spot_img
Home Blog Page 2669

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ସଫଳହେଲା ବ୍ୟୟବହୁଳ ଅପରେସନ

କୋରାପୁଟ : ପୁଣି ବରଦାନ ସାଜିଲା ବିଏସକେଓ୍ବାଇ  । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ  । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା  । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର ଲୋକେ  । ସେଠାରେ କାର୍ଡ ମାଧ୍ୟମରେ ମାଗଣାରେ କାହ୍ନାର ଅପରେସନ ହୋଇଛି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି  ।

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ

ନବରଙ୍ଗପୁର : ନବରଙ୍ଗପୁର ନଗର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି  । ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ କରିବାକୁ ବୈଠକରେ ଆଲୋଚନା ହୋଇଛି  । ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ବିଜେଡି ନେତା ଓ କର୍ମୀ ଶପଥ ନେଇଛନ୍ତି  । ବିଜେପି ଓ କଂଗ୍ରେସ ଛାଡ଼ିବାପରେ ଦଳ ଉପରେ ବର୍ଷିଛନ୍ତି । ତଳସ୍ତରର କର୍ମୀଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ରାଜ୍ୟ ସରକାର ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବିଜେପି ଓ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ । ଏହି ମିଶ୍ରଣପର୍ବରେ ନଗର ବିଜେଡି କମିଟିର ଅନେକ ପଦବୀ ପାଇଁ ସଦସ୍ୟଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଟିପ ଚିହ୍ନନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ

ଅନୁଗୁଳ : ଟିପ ଚିହ୍ନନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । କେନ୍ଦ୍ରାପଡା ଅଞ୍ଚଳର ମମତା ସ୍ବାଇଁ କିଛି ବର୍ଷ ହେଲା ଅନୁଗୁଳରେ ବିଭିନ୍ନ ମହିଳା ସଂଘର ସଦସ୍ୟ ହେବାପରେ ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ  । ମମତା ନିଜ ଝିଅର ଉଚ୍ଚ ଶିକ୍ଷା ପାଇଁ ଟଙ୍କାର ଆବଶ୍ୟକତା ଥିବା କହି ମୋଟା ଅଙ୍କର ଧାରକରଜ ନେଇଥିଲେ  । ପରେ ଟଙ୍କା ମାଗିବାରୁ ସେ ଫେରାର ହୋଇଯାଇଥିଲେ  । କେବଳ ଏତିକି ରେ ସିମିତ ନଥିଲା ଘଟଣାକୁ ନେଇ ପରେ ଯେତେବେଳେ ଖୋଳତାଡ଼ କରିଗଲା ଜଣାପଡ଼ିଥିଲା ମମତା ମହିଳା ସଂଘ ଆକାଉଣ୍ଟରୁ ମଧ୍ୟ ମୋଟା ଅଙ୍କର ଟଙ୍କା ହଡ଼ପ କରିନେଇଥିଲେ । ମହିଳା ଜଣକ ମିଛ ସତ କହିକି ନୁହେଁ ବରଂ ଅନ୍ୟ ମହିଳାଙ୍କର ଟିପ ଚିହ୍ନ ଦେଇ ଟଙ୍କା ଉଠାଇନେଇଥିବା ଜଣାପଡ଼ିଛି  ।  ମମତା ପ୍ରାୟ ୩କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି  ।

ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର

କୋଣାର୍କ : ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର । କାରଣ ପୁରୀ ଚନ୍ଦନପୁର ପୋଷ୍ଟ ଅଫିସରରୁ ଅସ୍ତରଙ୍ଗ ଯିବାକୁ ଲାଗିଗଲା ୫ବର୍ଷ ସମୟ  । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ  । ୨୦୧୮ ମସିହା ଅଗଷ୍ଟ ୨୪ତାରିଖରେ ପୁରୀ ଜିଲ୍ଲା ବିରନରସିଂହପୁରର ପ୍ରକାଶ ରଥ ଝିଅ ଘରକୁ ବାଲିତୃତୀୟ ଭାର ବାଦଦକୁ ହଜାରେ ଟଙ୍କା ପଠାଇଥିଲେ  । ଚନ୍ଦନପୁର ପୋଷ୍ଟ ଅଫିସରୁ ମନିଅର୍ଡର ମାଧ୍ୟମରେ ଏକ ହଜାର ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗପୁର ବ୍ଲକ ଆଦିକନ୍ଦପୁର ଶାସନ ଠିକଣାରେ ପଠାଇଥିଲେ  । ହେଲେ ବାଲିତୃତୀୟ ଚାଲିଯିବା ପରେ ବି ଝିଅଘରେ ଟଙ୍କା ପହଞ୍ଚିନଥିଲା  । ଡାକ ଘରେ ଯୋଗାଯୋଗ କରିବା ପରେ ବି ଟଙ୍କା ଆସିନଥିବା ଡାକ ବିଭାଗର ଅଧିକାରୀ କହିଥିଲେ  । ପରେ ଘଟଣାକୁ ବିତିଯାଇଥିଲା ୫ ବର୍ଷ  ।

ମନିଅର୍ଡର କଥା ସମସ୍ତେ ଭୁଲିଯାଇଥିବାବେଳେ ଗତ ୪ତାରିଖରେ ଜ୍ବାଇଁ ସୁଧୀରଙ୍କ ନାଁରେ ମନିଅର୍ଡରଟି ଆସି ପହଞ୍ଚିଥିଲା  । ୫ବର୍ଷ ତଳେ ଶ୍ବଶୁର ପଠାଇଥିବା ମନିଅର୍ଡର ଏବେ ଆସି ପହଞ୍ଚିବା ଘଟଣା ସମସ୍ତଙ୍କୁ ଚକିତ କରୁଛି  । ଏହାଛଡ଼ା ଡାକ ବିଭାଗର ଏଭଳି ଅବହେଳା ବାବଦରେ ପ୍ରଶ୍ନ ଉଠୁଛି  । ଗୋଟିଏ ଜିଲ୍ଲା ଭିତରେ ମନିଅର୍ଡର ପହଞ୍ଚିବାକୁ ୫ ବର୍ଷ ଲାଗିଗଲା  । ଏଥିପାଇଁ ଡାକ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଜ୍ବାଇଁ ସୁଧୀର  । ଡାକ ବିଭାଗର କମ୍ପ୍ୟୁଟର ଯନ୍ତ୍ରୀଙ୍କର ତ୍ରୁଟି କାରଣରୁ ଏଭଳି ବିଳମ୍ବ ଘଟିଥିବା କୁହାଯାଉଛି  ।

ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ୬ରୁ ୭ଜଣ ଯାତ୍ରୀ ଆହତ

ମୟୂରଭଞ୍ଜ : ବାରିପଦା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଗ୍ଧା କଲେଜ ଛକ ଅନତି ଦୂରରେ ଏକ ଘରୋଇ ଯାତ୍ରୀବାହୀ ବସ ବୁଧବାର ମଧ୍ୟାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ 6ରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି l ସୂଚନା ମୁତାବକ ଓଆର-୧୧କେ- ୩୪୫୧ନମ୍ବର ବିଶିଷ୍ଟ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁର ଷ୍ଟେସନ ଅମର୍ଦାରୁ ଦାନ୍ତିଆମୁହାଁ ହୋଇ ବାରିପଦା ଯାଉଥିଲା l ତେବେ ରାଗ୍ଧା କଲେଜଛକରୁ ବସ ଛାଡିବାର ଅନତି ଦୂରରେ କୌଣସି କାରଣରୁ ବସ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ଭାରସାମ୍ୟ ହରାଇ ବସଟି ୧୮ନଂ ଜାତୀୟରାଜପଥରୁ ପ୍ରାୟ ୭୦ଫୁଟ ତଳକୁ ଖସି ଏକ ପାଣି ନାଳ ଭିତରେ ପଶି ଅଟକି ଯାଇଥିଲା l ଦୁର୍ଘଟଣା ୬ରୁ ୭ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ପାରିଆକୁଲି ଗ୍ରାମର ଠାକୁରାମ ଟୁଡୁଙ୍କ ପୁଅ ପିତାମ୍ବର ଟୁଡୁଙ୍କ ଛାତିରେ ଜୋର ଆଘାତ ଲାଗିଥିବାରୁ ସେ ଗୁରୁତର ଥିବା ଜଣାଯାଇଛି l

