spot_img
Home Blog Page 2682

5Tରେ ସାମିଲ ହେବା ପରେ ବଦଳୁଛି ଧର୍ମଗଡ଼ ସରକାରୀ ମେଡିକାଲର ରୂପରେଖ

ଧର୍ମଗଡ଼: 5Tରେ ସାମିଲ ପରେ ବଦଳୁଛି ଧର୍ମଗଡ ସରକାରୀ ମେଡିକାଲର ରୂପ ରେଖ । ହୋଇଛି ଡାକ୍ତର ନିଯୁକ୍ତି ସାଙ୍ଗକୁ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା । ଏଣିକି ହାତ ମୁଠାରେ ମିଳିବ ଯକୃତ ସାଙ୍ଗକୁ ବିଭିନ୍ନ ରୋଗର ଚିକିତ୍ସା  । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ସାଙ୍ଗକୁ ଅଞ୍ଚଳବାସୀ l ପ୍ରତି ଜୀବନ ମୂଲ୍ୟବାନ  । ସଫଳ ହେଉଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା  । 5Tରେ ସାମିଲ ପରେ ବଦଳୁଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ହସ୍ପିଟାଲର ରୂପରେଖ  । ପ୍ରତିଟି ରୋଗୀଙ୍କୁ ଏଠାରେ ମିଳିବ ଉପଯୁକ୍ତ ଚିକିତ୍ସା  । ମାଆ ଓ ଶିଶୁ ପାଇଁ ନଅ କୋଟିରୁ ଅଧିକ ଟଙ୍କାରେ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି l ଚିକିତ୍ସା ପାଇଁ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି ପଡୋଶୀ ଛଟିଶଗଡ, ନବରଙ୍ଗପୁର, କଳାହାଣ୍ଡି ସାଙ୍ଗକୁ ନୂଆ ପଡାର ଲୋକ l ଏହାକୁ ଦୃଷ୍ଟିରେ ରଖି ମେଡିକାଲର ଉନ୍ନତ୍ତିକରଣ ଆରମ୍ଭ ହୋଇଛି  । ୬ ଜଣ ଡାକ୍ତର ମେଡିକଲରେ  ନିଯୁକ୍ତି ପାଇ ପାଇଥିବା ବେଳେ ଆହୁରି ଡାକ୍ତର ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖାଯାଇଛି  ।

ହସ୍ପିଟାଲରେ ଚକ୍ଷୁ, ଦାନ୍ତ ରୋଗ, ଶୈଲ୍ୟ ଚିକିତ୍ସା ଭେଷଜ ଚିକିତ୍ସା ହୋଇପାରୁଛି  ।  ଅତ୍ୟାଧୁନିକ ଏକ୍ସରେ ଓ ଯକୃତ ରୋଗ ଭଳି ଟେଷ୍ଟ ସେବା ବି ଏଠାରେ ଉପଲବ୍ଧ ହୋଇଛି l ପୂର୍ବରୁ ଚିକିତ୍ସା ପାଇଁ ଦୂର ଦୁଆରନ୍ତ ତଥା ବିଶାଖା ପାଟଣା, ରାୟପୁର ଯାଉ ଥିଲେ ଲୋକେ  । ହେଲେ ଏବେ ଚିତ୍ସା ସେବା ଲୋକଙ୍କ ହାତ ମୁଠାରେ l

ରାଜ୍ୟ ସରକାର କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି  । ତାହା ଧର୍ମଗଡରେ ଦେଖିବାକୁ ମିଳିଛି l ପ୍ରଥମେ କୃଷି ପାଇଁ ଜଳ ସେଚନ , ପରେ ପାନୀୟ ଜଳ, ଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡ, ଶିକ୍ଷା ପାଇଁ ଏକ ମାତ୍ର ମହିଳା  ବିଦ୍ୟାଳୟକୁ ଆମ କଲେଜରେ ସାମିଲ ଆଉ ଏବେ ବଦଳୁଛି ମେଡିକାଲର ରୂପ ରେଖ l

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି ବାଉଁଶ କରଡ଼ି, ପାରମ୍ପରିକ ଜଙ୍ଗଲୀ ଖାଦ୍ୟ ସାମଗ୍ରୀକୁ ବିକ୍ରି କରି ମେଣ୍ଟୁଛି ଗୁଜୁରାଣ

