ବଲାଙ୍ଗୀର ମେଡିକାଲରୁ ଗାଏବ ମହିଳା SI, ବିଷ ପିଇ ଭର୍ତ୍ତି ହୋଇଥିିଲେ

1 min read

ବଲାଙ୍ଗୀର: ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ପ୍ରତିକ୍ରିୟା ରଖିଲେ ବଲାଙ୍ଗୀର ମେଡିକାଲ କଲେଜର ଇନଚାର୍ଜ ଡାକ୍ତର ସଚଳା ଭୋଇ । ସେ କହିଛନ୍ତି- ଆଡ଼ମିଶନ ବେଳେ ଏସଆଇଙ୍କ ଅବସ୍ଥା ସ୍ଥିର ଥିଲା । ସେ ମେଡିସିନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ମାତ୍ର ସକାଳ ରାଉଣ୍ଡରେ ଗଲାବେଳକୁ ଡାକ୍ତରୀ ଟିମ ତାଙ୍କୁ ପାଇ ନଥିଲେ । ମହିଳା ଏସଆଇ ଜଣକ ବର୍ତମାନ କେଉଁଠି ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ମହିଳା ଜଣକ । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ମହିଳା ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଏସଆଇ ରହୁଥିବା କ୍ବାଟରରେ ପ୍ରବଳ ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା ।

ଏହାପରେ ଏସଆଇ କାଜଲ ବିଷପାନ କରିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଥିବା ବେଳେ, ମହିଳା ଏସଆଇଙ୍କ ପୁରୁଷବନ୍ଧୁ ସନ୍ଦେହ ଘେରକୁ ଆସିଛନ୍ତି । ଏସଆଇଙ୍କ ପୁରୁଷବନ୍ଧୁ ମଧ୍ୟ ପୋଲିସ ଏସଆଇ ଥିବା କୁହାଯାଉଛି ।