ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ସଫଳହେଲା ବ୍ୟୟବହୁଳ ଅପରେସନ

କୋରାପୁଟ : ପୁଣି ବରଦାନ ସାଜିଲା ବିଏସକେଓ୍ବାଇ  । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ  । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା  । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର ଲୋକେ  । ସେଠାରେ କାର୍ଡ ମାଧ୍ୟମରେ ମାଗଣାରେ କାହ୍ନାର ଅପରେସନ ହୋଇଛି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି  ।