ତେବେ ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ l ସମସ୍ତ ଆହତ ଏବଂ ଗୁରୁତରଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି l ତେବେ ଚାଳକଙ୍କୁ ବାରମ୍ବାର ଛିଙ୍କ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ସୂଚନା ଦେଇଛନ୍ତି l ଦୁର୍ଘଟଣାଗ୍ରସ୍ତ ଓଆର -୧୧କେ -୩୪୫୧ନମ୍ବର ବିଶିଷ୍ଟ ଘରୋଇ ଯାତ୍ରୀବାହୀ ବସଟି ସଞ୍ଜିତ କୁମାର ବେହେରାଙ୍କ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି l ବେତନଟୀ ପୁଲିସ ଉଦ୍ଧାରକାର୍ଯ୍ୟ ସହିତ ତଦନ୍ତ ଜାରି ରଖିଛି l ଦୁର୍ଘଟଣା ପରେ ଚାଳକ ଫେରାର ଥିବା ଜଣାଯାଇଛି ।

କଂଗ୍ରେସରୁ ଲଢିବେନି ସୁରଙ୍କ ପୁଅ ମନ୍ମଥ

ଭୁବନେଶ୍ବର: କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢିବି ବୋଲି ମନ୍ମଥ କହିଛନ୍ତି  । ସେ କହିଛନ୍ତି, ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢିବା ପାଇଁ  । ବାପା ଯାହା କହିଛନ୍ତି ତାହା ତାଙ୍କ ନିଜସ୍ବ ମତ । ଜଟଣୀ ଛଡ଼ା ଆଉ କେଉଁ ଆସନରୁ ଲଢିବି ନାହିଁ  । କେଉଁ ଦଳରୁ ଲଢିବି ସେନେଇ ଆସନ୍ତା ଅକ୍ଟୋବର ମାସରେ ଜଣାଇବି । ସେପଟେ ପୁଅର ସ୍ପଷ୍ଟୋକ୍ତି ପରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି ମୁଁ ମନ୍ମଥକୁ ବୁଝାଇବି । ୨୦୨୪ରେ ସେ କଂଗ୍ରେସ ଟିକେଟରେ ଜଟଣୀ ଆସନରୁ ନିର୍ବାଚନ ଲଢିବ  । ମୁଁ ନିଜେ ଖୋର୍ଦ୍ଧା ଜିଲ୍ଲାରେ ଟିକେଟ ବାଣ୍ଟିବି ବୋଲି ସୁର କହିଛନ୍ତି ।

