spot_img
Home Blog Page 2728

ଏସିଆ କପରେ ଏହିସବୁ ରେକର୍ଡ କରିବେ ରୋହିତ ଶର୍ମା

ନୂଆଦିଲ୍ଲୀ: ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ । ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ସମସ୍ତ ପ୍ରଶଂସକ ଉତ୍ସାହର ସହିତ ଏସିଆ କପ୍ ଆରମ୍ଭକୁ ଅପେକ୍ଷା କରିଛନ୍ତି। ଏଥର ୫୦ ଓଭର ବିଶିଷ୍ଟ ଖେଳାଯିବ । ଭାରତ ଚାମ୍ପିୟନ ପାଇଁ ଦାବିଦାର ବୋଲି କ୍ରିକେଟପ୍ରେମୀମାନେ ଯୁକ୍ତି ବାଢ଼ିଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବ। ତେବ, ଏହି ଏସିଆ କପରେ ରୋହିତ ୫ଟି ରେକର୍ଡ କରିପାରନ୍ତି ।

ରୋହିତ ଶର୍ମା ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଟୁର୍ନାମେଣ୍ଟରେ ଖେଳିଥିଲେ | ରୋହିତ ଏସିଆ କପରେ ଏପର୍ଯ୍ୟନ୍ତ ମୋଟ ୨୨ ଟି ମ୍ୟାଚ୍ ଖେଳିଛନ୍ତି। ତେବେ ଏସୀଆ କପରେ ଭାରତ ପାଇଁ ସଚିନ ତେନ୍ଦୁଲକର ସର୍ବାଧିକ ୨୩ ମ୍ୟାଚ ଖେଳିବାର ରେକର୍ଡ ରହିଛି । ଯାହାକି ଚଳିତ ଏସିଆ କପରେ ରୋହିତ ଏହି ରେକର୍ଡକ ନିଜ ନାଁରେ କରିପାରିବେ ।

ଏସିଆ କପରେ ସର୍ବାଧିକ ଛକା ମାରିବାର ରେକର୍ଡ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦଙ୍କ ନାମରେ ରହିଛି । ସେ ୨୬ଟି ଛକା ମାରି ଏକ ନମ୍ବର ସ୍ଥାନରେ ରହିଥିବାବେଳେ ରୋହିତ ୧୭ଟି ଛକା ମାରି ଚତୁର୍ଥ ସ୍ଥାନରେ ଅଛନ୍ତି । ଏଣୁ ଛକା ମାରିବାରେ ଏକ ନମ୍ବର ସ୍ଥାନକୁ ବଜାୟ ରଖିବେ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

ଏସିଆ କପ୍ ଇତିହାସରେ ଏପର୍ଯ୍ୟନ୍ତ କେବଳ ୨ଜଣ  ବ୍ୟାଟ୍ସମ୍ୟାନ୍ 1000 ରନ୍ ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ଏଥିରେ କୁମାର ସାଙ୍ଗାକାରା ଏବଂ ସନାଥ ଜୟସୁରିଆ  ଅଛନ୍ତି |  ରୋହିତ ଏବେ ୬୪୫ ରନ କରିଥିବାବେଳେ ତୃତୀୟ ଖେଳାଳିଭାବେ ଏହି କ୍ଲବରେ ସାମିଲ ହେବେ ।

କ୍ୟାପଟେନ ରୋହିତଙ୍କୁ ଏସିଆ କପ୍‌ରେ ତାଙ୍କ ଦିନିକିଆ କ୍ୟାରିୟରରେ ୧୦,୦୦୦ ରନ୍ ପୂରଣ କରିବାର ସୁଯୋଗ ମିଳିବ | ରୋହିତ ଏପର୍ଯ୍ୟନ୍ତ ୨୪୪ ମ୍ୟାଚ୍ ରେ ୯୮୩୭ ରନ୍ ସଂଗ୍ରହ କରିଛନ୍ତି | ଯଦି ରୋହିତ ଏହି କୀର୍ତ୍ତିମାନ କରିବାରେ ସଫଳ ହୁଅନ୍ତି, ତେବେ ସେ ସଚିନ, ଦ୍ରାବିଡ, ଗାଙ୍ଗୁଲି, ଧୋନି ଏବଂ କୋହଲିଙ୍କ ପରେ ଷଷ୍ଠ ଭାରତୀୟ ଖେଳାଳି ହେବେ।

ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ସହଜରେ ଛକା ମାରିବାର କ୍ଷମତା ରହିଛି। ଏହି କାରଣରୁ, ରୋହିତଙ୍କ ସମସ୍ତ ତିନୋଟି ଫର୍ମାଟ୍ ସହିତ ବିଶ୍ୱ କ୍ରିକେଟ୍ ରେ ମୋଟ ୫୩୪ ଛକା ରହିଛି | ବର୍ତ୍ତମାନ ରୋହିତଙ୍କୁ ବିଶ୍ୱ କ୍ରିକେଟରେ ସର୍ବାଧିକ ଛଅଟି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି, ଯାହା କ୍ରିସ ଗେଲଙ୍କ ନାମରେ ଅଛି ଯିଏ ମୋଟ ୫୫୩ ଛକା ମାରିଛନ୍ତି।

ଚନ୍ଦ୍ରଯାନ ୩ ନାଁରେ ରହିଲା ନବଜନ୍ମିତ ଶିଶୁପୁତ୍ରର ନାମ, ହସ୍ପିଟାଲରେ ଖୁସିରେ ମାହୋଲ

0

କେନ୍ଦ୍ରାପଡା: ନବଜାତ ଶିଶୁର ନାଁ ରହିଲା ଚନ୍ଦ୍ରଯାନ । ସବୁ ଅପେକ୍ଷାର ଅନ୍ତ ଘଟାଇ ଯେତେବେଳେ ଚନ୍ଦ୍ରରେ ଭାରତର ଚନ୍ଦ୍ରଯାନ-୩ ଅବରତଣ କଲା, ଠିକ୍ ସେହି ସମୟରେ ସେ ଭୂମିଷ୍ଠ ହୋଇଛି ।

ଠିକ୍‌ ସନ୍ଧ୍ୟା ୬ଟା ୪ ମିନିଟରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଯାହାର ନାମ ରଖାଯାଇଛି ଚନ୍ଦ୍ରଯାନ । ଶିଶୁଟି ଜନ୍ମ ହେବା ପରେ ପରିବାର ତଥା ମେଡିକାଲରେ ଖୁସିର ଲହରୀ ଖେଳି ଯାଇଥିଲା ।

ବଲାଙ୍ଗୀର ମେଡିକାଲରୁ ଗାଏବ ମହିଳା SI, ବିଷ ପିଇ ଭର୍ତ୍ତି ହୋଇଥିିଲେ

ବଲାଙ୍ଗୀର: ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ପ୍ରତିକ୍ରିୟା ରଖିଲେ ବଲାଙ୍ଗୀର ମେଡିକାଲ କଲେଜର ଇନଚାର୍ଜ ଡାକ୍ତର ସଚଳା ଭୋଇ । ସେ କହିଛନ୍ତି- ଆଡ଼ମିଶନ ବେଳେ ଏସଆଇଙ୍କ ଅବସ୍ଥା ସ୍ଥିର ଥିଲା । ସେ ମେଡିସିନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ମାତ୍ର ସକାଳ ରାଉଣ୍ଡରେ ଗଲାବେଳକୁ ଡାକ୍ତରୀ ଟିମ ତାଙ୍କୁ ପାଇ ନଥିଲେ । ମହିଳା ଏସଆଇ ଜଣକ ବର୍ତମାନ କେଉଁଠି ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ମହିଳା ଜଣକ । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ମହିଳା ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଏସଆଇ ରହୁଥିବା କ୍ବାଟରରେ ପ୍ରବଳ ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା ।

ଏହାପରେ ଏସଆଇ କାଜଲ ବିଷପାନ କରିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଥିବା ବେଳେ, ମହିଳା ଏସଆଇଙ୍କ ପୁରୁଷବନ୍ଧୁ ସନ୍ଦେହ ଘେରକୁ ଆସିଛନ୍ତି । ଏସଆଇଙ୍କ ପୁରୁଷବନ୍ଧୁ ମଧ୍ୟ ପୋଲିସ ଏସଆଇ ଥିବା କୁହାଯାଉଛି ।

