spot_img
Home Blog Page 2670

ବିଶ୍ୱକପ ଇତିହାସରେ ଯୋଡ଼ିହେଲା ଦକ୍ଷିଣ ଆଫ୍ରିକାର ଜବରଦସ୍ତ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କରମ ODI ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରିଛନ୍ତି। ସେ  ସନ୍ଧ୍ୟାରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ୪୯ ବଲରେ ଏହି ଶତକ ହାସଲ କରିଛନ୍ତି । ଏହା ସହ ସେ ଆୟର୍ଲାଣ୍ଡର ‘କେଭିନ୍ ଓବ୍ରେନ’ ଶତକ ରେକର୍ଡକୁ ଭାଙ୍ଗିଛନ୍ତି, ଯାହା ସେ ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ସ୍କୋର କରିଥିଲେ। ମାର୍କରମ ୪୯ ଟି ବଲରେ ୧୦୬ ରନର ଜବରଦସ୍ତ ଇନିଂସ ଖେଳିଥିଲେ, ଯେଉଁଥିରେ ତାଙ୍କ ବ୍ୟାଟରୁ ୧୪ଟି ଚାରି ଓ ତିନୋଟି ଛକା ଦେଖିବାକୁ ମିଳିଥିଲା ​​|  ଶ୍ରୀଲଙ୍କା ବୋଲଙ୍କୁ ଧୁଳୁ ଚଟାଇଥିଲେ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୪୨୮ ରନ୍ ସଂଗ୍ରହ କରିଥିଲା । ବିଶ୍ୱକପ ଇତିହାସରେ କୌଣସି ଦଳ ଏଭଳି ସ୍କୋର କରିନାହାନ୍ତି, ଏହା ହେଉଛି ସର୍ବାଧିକ ସ୍କୋର | ବିଶ୍ୱକପରେ ପ୍ରଥମ ଥର ପାଇଁ ତିନି ଜଣ ବ୍ୟାଟ୍ସମ୍ୟାନ୍ ଗୋଟିଏ ଇନିଂସରେ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଓପନର୍ କ୍ୱିଣ୍ଟନ୍ ଡି କକ୍ (୧୦୦) ରାସି ଭାନ୍ ଡେର୍ ଡୁସେନ୍ (୧୦୮) ଏବଂ ଆଡେନ ମାର୍କରମ (୧୦୬) କରିବା ସହ ପଡ଼ିଆରେ ନିଆଁ ଲଗାଇ ଦେଇଥିଲେ। ବିଶ୍ୱକପ୍‌ର ଗୋଟିଏ ଇନିଂସରେ ସର୍ବାଧିକ ରେକର୍ଡ ଦେଖିବାକୁ ମିଳିଥିଲା ।एडन मार्करम ने ठोका विश्व कप इतिहास का सबसे तेज शतक आतिशी बल्लेबाजी से लगा रिकॉर्ड्स का मेला - south africa vs sri lanka aiden markram hits fastest century highest score world

ଯେତେବେଳେ ମାର୍କରମ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ, ଦକ୍ଷିଣ ଆଫ୍ରିକା ସ୍କୋରବୋର୍ଡରେ ୩୧ ଓଭରରେ ୨୧୪ ରନ୍ ସଂଗ୍ରହ କରିଥିଲା । ଯେତେବେଳେ କ୍ୱିଣ୍ଟନ୍ ଡି କକ୍ ପ୍ରଥମ ବିଶ୍ୱକପ୍ ୧୦୦ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ, ମାର୍କରମ ତାଙ୍କର ସାହସିକତା ପ୍ରଦର୍ଶନ କରିବାର ସୁଯୋଗ ପାଇଲେ | ତାଙ୍କ ସାଥୀ ରାସି ଭାନ୍ ଡେର୍ ଡୁସେନ୍ ଙ୍କ ସହ ସେ ଶ୍ରୀଲଙ୍କା ବୋଲରଙ୍କ ବଲ୍କୁ ପଟିଯାଲିଥିଲେ । ଏହି ସମୟରେ ରସି ବିଶ୍ୱକପ ଇତିହାସରେ ନିଜର ୨୦୦ ତମ ଶତକ ହାସଲ କରିଥିଲେ । ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ପ୍ରକାଶ ପାଇଲା କୋଷ୍ଚିନ ବ୍ୟାଙ୍କ୍, ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ କେତେ ସହାୟକ ହେବ ଜାଣନ୍ତୁ ?

