ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ

ନବରଙ୍ଗପୁର : ନବରଙ୍ଗପୁର ନଗର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି  । ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ କରିବାକୁ ବୈଠକରେ ଆଲୋଚନା ହୋଇଛି  । ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ବିଜେଡି ନେତା ଓ କର୍ମୀ ଶପଥ ନେଇଛନ୍ତି  । ବିଜେପି ଓ କଂଗ୍ରେସ ଛାଡ଼ିବାପରେ ଦଳ ଉପରେ ବର୍ଷିଛନ୍ତି । ତଳସ୍ତରର କର୍ମୀଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ରାଜ୍ୟ ସରକାର ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବିଜେପି ଓ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ । ଏହି ମିଶ୍ରଣପର୍ବରେ ନଗର ବିଜେଡି କମିଟିର ଅନେକ ପଦବୀ ପାଇଁ ସଦସ୍ୟଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।