ଗାଁ ମାଟିରେ ସୂର୍ଯ୍ୟଙ୍କୁ ଗାର୍ଡ ଅଫ୍ ଅନର୍

ଦିଗପହଣ୍ଡି: ଗାଁ ମାଟିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର । ଦିଗପହଣ୍ଡି କପାମଣ୍ଡିସ୍ଥିତ ପୈତୃକ ଜମିରେ ଅନ୍ତିମ ସଂସ୍କାର କରାଯାଉଛି । ପଥପ୍ରାନ୍ତ ନିକଟରୁ ବିଶାଳ ଶୋଭାଯାତ୍ରାରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଥିବାବେଳେ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଥିଲେ ।  ଦିଗପହଣ୍ଡିସ୍ଥିତ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ଜମି ପଡିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଛି । ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯାଉଛି  । ଗତକାଲି ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପରେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।