ଟିପ ଚିହ୍ନନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ

ଅନୁଗୁଳ : ଟିପ ଚିହ୍ନନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । କେନ୍ଦ୍ରାପଡା ଅଞ୍ଚଳର ମମତା ସ୍ବାଇଁ କିଛି ବର୍ଷ ହେଲା ଅନୁଗୁଳରେ ବିଭିନ୍ନ ମହିଳା ସଂଘର ସଦସ୍ୟ ହେବାପରେ ସଭାନେତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ  । ମମତା ନିଜ ଝିଅର ଉଚ୍ଚ ଶିକ୍ଷା ପାଇଁ ଟଙ୍କାର ଆବଶ୍ୟକତା ଥିବା କହି ମୋଟା ଅଙ୍କର ଧାରକରଜ ନେଇଥିଲେ  । ପରେ ଟଙ୍କା ମାଗିବାରୁ ସେ ଫେରାର ହୋଇଯାଇଥିଲେ  । କେବଳ ଏତିକି ରେ ସିମିତ ନଥିଲା ଘଟଣାକୁ ନେଇ ପରେ ଯେତେବେଳେ ଖୋଳତାଡ଼ କରିଗଲା ଜଣାପଡ଼ିଥିଲା ମମତା ମହିଳା ସଂଘ ଆକାଉଣ୍ଟରୁ ମଧ୍ୟ ମୋଟା ଅଙ୍କର ଟଙ୍କା ହଡ଼ପ କରିନେଇଥିଲେ । ମହିଳା ଜଣକ ମିଛ ସତ କହିକି ନୁହେଁ ବରଂ ଅନ୍ୟ ମହିଳାଙ୍କର ଟିପ ଚିହ୍ନ ଦେଇ ଟଙ୍କା ଉଠାଇନେଇଥିବା ଜଣାପଡ଼ିଛି  ।  ମମତା ପ୍ରାୟ ୩କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି  ।