ରାୟଗଡ଼ା: ଆଦିବାସୀଙ୍କ ରୋଜଗାର ମାଧ୍ୟମ ସାଜିଛି ବାଉଁଶ କରଡି । ଜଙ୍ଗଲୀ ଖାଦ୍ୟ ସାମଗ୍ରୀକୁ ବିକ୍ରି କରି ମେଣ୍ଟୁଛି ଗୁଜୁରାଣ । ବଜାରରେ ମଧ୍ୟ କରଡ଼ିର ରହିଛି ଢେର ଚାହିଦା । ବାଉଁଶ ଗଛର ଗଜାରୁ ବାହାରିଥାଏ କରଡି । ରାୟଗଡା ଜିଲ୍ଲା ନିୟମଗିରି ଅଂଚଳର କଲ୍ୟାଣସିଂହପୁର, ଚାଟିକଣା, ମୁନିଗୁଡା, ବିଷମ କଟକ ବଜାରରେ ଅଧିକ ପରିମାଣରେ ଦେଖିବାକୁ ମିଳେ ଏହି ଖାଦ୍ୟ ଦ୍ରବ୍ୟ । ଡଙ୍ଗରିଆମାନେ କେବଳ ନିୟମଗିରି ପାଦଦେଶରେ ରହିଥିବା ହାଟମାନଙ୍କରେ ଏହାକୁ ବିକ୍ରି କରୁଥିବା ବେଳେ ଅନ୍ୟ ଅଞ୍ଚଳକୁ ବ୍ୟବସାୟୀମାନେ କିଣି ନେଇ ବିକ୍ରି କରିଥାନ୍ତି । ଏହାକୁ ବିକ୍ରି କରି ଦୁଇ ପଇସା ଭଲ ରୋଜଗାର କରୁଛନ୍ତି ଡଙ୍ଗରିଆ ପରିବାର ।

କରଡ଼ି ବାହାର ବଜାରକୁ ଆସିବା ବେଳେ ମୂଲ୍ୟ ଦୁଇଗୁଣ ବଢିଯାଇଥାଏ । ତଥାପି ଏହାର ସ୍ବାଦ ନିଆରା ହୋଇଥିବାରୁ ଲୋକେ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଏକ ସୁସ୍ଵାଦୁ ଖାଦ୍ୟ ପଦାର୍ଥ ତାହା ନୁହେଁ ଏଥିରେ ଭରପୁର ରହିଛି ରୋଗ ପ୍ରତିଷେଧକ ଶକ୍ତି । କରଡି ଖାଇବା ଦ୍ବାରା ଡାଇବେଟିସ, ବ୍ଲଡପ୍ରେସର, କୋଲେଷ୍ଟଲ ଭଳି ଅନେକ ପ୍ରକାର ରୋଗ ନିୟନ୍ତ୍ରଣ ହୋଇପାରୁଥିବା କହିଛନ୍ତି ଡାକ୍ତର ।

 

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ

ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ । ସକାଳେ ଭୁବନେଶ୍ବରରେ ଶେଷ ଦର୍ଶନ ପରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ବ୍ରହ୍ମପୁର ଅଭିମୁଖେ ନିଆଯାଇଥିଲା  । ବ୍ରହ୍ମପୁରରେ ଶେଷ ଶୋଭାଯାତ୍ରାରେ ହଜାର ହଜାର ଲୋକ ସେମାନଙ୍କ ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ  ।  ଲାଞ୍ଜିପଲ୍ଲୀ ବାଇପାସ୍‌, କମାପଲ୍ଲୀ, ଟାଟାବେଞ୍ଜ୍‌ ଛକ, ଖଲ୍ଲିକୋଟ କଲେଜ ରୋଡ୍, ପି.ଭି.ଏନ. ପେଟ୍ରୋଲ ଟ୍ୟାଙ୍କ୍‌, ସିଟି ହସ୍ପିଟାଲ, ଗେଟ ବଜାର, ଆସିକା ରୋଡ୍‌ ଦେଇ ଦିଗପହଣ୍ଡିରେ ପହଞ୍ଚିଥିଲା ଶବ ଶୋଭାଯାତ୍ରା  । ଦିଗପହଣ୍ଡି ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନେତା, କର୍ମୀ ଓ ସାଧାରଣ ଲୋକ । ପରେ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟନାରାୟଣଙ୍କ ପୈତୃକ ସ୍ଥାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକ ଉପସ୍ଥିତ ରହି ସୂର୍ଯ୍ୟଙ୍କୁ ଅନ୍ତିମ ବିଦାୟ ଦେଇଥିଲେ  ।