କଟକ : ଯୁକ୍ତଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଷ୍ଚିନ ବ୍ୟାଙ୍କ୍ । ପରୀକ୍ଷାର୍ଥୀ ମାନେ କୋଷ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତିବର୍ଷ କୋଷ୍ଚିନ ବ୍ୟାଙ୍କ୍ ଜାରି କରାଯାଇଥାଏ । ଯାହାକି ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୁଏ । chseodisha.nic.in ଓ୍ବବସାଇଟରେ କୋଷ୍ଚିନ ବ୍ୟାଙ୍କ୍ ଉପଲବ୍ଧ ଅଛି । ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥେମାଟିକ୍ସ ଓ ବାୟୋଲୋଜି ବିଷୟର ପ୍ରଶ୍ନ ଉପଲବ୍ଧ ।

ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନ ଅପ୍ ଲୋଡ କରାଯିବ । କୋଷ୍ଚିନ ବ୍ୟାଙ୍କ୍ ନେଇ ପିଲା ମାନଙ୍କୁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ ସିଏଚଏସଇ ପକ୍ଷରୁ ଚିଠି ।

୧୦୭ ମେଡାଲ ସହ ଏସିଆନ ଗେମ୍ସରେ ଅଭିଯାନ ଶେଷ କଲା ଭାରତ

ହଙ୍ଗଝୋଉ: ଏସିଆନ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ଚଳିତ ଏସିଆନ ଗେମ୍ସରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳି ୧୦୭ ପଦକ ଜିତିଛନ୍ତି । ଏସିଆନ ଗେମ୍ସ ଇତିହାସରେ ଭାରତ ପ୍ରଥମଥର ପାଇଁ ୧୦୦ ପଦକ ଅତିକ୍ରମ କରିଛି । ଭାରତ ୨୮ସ୍ୱର୍ଣ୍ଣ ବ୍ୟତୀତ ୩୮ ରୌପ୍ୟ ଏବଂ ୪୧ ବ୍ରୋଞ୍ଜ ପଦକ ଜିତିଛି । ଅଭିଯାନ ଶେଷ ସୁଦ୍ଧା ଭାରତ ମେଡାଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଚୀନ ତାଲିକାର ଶୀର୍ଷରେ ରହିଛି । ୧୯୪ ସ୍ୱର୍ଣ୍ଣ ସମେତ ୩୬୮ ମେଡାଲ ଜିତିଛି ଡ୍ରାଗନ । ଏହାପରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ କ୍ରମଶଃ ଜାପାନ ଏବଂ ଦକ୍ଷିଣ କୋରିଆ ରହିଛନ୍ତି । ଜାପାନ ୪୮ ସ୍ୱର୍ଣ୍ଣ ସମେତ ୧୭୭ ମେଡାଲ ଜିତିଥିବା ବେଳେ ଦକ୍ଷିଣ କୋରିଆ ୩୯ ସ୍ୱର୍ଣ୍ଣ ସମେତ ୧୮୩ ପଦକ ଜିତିଛି ।

ଏସିଆନ ଗେମ୍ସର ପ୍ରଥମ ଦିନ ଭାରତୀୟ ଖେଳାଳି ୫ ମେଡାଲ ଜିତି ଭଲ ଆରମ୍ଭ କରିଥିଲେ । ଏହାପରେ ଦ୍ୱିତୀୟ ଦିନ ଭାରତ ଖାତାରେ ୬ ମେଡାଲ ଚଢିଥିଲା । ସେହିପରି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଦିନରେ ଭାରତ କ୍ରମଶଃ ୩, ୮ ଏବଂ ୩ ପଦକ କବଜା କରିଥିଲା । ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଆଗକୁ ମଧ୍ୟ ଜାରି ରହିଥିଲା । ଭାରତ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଦିନରେ କ୍ରମଶଃ ୮, ୫, ୧୫ ଏବଂ ୭ ମେଡାଲ ଜିତିଥିଲା । ଭାରତୀୟ ଖେଳାଳି ଦଶମ, ଏଗାରତମ, ବାରତମ, ତେରତମ ଏବଂ ଚଉଦତମ ଦିନରେ କ୍ରମଶଃ ୯, ୧୨, ୫, ୯ ଏବଂ ୧୨ ମେଡାଲ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ଭାରତ ୨୦୦୮ ଏସିଆନ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲା । ଭାରତ ଜାକର୍ତ୍ତା ଏସିଆନ ଗେମ୍ସରେ ୭୦ ପଦକ ଜିତିଥିଲା । କିନ୍ତୁ ଏବେ ଭାରତୀୟ ଖେଳାଳି ନିଜର ପୂରୁଣା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ।