ଅଲଗା ହୋଇଥିବା ହାତୀ ଶାବକକୁ ହାତୀପଲଙ୍କ ସହ ମିଶାଇଲେ ବନ କର୍ମଚାରୀ

କେନ୍ଦୁଝର : ଅନେକ ସମୟ ଅପେକ୍ଷାପରେ ହାତୀ ଛୁଆକୁ କୋଳେଇ ନେଲା ମା’ହାତୀ । ଅଲଗା ହୋଇଥିବା ହାତୀ ଶାବକକୁ ହାତୀପଲଙ୍କ ସହ ମିଶାଇଲେ ବନ କର୍ମଚାରୀ । ଦୀର୍ଘ ୨ ଘଣ୍ଟାର ପ୍ରଚେଷ୍ଟା ପରେ ୨୨ ଟିକିଆ ହାତୀପଲରୁ ଅଲଗା ହୋଇଥିବା ଛୁଆହାତୀକୁ ମା ହାତୀ ସହିତ ମିଶାଇଲେ ବନ ବିଭାଗ  ଓ ସ୍ଥାନୀୟ ଲୋକେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ୍ ଗୋହିରା ଗାଁରେ । ୨୨ଟିକିଆ ହାତୀପଲ ମଧ୍ୟରୁ ଏକ ଛୁଆହାତୀ ଅଲଗା ହୋଇ ମାଆକୁ ଖୋଜି ଏଣେତେଣେ ଦଉଡ଼ୁଥିଲା । ଏନେଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କଥା ମାନି ହାତୀଛୁଆଟିକୁ କୌଣସି ଲୋକ  ଛୁଇଁ ନଥିଲେ । ଏଥିପାଇଁ ପୁନର୍ବାର ତା ଛୁଆକୁ ମାଆ ହାତୀ କୋଳେଇ ନେଇ ସାଙ୍ଗରେ ବୁଲାଉଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକ  ଓ ବନ ବିଭାଗର  ଉଦ୍ୟମ ପାଇଁ ଛୁଆ ହାତୀଟି ମାଆ ପାଖକୁ ଫେରିଥିବାରୁ  ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l

ମହିଳା ସଂରକ୍ଷଣ ବିଲ୍ ନେଇ BJDର ଆଭିମୁଖ୍ୟ ସ୍ପଷ୍ଟ

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍ ନେଇ ବିଜୁ ଜନତା ଦଳର ଆଭିମୁଖ୍ୟ ସ୍ପଷ୍ଟ। ସଂରକ୍ଷଣ ବ୍ୟବସ୍ଥା ନଥାଇ ବି ଦଳ ପକ୍ଷରୁ ଏକ ତୃତୀୟାଂଶ ମହିଳାଙ୍କୁ ଗତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ପୂର୍ବରୁ ଦଳ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ଦାବି କରିଆସୁଛି  । ସଂସଦରେ ମଧ୍ୟ ଏ ନେଇ ବାରମ୍ବାର ଦାବି ଉଠାଇଛି ବିଜେଡି। ଏପରିକି ଦେଶ ସାରା ବୁଲି ବୁଲି ବିଭିନ୍ନ ଦଳର ମୁଖିଆମାନଙ୍କୁ ଭେଟି ସହଯୋଗ ଲୋଡିଛି  । ବିଲକୁ ଉପରାଷ୍ଟ୍ରପତି ଯଦି ସମର୍ଥନ କରୁଛନ୍ତି, ଦେଶରେ ଏହାକୁ ନେଇ ସହମତି ହେବ। ମହିଳା ସଂରକ୍ଷଣ ବିଲ ଦୀର୍ଘ ଦିନ ହେବ ପଡିରହିଛି। ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ସବୁଠୁ ଆଗରେ ରହିବ।