ଗାଁ ମାଟିରେ ସୂର୍ଯ୍ୟଙ୍କୁ ଗାର୍ଡ ଅଫ୍ ଅନର୍

ଦିଗପହଣ୍ଡି: ଗାଁ ମାଟିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର । ଦିଗପହଣ୍ଡି କପାମଣ୍ଡିସ୍ଥିତ ପୈତୃକ ଜମିରେ ଅନ୍ତିମ ସଂସ୍କାର କରାଯାଉଛି । ପଥପ୍ରାନ୍ତ ନିକଟରୁ ବିଶାଳ ଶୋଭାଯାତ୍ରାରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଥିବାବେଳେ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଥିଲେ ।  ଦିଗପହଣ୍ଡିସ୍ଥିତ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ଜମି ପଡିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଛି । ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯାଉଛି  । ଗତକାଲି ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପରେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

 

ଆମେରିକାରେ ଏହିସବୁ ଜିନିଷ ନେଉଛନ୍ତି ଚୋର

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଅଦ୍ଭୁତ ଅବସ୍ଥା । ଟୁଥପେଷ୍ଟ, ଚକୋଲେଟ, ଓ୍ବାସିଂ ପାଉଡର ଓ ଡିଓଡରାଣ୍ଟର ଦର ଆକାଶ ଛୁଆଁ । ହେଲେ କାରଣ ଭିନ୍ନ । ଦେଶରେ ଏସବୁ ଜିନିଷର ଚୋରି ବୃଦ୍ଧି ପାଉଥିବାରୁ ରିଟେଲରମାନେ ସମସ୍ୟାରେ ପଡିଛନ୍ତି । ସେମାନେ ଏସବୁ ଜିନିଷକୁ ସର୍ବଦା କଡା ସୁରକ୍ଷା ମଧ୍ୟରେ ରଖୁଛନ୍ତି । ଫଳରେ ବଜାରରେ ଏହିସବୁ ଜିନିଷ ଦୁଷ୍ପ୍ରାପ୍ୟ ହେବାରେ ଲାଗିଛି । ଏହି କାରଣ ଯୋଗୁ ଦରବୃଦ୍ଧି ଘଟୁଥିବାରୁ ଖାଉଟି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଦେଶରେ ଏହି ସବୁ ଜିନିଷର ଚୋରି ବୃଦ୍ଧି ପାଉଥିବା ସହ ସଂଗଠିତ ଅପରାଧମାନ ଘଟୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରିଟେଲର ଓ୍ବାଲମାର୍ଟ ଆଣ୍ଟ ଟାର୍ଗେଟ, ସିଭିଏସ, ଓ୍ବାଲଗ୍ରୀନ, ହୋମଡିପୋ, ଜୋତା ବିକ୍ର ସଂସ୍ଥା ଫୁଟ ଲକର । ଚୋରିକୁ କେନ୍ଦ୍ର କରି ବହୁ ହିଂସା ଘଟୁଥିବାରୁ ଏହି ସଂସ୍ଥାମାନେ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ସଂଗଠିତ ଖୁଚୁରା ଅପରାଧ ଓ ଚୋରି ଆଦି ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସ୍ପୋର୍ଟିଂ ଗୁଡସର ସିଇଓ ଲରେନ ହୋବାର୍ଟ । ଚଳିତ ବର୍ଷର ପ୍ରଥମ ୫ ମାସରେ ଆମେରିକାରେ ଥିବା ଏହି ସଂସ୍ଥାଗୁଡିକରେ ଚୋରି ସଂଖ୍ୟା ୧୨୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି ।