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ କ’ଣ? କାହିଁକି ଆଜି ଏ ଯୁଦ୍ଧ ସ୍ଥିତି? ଜାଣନ୍ତୁ ବିବାଦ ପଛର ଇତିହାସ…

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ପୁଣିଗୋଟେଥର ସଂଘର୍ଷ ଆରମ୍ଭ ହୋଇଯାଇଛି । ହମାସ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ୫ହଜାର ରକେଟ୍ ମାଡ଼ କରିଛି । ହମାସର ଆକ୍ରମଣ ଫଳରେ ଜଣେ ଇସ୍ରାଇଲୀ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ଏହି ଆକ୍ରମଣର ଜବାବ ମଧ୍ୟ ଇସ୍ରାଏଲ ପକ୍ଷରୁ ଦିଆଯାଇଛି । ଇସ୍ରାଏଲ ହମାସକୁ ଚେତାବନୀ ଦେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛି । ତେବେ ପାଲେଷ୍ଟାଇନ ସମର୍ଥକମାନେ ଇସ୍ରାଏଲରେ ଅନୁପ୍ରବେଶ କରିବା ସହ ସୈନିକଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ପାଲେଷ୍ଟିନୀୟ ଆତଙ୍କବାଦୀ ସଂଗଠନ ହେଉଛି ହମାସ । ଗାଜା ଷ୍ଟ୍ରିପ ପାଖରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଛି । ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପ ଉପରେ ପାଲଟା ଆକ୍ରମଣ କରିଛି । ତେବେ ପାଲେଷ୍ଟାଇନ-ଇସ୍ରାଏଲ ବିବାଦ ନୂଆ ନୁହେଁ । ଅନେକ ଥର ଭୂମିକୁ ନେଇ ଆମ୍ନା ସାମ୍ନା ହୋଇଛନ୍ତି ଉଭୟ..ଦେବେ ଆଜି ଆମେ ଜାଣିବା ଏହି ବିବାଦ କେତେ ବର୍ଷ ପୂରୁଣା ଏବଂ ଏହାର ଇତିହାସ ସମ୍ପର୍କରେ….

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ୧୦୦ ବର୍ଷରୁ ମଧ୍ୟ ଅଧିକ ପୂରୁଣା । ପ୍ରଥମ ବିଶ୍ୱଯୁଦ୍ଧରେ ଅଟୋମାନ ସାମ୍ରାଜ୍ୟର ପରାଜୟ ପରେ ପେଲିଷ୍ଟାଇନ ନାଁରେ ଜଣାଯାଉଥିବା ଅଞ୍ଚଳକୁ ବ୍ରିଟେନ ନିଜ ନିୟନ୍ତ୍ରଣକୁ ନେଇଥିଲା । ସେ ସମୟରେ ଇସ୍ରାଏଲ ବୋଲି କୌଣସି ଦେଶ ନଥିଲା । ଇସ୍ରାଏଲଠୁ ନେଇ ୱେଷ୍ଟ ବ୍ୟାଙ୍କ ପର୍ଯ୍ୟନ୍ତ ଅଞ୍ଚଳକୁ ପାଲେଷ୍ଟାଇନ ଅଞ୍ଚଳ ଭାବେ ଜଣାଯାଉଥିଲା । ଏଠାରେ ଅଳ୍ପସଂଖ୍ୟକ ୟହୁଦୀ ଏବଂ ବହୁସଂଖ୍ୟକ ଆରବୀ ମୁସଲିମ ବସବାସ କରୁଥିଲେ । ପାଲେଷ୍ଟିନୀୟ ଲୋକମାନେ ଏଠାରେ ରହୁଥିବା ଆରବୀ ଥିଲେ ଯେତେବେଳେ କି ୟହୁଦୀ ଲୋକମାନେ ବାହାରୁ ଆସି ଏଠାରେ ରହୁଥିଲେ ।