ବଲିଉଡର ଡ୍ରାମା କୁଇନଙ୍କ ଜୀବନ କାହାଣୀ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନଭାବେ ଜଣାଶୁଣା ରାକ୍ଷୀ ସ୍ବାଓ୍ବନ୍ତ ସବୁବେଳେ ଗଣମାଧ୍ୟମରେ ହେଡଲାଇନ ପାଲଟିଥାନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ରାକ୍ଷୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ସ୍ବାମୀ ଆଦିଲଙ୍କ ସହ ବିବାଦକୁ ନେଇ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛନ୍ତି । କୋଟି କୋଟି ଟଙ୍କାର ମାଲିକାଣୀ ବନିଥିବା ରାକ୍ଷୀ ଗରିବୀକୁ ଅତି ପାଖରୁ ଦେଖିଛନ୍ତି ।  ଦିନେ ତାଙ୍କ ପାଖରେ ଖାଇବା ପାଇଁ ନଥିଲା ମା ପରଘରେ ମୂଲ ଲାଗି ତାଙ୍କୁ ବଢ଼ାଇଥିବା ରାକ୍ଷୀ ନିଜେ ଅନେକ ଆଲୋଚନା ସମୟରେ କହିଛନ୍ତି ।

ରାକ୍ଷୀ ମାତ୍ର ୧୧ ବର୍ଷ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ମାତ୍ର ୫୦ ଟଙ୍କା ପାରିଶ୍ରମିକ ପାଇଥିଲେ । ମାତ୍ର ପରେ ସଂଘର୍ଷ ଜାରି ରଖି ବଲିଉଡରେ ଏଣ୍ଟ୍ରି କରିପାରିଛନ୍ତି । ’ମେଁ ହୁଁ ନାଁ’ ଭଳି ବଲିଉଡର ସଫଳ ଫିଲ୍ମରେ ଅଭିନୟ କରିଛନ୍ତି ରାକ୍ଷୀ । ଏହା ସହିତ ରାଖୀ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି  । ସେ ଛୋଟ ପରଦାରେ ମଧ୍ୟ ନଜର ଆସିଛନ୍ତି  । ବହୁ ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍ ବସ୍’ରେ ମଧ୍ୟ ନଜର ଆସିଥିଲେ  । ଏହି ଶୋରେ ଯୋଗଦେବା ପାଇଁ ବହୁ ଟଙ୍କା ପାଇଛନ୍ତି ରାକ୍ଷୀ ।

ଏସବୁ ବ୍ୟତୀତ ରାକ୍ଷୀ ଅନେକ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋସନ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ବହୁତ ରୋଜଗାର କରନ୍ତି  । ଏହି କାରଣରୁ ଆଜି ଅଭିନେତ୍ରୀ ୩୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଅନେକ ବିଳାସପୂର୍ଣ୍ଣ ଗାଡ଼ି ସହ ରାକ୍ଷୀଙ୍କର ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ ଏବଂ ମୁମ୍ବାଇରେ ଏକ ବଙ୍ଗଳା ମଧ୍ୟ ରହିଛି ।

 

ପୁରୀରେ ପୋଲିସର ଏନକାଉଣ୍ଟର

ପୁରୀ: ପୁଣି ପୁରୀରେ ଫୁଟିଲା ଗୁଳି । ବାଶେଳୀ ସାହି ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର କରାଯାଇଥିବାବେଳେ ସେ ଆହତ ହୋଇଛନ୍ତି । ଲୋକନାଥ ରୋଡ ଶଙ୍ଖେଶ୍ୱର ଜଙ୍ଗଲରେ ଏନକାଉଣ୍ଟର ପୁଲିସ ଏନକାଉଣ୍ଟର କରିଥିବାବେଳେ ଅଭିଯୁକ୍ତ ପିନୁର ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ତେବେ ପୁଲିସ ଅଭିଯୁକ୍ତଠାରୁ ଅଭିଯୁକ୍ତଠୁ ଗୋଟିଏ ପିସ୍ତଲ, ୨ଟି ଗୁଳି ଜବତ କରିଛି । ଅଭିଯୁକ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ଟି ମାମଲା ରହିଛି ।

