ବଲିଉଡର ଡ୍ରାମା କୁଇନଙ୍କ ଜୀବନ କାହାଣୀ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନଭାବେ ଜଣାଶୁଣା ରାକ୍ଷୀ ସ୍ବାଓ୍ବନ୍ତ ସବୁବେଳେ ଗଣମାଧ୍ୟମରେ ହେଡଲାଇନ ପାଲଟିଥାନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ରାକ୍ଷୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ସ୍ବାମୀ ଆଦିଲଙ୍କ ସହ ବିବାଦକୁ ନେଇ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛନ୍ତି । କୋଟି କୋଟି ଟଙ୍କାର ମାଲିକାଣୀ ବନିଥିବା ରାକ୍ଷୀ ଗରିବୀକୁ ଅତି ପାଖରୁ ଦେଖିଛନ୍ତି ।  ଦିନେ ତାଙ୍କ ପାଖରେ ଖାଇବା ପାଇଁ ନଥିଲା ମା ପରଘରେ ମୂଲ ଲାଗି ତାଙ୍କୁ ବଢ଼ାଇଥିବା ରାକ୍ଷୀ ନିଜେ ଅନେକ ଆଲୋଚନା ସମୟରେ କହିଛନ୍ତି ।

ରାକ୍ଷୀ ମାତ୍ର ୧୧ ବର୍ଷ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ମାତ୍ର ୫୦ ଟଙ୍କା ପାରିଶ୍ରମିକ ପାଇଥିଲେ । ମାତ୍ର ପରେ ସଂଘର୍ଷ ଜାରି ରଖି ବଲିଉଡରେ ଏଣ୍ଟ୍ରି କରିପାରିଛନ୍ତି । ’ମେଁ ହୁଁ ନାଁ’ ଭଳି ବଲିଉଡର ସଫଳ ଫିଲ୍ମରେ ଅଭିନୟ କରିଛନ୍ତି ରାକ୍ଷୀ । ଏହା ସହିତ ରାଖୀ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି  । ସେ ଛୋଟ ପରଦାରେ ମଧ୍ୟ ନଜର ଆସିଛନ୍ତି  । ବହୁ ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍ ବସ୍’ରେ ମଧ୍ୟ ନଜର ଆସିଥିଲେ  । ଏହି ଶୋରେ ଯୋଗଦେବା ପାଇଁ ବହୁ ଟଙ୍କା ପାଇଛନ୍ତି ରାକ୍ଷୀ ।

ଏସବୁ ବ୍ୟତୀତ ରାକ୍ଷୀ ଅନେକ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋସନ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ବହୁତ ରୋଜଗାର କରନ୍ତି  । ଏହି କାରଣରୁ ଆଜି ଅଭିନେତ୍ରୀ ୩୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଅନେକ ବିଳାସପୂର୍ଣ୍ଣ ଗାଡ଼ି ସହ ରାକ୍ଷୀଙ୍କର ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ ଏବଂ ମୁମ୍ବାଇରେ ଏକ ବଙ୍ଗଳା ମଧ୍ୟ ରହିଛି ।