ପାଲେଷ୍ଟିନୀୟ ଲୋକ ଏବଂ ୟହୁଦୀଙ୍କ ମଧ୍ୟରେ ବିବାଦ ସେବେ ଆରମ୍ଭ ହୋଇଥିଲା ଯେବେ ଅନ୍ତରାଷ୍ଟ୍ରୀୟ ସଂଗଠନ ବ୍ରିକେଟନକୁ କହିଥିଲା ଯେ ୟହୁଦୀ ଲୋକମାନଙ୍କ ପାଇଁ ପାଲେଷ୍ଟାଇନକୁ ଏକ ରାଷ୍ଟ୍ରୀୟ ଘର ଭାବେ ସ୍ଥାପନ କରିବାକୁ । ୟହୁଦୀ ବିଶ୍ୱାସ କରୁଥିଲେ ଯେ ଏହା ତାଙ୍କର ପୂର୍ବପୁରୁଷଙ୍କ ଘର ଅଟେ । ଅନ୍ୟ ପକ୍ଷରେ ପାଲେଷ୍ଟିନୀୟ ଆରବ ଏଠାରେ ପାଲେଷ୍ଟାଇନ ନାଁରେ ଏକ ନୂଆ ଦେଶ ବସାଇବା ପାଇଁ ଚାହୁଁଥିଲେ । ସେମାନେ ବ୍ରିଟେନର ନୂଆ ଦେଶ ଗଠନର ପଦକ୍ଷେପକୁ ଜୋରଦାର ବିରୋଧ କରିଥଲେ । ଏହିଠାରୁ ହିଁ ପାଲେଷ୍ଟାଇନ-ଇସ୍ରାଏଲ ବିବାଦର ଆରମ୍ଭ ହୋଇଥିଲା ।

୧୯୨୦ରୁ ନେଇ ୧୯୪୦ ମଧ୍ୟରେ ୟୁରୋପରେ ୟହୁଦୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଯେଉଁ କାରଣରୁ ୟହୁଦୀମାନେ ସେଠାରୁ ପଳାୟନ କରି ଏକ ଦେଶର ତଲାସରେ ଆସି ଏଠାରେ ପହଞ୍ଚିଥିଲେ । ୟହୁଦୀ ମାନୁଥିଲେ ଯେ ଏହା ତାଙ୍କର ଜନ୍ମଭୂମି ଏବଂ ସେମାନେ ଏଠାରେ ତାଙ୍କର ନିଜ ଦେଶର ସ୍ଥାପନ କରିବେ । ଏହି ସମୟରେ ୟହୁଦୀ ଏବଂ ପାଲେଷ୍ଟିନୀୟ ଲୋକଙ୍କ ମଧ୍ୟରେ ହିଂସା ହୋଇଥିଲା । ୧୯୪୭ରେ ମିଳିତ ଜାତିସଂଘ କହିଥିଲା ଯେ ୟହୁଦୀ ଏବଂ ଆରବୀଙ୍କ ପାଇଁ ଅଲଗା ଅଲଗା ଦେଶ ଗଠନ ପାଇଁ ମତାଦନ କରାଯାଉ । ମିଳିତ ଜାତିସଂଘ ଏହା ମଧ୍ୟ କହିଥିଲା ଯେ ଜେରୁସଲମ ଏକ ଅନ୍ତର୍ଜାତୀୟ ସହର ଭାବେ ଜଣାଯିବ ।

ଅବଶ୍ୟ ୟହୁଦୀମାନେ ମିଳିତ ଜାତିସଂଘର ଏହି କଥାକୁ ସ୍ୱୀକାର କରିନେଇଥିଲେ । କିନ୍ତୁ ଆରବୀ ଲୋକମାନେ ଏହାର ବିରୋଧ କରିଥଲେ । ଏହି କାରଣରୁ ଏହା କେବେ ଲାଗୁଁ ହିଁ ହୋଇପାରିନଥିଲା । ଯେବେ ବ୍ରିଟେନ ଦ୍ୱାରା ଏହି ସମସ୍ୟାର ସମାଧାନ ହେଲାନାହିଁ ତେବେ ସେ ଏସ୍ଥାନ ଛାଡ଼ି ଚାଲିଯାଇଥିଲା । ପରେ ୧୯୪୮ରେ ୟହୁଦୀ ନେତାମାନେ ଇସ୍ରାଏଲର ନିର୍ମାଣ ନେଇ ଘୋଷଣା କରିଦେଇଥିଲେ । ପାଲେଷ୍ଟିନୀୟ ମାନେ ଏହାକୁ ବିରୋଧ କରିଥିଲେ ଏବଂ ଏଥିସହିତ ଉଭୟ ପକ୍ଷ ମଧ୍ୟରେ ପ୍ରଥମ ଯୁଦ୍ଧର ଆରମ୍ଭ ହୋଇଥିଲା । ଯେପର୍ଯ୍ୟନ୍ତ ସୁଦ୍ଧା ଅସ୍ତ୍ରବିରତି ନିୟମ ଲାଗୁ ହେଲା ସେପର୍ଯ୍ୟନ୍ତ ସୁଦ୍ଧା ଇସ୍ରାଏଲ ପାଖରେ ଏକ ବଡ଼ ଭାଗ ଆସିଯାଇଥିଲା ।