ବିଜେଡି ଏହି ପ୍ରସଙ୍ଗ ବାରମ୍ବାର ଉଠାଇଛି। ଏହି ପ୍ରସଙ୍ଗରେ ବିଜେଡିର ପ୍ରସ୍ତାବକୁ ସବୁ ରାଜନୈତିକ ଦଳ ଏକପ୍ରକାର ସମର୍ଥନ ଦେଇଛନ୍ତି । ଆନୁଷ୍ଠାନିକ ଭାବେ ବିଧି ବ୍ୟବସ୍ଥା ଭିତରେ ସଂରକ୍ଷଣ ବିଲ ଆସି ସଂସଦରେ ଗୃହୀତ ହେବ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ୨୦୧୦ ମସିହାରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ ହୋଇଥିଲେ ବି ଲୋକସଭାରେ ପାରିତ ହୋଇପାରିନଥିଲା। ଗତ ସୋମବାର ସଂସଦରେ ମହିଳା ଆବଶ୍ୟକ ପ୍ରତିନିଧିତ୍ବ ଖୁବ୍ ଶୀଘ୍ର ପାଇବେ ବୋଲି ଉପରାଷ୍ଟ୍ରପତି ଏକ କାର୍ଯ୍ୟକ୍ରମରେ କହିଥଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବୟାନ ପରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିନୟ ସାଙ୍ଗକୁ ଘର ପରିବାର ଛାଡ଼ି କୃଷ୍ଣଙ୍କ ଭକ୍ତିରେ ଅଭିନେତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଭକ୍ତିରେ ବିଭୋର ଭକ୍ତ । ଗାଁଠୁ ସହର ସବୁଠି ଉତ୍ସବ ମୁଖର । ଲୋକ ଭୋଗ ବିଳାସ ସହ ଜୀବନ ଜିଉଁଥିବାବେଳେ ଭକ୍ତିରେ ବିଶ୍ବାସ କରନ୍ତି । କିନ୍ତୁ ଅଭିନୟ ସହ ପରିବାର ଛାଡ଼ି କୃଷ୍ଣଙ୍କ ଭକ୍ତିରେ ନିଜକୁ ହଜାଇ ଦେଇଛନ୍ତି ଅଭିନେତ୍ରୀ । ’ଅନୁପମା’ ସରିଏଲର ନନ୍ଦିନୀ । ଯିଏକି ଘରେ ଘରେ ପରିଚିତ ଥିଲେ । ଗତବର୍ଷ ସେ ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ କି, ସେ ଅଭିନୟ ଛାଡ଼ି କୃଷ୍ଣ ଭକ୍ତି କରୁଛନ୍ତି ।

ନୂପୁର ଅଳଙ୍କାର: ଶକ୍ତିମାନ, ଘର କି ବେଟି ଲକ୍ଷ୍ମୀୟାଁ ଭଳି ଘରେ ଘରେ ପରିଚିତ ଟିଭି ସିରିୟଲରେ ଭଅିନୟ କରିଥିବା ନୂପୁର ପରିବାର ସାଙ୍ଗକୁ ଅଭିନୟ ଛାଡ଼ି ଦେଇଛନ୍ତି । କୃଷ୍ଣଙ୍କ ପ୍ରେମରେ ନିଜକୁ ହଜାଇ ଦେଇଥିବା ନଜର ଆସିଛନ୍ତି ।

ପ୍ରିୟଙ୍କା ପଣ୍ଡିତ: ଭଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ଆଜିକାଲି କୃଷ୍ଣଙ୍କ ଭକ୍ତି କରୁଥିବା ଦେଖିବାକୁ ମିଳୁଛନ୍ତି । କିନ୍ତୁ କିଛି ବର୍ଷ ପୂର୍ବେ ତାଙ୍କର ଏକ ଏମଏମଏସ ଭିଡିଓ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସେ ଅଭିନୟ ଛାଡ଼ିବା ସହ ଭଗବାନଙ୍କ ଭକ୍ତି କରିବା ଆରମ୍ଭ କରିଛନ୍ତି ।

ନୂଆ ନୁହେଁ ପୁରୁଣା ସଂସଦ ଭବନରେ ହେବ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ନୂଆ ସଂସଦ ଭବନରେ ଏହି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ହେବ ନାହିଁ ବୋଲି ସ୍ପଷ୍ଠ ହୋଇଛି । ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏ.ଏନ.ଆଇ. ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି ।  ଏହି ସୂତ୍ରକୁ ଦେଖିବାକୁ ଗଲେ ପୁରୁଣା ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହେବ ।

ଗଣେଷ ଚତୁର୍ଥୀରେ ସଂସଦର ନୂତନ ଗୃହ ଉଦଘାଟନ ହେବା ସହ ଏହି ନୂଆ ଗୃହରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ୧୮ ତାରିଖର ବୈଠକ ପୁରୁଣା ସଂସଦ ଗୃହରେ ଅନୁଷ୍ଠିତ ହେବ । ମାତ୍ର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ଦିବସ ନୂଆ ସଂସଦରେ ଅନୁଷ୍ଠିତ ହେବ ।