ଚନ୍ଦ୍ରଯାନର ସଫଳତାରେ ଦୁଇ ଓଡ଼ିଆ ବୈଜ୍ଞାନିକ, ୧୪ ବର୍ଷରୁ ଅଧିକ ସମୟ ଇସ୍ରୋରେ ଅଛନ୍ତି

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରଯାନର ସଫଳତାରେ ଓଡ଼ିଆ ବୈଜ୍ଞାନିକଙ୍କ କାହାଣୀ । କେନ୍ଦ୍ରାପଡାର ଗୌରବ ପାଲଟିଛନ୍ତି ପଟ୍ଟାମୁଣ୍ଡାଇ ବାଲିଆର ମୂରଲୀଧର ନାୟକଙ୍କ ପୁଅ ସୁଶୀଲ କୁମାର ନାୟକ । ଇସ୍ରୋରେ ଫ୍ଲାଇଙ୍ଗ ଜୋନରେ କାର୍ଯ୍ୟ ଭାର ନେଇଥିଲେ ସୁଶୀଲ । ଚନ୍ଦ୍ରଯାନ-୩ର ସଫଳତା ପରେ କେନ୍ଦ୍ରାପଡ଼ା ତଥା ଓଡିଶାକୁ ଗର୍ବ ଆଣି ଦେଇଛନ୍ତି । ୨୦୦୯ରୁ ଦୀର୍ଘ ୧୪ ବର୍ଷ ଧରି ଇସ୍ରୋ, ଶ୍ରୀହରିକୋଟାରେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ।

ତାଙ୍କର ପ୍ରମୋସନ ପରେ ସେ ଯାନ ତିଆରି ଯୋଜନାରେ ହେଡ୍ ଭାବେ କାର୍ଯ୍ୟ କରୁଛନ୍ତି । ଜଣେ ମଧ୍ୟବିତ ପରିବାରର ସୁଶୀଲ ଆଜି ତାଙ୍କ କାମ ଦ୍ବାରା ସୁନାମ ଅର୍ଜନ କରିଛନ୍ତି ।

ସେହିପରି ବ୍ରହ୍ମପୁର ଗୋଦାବରୀଶ ନଗର ପ୍ରଥମ ଲାଇନର ଦେବାଶିଷ ମହାପାତ୍ର । ଦେବାଶିଷ ଗତ ୨୦୦୬ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ । ୨୦୦୮ ମସିହାରେ ଜଣେ ଭଲ ବୈଜ୍ଞାନିକ ଭାବେ ଇସ୍ରୋ ପକ୍ଷରୁ ସେ ସମ୍ମାନିତ ହୋଇଥିଲେ । ଗତକାଲି ଚନ୍ଦ୍ରଯାନ-୩ ସଫଳତା ହେବା ପରେ ଦେବାଶିଷଙ୍କ ପରିବାର ଲୋକେ ତାଙ୍କ ସହ କଥା ହେବା ସହ ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜ୍ଞାପନ କରିଛନ୍ତି।

୩ କୋଟି ହେରଫେର କରିଛନ୍ତି DFO ! ରାୟଗଡ଼ା ଓ ଭୁବନେଶ୍ବର ସହ ୭ଟି ସ୍ଥାନରେ ରେଡ୍

ରାୟଗଡା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ପୂର୍ବରୁ ତାଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ରାୟଗଡ଼ା, ଭୁବନେଶ୍ବର, କଟକ ଓ ଯାଜପୁରର ୭ଟି ସ୍ଥାନରେ ଚାଲିଛି ମାରାଥନ ରେଡ୍ । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି।

ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ବାର୍ଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ଚାଲିଛି ଚଢ଼ାଉ । ସେହିପରି ଭୁବନେଶ୍ବର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍‌-ଏ ତୃତୀୟ ମହଲାରେ ଚାଲିଛି ଭିଜିଲାନ୍ସ ରେଡ୍ । ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁରେ ଚାଲିଛି ରେଡ୍ ।

ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଛାନବିନ୍ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ରେଡ୍‌ ଚାଲିଛି । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍‌ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍।ଚଢ଼ାଉ ବେଳେ ୮ଡିଏସପି, ୬ ଇନସପେକ୍ଟର ସାମିଲ ଅଛନ୍ତି । ମୁନିଗୁଡା ରେଞ୍ଜରେ 3କୋଟି ଟଙ୍କା ଦୁର୍ନୀତି ସମ୍ପର୍କରରେ ସିବିଆଇ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାମରେ 3କୋଟି ଟଙ୍କାର ହେରଫେରକୁ ଲୋକାୟୁକ୍ତକୁ ଦୃଷ୍ଟି ଆକର୍ଷଣ କରାଯାଇଛି।

ଏହି ୩ଦିନ ପାଇଁ ଛୁଟି ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ୩ଦିନର ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ଦେଶର ରାଜଧାନୀ ଦିଲ୍ଲୀରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ  ପାଇଁ ୩ଦିନର ଛୁଟି ଘୋଷଣା କରାଯାଇଛି । ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନର ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।

ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁଯାୟୀ ସହରର ସମସ୍ତ ସ୍କୁଲ, କଲେଜ ଏବଂ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ର କାର୍ଯ୍ୟାଳୟ ମଧ୍ୟ ଏହି ତିନି ଦିନ ପାଇଁ ବନ୍ଦ ରହିବ। ଏହି ତିନି ଦିନିଆ ଛୁଟିଦିନରେ ସୁରକ୍ଷା କାରଣରୁ ସୁପ୍ରିମକୋର୍ଟ ଏବଂ କେନ୍ଦ୍ରୀୟ ସଚିବାଳୟ ସମେତ କେତେକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ହେବାର ସମ୍ଭାବନା ରହିଛି। ଛୁଟିଦିନରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଭାରୀ ଯାନଗୁଡିକ ମଧ୍ୟ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ଜ୍ଝ ନୂଆଦିଲ୍ଲୀ ଜିଲ୍ଲାର ସମସ୍ତ ମଲ୍ ମଧ୍ୟ ବନ୍ଦ ରହିବ। ସାମଗ୍ରୀ ଯାନ ଏବଂ ବସ୍ ବ୍ୟତୀତ ସମସ୍ତ ଯାନକୁ ରାଜୋକ୍ରି ସୀମାରୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

ଆସିଲା ରିପୋର୍ଟ, କରୋନା ଏବଂ ମୁଦ୍ରାସ୍ଫୀତି ଲୋକଙ୍କ ଗରିବୀର ମୁଖ୍ୟ କାରଣ

ନନ୍ଦିଘୋଷ ବ୍ୟୁରୋ: ମହାମାରୀ କରୋନା ଓ ମୁଦ୍ରାସ୍ଫୀତି ଏସିଆର କୋଟି କୋଟି ଲୋକଙ୍କୁ ଦୁର୍ବିସହ ମଧ୍ୟକୁ ଠେଲିଦେଇଛି । ଗତବର୍ଷ ସୁଦ୍ଧା ଏସିଆର ୬ କୋଟି ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯାଇଛନ୍ତି । କରିଛି ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କ ବା ଏଡିବି ଏନେଇ ରିପୋର୍ଟ ପ୍ରଦାନ କରିଛି । ଏଡିବିର ନୂଆ ରିପୋର୍ଟ ଅନୁସାରେ ଏସିଆର ୧୫୫.୨ ନିୟୁତ ଲୋକ ଅର୍ଥାତ ଏସିଆର ମୋଟ ଜନସଂଖ୍ୟାର ୩.୯ ପ୍ରତିଶତ ସମ୍ପର୍ଣ୍ଣ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି । ୬୭.୮ ନିୟୁତ ଲୋକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବା ସହ ସେମାନଙ୍କ ଜୀବନ ଦୁର୍ବିସହ ହୋଇଛି । ଏସୀୟ-ପ୍ରଶାନ୍ତ ଅଞ୍ଚଳର ୪୬ଟି ରାଷ୍ଟ୍ରକୁ ନେଇ ଏଡିବିର ଏହି ରିପୋର୍ଟ ଚିନ୍ତା ସୃଷ୍ଟି କରିଛି । ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବର୍ତ୍ତମାନ ପୂର୍ବସ୍ଥିତିକୁ ଫେରିଆସିବାରେ ଲାଗିଛି । କିନ୍ତୁ ଜୀବନ ଧାରଣଜନିତ ଖର୍ଚ୍ଚ ବୃଦ୍ଧି ଯୋଗୁ ବିକାଶ ବାଧାପ୍ରାପ୍ତ ହୋଇଛି । ଏହା ସହ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଅଭିଯାନ ବାଧାପ୍ରାପ୍ତ ହୋଇଛି ବୋଲି କହିଛନ୍ତି ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ଆଲବର୍ଟ ପାର୍କ । ଯେଉଁମାନେ ଦୈନିକ ୨ ଦଶମିକ ୧୫ ଡଲାରରୁ କମ୍ ଖର୍ଚ୍ଚରେ ଜୀବନ ଧାରଣ କରିଥାନ୍ତି ସେମାନଙ୍କୁ ଅତ୍ୟଧିକ ଦରିଦ୍ର ବୋଲି କୁହାଯାଇଥାଏ । ଯୋଗାଣ ଶୃଙ୍ଖଳରେ ବାଧା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସଂକଟ ଅଧିକାଂଶ ଦେଶରେ ମୁଦ୍ରାସ୍ଫୀତି ଗତବର୍ଷ ଆକାଶ ଛୁଆଁ ହୋଇଥିଲା । ସମସ୍ତଙ୍କୁ ଦରବୃଦ୍ଧି ଘାଣ୍ଟିଥିଲା ମାତ୍ର ଗରିବମାନେ ସବୁଠାରୁ ଅଧିକ ଶିକାର ହୋଇଥିଲେ । ସେମାନେ ଖାଦ୍ୟ ଓ ଇନ୍ଧନ ଲାଗି ଅଧିକ ବ୍ୟୟ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଏଥିଲାଗି ସେମାନେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଲାଗି ବିଶେଷ କିଛି ଖର୍ଚ୍ଚ କରିପାରି ନଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ସ୍ଥିତି ଏପରି ହୋଇଛି ଯେ ୨୦୩୦ ସୁଦ୍ଧା ଏହି ଅଞ୍ଚଳର ପ୍ରାୟ ୧୨୬ କୋଟି ଲୋକ ଅର୍ଥନୈତିକ ଭାବେ ଦୁର୍ବଳ ରହିବେ ।