ପାଲେସ୍ତାନୀ ଲୋକଙ୍କ ପାଇଁ ଜୋର୍ଡାନ ଏବଂ ମିଶ୍ର ଭଳି ଆରବ ଦେଶ ଯୁଦ୍ଧ ଲଢ଼ିଥିଲେ । କିନ୍ତୁ ସେମାନଙ୍କ ପରାଜୟ କାରଣରୁ ପାଲେଷ୍ଟାଇନ ଏକ ଛୋଟ ଅଂଶରେ ସୀମିତ ରହିଯାଇଥିଲା । ଜୋର୍ଡାନ ଅକ୍ତିଆରରେ ଯେଉଁ ଅଞ୍ଚଳ ଆସିଥିଲା ତାକୁ ୱେଷ୍ଟ ବ୍ୟାଙ୍କର ନାଁ ଦିଆଯାଇଥିଲା । ସେହିପରି ମିଶ୍ର ଅକ୍ତିଆରର ଅଞ୍ଚଳକୁ ଗାଜା ଷ୍ଟ୍ରିପ କୁହାଗଲା । ସେହିପରି ୟରୁସଲମ ସହରକୁ ପଶ୍ଚିମରେ ଇସ୍ରାଏଲ ସୁରକ୍ଷାବଳ ଏବଂ ପୂର୍ବରେ ଜୋର୍ଡାନର ସୁରକ୍ଷାବଳ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଏହା ସବୁ ବିନା କୌଣସି ଶାନ୍ତି ଚୁକ୍ତିରେ କରାଯାଇଥିଲା ।

 ୧୯୬୭ରେ ପୁଣିଥରେ ଯୁଦ୍ଧ ହୋଇଥିଲା, ତେବେ ଏଥର ଇସ୍ରାଏଲ ପୂର୍ବ ଜେରୁଜେଲମ ସହ ୱେଷ୍ଟ ବ୍ୟାଙ୍କ ଏବଂ ଗାଜା ଷ୍ଟ୍ରିପ ଉପରେ ନିଜର ଆଧିପତ୍ୟ ସ୍ଥାପନ କରିଥିଲା । ଗାଜାରୁ ତ ଇସ୍ରାଏଲ ପଛକୁ ହଟିଯାଇଥିଲା କିନ୍ତୁ ସେ ୱେଷ୍ଟ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ଜାରି ରଖିଥିଲା । ଇସ୍ରାଏଲ ପୂର୍ବୀ ଜେରୁସଲମକୁ ନିଜର ରାଜଧାନୀ ଘୋଷଣା କରିବା ସହ ଅଞ୍ଚଳ ଉପରେ ଦାବି କରିଥିଲା । ଅଧିକତର ପାଲେଷ୍ଟିନୀୟ ଲୋକ ଏବେ ବି ୱେଷ୍ଟ ବ୍ୟାଙ୍କରେ ହିଁ ରହୁଥିଲେ । ସେହିପରି ଗାଜା ଷ୍ଟ୍ରିପରେ କିଛି ଲୋକ ରହୁଥିଲେ । ଜେରୁଜେଲମ ୟହୁଦୀ, ଇସଲାମ ଏବଂ ଇସାଇ ଧର୍ମ ତିନିଜଣଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଟେ ।