ନ୍ୟାସନାଲ ରିଟେଲ ଫେଡେରେସନର ରିପୋର୍ଟ ଅନୁସାରେ ୨୦୨୨ରେ ରିଟେଲର ସଂସ୍ଥାମାନେ ଚୋରି, ଦୋକାନରୁ ଲୁଟ, ପ୍ରଶାସନିକ ତ୍ରୁଟି ଆଦି କାରଣରୁ ୯୪.୫ ବିଲିୟନ ଡଲାର କ୍ଷତି କରିଛନ୍ତି । ଚୋରଙ୍କ ଦାଉରୁ ରକ୍ଷା କରିବା ଲାଗି ଦୋକାନୀମାନେ ରେଫ୍ରିଜେରେଟରରେ ପ୍ୟାଡଲକଡ ଚେନ ଲଗାଇବା ସହ ଅନ୍ୟାନ୍ୟ ମାଧ୍ୟମ ଆପଣାଉଛନ୍ତି । ଓ୍ବାଶିଂଟନ ସୁପରମାର୍କେଟରେ ବି ଚୋରି ଓ ହିଂସା ବଢୁଥିବା ସୂଚନା ମିଳିଛି । ଗତ ଅଗଷ୍ଟ ୧୨ ତାରିଖରେ ଲସ ଏଞ୍ଜେଲସରେ ନର୍ଡଷ୍ଟର୍ମ ଷ୍ଟୋରରେ ପ୍ରାୟ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୩ ଲକ୍ଷ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଲୁଟ୍ କରିଥିଲେ ।

 

ଟ୍ରାଫିକ୍ ଜାମ୍, ଫୁଟ୍ ଓଭର ବ୍ରିଜ୍ ଦେଇ ଗଲା ଅଟୋ । ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ: ଟ୍ରାଫିକ୍ ଜାମରୁ ମୁକ୍ତି ପାଇବାର ସହଜ ଉପାୟ । ଫୁଟ ଓଭର ବ୍ରିଜ୍ ଦେଇ ଗଲା ଅଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ୟୁଜର୍ସମାନେ ଦେଉଛନ୍ତି ମଜାଳିଆ କମେଣ୍ଟ । ନୂଆଦିଲ୍ଲୀରୁ ଆସିଛି ଏଭଳି ଖବର । ଜି-୨୦ ଶିଖର ସମ୍ମିଳନୀ ହେବାକୁ ଥିବାବେଳେ ପ୍ରସ୍ତୁତି ଜୋରଦାର ଚାଲିଛି । ଯେଉଁ କାରଣରୁ ଟ୍ରାଫିକ୍ ଜାମ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ସମୟରେ ଅଟୋ ଚାଳକ ଦୀର୍ଘ ସମୟ ଅଟକି ରହିବା ପରେ ଶେଷରେ ଫୁଟ୍ ଓଭର ବ୍ରଜି୍ ଦେଇ ଯାଇଥିବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ହମଦର୍ଦନଗର ରୋଡ୍ ଲାଇଟ୍ ସଙ୍ଗମ ବିହାର ଟ୍ରାଫିକ୍ ପୋଷ୍ଟର ଏହି ଭିଡିଓ ବୋଲି କୁହାଯାଉଛି ।

ପରଲୋକରେ ଜିମ୍ଵାୱେର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌, ୧୦ ଦିନ ପୂର୍ବରୁ ଦେହାନ୍ତକୁ ନେଇ ହୋଇଥିଲା ଗୁଜବ

ନୂଆଦିଲ୍ଲୀ: ଆଉନାହାନ୍ତି ଜିମ୍ବାଓ୍ୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ । ୪୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଷ୍ଟ୍ରିକ୍ । ଏହା ପୂର୍ବରୁ ତାଙ୍କ ଦେହାନ୍ତ ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା । ଯେଉଁଥି ପାଇଁ ହିଥ୍ ଷ୍ଟ୍ରିକ୍ ନିଜେ କ୍ରୋଧ ପ୍ରକାଶ କରିବା ସହ ସେ ସୁସ୍ଥ ଅଛନ୍ତି ବୋଲି କହିଥିଲେ । କିନ୍ତୁ ଏହି ଗୁଜବର ୧୦ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ରେ ମୃତ୍ୟୁବରଣ କରିଛନ୍ତି  ହିଥ୍ ଷ୍ଟ୍ରିକ୍ । ଏଥର କିନ୍ତୁ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନୁହେଁ ବରଂ ସମ୍ପୂର୍ଣ୍ଣ ସଠିକ୍ । ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

