ବିବାହ ପାଇଁ ବର ବାହାରିବା ବେଳେ ବଡ ଅଘଟଣ, ନିଆଁ ଲାଗି ୬ ବର୍ଷର ଶିଶୁ ମୃତ

ପଟ୍ଟାମୁଣ୍ଡାଇ: ବିବାହ ପାଇଁ ବର ବାହାରିବା ବେଳେ ବଡ ଅଘଟଣ । ପେଟ୍ରୋଲ ଜାରରୁ ନିଆଁ ଲାଗି ଚାଲିଗଲା  ୬ ବର୍ଷର ଶିଶୁର ଜୀବନ । ପଟ୍ଟାମୁଣ୍ଡାଇ ବଡପଡା ମହାନ୍ତି ସାହିରେ ଘଟିଛି ଏହି ଅଘଟଣ । ଶିଶୁକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।  ରତ୍ନାକର ମଳିକଙ୍କ ପୁଅ  ଯାକେଶ୍ୱର ମଳିକ ବାହାଘର ପାଇଁ ବାହାରିବା ବେଳେ ଏହି ଅଘଟଣ ଘଟିଛି । ପାଖରେ ସିଗାରେଟ ଟାଣୁଥିବା ବେଳେ ପେଟ୍ରୋଲରେ ଲାଗିଯାଇଥିଲା ନିଆଁ ।  ନିଆଁ ଲାଗି ସମ୍ପୂର୍ଣ ଘର ପୋଡି ଯିବା ସହ ବନ୍ଧୁ ଘରକୁ ଆସିଥିବା ମାଟିଆ ଗାଁକୁ ଆସିଥିବା ଜଣେ ପାଞ୍ଚ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି । ଅଗ୍ନି କାଣ୍ଡରେ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।