ଜେରୁଜେଲମରେ ଅଲ-ଅକ୍ସା ମସଜିଦ ରହିଛି, ଯାହାକୁ ଇସ୍ଲାମର ସବୁଠୁ ପବିତ୍ର ମସଜିଦମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଜଣାଯାଇଥାଏ । ଏଠାରେ ଟେମ୍ପଲ ମାଉଣ୍ଟ ମଧ୍ୟ ରହିଛି, ଯେଉଁଠି ୟହୁଦୀ ଧର୍ମର ଲୋକମାନେ ପ୍ରାର୍ଥନା କରିଥାନ୍ତି । ସେହିପରି ୟରୁସଲମରେ ଇସାଇମାନଙ୍କ କ୍ୱାଟରରେ ଚର୍ଚ୍ଚ ଅଫ ଦ ହୋଲି ସ୍ପେଲକର ଅବସ୍ଥିତ ରହିଛି, ଯାହା କି ତାଙ୍କର ପ୍ରମୁଖ ସ୍ଥଳ ଅଟେ । ଏହି ସ୍ଥାନ ଇସା ମସିହଙ୍କ କାହାଣୀ, ମୃତ୍ୟୁ, ଶୁଳୀରେ ଚଢାଯିବା ଏବଂ ପୁନର୍ଜନ୍ମର କାହାଣୀର କେନ୍ଦ୍ର ଅଟେ । ଏହି କାରଣରୁ ତିନି ଧର୍ମର ଲୋକଙ୍କ ମଧ୍ୟରେ ଏହି ସହରକୁ ନେଇ ସଂଘର୍ଷ ହୋଇଥାଏ । ଏବେ ପୁଣି ଗୋଟେଥର ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହି ଯୁଦ୍ଧ କେତେ ବାଟ ଯିବ ତାହା କହିବା ସମ୍ଭବ ନୁହେ… ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଡିଜିଟାଲ

ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଓଡ଼ିଶାର ଦାବି

ନୂଆଦିଲ୍ଲୀ : ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଓଡ଼ିଶାର ଦାବି  । ନୂଆଦିଲ୍ଲୀ ଚାଲିଥିବା ୫୨ ତମ GST କାଉନସିଲ ବୈଠକରେ ଦାବି କରିଛି ଓଡ଼ିଶା  । ସୁଷମା ସ୍ବରାଜ ଭବନ ଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ  । ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶାର ପ୍ରମୁଖ ଦୁଇଟି ଦାବି ଉପସ୍ଥାପନ କରାଯାଇଥିଲା । ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ବିବେଚନା କରାଯାଉଛି । ମିଲେଟ ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ଓଡ଼ିଶାର ଭୂମିକା ଉଲ୍ଲେଖନୀୟ । ତେଣୁ ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରେ ସେମାନେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ  । କିନ୍ତୁ ଏଥିରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ କରିବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ   । ସେହିଭଳି ମିଲେଟ ଉତ୍ପାଦିତ ବ୍ରାଣ୍ଡେଡ୍ ଦ୍ରବ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ପାଇଁ ରାଜ୍ୟ ତରଫରୁ ଦାବି ଉପସ୍ଥାପନ କରାଯାଇଛି ।GST Council raises upper age limit of president and members of Appellate  Tribunals - The Hindu

ଫିଟମେଣ୍ଟ କମିଟି ରିପୋର୍ଟ ମଧ୍ୟ ଓଡ଼ିଶା ସପକ୍ଷରେ ଯାଇଛି । ଏହା କାର୍ଯ୍ୟକାରୀ ହେଲେ ମିଲେଟ ଉତ୍ପାଦନକାରୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ବିକ୍ରମ ଆରୁଖ  । ଦ୍ବିତୀୟତଃ  ରାଜ୍ୟର ଖଣି ଖାଦାନ ଅଞ୍ଚଳରେ ଥିବା ଜିଲ୍ଲା ଖଣିଜ ପାଣ୍ଠି ବା DMF ଜରିଆରେ ଜନହିତକର କାର୍ଯ୍ୟ ତଥା ରାସ୍ତାଘାଟ, ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷାନୁଷ୍ଠାନ ମାନଙ୍କର ଉନ୍ନତି ଭଳି କାର୍ଯ୍ୟ ହେଉଛି । ତାହା ମଧ୍ୟ ଜିଏସଟି ପରିସରଭୁକ୍ତ ପାଇଁ ନିଷ୍ପତ୍ତି କରିଥିଲେ । କିନ୍ତୁ ଆଜି ଓଡ଼ିଶାର ଦାବି ଫଳରେ ତାହାକୁ ଜିଏସଟି ମୁକ୍ତ କରି DMF କୁ  ସରକାରୀ ପ୍ରାଧିକରଣର ମାନ୍ୟତା ଦିଆଯାଇଛି । ଯାହା ଦ୍ଵାରା DMF ବର୍ତ୍ତମାନ GST ପରିସରରେ ଆସିବ ନାହିଁ ।

ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏହା ମୋତେ ଗଭୀର ଆଘାତ ଦେଇଛି । ନିର୍ଦ୍ଦୋଶ ପୀଡିତ ଏବଂ ତାଙ୍କ ପରିବାର ପ୍ରତି ଆମର ସମବେଦନା ଓ ପ୍ରାର୍ଥନା ଅଛି । ଆମେ ଏହି କଠିନ ସମୟରେ ଇସ୍ରାଏଲ ସହ ଦୃଢ଼ତାର ଛିଡ଼ା ଅଛୁ । ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ ଶନିବାର ଇସ୍ରାଏଲ ବିରୋଧରେ ନୂଆ ସୈନ୍ୟ ଅଭିଯାନର ଘୋଷଣା କରିଛି । ଗତ ବର୍ଷ ମଇ ପରେ ପ୍ରଥମଥର ଗାଜା ଷ୍ଟ୍ରିପରୁ ୟହୁଦୀ ରାଷ୍ଟ୍ର ଅଭିମୁଖେ ଘନ ଘନ ମିସାଇଲ ମାଡ କରାଯାଇଥିଲା ।

୫ ହଜାରରୁ ଅଧିକ ମିସାଇଲ ମାଡ଼ କରାଯାଇଛି । ଏଥିରେ ଅନେକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଏହାର ଜବାବ ମଧ୍ୟ ଇସ୍ରାଏଲ ପକ୍ଷରୁ ଦିଆଯାଉଛି । ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଦେଇଛି । ଇସ୍ରାଏଲ ଉପରେ ହାମସର ଆତଙ୍କବାଦୀ ଆକ୍ରମଣକୁ ବ୍ରିଟେନ, ଫ୍ରାନ୍ସ ସମେତ ତମାମ ଦେଶ ସମାଲୋଚନା କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟାକୁ ଭାରତରେ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତର ନୈତିକ ସମର୍ଥନର ଅତ୍ୟନ୍ତ ଆବଶ୍ୟକ ରହିଛି ।

ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ପାଞ୍ଚ ଜଣ ନିଖୋଜ

ଢେଙ୍କାନାଳ : ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ପାଞ୍ଚ ଯୁବକ ଯୁବତୀ ନିଖୋଜ । ନିଖୋଜଙ୍କ ମଧ୍ୟରେ ଅଛନ୍ତି ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂହ  । ସାତଜଣ ସାଙ୍ଗ ମିଶି ବୁଲିବାକୁ ସିକ୍କିମ  ଯାଇଥିଲେ । ହେଲେ ସିକ୍କିମ ବନ୍ୟା ପରେ ମଙ୍ଗଳବାର ଠାରୁ କାହାର ବି ପତ୍ତା ମିଳୁନି । ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଛନ୍ତି ଚନ୍ଦ୍ରଶେଖର ସିଂହଙ୍କ ପରିବାର । ବାପା ଅକ୍ଷୟ କୁମାର ସିଂହ ଓ ମା ସତ୍ୟଭାମା ସିଂହ ଗତ ମଙ୍ଗଳବାର ରାତି ସାଢ଼େ ୯ଟାରେ ପୁଅ ସହ କଥା ହୋଇଥିଲେ ।Sikkim Flash Floods, Teesta River: 53 Killed In Sikkim Floods, 27 Bodies  Found In Teesta River: 10 Points

ସେଦିନ ଯାକ ସାଙ୍ଗ ମାନଙ୍କ ସହ ସିକିମରେ ବୁଲାବୁଲି ସାରି ରୁମରେ ଥିବା କହିଥିଲେ । ପରେ ଚନ୍ଦ୍ରଶେଖର କି ତାଙ୍କ ସାଥୀରେ ଥିବା କୌଣସି ସାଙ୍ଗଙ୍କ ଫୋନ ଲାଗୁନଥିବା କହିଛନ୍ତି ଚନ୍ଦ୍ରଶେଖରଙ୍କ ପରିବାର । ଯୋଗାଯୋଗ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ।  ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ସମୟରେ 5T ସଚିବ ଭି.କେ. ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ଏହା ଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ।

ଏହି  ଘୋଷଣା ଦ୍ବାରା ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିବା ୯ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା  କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡା, କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ ଓ ନବରଙ୍ଗପୁର  ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।