୧୯୯୩ ମସିହା ନଭେମ୍ବରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ହାଥ୍ ଷ୍ଟ୍ରିକ୍ । ସେହି ବର୍ଷ ଡିସେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଷ୍ଟ୍ରିକ୍ । ହିଥ୍ ତାଙ୍କ କ୍ୟାରିୟରରେ ସଚିନ୍ ତେନ୍ଦୁଲକରଙ୍କୁ ୩ ଥର ଏବଂ ସୌରଭ ଗାଙ୍ଗୁଲିଙ୍କୁ ଚାରିଥର ଆଉଟ କରିଥିଲେ ।

ହିଥ୍ ଷ୍ଟ୍ରିକ୍ ତାଙ୍କ କ୍ୟାରିୟରରେ ମୋଟ୍ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚରେ ଜିମ୍ବାଓ୍ୱେ ପକ୍ଷରୁ ଖେଳିଥିଲେ । ସେ ଟେଷ୍ଟରେ ୨୧୬ଟି ଓ୍ୱିକେଟ ନେଇଥିବାବେଳେ ଦିନିକିଆରେ ୨୩୯ ଓ୍ୱିକେଟ ଅକ୍ତିଆର କରିଥିଲେ । ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ପ୍ରଭୃତିଙ୍କର କୋଚ୍‌ ଭାବେ କାର୍ଯ୍ୟ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ଥିଲେ।

ଦିଗପହଣ୍ଡିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର

ଦିଗପହଣ୍ଡି: ଶେଷଯାତ୍ରାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଦିଗପହଣ୍ଡିରେ ପଥପ୍ରାନ୍ତ ନିକଟରୁ ବିଶାଳ ଶୋଭାଯାତ୍ରାରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଉଛି । ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଛନ୍ତି । କପାମଣ୍ଡି ନିକଟ ପଢ଼ିଆରେ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଛି । ଦିଗପହଣ୍ଡିସ୍ଥିତ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ଜମି ପଡିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯିବ । ଗତକାଲି ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ।ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପରେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଏସିଆା କପରେ ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିପାରିବ ରୋହିତ ବାହିନୀ । ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବାବେଳେ ବର୍ଷା କାରଣରୁ ମ୍ୟାଚର ଫଳାଫଳ ଆସିନାହିଁ । ଉଭୟ ଦଳ ପଏଣ୍ଟ ଭାଗ ବାଣ୍ଟିଥିବାବେଳେ ପାକିସ୍ତାନ ସୁପର-୪ ପାଇଁ କ୍ବାଲିଫାଇ କରିସାରିଛି । ସେପଟେ ଭାରତ ଶେଷ ଲିଗ ମ୍ୟାଚରେ ନେପାଳ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ପାଣିପାଗ ସୂଚନା ଅନୁଯାୟୀ ସେଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ମ୍ୟାଚର ଫଳାଫଳ ନଆସେ ତାହେଲେ ପଏଣ୍ଟ ଭାଗ ହେବ । ଭାରତ ୨ ପଏଣ୍ଟ ସହ ସୁପର-୪ ପାଇଁ ନିଜର ସ୍ଥାନ ପକ୍କା କରିପାରିବ । ଅନ୍ୟପଟେ ନେପାଳ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିଛି । ଏଣୁ ଭାରତ ମ୍ୟାଚ ନଖେଳିଲେ ମଧ୍ୟ ସୁପର-୪ରେ ସ୍ଥାନ ପକ୍କା କରିପାରିବ ।

‘କାଶ୍ମୀର ହେଉ କି ଅରୁଣାଚଳ, ଯେଉଁଠି ଇଛା ସେଇଠି କରିବୁ ଜି-୨୦ ସମ୍ମିଳନୀ’

