାରା ବିଶ୍ୱରେ ପ୍ରାୟ ୮୦ ପ୍ରତିଶତ ଯୁବପିଢି, ଯେଉଁମାନେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ସେମାନେ ଅବଗତ ନୁହଁନ୍ତି ଯେ ହାଇ ବ୍ଲଡପ୍ରେସର ଏକ ସାଇଲେଣ୍ଟ କିଲର ବୋଲି । ଏନେଇ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଚଳିତ ସପ୍ତାହରେ ଗ୍ଲୋବାଲ୍ ପବ୍ଲିକ୍ ହେଲ୍ଥ ଏଜେନ୍ସି ପକ୍ଷରୁ ଉଚ୍ଚ ରକ୍ତଚାପ ଜନିତ ମୃତ୍ୟୁକୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏହାକୁ କିଭଳି ଏଡାଇପାରିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି। ଶରୀରରେ ଉଚ୍ଚ ରାକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନଚେତ୍ ଏଥିଯୋଗୁଁ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, ସାରା ବିଶ୍ବରେ ଉଚ୍ଚ ରକ୍ତଚାପରେ ପୀଡିତ ପ୍ରତି ୫ ଜଣରେ ୪ ଜଣ ଉପଯୁକ୍ତ ଚିକିତ୍ସା ପାଆନ୍ତି ନାହିଁ। ଯଦି ଉଚ୍ଚ ରକ୍ତଚାପର ସଠିକ୍ ଚିକିତ୍ସା କରାଯାଏ ତେବେ ୨୦୫୦ ସୁଦ୍ଧା ୭୬ ନିୟୁତ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ। ଏପରିକି ୨୦୪୦ ସୁଦ୍ଧା ଭାରତରେ ବି ୪୦ ନିୟୁତ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ସେମାନଙ୍କ ମଧ୍ୟରେ ରହିଛନ୍ତି ୩୦ରୁ ୭୯ ବର୍ଷ ବୟସ୍କ ଲୋକ।

ଡବ୍ଲ୍ୟୁଏଚ୍ଓ ଆହୁରି ମଧ୍ୟ କହିଛି ଯେ, ପୃଥିବୀରେ ଉଚ୍ଚ ରକ୍ତଚାପରେ ପୀଡିତ ଅଛନ୍ତି ୧୮୮ ଦଶମିକ ୩ ନିୟୁତ ଲୋକ। ଭାରତରେ ମାତ୍ର ୩୭ ପ୍ରତିଶତ ଲୋକ ଠିକ୍ ସମୟରେ ଚିକିତ୍ସିତ ହୋଇଥାନ୍ତି। ରକ୍ତଚାପ ୧୪୦/୯୦କୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଉଚ୍ଚ ରକ୍ତଚାପ କାରଣରୁ ଷ୍ଟ୍ରୋକ, ହାର୍ଟ ଆଟାକ, ହାର୍ଟ ଫେଲୁଅର ଓ କିଡନୀ ନଷ୍ଟ ଆଦି ସମସ୍ୟା ଦେଖାଯାଇଥାଏ ।

ଚନ୍ଦ୍ରଯାନ-୩: ଆସନ୍ତା ୨୨ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ଅବସ୍ଥା କଣ ହେବ?

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ଅବସ୍ଥା କଣ ହେବ? ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ ।

ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ଆସନ୍ତା ୨୨ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୌରରଶ୍ମୀ ପଡିବାକୁ ଯାଉଥିବାବେଳେ ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରିବ ଇସ୍ରୋ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ। ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ।

ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ପୃଷ୍ଠ ଦେଶରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବାବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ। ସୂଚନା ଅନୁଯାୟୀ, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିଥିଲା ଚନ୍ଦ୍ରଯାନ-୩ । ଯାହା ପରଠାରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଜରିଆରେ ଅନେକ ତଥ୍ୟ ହାସଲ କରିଛି ଭାରତ ।