 

 

ଏସୀୟ କ୍ରୀଡାରେ ଗୋଟିଏ ଦିନରେ ଭାରତ ଜିତିଲାଣି ୬ଟି ସ୍ବର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତର ଚମତ୍କାର ପ୍ରଦର୍ଶନ । ଆଜି ଗୋଟିଏ ଦିନରେ ୬ଟି ସ୍ବର୍ଣ୍ଣ ପଦକ ଜିତିଲାଣି ଭାରତ । ପୁରୁଷ କ୍ରିକେଟରେ ସ୍ବର୍ଣ୍ଣପଦକ ଜିତିଛି ଭାରତ  । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଥିଲା । ଫଳରେ ଅନ୍ତର୍ଜାତୀୟ ରାଙ୍କିଂ ଅନୁସାରେ ଭାରତକୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି  । ଆଫଗାନିସ୍ତାନ ଅପେକ୍ଷା ଭାରତର ଭଲ ଅନ୍ତର୍ଜାତୀୟ ରାଙ୍କିଂ ଥିବାରୁ ଗୋଲ୍ଡ ମେଡାଲ ମିଳିଛି । ସେହିପରି ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତ ପାଇଛି ସ୍ବର୍ଣ୍ଣ ପଦକ  । ସାତ୍ତ୍ବିକ ରେଡ୍ଡୀ-ଚିରାଗ ସେଟ୍ଟୀ ସ୍ବର୍ଣ୍ଣ ଜିତିଛନ୍ତି  । ଉଭୟ ପୁରୁଷ ଓ ମହିଳା କବାଡ଼ି ଟିମ୍ ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି  ।Asian Games 2023 Highlights: India men's hockey team clinches gold medal,  seals Paris Olympics berth; Satwik/Chirag in men's doubles final - The  Times of India

ଅନ୍ୟପଟେ ମହିଳା ହକି ଟିମ୍ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଛି  । ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ପଦକ ଜିତିଛନ୍ତି। ଏହା ସହିତ ଭାରତର ପଦକ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି । ଭାରତ ଏଯାଏ ୨୮ଟି ସ୍ବର୍ଣ୍ଣ ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ପଦକ ଜିତି ତାଲିକାର ୪ ନମ୍ବରରେ ରହିଛି  ।

ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ହମାସର ଘମାଘୋଟ ଆକ୍ରମଣ ପ୍ରତିବାଦରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ ।  ଇସ୍ରାଏଲ ଦ୍ବାରା  ଅବରୋଧ ହୋଇଥିବା ଗାଜା ଷ୍ଟ୍ରିପରୁ ଇସ୍ରାଏଲ ବିରୋଧରେ ଆଜି ଏକାଥରକେ ମାଡ କରାଯାଇଛି ୫ ହଜାରରୁ ଅଧିକ ରକେଟ । ପାଲେଷ୍ଟାଇନର ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଘମାଘୋଟ ଏୟାରଷ୍ଟ୍ରାଇକରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ସାମିଲ କରାଯାଇଛି । ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ରୋକିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିରାପତ୍ତା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଆକ୍ରମଣ ଲାଗି ହମାସକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।Israel-Gaza: A never-ending cycle of destruction? - Middle East matters

ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଆକ୍ରମଣ ବିଶ୍ବସ୍ତରରେ ସର୍ବବୃହତ ବୋଲି କୁହାଯାଇଛି । ଇସ୍ରାଏଲ ସୀମା ଭିତରକୁ ହମାସ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଗାଜାଷ୍ଟ୍ରିପରେ ସତର୍କତା ଜାରି କରାଯିବା ସହ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ତେଣେ ହମାସ ପକ୍ଷରୁ କୁହାଯାଇଛି- ସଂଗଠନ ପକ୍ଷରୁ ଅପରେସନ ଅଲ ଆକସା ଫ୍ଲଡ ଆରମ୍ଭ ହୋଇଛି ଏବଂ ମାତ୍ର ୨୦ ମିନଟରେ ୫ ହଜାର ରକେଟ ମାଡ କରାଯାଇଛି । ଆକ୍ରମଣରେ ସାର ହାନେଗେଭ ଆଞ୍ଚଳିକ ପରିଷଦର ମେୟର ଓଫିର ଲିବଷ୍ଟିନ ପ୍ରାଣ ହରାଇଛନ୍ତି ।