ନୂଆଦିଲ୍ଲୀ: ଜି-୨୦ ବୈଠକକୁ ନେଇ ପାକିସ୍ତାନ ଓ ଚୀନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ । ଶ୍ରୀନଗର ଓ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଉପରେ ଆପତ୍ତି ଉଠାଉଥିବା ଏହି ଦୁଇ ଦେଶଙ୍କୁ ପ୍ରଧାନମନ୍ତ୍ରରଙ୍କ କଡ଼ା ଜବାବ । କହିଲେ, ‘କାଶ୍ମୀର ହେଉ କି ଅରୁଣାଚଳ ପ୍ରଦେଶ, ଯେଉଁଠି ଇଚ୍ଛା ସେଇଠି ଜି-୨୦ ବୈଠକ କରିବୁ ।’

ଜି-୨୦ ଅଧ୍ୟକ୍ଷତାକୁ ନେଇ କହିଛନ୍ତି, ‘ଏହାଦ୍ବାରା ବହୁତ ସକରାତ୍ମକ ପ୍ରଭାବ ପଡ଼ିଛି । ଏଥିରୁ କିଛି ମୋ ହୃଦୟକୁ ଜଣିପାରିଛି । ଜି-୨୦ରେ ଆମ ଦୃଷ୍ଟିକୋଣକୁ ଦୁନିଆ କେବଳ ବିଚାରରେ ନେଇନାହିଁ, ଏହାକୁ ଭବିଷ୍ୟର ରୋଡମ୍ୟାପ ଭାବେ ଦେଖୁଛି । ଦୁନିଆର ଜିଡିପି କେନ୍ଦ୍ରିତ ଦୃଷ୍ଟିକୋଣ ଏବେ ମାନବ କେନ୍ଦ୍ରିତ ହେବାରେ ଲାଗିଛି ଓ ଏଥିରେ ଭାରତ ପ୍ରମୁଖ ଭୂମିକା ଲିଭାଉଛି । ଦାୟିତ୍ବହୀନ ଆର୍ଥିକ ନୀତି ଓ ଲୋଭନୀୟ ପ୍ରତିଶ୍ରୁତି ସଙ୍ଗେ ସଙ୍ଗେ ରାଜେନୖତିକ ଲାଭ ଦେଇପାରେ । ହେଲେ, ଭବିଷ୍ୟତରେ ଏଥିପାଇଁ ଆର୍ଥିକ ଓ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ । ଏଥିରେ ଗରିବ ହିଁ ପୀଡ଼ିତ ହୋଇଥାଏ ।’

ଜି-୨୦ର ଗୁରୁତ୍ବ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ଜି-୨୦ ଅଧ୍ୟକ୍ଷତା କରିବା ତୃତୀୟ ବିଶ୍ବର ଦେଶଙ୍କ ମଧ୍ୟରେ ବିଶ୍ବାସ ଭରିଛି । ଭାରତର ଜି-୨୦ ଥମ୍ ‘ବସୁଧୈବ କୁଟୁମ୍ବକମ’ କେବଳ ଏକ ସ୍ଲୋଗାନ ନୁହେଁ, ଆମ ବିଚାର ଓ ନୈତିକତାର ଏକ ଦର୍ଶନ ।’

ଆଗକୁ ସେ କହିଛନ୍ତି, ‘ଜି-୨୦ରେ ଆଫ୍ରିକା ଆମ ପାଇଁ ପ୍ରଥମ ପ୍ରାଥମିକତା ରହିଛି । ସମସ୍ତଙ୍କ ମତ ନ ଶୁଣି କୌଣସି ଭବିଷ୍ୟତ ଯୋଜନା କଲେ, ତାହା ସଫଳ ହେବ ନାହିଁ ।’

ସବକା ସାଥ, ସବକା ବିକାଶ ମଧ୍ୟ ବିଶ୍ବ କଲ୍ୟାଣ ପାଇଁ ମାର୍ଗଦର୍ଶକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଛନ୍ତି, ବିଶ୍ବର ବିଭିନ୍ନ ସ୍ଥାନରେ ସଂଘର୍ଷ ଘଟୁଛି । ଏମିତି ସଂଘର୍ଷ ସମାଧାନର ଏକମାତ୍ର ବାଟ ହେଉଛି ଆଲୋଚନା । ଆଜି ଭାରତୀୟଙ୍କ ପାଖରେ ବିକାଶର ମଞ୍ଜି ପୋତିବାର ସୁଯୋଗ ଆସିଛି, ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦୁନିଆ ମନେ ରଖିବ ।