ନୂଆ ରୂପରେ ଲାଲଚାନ୍ଦ ଜୁଏଲାରୀ

ଭୁବନେଶ୍ୱର : ନୂଆ ରୂପରେ ଲାଲ୍‌ଚାନ୍ଦ ଜୁଏଲାରୀ। ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଲାଲ୍‌ଚାନ୍ଦ ଜୁଏଲାରୀର ହୋଇଛି ନବକଳେବର ।ଲୋକପ୍ରିୟ ସୋରୁମ୍‌ ଲାଲ୍‌ଚାନ୍ଦ ନିଜର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସୋରୁମକୁ ନୂଆ ରୂପରେ ସୁସଜ୍ଜିତ କରିଛି। ସୋରୁମର ପଛପାର୍ଶ୍ଵରେ ପର୍ଯ୍ୟାପ୍ତ ପାର୍କି ସୁବିଧା ସହ ନୂତନ ପ୍ରବେଶ ଦ୍ବାର କରାଯାଇଛି । ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ  ସଂଜୟ ହଂସ ଓ ତାଙ୍କ ଭାଇ  ଶ୍ୟାମସୁନ୍ଦର ହଂସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଓଡ଼ିଆ ସିନେ ତାରକା କୁନା ତ୍ରିପାଠୀ, ଆକାଶ ଦାସ ନାୟକ,ଅଭିନେତ୍ରୀ ଭୂମିକା ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ କଳାକାରମାନେ ଯୋଗ ଦେଇଥିଲେ ।ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି ସଞ୍ଜୟ ହଂସ।  ଯାହା ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ସମସ୍ତ ଏଚ୍ ଆଇଡି ହଲ୍‌ମାର୍କ ଯୁକ୍ତ ସୁନା ଗହଣା ଗଢ଼ା ମୂଲ୍ୟ ଗ୍ରାମ ପିଛା ପ୍ଲାଟ୍ ୪୯୯ ଟଙ୍କା ରହିଛି । ଆଗକୁ ଦଶହାର ପୂଜା ଆସୁଥିବାରୁ ସଂପୂର୍ଣ୍ଣ ନୂଆ ଲୁକରେ ଲାଲଚାନ୍ଦ ଜୁଏଲାରୀ ନଜରକୁ ଆସିବ ।

ଋଣ ଟଙ୍କା ବସ୍ତାରେ ଭର୍ତ୍ତି କରି ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍

ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ରାଉରକେଲାର ରଶ୍ମି ମୁଦୁଲି ଯିଏକି ସମ୍ବାଦରେ ଦୀର୍ଘଦିନ ଧରି କାମ କରୁଥିଲେ । ସେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି କି, ଆମ ନାଁରେ ଋଣ ହୁଏ ସତ । କିନ୍ତୁ ଆମେ ଟଙ୍କା ଗଣିବାକୁ ସୁଯୋଗ ପାଇ ନଥାଉ । ସମ୍ବାଦର ଏଚ.ଆର ମୁଖ୍ୟ ବୈଜୟନ୍ତୀ କର ମ୍ୟାଡାମ ଏବଂ ଅନ୍ୟ କିଛି କର୍ମଚାରୀ ତାଙ୍କ ସାଙ୍ଗରେ ଆସିଥାନ୍ତି । ଲୋନ ହୋଇଯିବାପରେ ସେହି ବ୍ୟାଙ୍କରେ ହିଁ ଆମେ ଟଙ୍କା ତାଙ୍କ ହାତକୁ ଦେଇଥାଉ । କେତେ ଟଙ୍କା ରହିଛି କେବଳ ଆମେ ଶୁଣିଥାଉ । ଗଣିବାର ସୁଯୋଗ ମିଳିନଥାଏ । ବସ୍ତା ନେଇ ଆସିଥିବା ମ୍ୟାଡାମ ସବୁ ଟଙ୍କା ସେଥିରେ ନିଅନ୍ତି । ଏହାସାଙ୍ଗେ ବହୁ କର୍ମଚାରୀଙ୍କ ଲୋନ ହେଉଥିବାବେଳେ ସେ ଏକ ବଡ଼ ବସ୍ତା ଆଣନ୍ତି ଆଉ ସବୁ ଟଙ୍କା ସେଥିରେ ଭର୍ତ୍ତି କରି ନେଇ ଯାଆନ୍ତି ।

ଏହାସହ ସେ କହିଛନ୍ତି କି, ମୋତେ ଆକ୍ରୋଶ ମୂଳକଭାବେ ହଇରାଣ କରାଯାଇଛି । କରୋନା ସମୟରେ ମୋତେ ଭୁବନେଶ୍ବର ଅଫିସକୁ ବଦଳି କରାଯାଇଥିଲା । ଯେଉଁ ସମୟରେ କି ଘର ମିଳିବା କଷ୍ଟସାଧ୍ୟ । ମୋତେ ଖାଇବାକୁ ମଧ୍ୟ ମିଳିନାହିଁ । ମୁଁ ଉପାସରେ ରହି କାମ କରିଛି । ବେଳେ ମାତ୍ର ଗୋଟିଏ ଥର ଖାଇ କାମ କରିଛି । ତଥାପି ସେମାନେ ମୋତେ ଠକିଛନ୍ତି ।

ରଶ୍ମି କହିଛନ୍ତି କି, ମୁଁ ୨୧ ବର୍ଷ କାମ କରିବା ଭିତରେ ୫ଟି ଲୋନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କରେ ଆମ ନାଁରେ ଲୋନ ହୋଇଛି । କେତେ ଟଙ୍କାର ଲୋନ ହୋଇଛି ତାହା ଆମକୁ ଜଣାନାହିଁ । ମୋ ଭଳି ଏଭଳି ଅନେକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ଚାକିରୀ ଚାଲିଯିବା ଭୟରେ କେହି ମୁହଁ ଖୋଲୁ ନଥିଲେ ।