ଅକ୍ଷୟ କୁମାର ଏବଂ ରବିନାଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକଅପ୍?

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ପ୍ରେମ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଫିଲ୍ମ ମୋହରାରୁ ଆରମ୍ଭ ହୋଇଥିବା ଏହି ପ୍ରେମ ବିବାହର ରୂପ ନେବାକୁ ଯାଉଥିଲା । ତେବେ କେଉଁ କାରଣରୁ ସେମାନଙ୍କ ମଧ୍ୟରେ ବ୍ରେକଅପ ହେଲା ଏହାର ଏକ ଗୁମର ଲୁଚି ରହିଛି । ଏମାନଙ୍କ ବିଚ୍ଛେଦ ପଛରେ ଅନ୍ୟଜଣେ ନାୟିକାଙ୍କ ଭୂମିକା ରହିଛି । ଯିଏକି ଅକ୍ଷୟ କୁମାରଙ୍କଠାରୁ ବୟସ୍କ । ବଲିଉଡର ଜଣାଶୁଣା ଅଭିନେତ୍ରୀ ରେଖାଙ୍କ ପାଇଁ ରବିନା ଏବଂ ଅକ୍ଷୟଙ୍କ ଯୋଡ଼ି ଭାଙ୍ଗିଥିବା କୁହାଯାଏ । ଅନସ୍କ୍ରିନ ରୋମାନ୍ସରୁ ଆରମ୍ଭ ହୋଇଥିବା ପ୍ରେମ ବିଚ୍ଛେଦର ମୁଖ୍ୟ କାରଣ ରେଖା ବୋଲି ଏକ ଇଣ୍ଟରଭିୟୁରେ ନିଜେ କହିଛନ୍ତି ରବିନା । ସେ କହିଛନ୍ତି କି, ଆମର ବିବାହ ହେବାକୁ ଯାଉଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଖିଲାଡ଼ି ଓ୍ବୋକା ଖିଲାଡ଼ି ଫିଲ୍ମ ରିଲିଜ ହୋଇଥିଲା । ଏହାପରେ ଏକ ପାର୍ଟିର ଆେୟାଜନ କରିଥିଲା ପ୍ରଯୋଜନା ସଂସ୍ଥା । ଯେଉଁ ପାର୍ଟିରେ ରବିନା ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଅକ୍ଷୟ କୁମାର ଏହି ପାର୍ଟିରେ ରେଖାଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ପାର୍ଟି ଶେଷ ହେବା ପର୍ଯ୍ୟନ୍ତ ଉଭୟ ଏକାଠି ନଜର ଆସିଥିଲେ । ଯାହାକି ରବିନାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା । ଏମିତିକି ରେଖା ଏବଂ ଅକ୍ଷୟଙ୍କ ମଧ୍ୟରେ ରିଲେସନ ଥିବା ଯୁକ୍ତି ବାଢ଼ିଛନ୍ତି ରବିନା । ଶେଷରେ ରବିନା ଅକ୍ଷୟଙ୍କ ସହ ବ୍ରେକଅପ କରିବା ସହ ୨୦୦୪ ମସହାରେ ଅନୀଲ ଥଣ୍ଡାନିଙ୍କୁ ବିବାହ କରିଥିଲେ ।